ଯଦି ଏହି କିଛି ଲକ୍ଷଣ ନଜର ଆସୁଛି ତ ଆପଣ ତୁରନ୍ତ ନିଜ ଲିଭର ର ଯାଞ୍ଚ କରାନ୍ତୁ ନହେଲେ ଆପଣ…
ଅନ୍ୟ ସମସ୍ତ ଅଙ୍ଗ ଯେପରି କି ମସ୍ତିଷ୍କ, ହୃଦୟ ଅଥବା ଅନ୍ୟ ସବୁ ଭଳି ଆମର ଲିଭର ବି ଆମ ଶରୀର ପାଇଁ ମହତ୍ତ୍ୱପୂର୍ଣ ହେଇଥାଏ। ଆମ ଶରୀର ର ପେଟ ଅଥବା ଆବଡମେନ ର ଉପର ଭାଗ ରେ ଲିଭର ଉପସ୍ଥିତ ଥାଏ। ଏହି ଲିଭର ଆମ ଶରୀର ର କିଛି ସବୁଠୁ ବଡ଼ ଆଭ୍ୟନ୍ତରୀଣ ଅଙ୍ଗ ମାନଙ୍କ ଭିତରୁ ଗୋଟେ ହେଇ ଥାଏ। ଏହା ଆମ ଶରୀର ର ବହୁତ କିଛି କରିଥାଏ। ଏହା ଆମ ଶରୀର ର ରକ୍ତ କୋଶିକା ଗୁଡିକୁ ପରିଷ୍କାର କରିଥାଏ ଆଉ ଆମେ ଖାଉଥିବା ଖାଦ୍ୟ ପଦାର୍ଥ ରୁ ଏହା ସମସ୍ତ ପୋଷକ ତତ୍ତ୍ୱ ବାହାର କରି ଆମ ଶରୀର କୁ ଯୋଗାଇଥାଏ। ଏହା ଆମ ଶରୀର ଭିତର ର ସମସ୍ତ ମଇଳା ଜାତୀୟ ପଦାର୍ଥ କୁ ସଫା କରିଥାଏ ଆଉ ଆମ ଶରୀର ର ତତ୍ତ୍ୱେ କୁ ସଫା ଆଉ ସ୍ଵଛ କରିଥାଏ।
ଆମର ବହୁତ କିଛି ଖରାପ ଆଦତ ରୁ ଆମ ଶରୀର ର ଲିଭର ଖରାପ ହେଇଥାଏ। ଖାଦ୍ୟ ରେ ଖରାପ କରିବା, ଖାଦ୍ୟ ଆମେ ରେ ଅଳମ ବିଲମ କରିବା ତଥା ବିଷାକ୍ତ ପଦାର୍ଥ ର ସେବନ ଅଧିକ କରିବା ଦ୍ୱାରା ଆମ ଶରୀର ର ଲିଭର ଖରାପ ହେଇଥାଏ। ଯେଉଁ ବି ଅଙ୍ଗ ହେଉ ଅଥବା ଆଉ କିଛି ଯାହାର କାମ ହେଉଛି ଶରୀର ର ଅନ୍ୟ ଅଙ୍ଗ ମାନଙ୍କୁ ସଫା କରିବା, ତାହା ଧୀରେ ଧୀରେ ନିଜେ ଅପରିଷ୍କାର ହେଇ ହେଇ ଯାଏ। ତେଣୁ ଏହା କିଛି ଏପରି ସଂକେତ ପ୍ରଦାନ କରେ ଯାହାକୁ କି ଆମେ ଦେଖିପାରୁ ମାତ୍ର ଅନୁଭବ କରିପାରୁନା। ତ ଆଜି ଆମେ କଥା ହେବାକୁ ଯାଉଛୁ ଲିଭର ର କିଛି ବପରି ସଂକେତ ବାବଦରେ ଯାହା କରିବା ଦ୍ୱାରା ଆମର ଲିଭର ଆମ ସହାଯ୍ୟ ଆଶା କରିଥାଏ। ତ ଆସନ୍ତୁ ଜାଣିବା।
୧: ବାର ବାର ପେଟ ଖରାପ ହେବା: ବାର ବାର ପେଟ ଖରାପ ହେବା, ବାରମ୍ବାର ବାନ୍ତି ଆସିବା ଅଥବା ପେଟ ଗ୍ୟାସ ହେବା ଆଉ ମୁଣ୍ଡ ବିନ୍ଧିବା ଇତ୍ୟାଦି ଲକ୍ଷଣ ଆମ ଲିଭର ଖରାପ ହେବାର ସଂକେତ ଦେଇଥାଏ।ଯେତେବେଳେ ଆମ ଲିଭର ଖରାପ ଥାଏ ଆମେ ଟିକେ ବାହାରୁ ଖାଦ୍ୟ ଖାଇଲେ ବି ତାହା ହଜାମ ହେଇ ନଥାଏ। ତେଣୁ ଯାହାକୁ ବି ବାର ବାର ପେଟ ଜନିତ ସାମସ୍ୟା ହେଉଛି ସେ ଥରେ ନିଜର ଲିଭର ର ଚେକ କରେଇ ଦେବା ଦରକାର।
୨:ବାର ବାର ଥକା ଲାଗିବା ବା କମଜୋରି ହେବା: ଦୈନନ୍ଦିନ ଜୀବନ ରେ ଅନେକ କାମ କୁ ନେଇ ଥକା ଲାଗିବା ଏକ ସାଧାରଣ କଥା ମାତ୍ର ଯଦି ଏହା ବାର ବାର ହୁଏ ତ ଏହାର ସମ୍ବନ୍ଧ ଲିଭର ସହ ବି ଥାଇ ପାରେ। କାରଣ ଅଧିକ ବିଷାକ୍ତ ଖାଦ୍ୟ ଖାଇ ଖାଇ ଆମର ଲିଭର ର କାର୍ଯ୍ୟ କ୍ଷମତା ଚାଲି ଯାଇଥାଏ।