October 22, 2024

Odia Express

Here, There and Everywhere

ବିଦେଶୀ ଝିଅର ହେଲା ଭାରତୀୟ ପୁଅ ସହିତ ପ୍ରେମ, ଏବେ ବିବାହ କରି ଗାଁ ରେ ଏଭଳି ଜୀବନ ବିତାଉଛି – ଦେଖିଲେ ଆପଣ କହିବେ…

ଆମର ଭାରତରେ ହୁଏତ ଲକ୍ଷେ ଖରାପ ଅଛି କିନ୍ତୁ ଏଠାକୁ ଆସୁଥିବା କୌଣସି ବି ମଧ୍ୟ ଏଠାକାର ହୋଇ ରହି ଯାଆନ୍ତି । ଏଥିପାଇଁ ମନୁଷ୍ୟକୁ ପ୍ରେମ ହେବା ଜରୁରୀ ଅଟେ। ଯେପରି କୌଣସ ସ୍ଥାନ ସହିତ ପ୍ରେମ କିମ୍ବା କୌଣସି ବ୍ୟକ୍ତି ସହିତ ପ୍ରେମ ହେବା ଏବଂ ଏହି କଥାକୁ ପ୍ରମାଣିତ କରିଥାଏ ଫ୍ରାନ୍ସ ର ନିବାସୀ ମାରୀ, ଯିଏ ସାତ ବର୍ଷ ପୂର୍ବେ ଏଠାକୁ ଭ୍ରମଣ ନିମନ୍ତେ ଆସିଥିଲେ ଏବଂ ତାପରେ ତାଙ୍କୁ ପ୍ରେମ ହେଲା ଏବଂ ବିବାହ କରି ଏଠାରେ ରହିଗଲେ । ସେ ଫ୍ରାନ୍ସର ପ୍ୟାରିସ ସହରରେ ଜନ୍ମ ନେଇଥିଲେ, ନିଜର ବାଲ୍ୟକାଳ ସେଠାରେ ବିତାଇଲେ କିନ୍ତୁ ଯେବେ କଥା ବିବାହର ଆସିଲା ତ ତାଙ୍କୁ ଦେଶୀ ପୁଅ ଭଲ ଲାଗିଲା ଏବଂ ତାଙ୍କ ସହିତ ବିବାହ କରିନେଲେ ଏବେ ସେ ଏକ ଭାରତୀୟ ମହିଳା ଭଳି ଜୀବନ ବ୍ୟତୀତ କରୁଛନ୍ତି। ବିଦେଶୀ ଝିଅକୁ ହେଲା ଭାରତୀୟ ପୁଅ ସହିତ ପ୍ରେମ, ତାଙ୍କର ଫଟୋ ଦେଖି ଆପଣଙ୍କୁ ବିଲକୁଲ ବିଶ୍ଵାସ ହେବ ନାହିଁ ଯେ କୌଣସି ବିଦେଶୀ ଝିଅ ଏପରି କରିପାରେ।

ବିଦେଶୀ ଝିଅକୁ ହେଲା ଭାରତୀୟ ପୁଅ ସହିତ ପ୍ରେମ: 33ବର୍ଷର ମାରୀ ଭାରତରେ ମାଣ୍ଡୁ ଭ୍ରମଣ ଉଦ୍ଦେଶ୍ୟ ରେ ଆସିଥିଲେ ଏବଂ ଏଠାକାର ଐତିହାସିକ କିଲ୍ଲା ଏବଂ ତାର ସୁନ୍ଦର ଘାଟି କୁ ବୁଝେଇବା ବାଲା ଗାଇଡ ଙ୍କ ସହିତ ମନ ଲାଗିଗଲା। ଏହି ବିଦେଶୀ ମହିଳା ଟୁରିଷ୍ଟ ଗାଇଡ ଧୀରଜଙ୍କ ସହ ବିବାହ କରିନେଲେ ଏବଂ ମାଣ୍ଡୁରେ ନିଜର ଜୀବନ ବିତାଉଛନ୍ତି। ମାରୀଙ୍କର ବାପା ଡାକ୍ତର ଏବଂ ମାଆ ଶିକ୍ଷକ ଅଟନ୍ତି। ମାରୀ ନିଜେ ଜଣେ ଶିକ୍ଷକ ଅଟନ୍ତି ଏବଂ ଆଜି ସେ ଭଙ୍ଗା ହିନ୍ଦୀ ମଧ୍ୟ କହିପାରୁଛନ୍ତି । ତାଙ୍କର ପରିପାଟି ଶାଢୀ ଏବଂ ସାଲୁଅର ସୁଟ ଅଟେ ଏବଂ ଏହାକୁ ପିନ୍ଧି ସେ ଗର୍ବ ଅନୁଭବ କରୁଛନ୍ତି। ଆଜି ମଧ୍ୟ ସେ ପ୍ୟାରିସ ର କିଛି ପିଲାଙ୍କୁ ଅନଲାଇନ ପଢାନ୍ତି ଏବଂ ତାଶ ନୋଟ୍ସ ମଧ୍ୟ ବନେଇ ପଠାନ୍ତି। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ଯେଉଁ ମାନଙ୍କୁ ସେ ଫ୍ରେଞ୍ଚ ଏବଂ ହିନ୍ଦୀ ଦୁଇଟି ଭାଷା ଶିକ୍ଷା ଦେଉଛନ୍ତି। ଏ ସବୁଠାରୁ ବଡ କଥା ଏହା ଯେ ମାରୀ ମାଣ୍ଡୁରେ ନିଜର ଘର ନିଜେ ତିଆରି କରୁଛନ୍ତି ଏବଂ ଏଥିପାଇଁ ସେ ମିସ୍ତ୍ରୀ ସହିତ କାମ ମଧ୍ୟ କରୁଛନ୍ତି ।

ମାରୀଙ୍କର ଦୁଇଟି ସନ୍ତାନ ମଧ୍ୟରୁ ଜଣେ କାଶୀ ଯିଏ 5ବର୍ଷର ଅଟେ ଏବଂ ଦ୍ଵିତୀୟ ନୀଳ ଯିଏ ଏବେ 3ବର୍ଷର ଅଟେ। ଏମାନଙ୍କ ମଧ୍ୟରୁ ଜଣଙ୍କର ଜନ୍ମ ଦିଲ୍ଲୀ ତ ଅନ୍ୟ ଜଣକ ଜନ୍ମ କୋଚ୍ଚିରେ ହୋଇଛି। ମାରୀ ପୁରା ଘରର କାମ ନିଜେ ହିଁ କରନ୍ତି ଏବଂ ତାଙ୍କର କହିବା ଅଟେ ଯେ ସେ ନିଜର ସନ୍ତାନଙ୍କୁ ଏବେ ସ୍କୁଲ ପଠେଇବେ ନାହି 10ବର୍ଷ ପର୍ଯ୍ୟନ୍ତ ନିଜେ ସେମାନଙ୍କୁ ପଢେଇବେ ଏବଂ ତାପରେ ମୌଳିକ ସମସ୍ତ ଜିନିଷ ସେମାନଙ୍କୁ ଶିଖେଇବା ପରେ ହିଁ ସ୍କୁଲକୁ ପଠେଇବେ।

ଅଧିକତର ପୋଷାକ ପିନ୍ଧନ୍ତି ଶାଢୀ ଏବଂ ସୁଟ: ମାରୀ ସଂପୂର୍ଣ୍ଣ ରୂପେ ଦେଶୀ ରଙ୍ଗରେ ଢଳି ସାରିଛନ୍ତି ଏବଂ ଏବେ ଅଧିକତର ସେ ସାଲୁଆର ସୁଟ କିମ୍ବା ଶାଢୀ ହିଁ ପିନ୍ଧୁଛନ୍ତି। କୌଣସି ଉତ୍ସବ କିମ୍ବା ପୂଜା ସମୟରେ ତାଙ୍କୁ ଶାଢୀ ପିନ୍ଧିବା ବହୁତ ଭଲ ଲାଗିଥାଏ। ମାରୀ ଜଣେଇଛନ୍ତି ଯେ ଭାରତୀୟ ଟ୍ରେଣ୍ଡ ହିସାବରେ ଶାଢୀକୁ ପିନ୍ଧି ତାଙ୍କୁ ଅନ୍ତରରୁ ବହୁତ ଭଲ ଲାଗେ ଏବଂ ତାଙ୍କର ପିଲାମାନେ ମଧ୍ୟ ଅନ୍ୟ ପିଲାଙ୍କ ସହିତ ପାରମ୍ପରିକ ଖେଳ ଖେଳନ୍ତି । ସେ ନିଜର ସ୍ଵାମୀ ଏବଂ ପିଲାଙ୍କ ଖାଦ୍ୟର ସ୍ଵତନ୍ତ୍ର ଖିଆଲ ରଖନ୍ତି ଯାହାଦ୍ଵାରା ତାଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ। ଯେଉଁଥି ପାଇଁ ସେ ଶାକାହାରୀ ଖାଦ୍ୟ, ଅଙ୍କୁରିତ ଶସ୍ୟ ଏବଂ ବିନା ତେଲ ଘିଅର ଖାଦ୍ୟ ପ୍ରସ୍ତୁତ କରନ୍ତି । ମାରୀ କିମ୍ବା ତାଙ୍କର ପିଲା ମାନଙ୍କର ସ୍ୱାସ୍ଥ୍ୟ ସମ୍ଭାନ୍ଧୀୟ କୌଣସି ଅସୁବିଧା ହୁଏ ତ ସେ ସିଧା ନିଜର ପିତା ଙ୍କୁ ସମ୍ପର୍କ କରନ୍ତି ଯିଏ କି ଫ୍ରାନ୍ସରେ ରହନ୍ତି ।

Leave a Reply

Your email address will not be published. Required fields are marked *