June 27, 2025

Odia Express

Here, There and Everywhere

ଅଭଦ୍ର ଭାଷାରେ ଗାଳି ଦେଉଥିବା ଲୋକଙ୍କ ପାଇଁ ଗରୁଡ଼ ପୁରାଣ ରେ କେଉଁ ଦଣ୍ଡ ଲେଖା ହୋଇଛି – ସମସ୍ତେ ଏହି କଥା ପଢିବା ଦରକାର…

1 min read

ସମାଜରେ ଅନେକ ପ୍ରକାର ର ଲୋକ ରହିଥାନ୍ତି।ସେଥିମଧ୍ୟରୁ କିଛି ଲୋକ ଅସାମାଜିକ ଏବଂ ଅସଭ୍ୟ ଲୋକ ହୋଇଥାନ୍ତି। ସେମାନେ କଥା କଥାରେ ଗାଳି ଦେଇଥାନ୍ତି। ଅସଭ୍ୟ ଭାଷା ର ପ୍ରୟୋଗ କରନ୍ତି। ତେବେ ଆମେ ଆଜି ଆପଣଙ୍କୁ କହିବୁ ଏହିପରି ଭାବରେ ଗାଳି ଦେଉଥିବା ବ୍ୟକ୍ତି ଙ୍କ ପାଇଁ ହିନ୍ଦୁ ଧର୍ମରେ କଣ ଦଣ୍ଡ ଲେଖା ଅଛି ଏବଂ ଆପଣ କିପରି ଏଭଳି ଅସଭ୍ୟ ଲୋକ ଙ୍କୁ ସରଳ ଉପାୟରେ ଉତ୍ତର ଦେଇ ପାରିବେ।ଗାଳି ଦେଉଥିବା ଲୋକମାନେ ନିଜେ ନିଜର ଅସଭ୍ୟତା ର ପରିଚୟ ଦେଇଥାନ୍ତି। ଏହାଛଡ଼ା ସେମାନେ ସେମାନଙ୍କ ଘର ଆଉ ବଂଶ ଖାନଦାନ ର ପରିଚୟ ଦେଇଥାନ୍ତି

ଶ୍ରୀକୃଷ୍ଣ ଦ୍ଵାପର ଯୁଗରେ କହିଛନ୍ତି ଯେ ଏପରି କଥା କହୁଥିବା ବ୍ୟକ୍ତି ଙ୍କୁ ମୁ ଘୃଣା କରେ। ଏମାନଙ୍କ ପାପ କୁ ମୁ କ୍ଷମା କରେ ନାହିଁ। ଦ୍ଵାପର ଯୁଗରେ ଏତେ ବଡ଼ ଯୁଦ୍ଧ ହୋଇଥିଲା ମହାଭାରତ ଯୁଦ୍ଧ କିନ୍ତୁ ଏଥିରେ ଏପରି ଅସଭ୍ୟ ଭାଷାର ପ୍ରୟୋଗ ହୋଇନଥିଲା। ଆଜି କାଲି ଯୁବ ସମାଜ ର ଗାଳି ଦେବା ଅଭ୍ୟାସ ହୋଇ ଗଲାଣି ଖାସ କରି ମାତା ଏବଂ ଭଉଣୀ ଙ୍କ ଗାଳି। ଗରୁଡ଼ ପୁରାଣ ଅନୁଯାୟୀ  ମାତା ଏବଂ ଭଉଣୀ ଙ୍କ ନାମରେ ଅପଶବ୍ଦ କହୁଥିବା ବ୍ୟକ୍ତି କୁ ନର୍କ ଦଣ୍ଡ ଭୋଗିବାକୁ ହୁଏ । ନର୍କ ରେ ଯନ୍ତ୍ରଣା ସାତ ବର୍ଷ ପାଇଁ ଭୋଗିବାକୁ ହୁଏ। ଅନେକ କୁହନ୍ତି ଯେ ଅପଶବ୍ଦ କହୁଥିବା ଲୋକ କୁ ଜୀବନରେ କେବେ ଶାନ୍ତି ମିଳେ ନାହିଁ। ରାବଣ ଏତେ ପାପ କଲା ପରେ ମଧ୍ୟ ମୋକ୍ଷ ପ୍ରାପ୍ତି ହୋଇଥିଲା କାରଣ ସେ ଅପଶବ୍ଦ କାହା ପ୍ରତି ବ୍ୟବହାର କରି ନଥିଲା। ଗରୁଡ଼ ପୁରାଣ ରେ ଲେଖା ଅଛି ଏଭଳି ଲୋକ କୁ ସାତ ବର୍ଷ ଯାଏ ନିଆଁରେ ଜଳାଯାଏ। କଣ୍ଟା ରେ ପିଟା ଯାଏ।

କିଭଳି ଅପଶବ୍ଦ ପ୍ରୟୋଗ କରୁଥିବା ଲୋକ ର ମୁକାବିଲା କରିବେ- ଲୋକମାନେ ଆପଣଙ୍କୁ ଏଥିପାଇଁ ଗାଳି ଦିଅନ୍ତି କି ଆପଣ ତାଙ୍କ ଗାଳି ର ପ୍ରତି ଉତ୍ତର ଦେବେ ଯାହା ଦ୍ୱାରା କୁ ଗାଳି ଦେଉଥିବା ଲୋକ ଆପଣଙ୍କ ଔକାଦ ଜାଣିଯିବ ଏହା ପରେ ସେ ଆପଣଙ୍କ ସହ ଲଢେ଼ଇ କରିବ। ସେ ଆପଣଙ୍କୁ ଗାଳି ଏଥିପାଇଁ ଦିଏ କି ସେ ଆପଣଙ୍କୁ ଅପରାଧ କରିବା ପାଇଁ ଉସୁକାଇବ। ଗାଳି ଦେବା ଦ୍ୱାରା ଆପଣଙ୍କ ଈଗୋ କୁ ହର୍ଟ ହୁଏ। ବା ଆତ୍ମ ଗର୍ଵ ତ୍ୱରାନ୍ୱିତ ହୁଏ। ଆଉ ଆପଣ କିଛି ଭୁଲ କରିବସିବେ। ଆଉ କିଛି ଲୋକ ଗାଳି ଦିଅନ୍ତି ଏଥିପାଇଁ କି ସେମାନେ ଟିକେ ଫେମସ ବା ଚିହ୍ନା ହୋଇ ପାରିବେ। ଲୋକ ତାଙ୍କୁ ଡରିବେ ଏବଂ ସେ ଟିକେ ସ୍ମାର୍ଟ ଦେଖାଯିବେ। ଲୋକ ତାଙ୍କ ସହ କଥା ହେବାକୁ ବା ମଜା କରିବାକୁ ଭୟ କରିବେ ଏବଂ ଅପମାନିତ ହେବା ଭୟରେ ତାଙ୍କର ଆଦର କରିବେ। ଏହା ଥିଲା ଗାଳି ଦେବା ପଛରେ ଥିବା ସାଇକ୍ଲୋଲୋଜି।

ଏହାର ମୁକାବିଲା କିପରି କରିବେ? ଗାଳି ଦେଉଥିବା ଲୋକ ପ୍ରତି ମୌନ ଧାରଣ କରନ୍ତୁ। ପ୍ରତି ଉତ୍ତର ରେ କିଛି ବାକ୍ୟ ନକହି ସ୍ମିତ ହସ ଦିଅନ୍ତୁ। ହସନ୍ତୁ କିନ୍ତୁ ଶବ୍ଦ ନହେବା ପରି। ଗାଳି ଦେଉଥିବା ଲୋକ ପାଗଳ ହେଇଯିବ। ଲାଜ ରେ ତା ମୁଣ୍ଡ ଖରାପ ହୋଇଯିବ।

ଥରେ ଗୌତମ ବୁଦ୍ଧ ଙ୍କୁ ଜଣେ ଗାଳି ଦେଲା।ବୁଧ ମଧ୍ୟ କିଛି କହିଲେ ନାହିଁ ପରେ ଲୋକ ଟି ଶାନ୍ତ ହେବା ପରେ କହିଲା -” ମୁଁ ତତେ ଏତେ ସୋଧିଲି ତୁ ହସୁଛୁ (ଅପଶବ୍ଦ)।”

ବୁଦ୍ଧ ସେହି ଅଭଦ୍ର ବ୍ୟକ୍ତି କୁ ପଚାରିଲେ- ” ତୁମେ ମୋ ପାଇଁ ଭଲ ଭଲ ଜିନିଷ ରୋଷେଇ କରି ମତେ ଅର୍ପଣ କରିବ। କିନ୍ତୁ ମୁଁ ଯଦି ସେଗୁଡିକୁ ଗ୍ରହଣ ନକରେ ତେବେ ତୁମେ କଣ କରିବ ?”ଅଭଦ୍ର ଲୋକ ଟି କହିଲା – “ନିଜେ ଖାଇବି”

ବୁଦ୍ଧ ଆହୁରି ହସିଲେ ଏବଂ କହିଲେ ଠିକ  ମୁଁ ମଧ୍ୟ ସେଇଆ କଲି ତମେ ଯୋଉ ଗାଳି ଦେଲ ମୁଁ ତାକୁ ଗ୍ରହଣ କଲି ନାହିଁ। ଏବେ ତୁମେ ଭାବ ତୁମେ ସେଗୁଡିକ ର କଣ ସବୁ କରିବ। ଯଦି ବଳେ ତେବେ ତୁମ ପରିବାର ଲୋକଙ୍କୁ ମଧ୍ୟ ବାଣ୍ଟି ଦେବ। ଏହି ଉଦାହରଣ ରୁ ଆମେ ଜାଣିଲେ ଯେ ଗାଳି ଦେବା ଏବଂ ଶୁଣିବା କେବଳ ସମୟ ନଷ୍ଟ, କ୍ରୋଧର ବଶ ହେବା ଅଟେ ବୋଲି।

Leave a Reply

Your email address will not be published. Required fields are marked *