January 22, 2025

Odia Express

Here, There and Everywhere

ଏହି ଖାସ୍ କାରଣରୁ ନିଜ ଜନ୍ମଦିନ ପାଳନ୍ତି ନାହିଁ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ

ମାର୍କେଟ୍ କ୍ୟାପିଟାଲ୍ ହିସାବରେ ଦେଶର ସବୁଠାରୁ ବଡ କମ୍ପାନୀ ରିଲାୟନ୍ସ ଇଣ୍ତଷ୍ଟ୍ରିଜ୍ ଲିମିଟେଡ୍ ଏବେ ଦୁନିଆଁର ୪୦ ତମ ସବୁଠାରୁ ମୁଲ୍ୟବାନ ହୋଇସାରିଛି, ଏତିକି ନୁହେଁ ରିଲାୟନ୍ସ ଇଣ୍ତଷ୍ଟ୍ରିଜ୍ ୨୧୦ ଆରବ୍ ଡଲାର୍ ମାନେ ୧୫ ଲକ୍ଷ କୋଟି ଟଙ୍କାରୁ ଅଧିକା ମାର୍କେଟ୍ କ୍ୟାପ୍ ଛୁଇଁଥିବା ଭାରତର ପ୍ରଥମ କମ୍ପାନୀ ହୋଇସାରିଛି, ସେମିତି ରିଲାୟନ୍ସ ଗ୍ରୁପର ମାଲିକ ମୁକେଶ ଅମ୍ବାନୀଙ୍କ କଥା କହିଲେ ମୁକେଶ୍ ଅମ୍ବାନୀ ଏସିଆର ସବୁଠାରୁ ଧନୀ ଶାଳୀ ବ୍ୟକ୍ତି ପୁରା ଦୁନିଆଁରେ ୫ମ ସ୍ଥାନରେ ଅଛନ୍ତି । ସେମିତି ଆଜି ମୁକେଶ ଅମ୍ବାନୀ ପୁରା ଦୁନିଆଁରେ ଜଣାଯାଆନ୍ତୁ , ସେ ତାଙ୍କର୍ ବ୍ୟକ୍ତିଗତ ଜୀବନ ହେଉ କିମ୍ବା ପ୍ରଫେସନାଲ୍ ଜୀବନ ବିଷୟରେ ଓ ତାଙ୍କ ପରିବାର ବିଷୟରେ ଜାଣିବାକୁ ସବୁ ଲୋକ ଇଚ୍ଛୁକ ହୁଅନ୍ତି , ଏତେ ଧନୀ ହେବା ସତ୍ତ୍ୱେ ବି ମୁକେଶ ଅମ୍ବାନୀ କେବେ ମହଙ୍ଗା ସୁଟ୍ ନୁହେଁ ବରଂ ସାଧାରଣ କପଡା ପିନ୍ଧନ୍ତି, ଅଧିକାଂଶ ସମୟରେ ମୁକେଶ ଅମ୍ବାନୀ କେବଳ ଧଳା କିମ୍ବା ହାଫ୍ ସାର୍ଟ କିମ୍ବା ବ୍ଲାକ୍ ପ୍ୟାଣ୍ଟ୍ ସୁଟ୍ ରେ ଦେଖାଯାଇଛି ।

ଆପଣଙ୍କୁ କହିଦେବୁ କି ମୁକେଶ ଅମ୍ବାନୀ ଏକ ଶୁଦ୍ଧ ଶାକାହାରୀ ବ୍ୟକ୍ତି ଅଟନ୍ତି , ଏତିକି ନୁହେଁ ଆଲକୋହଲ୍ କୁ ହାତ ମାରନ୍ତି ନାହିଁ । ଆପଣଙ୍କୁ ଜାଣିଲେ ବହୁତଆଶ୍ଚର୍ଯ୍ୟ ଲାଗିବ କି ଅଲଗା କାହାର ଜନ୍ମଦିନଏ ଲକ୍ଷାଧିକ କୋଟିଏ ଟଙ୍କାର ଗିଫ୍ଟ ଦେଉଥିବା ମୁକେଶ ଅମ୍ବାନୀ ନିଜର ଜନ୍ମଦିନ କେବେ ମନାନ୍ତି ନାହିଁ , କୁହାଯାଏ କି ମୁକେଶ ଅମ୍ବାନୀ ନିଜ ଜନ୍ମଦିନ ପାଳନ କରିବା ବିଲକୁଲ୍ ପସନ୍ଦ କରନ୍ତି ନାହିଁ,  ସେ ପରିବାରର ପ୍ରେସର ଆସିବାରୁ ୫୦ ତମ ଜନ୍ମଦିନ ମନାଇଥିଲେ , କହିଦେବୁ କି ମୁକେଶ ଅମ୍ବାନୀ ନିଜ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ ତାଙ୍କ ଜନ୍ମଦିନରେ ପ୍ରାଇଭେଟ୍ ଜେଟ୍ ଦେଇଥିଲେ ।

ବହୁତ କମ୍ ଲୋକେ ମୁକେଶ୍ ଅମ୍ବାନୀଙ୍କ ଏହି କଥା ବିଷୟରେ ଜାଣିଥିବେ କି ପୁରା ଦୁନିଆଁ ଆଗରେ ଲୁହା ପରି ଠିଆହୋଇଥିବା ମୁକେଶ ଅମ୍ବାନୀ ଏକ ସଫଳ ବ୍ୟକ୍ତିତ୍ୱ ଭିତରେ କିଛି ବି କମି ଥାଇପାରେ , କିନ୍ତୁ ଏହା ସତ କି ମୁକେଶ ଅମ୍ବାନୀ ଲୋକଙ୍କର ସାମ୍ନାରେ ଆସିଲେ ବହୁତ ନର୍ଭସ୍ ହୋଇଯାଆନ୍ତି ।

କହିଦେବୁ କି ମୁକେଶ ଅମ୍ବାନୀ ନିଜ ପରିବାରକୁ ବହୁତ ଭଲ ପାଆନ୍ତି , ଯାହାରଅନ୍ଦାଜା ଆପଣ ତାଙ୍କ ଘରର କବାଟରେ ଲଗାହୋଇଥିବା ଫଟୋରୁ ଦେଖିପାରିବେ , ମୁକେଶ ଅମ୍ବାନୀ ଘରର ସବୁ କବାଟରେ ତାଙ୍କ ବାପା କିମ୍ବା ତାଙ୍କ ପରିବାରର ଫଟୋ ଲଗାଇଛନ୍ତି , ଏତିକି ନୁହେଁ ମୁକେଶ ଅମ୍ବାନୀ ସେମିତି ଯେତେ ବ୍ୟସ୍ତ ରୁହନ୍ତୁ କିନ୍ତୁ ରବିବାରକୁ ସେ ନିଜ ପରିବାର ସହ ରହିବାକୁ ପସନ୍ଦ କରନ୍ତି ।

ଆପଣଙ୍କୁ କହିଦେବୁ କି ମୁକେଶ ଅମ୍ବାନୀ ଧନୀବ୍ୟକ୍ତି ହୁଅନ୍ତୁ ନା କାହିଁକି କିନ୍ତୁ ଘରକୁ ଆସିଥିବା ଅତିଥିଙ୍କୁ ସେ ନିଜେ ସ୍ୱାଗତ କରନ୍ତି , ଏମିତି କୁହାଯାଏ କି ସେ ଅତିଥିଙ୍କ ପସନ୍ଦର ଖାଦ୍ୟ ନିଜେ ତିଆରି କରନ୍ତି , ଓ ନିଜେ ପରଷିଥାନ୍ତି । ଆପଣଙ୍କୁ କହିଦେବୁ କି ମୁକେଶ ଅମ୍ବାନୀ ନିଜ ପରିବାର ସହ ସାଉଥ୍ ମୁମ୍ବାଇରେ ଥିବା ନିଜ ୨୭ ମହଲା ଇମାରତ୍ ଆଣ୍ଟିଲିଆରେ ରହନ୍ତି  ମୁକେଶ୍ ଅମ୍ବାନୀଙ୍କ ଏହି ଘର ଦୁନିଆଁର ସବୁଠାରୁ ମହଙ୍ଗା ମହଲା ବିଶିଷ୍ଟ ବଙ୍ଗଳା ଅଟେ, ଯେଉଁଥିରେ ୬୦୦ କର୍ମଚାରୀ କାମ କରୁଛନ୍ତି ।

Leave a Reply

Your email address will not be published. Required fields are marked *