October 28, 2024

Odia Express

Here, There and Everywhere

କରୋନା ପାଇଁ ସହାୟତାର ହାତ ବଢ଼େଇଲେ ସଂଗୀତ ନିର୍ଦେଶକ ଅଭିଜିତ ମଜୁମ୍ଦାର – ପିପୁଲ ଫର ସ୍ମାଇଲ କୁ ଦେଲେ ୩୦୦୦୦/- ଟଙ୍କାର ଆର୍ଥିକ ଅନୁଦାନ…

ବର୍ତମାନ ସମୟରେ ସାରା ଦେଶ କରୋନା ମହାମାରୀ ରେ ଲଢ଼ୁଛି | ଏଥିରେ ଧନ ଜୀବନ ନଷ୍ଟ ହେବା ସହ ଅନେକ ଲୋକ ନିଜର ଜୀବିକା ହରେଇଛନ୍ତି |ତେବେ ଏହି ମହାମାରୀ ସମୟରେ ଅନେକ ସାମାଜିକ ସଂଗଠନ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଓ ଅସହାୟ ମାନକୁ ଖାଇବା ଦେଉଛନ୍ତି |ତେବେ ଏହି ସଂଗଠନ ମଧ୍ୟରେ ଢେଙ୍କାନାଳ ଜିଲ୍ଲା ର କାମକ୍ଷାନଗରରେ ଥିବା ଅଗ୍ରଣି ସମାଜସେବୀ ସଙ୍ଗଠନ ପିପୁଲ ଫର ସ୍ମାଇଲ ଲକଡାଉନ ଆରମ୍ଭରୁ ଲୋକ ମାନକ ସେବା କରି ଆସୁଛି | ତେବେ ଏହି କାମ କୁ ସାରା ଜିଲ୍ଲା ବାସୀ ପସନ୍ଦ କରିଥିଲେ ଓ ବର୍ତମାନ ଓଡ଼ିଆ ଫିଲ୍ମ ର ସଂଗୀତ ନିର୍ଦେଶକ ଅଭିଜିତ ମଜୁମ୍ଦାର ନିଜ ସଂଗଠନ ତରଫ ରୁ ଏହି ସମାଜସେବୀ ସଙ୍ଗଠନ କୁ ସାହାଯ୍ୟ ର ହାତ ବଢେଇଛନ୍ତି |

ଯେପରି କି ଆପଣ ଜାଣିଛନ୍ତି ବର୍ତମାନ ଏହି କରୋନା ମୁକାବିଲା କରିବା ପାଇଁ ଅନେକ ତାରକା ନିଜର କିଛି କିଛି ଅର୍ଥ ସରକାର ଙ୍କ ପାଣ୍ଠି କୁ ଦେଇଛନ୍ତି ତ ଆଉ କିଛି କଳାକାର ଏହି ସାହାଯ୍ୟ ସିଧାସଳଖ ସାମାଜିକ ସଂଗଠନ କୁ ଦେଇଛନ୍ତି | ତେବେ ଓଡ଼ିଶାରେ ହାତ ଗଣତି ମାତ୍ର କିଛି କଳାକାର ସାହାଯ୍ୟର ହାତ ବଢେଇଛନ୍ତି ଓ ସେ ଭିତରେ ସାମିଲ ହେଇଛନ୍ତି ସୁନାମଧନ୍ୟ ସଂଗୀତ ନିର୍ଦେଶକ ଅଭିଜିତ ମଜୁମ୍ଦାର |ତେବେ ସେ ଏହି ମୁକାବିଲାରେ ଲୋକଙ୍କ ସେବା କରୁଥିବା ପିପୁଲ ଫର ସ୍ମାଇଲ ସଂଗଠନ କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା କରିଛନ୍ତି ଯାହାକି ତାଙ୍କ ଅଭିଜିତ୍ ମଜୁନ୍ଦାର ସୋସିଆଲ ଉଇଙ୍ଗସ୍ ତରଫରୁ ଦିଆଯାଇଛି | ତେବେ ସେ ପ୍ରଥମେ ସୋସିଆଲ ମିଡ଼ିଆ ରୁ ପିପୁଲ ଫର ସ୍ମାଇଲ ର କାର୍ଯ୍ୟ ଦେଖି ପ୍ରଶଂସା କରିଥିଲେ ଓ ବର୍ତମାନ ସାହାଯ୍ୟର ହାତ ବଢେଇଛନ୍ତି

ତେବେ ତାଙ୍କ ସହିତ ଗାୟକ ତାରିକ ଅଜିଜ,ସ୍ୱୟଂ ପାଢ଼ୀ, ସତ୍ୟଜିତ ପ୍ରଧାନ,ବିଷ୍ଣୁ ମୋହନ କବି,ଆକନ ସ୍ୱାଇଁ ,ଅନ୍ତର ଚକ୍ରବର୍ତୀ ସାଉଣ୍ଡ ଇଂଜିନିୟର ଶକ୍ତିସ୍ୱର ମହାପାତ୍ର ପ୍ରମୁଖ କଳାକାର ମାନେ ମଧ୍ୟ ତାଙ୍କ ସହିତ ସାମିଲ ଥିଲେ | ତେବେ ସେ ପିପୁଲ ଫର ସ୍ମାଇଲ ର କାମ କୁ ଖୁବ ପ୍ରଶଂସା କରିଥିଲେ ଓ ଆଗାମୀ ଦିନରେ ଯେପରି ଆଉ କିଛି ସାମାଜିକ କାମ କରିବେ ସେଥି ପାଇଁ ମଧ୍ୟ ଉତ୍ସାହିତ କରିଥିଲେ |

ଆପଣଙ୍କ ଜାଣିବା ପାଇଁ କହିରଖୁ ଯେ ପିପୁଲ ଫର ସ୍ମାଇଲ ଲକ ଡାଉନ ଆରମ୍ଭ ରୁ ଗରିବ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଶୁଖିଲା ଖାଦ୍ୟ, ମାସ୍କ, ଲୁଗା, ପ୍ଯାଣ୍ଟ ସାର୍ଟ,ସାବୁନ ବଣ୍ଟନ କରିବା ସହ ବୁଲା ଗୋରୁଗାଈ, କୁକୁରମାନଙ୍କୁ ମଧ୍ଯ ଖାଦ୍ୟ ଦେଇଆସୁଛନ୍ତି |ଏହାସହିତ ମେଡିକାଲ ରେ ରନ୍ଧା ଖାଦ୍ୟ ବଣ୍ଟନ ମଧ୍ୟ କରୁଛନ୍ତି ଏହି ସଂଗଠନ ର କର୍ମକର୍ତା ମାନେ |ତେବେ ଏହାକୁ ସବୁ ଗୋଷ୍ଠୀର ଲୋକ ପ୍ରଶଂସା କରିଛନ୍ତି | ଆମେ ମଧ୍ୟ ଆସ କରୁଚୁ ଆଗାମୀ ଦିନରେ ଏହି ସଂଗଠନ ଆହୁରି ଭଲ କାମ କରି ଜିଲ୍ଲା ତଥା ରାଜ୍ୟର ଅସୁବିଧାରେ ଲୋକଙ୍କ ପାଖରେ ରହିବେ

Leave a Reply

Your email address will not be published. Required fields are marked *