October 20, 2024

Odia Express

Here, There and Everywhere

ଆମ୍ବୁଲାନ୍ସ ଗାଡିରେ AMBULANCE ଶବ୍ଦ ଓଲଟା କାହିଁକି ଲେଖା ହୋଇଥାଏ? ଜାଣନ୍ତୁ ଏହାର ଜରୁରୀ କାରଣ…

ଆମ୍ବୁଲାନ୍ସର ମହତ୍ଵ ଏବଂ ଆବଶ୍ୟକତା ତ ଆମେ ସମସ୍ତେ ଜାଣିଛେ ଯେ କିଭଳି ଏହା ଆକସ୍ମିକ ସ୍ୱାସ୍ଥ୍ୟ ସେବା ଜରିଆରେ ଲୋକଙ୍କର ଜୀବନ ରକ୍ଷା କରେ। ଆମେ ଯେବେ ମଧ୍ୟ ସଡକ ଉପରେ କୌଣସି ଆମ୍ବୁଲାନ୍ସ ଗାଡିକୁ  ଦେଖୁ ତ କୌଣସି ବ୍ୟକ୍ତିଙ୍କର ଗମ୍ଭୀର ସ୍ଥିତିର ଆଶଙ୍କାରେ ମନ ଭୟଭୀତ ହୋଇଯାଏ। ଲୋକମାନେ ଯେତେ ସମ୍ଭବ ହେବ ଏହାକୁ ବାହାରିବାର ସ୍ଥାନ ଦେଇଥାନ୍ତି ଏବଂ କାମନା କରନ୍ତି ଯେ ସେହି ବ୍ୟକ୍ତିଙ୍କର ଜୀବନ ରକ୍ଷା ହୋଇଯାଉ । ରାସ୍ତା ଉପରେ ଧାଉଁଥିବା ଏହି ଗାଡି ଅନେକ ପ୍ରକାରେ ଲୋକଙ୍କର ଧ୍ୟାନ ଆକର୍ଷଣ କରିଥାଏ ଯଦ୍ୱାରା ଆଗକୁ ଯିବାର ରାସ୍ତା ମିଳିଯିବ । କିଛି ଏପରି ହିଁ ଖାସ କାରଣରୁ ଆମ୍ବୁଲାନ୍ସ ଗାଡିରେ ଆମ୍ବୁଲାନ୍ସ ଶବ୍ଦ ଓଲଟା ଲେଖାଯାଇଥାଏ। କିନ୍ତୁ ଅଧିକାଂଶ ଲୋକମାନେ ଏହାର କାରଣ ଜାଣିନାହାନ୍ତି । ଆଜି ଆମେ ଆପଣଙ୍କୁ ଏହା ପଛର ସଠିକ କାରଣ ଜଣେଇବୁ।

ଆମ୍ବୁଲାନ୍ସରେ ସାମ୍ନା ତରଫରେ ଆପଣମାନେ ପ୍ରାୟତଃ ଦେଖିଥିବେ ଯେ ଓଲଟା ଅକ୍ଷର ରେ ଆମ୍ବୁଲାନ୍ସ ଲେଖାଯାଇଥାଏ । ପ୍ରକୃତରେ ଏହାର ଉଦ୍ଦେଶ୍ୟ ଏହା ଯେ ଆଗରେ ଚାଲୁଥିବା ଗାଡିର ଡ୍ରାଇଭରଙ୍କୁ ପଛରେ ଆସୁଥିବା ଗାଡିର ଅକ୍ଷର ପରିଷ୍କାର ଦେଖାଯିବ । ଯେହେତୁ ସେମାନେ ଦର୍ପଣରେ ଓଲଟା ଅକ୍ଷର ପଢିପାରନ୍ତି ଏଥିପାଇଁ ଓଲଟା ଅକ୍ଷର ଲେଖାଯାଇଥାଏ। ଯଦ୍ୱାରା ଲୋକମାନେ ଏହାକୁ ସଙ୍ଗେସଙ୍ଗେ ପଢିପାରିବେ ଏବଂ ଆମ୍ବୁଲାନ୍ସକୁ ଯେତେ ଶୀଘ୍ର ସମ୍ଭବ ରାସ୍ତା ଦେଇଦେବେ ।

ଲୋକଙ୍କର ଧ୍ୟାନ ଆକର୍ଷଣ କରିବା ପାଇଁ ଗ୍ରହଣ କରାଯାଏ ଏହି ସ୍ଵତନ୍ତ୍ର ଉପାୟ – ଏହି ଖାସ ଉପାୟ ଦ୍ଵାରା ଆମ୍ବୁଲାନ୍ସରେ ଲୋକଙ୍କର ଧ୍ୟାନ ଆକର୍ଷଣ କରିବା ପାଇଁ ଏବଂ ଅନ୍ୟ ଅନେକ ଉପାୟ ମଧ୍ୟ ପ୍ରୟୋଗ କରାଯାଏ ଯେପରିକି ଏଲେକ୍ଟ୍ରୋନିକ ସାଇରନ। ଫ୍ଲାଶିଙ୍ଗ ଲାଇଟସ , ସ୍ପିକର, ରେଡିଓ ଫୋନ ଏବଂ ଅନ୍ୟ ଉପକରଣ ଥାଏ ଯଦ୍ୱାରା ସଡକ ଉପରେ ସେଥିନିମନ୍ତେ ଲୋକମାନେ ରାସ୍ତା ଛାଡି ଦେବେ । ପ୍ରାରମ୍ଭିକ ସମୟରେ ପ୍ରଥମେ ଆମ୍ବୁଲାନ୍ସରେ କେବଳ ଘଣ୍ଟି ବଜେଇ ମଧ୍ୟ କାମ କରାଯାଉଥିଲା ଏହା ପରେ ସାଇରନର ପ୍ରୟୋଗ କରାଗଲା ଯେଉଁ ସାଇରନ ବାଯୁଚାପ ଦ୍ଵାରା ଚାଲୁଥିଲା । ଆଜି ସବୁଠାରୁ ପ୍ରଶିଧ୍ହ ହ୍ଵେଲେନ ଇଲୋକଟ୍ରୋନିକ ସାଇରନର ଉପଯୋଗ କରାଯାଉଛି ।

ଉଜ୍ଜ୍ଵଳ ରଙ୍ଗ ଦ୍ଵାରା ଧ୍ୟାନ ଆକର୍ଷଣ କରେ – ଆମ୍ବୁଲାନ୍ସକୁ ସବୁ ଗାଡି ମାନଙ୍କ ଠାରୁ ଅଲଗା ଦେଖାଯିବା ପଛର ଉଦ୍ଦେଶ୍ୟ ବିଲକୁଲ ପରିଷ୍କାର ଅଟେ। ଏହି ଗାଡିକୁ ଅଲଗା ଦେଖାଯିବା ପାଇଁ ଲୋକମାନେ ଏହାକୁ ଶୀଘ୍ର ଚିହ୍ନି ନେବେ ଏବଂ ଏହାକୁ ଆଗକୁ ଯିବା ନିମନ୍ତେ ସ୍ଥାନ ଦେବେ। ଆମ୍ବୁଲାନ୍ସକୁ ଅଲଗା ଦେଖାଯିବା ପାଇଁ ଚମକଦାର ରଙ୍ଗ ରେ ସଜେଇ ଦିଆଯାଇଥାଏ । ଆବଶ୍ୟକ ନୁହେଁ ଯେ ସେହି ରଙ୍ଗ ନୀଳ କିମ୍ବା ଲାଲ ହିଁ ହେବ। ହଳଦିଆ, ସବୁଜ, ନାରଙ୍ଗି ଏବଂ ଅନ୍ୟ ରଙ୍ଗରେ ମଧ୍ୟ ଆମ୍ବୁଲାନ୍ସ ସାରା ଦୁନିଆରେ ରହିଛି । ଏହାର ଉଦ୍ଦେଶ୍ୟ ମଧ୍ୟ ଏହା ଅଟେ ଯେ ସେମାନଙ୍କୁ ଲୋକମାନେ ଶୀଘ୍ର ଜାଣିପାରି ରାସ୍ତା ଦେବେ।

ଆପଣଙ୍କୁ ଜଣେଇଦେବୁ ଯେ ଆମ୍ବୁଲାନ୍ସ କେବଳ ମଟର ଗାଡି ମାନଙ୍କରେ ନଥାଏ। ଆମ୍ବୁଲାନ୍ସ ଉଡାଜାହାଜ, ହେଲିକପ୍ଟର ଠାରୁ ଆରମ୍ଭ କରି ଡଙ୍ଗା, ଘୋଡାଗାଡି, ମଟର ସାଇକେଲ ଏବଂ ସାଇକେଲରେ ମଧ୍ୟ ହୋଇଥାଏ ।

Leave a Reply

Your email address will not be published. Required fields are marked *