October 18, 2024

Odia Express

Here, There and Everywhere

ଏହି ଉପାୟ ଦ୍ୱାରା ଦାନ୍ତ ର ସଢ଼ିବା ଏବଂ ଦାନ୍ତ ବିନ୍ଧାରୁ ମୁକ୍ତି ମିଳେ -ଆଜି ଜାଣିରଖନ୍ତୁ ଏ ବିଷୟରେ

1 min read

ଖାଦ୍ୟ କୁ ଚୋବାଇ ଖାଇବା ରେ ଦାନ୍ତ ଆମର ସହାୟକ ହୁଏ ଏହା ଛଡା ଦାନ୍ତ ନଥିଲେ ଚେହେରା ମଧ୍ୟ ସୁନ୍ଦର ଦେଖା ଯାଏ ନାହିଁ। ଧଳା ଦାନ୍ତ ଆମ ସୁନ୍ଦରତା କୁ ବଢ଼େଇ ଥାଏ। ସେହି ପରି ଦାନ୍ତ ମଜବୁତ ନହେବା ଦ୍ୱାରା ଖାଦ୍ୟ ଚୋବାଇ ଖାଇବା ରେ ଅସୁବିଧା ହୁଏ। କିଛି ଥଣ୍ଡା ବା ଗରମ ଖାଇବା ଦ୍ୱାରା ଝଂଝନା ଲାଗେ।ଏହା ବହୁତ ବିରକ୍ତି କର ହୋଇଥାଏ। ଦାନ୍ତ ର ସମସ୍ତ ରୋଗ ଆରମ୍ଭ ହୁଏ ମିଠା ଜିନିଷ ରୁ । ମିଠା ଜିନିଷ ଖାଇବା ଦ୍ଵାରା ଆମ ପାଟିରେ ଥିବା ଜୀବାଣୁ କିଟାଣୁ ଗୁଡିକ ଙ୍କ ବଂଶ ବିସ୍ତାର ଘଟି ସଂଖ୍ୟା ଅଧିକ ହୋଇଯାଏ। ଯାହାକି ଆମ ଦାନ୍ତ ର ଭବିଷ୍ୟତ ପାଇଁ ହାନିକାରକ ଅଟେ। କ୍ୟାଭିଟି ଏକ ଭୟଙ୍କର ରୋଗ ଅଟେ। ପ୍ରଥମରୁ ଏହାକୁ ଲୋକେ ଅଣଦେଖା କରନ୍ତି। ଉପରୁ ଛୋଟ କଳା ଆକାର ର ହୋଇ ଧୀରେ ଧୀରେ ଏହା ବଢିବାକୁ ଲାଗେ। ଏହା ଯେତେବେକେ ଦାନ୍ତ ମୂଳରେ ପହଞ୍ଚି ଯାଏ ସେବେ ଦାନ୍ତ ଶଢି ଯାଏ ଏବଂ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ କିଛି ଏଭଳି ଟିପ୍ପସ୍ ଏହି ଘରୋଇ ଉପଚାର ଦ୍ୱାରା ଆପଣ ନିଜ ପୋକ ଖିଆ ଦାନ୍ତ କିମ୍ବା ଦାନ୍ତ ମୂଳ ବିନ୍ଧୁଥୁବା ଦାନ୍ତ ର ଉପଚାର କରି ପାରିବେ।

ଲବଙ୍ଗ ତେଲ ;- ବଜାର ରୁ ଏକ ଶିଶି ଲବଙ୍ଗ ତେଲ ନେଇ ଆସନ୍ତୁ ଯାହାର ଦାମ 20 ରୁ 30 ଟଙ୍କା ଅଟେ। ଲବଙ୍ଗ ଏକ ମସଲା ରେ ବ୍ୟବହୃତ ହେଉଥିବା ଦ୍ରବ୍ୟ ଅଟେ। ଏହା କୁ ମୁଖ ଦୃଗନ୍ଧ ଦୂର କରିବାରେ ବ୍ୟବହୃତ ହୁଏ। ଉପାୟ ଏହା ହେଉଛି ଯେ ଆପଣ ଲବଙ୍ଗ ତେଲ କୁ ଛୋଟ ଛୋଟ ତୁଳା ରେ ଭିଯାଇ ଖଡିକା ସାହାଯ୍ୟରେ ନେଇ ନିଜ ଦାନ୍ତ ମୂଳେ ଲଗାନ୍ତୁ ଏହା ଦ୍ୱାରା ଦାନ୍ତ ବିନ୍ଧା ସମ୍ପୂର୍ଣ୍ଣ ଭାବେ କମିଯିବ। ଦାନ୍ତ ପୋକ ଖାଉଥିଲେ ଏହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ କମିଯିବ।

ଦହି , ଦହି ଖାଇବା ଦ୍ୱାରା ଆପଣଙ୍କ ପାଟିରେ ପି ଏଚ ବା ଅମ୍ଳତ୍ୱ ସନ୍ତୁଳନତା ରକ୍ଷା ହୁଏ।

ଫିଟିକିରି, ଫିଟିକିରି କୁ ଏକ ଗ୍ଲାସ ପାଣୀ ରେ ଗୁଣ୍ଡ କରି ମିଶେଇ ଦିଅନ୍ତୁ। ପରେ ଏହି ପାଣି ରେ ଅଳ୍ପ ଲୁଣ ପକାଇ ସେହି ପାଣିରେ କୁଳି କରନ୍ତୁ ଏହାଦ୍ୱାରା ଦାନ୍ତ ର ସମସ୍ତ ରୋଗ ଦୂର ହୋଇଯିବ। କିଛି ନୁହେଁ ମାତ୍ର ଦୁଇ ସପ୍ତାହ ପାଇଁ ଏହାକୁ ସକାଳେ ଏବଂ ସନ୍ଧ୍ୟାରେ କୁଳି କରନ୍ତୁ। ଫାଇଦା ତୁରନ୍ତ ଦେଖାଯିବ।

ଏହାଛଡା ଅଧିକ ରୁ ଅଧିକ କ୍ଷୀର, ଚୁନା ମାଛ,ଅଣ୍ଡା ଆଦି କ୍ୟାଲସିୟମ ଯୁକ୍ତ ଖାଦ୍ୟ ର ସେବନ କରନ୍ତୁ। ଅଧିକ ଦାନ୍ତ ଶଢିବା ଦ୍ୱାରା ଡାକ୍ତର ଙ୍କ ସହ ସମ୍ପର୍କ କରନ୍ତୁ। କ୍ୟାଲସିୟମ କ୍ୟାପସୁଲ ଆଦି ର ସେବନ କରନ୍ତୁ।କାରଣ ଦାନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ ଶରୀର ର।

Leave a Reply

Your email address will not be published. Required fields are marked *