October 25, 2024

Odia Express

Here, There and Everywhere

ଆଜିର ମଜାଦାର ୧୫ ନୂଆ ଓଡ଼ିଆ ହସକଥା : ନଟିଆ- ଯଦି ତୋ ବାହାଘର ଏକ ଭଳି ଦେଖାଯାଉଥିବା ଯମଜ ଭଉଣୀଙ୍କ ସହିତ ହେବ ତ ତୁ ନିଜର ପତ୍ନୀକୁ କିପରି ଚିହିଁବୁ ,ତାପରେ ତା ସାଙ୍ଗ ଯାହା ଉତ୍ତର ଦେଲେ ଶୁଣିଲେ ହସିବେ ନିଶ୍ଚୟ…

1 min read

ବ୍ୟସ୍ତତା ପୂର୍ଣ୍ଣ ଏହି ଜୀବନରେ କାହାକୁ ହସେଇବା ବହୁତ କଠିନ କାର୍ଯ୍ୟ ହୋଇଥାଏ। କାହାର ହୃଦୟ ତ ସହଜରେ ଦୁଃଖୀ କରାଯାଇପାରେ କିନ୍ତୁ କାହାକୁ ଖୁସି ଦେବା ବହୁତ କଷ୍ଟର କାମ ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ନିମନ୍ତେ କିଛି ଏପରି ମଜାଦାର ଜୋକ୍ସ ନେଇ ଆସିଛୁ ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ପ୍ରଚଳିତ ଅଟେ। ଆମେ ଦାବି କରୁଛୁ ଯେ ଏହି ଜୋକ୍ସକୁ ପାଢୀ ଆପଣଙ୍କ ହସ ବନ୍ଦ ହେବ ନାହିଁ । ତେବେ ବିଳମ୍ବ କାହିଁକି, ଆସନ୍ତୁ ଆରମ୍ଭ କରିବା ହସି ହସେଇବାର ଏହି ପ୍ରକ୍ରିୟା ।

ପତ୍ନୀ ଭ୍ରମଣ ନିମନ୍ତେ ପ୍ରସ୍ତୁତ ହୋଇ ନିଜର ସ୍ଵାମୀଙ୍କୁ ପଚାରିଲେ… । ପତ୍ନୀ- କିପରି ଦେଖାଯାଉଛି ମୁଁ? ସ୍ଵାମୀ- ରାଣ ଖାଇ କହୁଛି ମନ ହେଉଛି ତୋତେ ନେଇ ପାକିସ୍ଥାନରେ ଫିଙ୍ଗି ଦେଇ ଆସିବାକୁ । ପତ୍ନୀ- କଣ? ସ୍ଵାମୀ- ପରମାଣୁ ବମ ଭଳି ଲାଗୁଛ। ଗୋଟିଏ ଧମାକାରେ ଲକ୍ଷେ ଲୋକ ଘାଇଲା ହୋଇଯିବେ ।

ପୁଅ କେତେ ମଧ୍ୟ ଭଲ ପୋଷ୍ଟ ଦେବେ କିନ୍ତୁ 3-4କମେଣ୍ଟ ମିଳିବ ଏବଂ କେହି ଝିଅ ଭୁଲରେ ମଧ୍ୟ ଲେଖିଦେବ “ମଶା କାମୁଡିଦେଲା”… । 80ପୁଅ ଡାକ୍ତର ହେଇଯିବେ ଆରେ ‘ନଖରେ କୁଣ୍ଡେଇବ ନାହିଁ ‘ ଅଲଆଉଟ ଲଗେଇକି ଶୁଅ’ ଆମକ ଢିଙ୍କି ବଗ…

ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡାରେ ସ୍ତ୍ରୀ କିଛି ବଢି ଚଢି କହିଗଲା… । ସ୍ଵାମୀ (କ୍ରୋଧରେ)- ମୁଁ କହୁଛି ନିଜର ଶବ୍ଦ ଫେରେଇ ନିଅ। ପତ୍ନୀ- ନେବି ନାହିଁ । ସ୍ଵାମୀ (ପୁଣି କ୍ରୋଧରେ)- ଶେଷଥର ପାଇଁ କହୁଛି, ନିଜର ଶବ୍ଦ ଫେରେଇ ନିଅ, ମୁଁ ତୁମକୁ ପାଞ୍ଚ ମିନିଟର ସମୟ ଦେଉଛି। ପତ୍ନୀ(ଶାନ୍ତ ଭାବରେ)- ଆଉ ଯଦି 5ମିନିଟ ଭିତରେ ନିଜର ଶବ୍ଦ ଫେରେଇ ନନେବି ତେବେ? ସ୍ଵାମୀ- ଆଚ୍ଛା, ତ ତୁମର କେତେ ସମୟ ଦରକାର!

ଦିନେ ପପ୍ପୁର ଗାର୍ଲଫ୍ରେଣ୍ଡ ଘରେ ଏକୁଟିଆ ଥିଲା ଏବଂ ତାକୁ ପପ୍ପୁ ବହୁତ ମନେପଡୁଥିଲା… । ସେ ଭାବିଲା ଯେ ଭଲ ହେଇଛି ଘରେ କେହି ନାହାନ୍ତି, ମୁଁ ପପ୍ପୁକୁ ଫୋନ କରି ଡାକିବି। ଗାର୍ଲଫ୍ରେଣ୍ଡ- ଆଜି ମୁଁ ଘରେ ଏକୁଟିଆ ଅଛି, ଆସ । ପପ୍ପୁ- ପାଗଳୀ, ତୁ ମୋର ଘରକୁ ଆସେ… ଏଠାରେ ସମସ୍ତେ ଅଛନ୍ତି। ତୋ ମନ ଲାଗିରହିବ ।

ପୁଅ ଭାଲେଣ୍ଟାଇନ ଡେ ଦିନ ଫଉଜିର ଝିଅକୁ ପ୍ରପୋଜ କଲା… ଫଉଜି- କେତେ ଆୟ କରୁଛ? ପୁଅ- ଆଜ୍ଞା 17000ଟଙ୍କା ମାସକୁ । ଫଉଜି- ଏତିକି ମାତ୍ର… ଆବେ 15000ଟଙ୍କା ମାସକୁ ତ ମୁଁ ଝିଅକୁ ପକେଟ ମନୀ ଦେଇ ଦେଉଛି। ପୁଅ- ଅଙ୍କଲ ଜୀ, ସେସବୁ ଯୋଡି କରି ତ କହୁଛି ।

ଶାଶୁ ନିଜର ନୂଆ ବୋହୁକୁ କହିଲେ… । ଶାଶୁ- ମୋର ପୁରା ଭରସା ଅଛି ଯେ ତୁମେ ରୋଷେଇ ସମ୍ଭାଳି ନେବ। ବୋହୁ ରୋଷେଇ ଘରକୁ ଗଲା, କିଛି ଭାଙ୍ଗିବାର ଜୋରଦାର ଶବ୍ଦ ହେଲା… । ଶାଶୁ- କଣ ଭାଙ୍ଗିଲୁ? ବୋହୁ- ଭରସା!

ଜଜ- କଣ ପ୍ରମାଣ ଅଛି ଯେ ଯେବେ ଦୁର୍ଘଟଣା ହେଲା ସେତେବେଳେ ତୁମେ କାର ଦ୍ରୁତ ବେଗରେ ଚଲାଉନଥିଲ? କାର ଚାଳକ- ସାହେବ, ମୁଁ ନିଜର ପତ୍ନୀକୁ ଆଣିବାକୁ ଶ୍ଵଶୁରଘରକୁ ଯାଉଥିଲି। ଜଜ- ଓଃ, ଛାଡିଦିଅ ଏହି ନିରୀହକୁ, ଏପରି ସମୟରେ କେହି ମଧ୍ୟ ଦ୍ରୁତ ବେଗରେ ଚଳେଇ ପାରିବେ ନାହିଁ ।

ତୋଫାନର ପ୍ରତୀକ୍ଷା କରନ୍ତୁ ନାହିଁ… ପତ୍ନୀ ସହିତ ବାହାରେ ରାତ୍ର ଭୋଜନର ପ୍ରୋଗ୍ରାମ କରନ୍ତୁ… । ପତ୍ନୀ ପ୍ରସ୍ତୁତ ହେବା ପରେ କ୍ୟାନ୍ସଲ କରିଦିଅନ୍ତୁ… ତୋଫାନ ଆପେଆପେ ଆସିଯିବ…

ପ୍ରେମୀ- ବେୱଫା ତୁ ହୃଦୟ ଜଳେଇ ଦେଲୁ,ମୋର ହୃଦୟ ଜଳି ପାଉଁଶ ହେଇଗଲା… । ପ୍ରେମିକା- ତୋର ତ୍ୟାଗ ବେକାର ଯିବନାହିଁ, ପାଉଁଶ ପଠେଇ ଦେ, ବାସନ ମାଜିବାର କାମ ଆସିବ … ।

ଜଣେ ବ୍ୟକ୍ତି ଘରର ପୁରୁଣା କାଗଜ ଦେଖୁଥିଲେ, ସେତେବେଳେ ତାଙ୍କ ହାତରେ ପତ୍ନୀଙ୍କର 8ମ ଶ୍ରେଣୀର ରିପୋର୍ଟ କାର୍ଡ ଆସିଲା। ନମ୍ବରର ତଳେ ଚରିତ୍ର ପ୍ରମାଣପତ୍ର ପଢିକି ସ୍ଵାମୀ ଆଜି ପର୍ଯ୍ୟନ୍ତ ବେହୋଶ ଅଛନ୍ତି… ଲେଖା ଯାଇଥିଲା, “ମଧୁର ଭାଷୀ ଏବଂ ଶାନ୍ତି ପ୍ରିୟ ଛାତ୍ରୀ?

ସାନ୍ତା- ଯଦି ତୋର ବାହାଘର ଏକ ଭଳି ଦେଖାଯାଉଥିବା ଯାଁଳା ଭଉଣୀଙ୍କ ସହିତ ହେବ ତ ତୁ ନିଜର ପତ୍ନୀକୁ କିପରି ଚିହ୍ନିବୁ? ବାନ୍ତା- ନେ… ଏଥିରେ କଣ ବଡ କଥା ଅଛି! ମୁଁ ଦୁଇଜଣଙ୍କର ଚୁଟି ଟାଣିବି… ଯଦି ରାଗିବ ତ ସ୍ତ୍ରୀ, ହସିଲେ ଶାଳି ।

Leave a Reply

Your email address will not be published. Required fields are marked *