December 22, 2024

Odia Express

Here, There and Everywhere

ଅନେକ ବର୍ଷରୁ ରାବଣର ଆତଙ୍କର ଛାୟାରେ ବଞ୍ଚିଛନ୍ତି ଏହି ଗ୍ରାମର ଲୋକମାନେ, ରହସ୍ୟ ଜାଣିକି ଉଡିଯିବ ଆପଣଙ୍କ ହୋଶ…

କିଛି ଦିନ ପୂର୍ବେ ସାରା ଦେଶରେ ଦଶହରା ପର୍ବ ବହୁତ ଧୂମଧାମରେ ପାଳନ କରାଯାଇଥିଲା । ସେହି ଦିନକୁ ଦଶହରା ଏଥିପାଇଁ କୁହାଯାଏ କାରଣ ସେହି ଦିନ ଦଶଶିର ବାଲା ରାବଣର ବଦ୍ଧ ଭଗବାନ ରାମ କରିଥିଲେ। ଦଶହରା ଦିନକୁ ଖରାପ ଉପରେ ଭଲର ବିଜୟ ରୂପରେ ମଧ୍ୟ ପାଳନ କରାଯାଏ। ରାମାୟଣର ଘଟଣା ଅନେକ ଯୁଗ ପୂର୍ବେ ହୋଇଥିଲା। ସେତେବେଳ ଠାରୁ ନେଇ ଆଜି ପର୍ଯ୍ୟନ୍ତ ଲୋକମାନେ ଏହାକୁ ପାଳନ କରି ଆସୁଛନ୍ତି। ସାରା ଦେଶରେ ଦଶହରା ପର୍ବକୁ ହର୍ଷୋଲ୍ଲାସ ସହିତ ପାଳନ କରାଯାଏ ।

ଆଜି ମଧ୍ୟ ବଜାୟ ରହିଛି ଗ୍ରାମ ଉପରେ ରାବଣର ଆତଙ୍କ: ଦଶହରା ଏବଂ ରାବଣ ସହିତ ଜଡିତ ଅନେକ ଏପରି ଘଟଣା ରହିଛି, ଯାହା ବିଷୟରେ କମ ଲୋକେ ଜାଣିଛନ୍ତି। କିଛି ଦିନ ପୂର୍ବେ ଆମେ ଆପଣଙ୍କୁ ରାବଣର ମୃତ ଶରୀର ବିଷୟରେ ଜଣେଇଥିଲୁ । ଆଜି ଆମେ ରାବଣ ସହିତ ଜଡିତ ଏକ ଅନ୍ୟ ରହସ୍ୟ ବିଷୟରେ କହିବାକୁ ଯାଉଛୁ । ବିଶ୍ଵାସ କରନ୍ତୁ ଏହି ରହସ୍ୟ ଆପଣଙ୍କୁ ଉପର ଠାରୁ ଆରମ୍ଭ କରି ତଳ ପର୍ଯ୍ୟନ୍ତ ଦୋହଲେଇ ଦେବ । ଯେଉଁଠାରେ ଦଶହରା ଦିନ ସାରା ଦେଶରେ ହର୍ଷୋଲ୍ଲାସ ସହିତ ଏହି ପର୍ବକୁ ପାଳନ କରାଯାଏ, ସେଠାରେ ଉତ୍ତରପ୍ରଦେଶରେ ଏକ ଏପରି ଗ୍ରାମ ଅଛି ଯେଉଁଠାରେ ଆଜି ମଧ୍ୟ ରାବଣର ଆତଙ୍କ ରହିଛି ।

ଭଗବାନ ରାମ କରିଥିଲେ ସେନା ସହିତ ଲଙ୍କା ଗମନ : ଏହି ଗ୍ରାମରେ ରାବଣର ଭୟରେ ଦଶହରା ପର୍ବ ପାଳନ କରାଯାଏ ନାହିଁ । ରାବଣ ବିଷୟରେ କୁହାଯାଏ ଯେ ସେ ବହୁତ ଅଧିକ ଶକ୍ତିଶାଳୀ ଥିଲା। ରାବଣ ଜାତିରେ ବ୍ରାହ୍ମଣ ଥିଲା କିନ୍ତୁ କର୍ମରେ ସେ ରାକ୍ଷସ ଥିଲା। ସେ ଭଗବାନ ଶିବଙ୍କର ଭକ୍ତ ଥିଲା, ଯେଉଁ କାରଣରୁ ଭଗବାନ ଶିବ ତାକୁ ବର ମଧ୍ୟ ଦେଇଥିଲେ । ରାବଣ ନିଜର ଭଉଣୀର ପ୍ରତିଶୋଧ ନେବା ପାଇଁ ମାତା ସୀତାଙ୍କର ଅପହରଣ କରିନେଇଥିଲା । ଏବଂ ତାଙ୍କୁ ବନ୍ଦିନୀ କରି ଅଶୋକ ବାଟିକାରେ ରଖିଦେଲା । ମାତା ସୀତାଙ୍କୁ ଫେରେଇ ଆଣିବା ପାଇଁ ଏବଂ ପାପର ଅନ୍ତ ନିମନ୍ତେ ଭଗବାନ ରାମ ନିଜର ସେନା ସହିତ ଲଙ୍କା ଗମନ କରିଥିଲେ ।

ଅନେକ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ଯୁଦ୍ଧ ରେ ଦୁଇ ତରଫର ସହସ୍ରାଧିକ ଲକ୍ଷାଧିକ ଲୋକ ମଲେ। ଅନେକ ରାକ୍ଷସଙ୍କର ଅନ୍ତ ପରେ ବିଭୀଷଣଙ୍କ ସହାୟତାରେ ଭଗବାନ ରାମ ଦଶହରା ଦିନ ରାବଣର ବଦ୍ଧ କଲେ। ଏହା ମଧ୍ୟ କୁହାଯାଏ ଯେ ଯଦି ଭଗବାନ ରାମଙ୍କର ସହାୟତା ବିଭୀଷଣ କରିନଥାନ୍ତେ ତେବେ ରାବଣକୁ ମାରିବା ଅସମ୍ଭବ ଥିଲା । ଯଦିଓ ରାବଣର ମୃତ୍ୟୁ ପରେ ପ୍ରତ୍ୟେକ ବର୍ଷ ଦଶହରା ଦିନକୁ ବିଜୟାଦଶମୀ ରୂପରେ ପାଳନ କରାଯାଏ। ଏହି ଦିନ ସାରା ଦେଶରେ ରାବଣର ପ୍ରତିମୂର୍ତ୍ତି ପୋଡା ଯାଏ। କିନ୍ତୁ ଉତ୍ତରପ୍ରଦେଶର ନୋଏଡାରେ ସେଠାରୁ 10କିଲୋମିଟର ଦୂର ଏକ ଗ୍ରାମ ଅଛି , ଯେଉଁଠାରେ ଦଶହରା ପାଳନ କରାଯାଏ ନାହିଁ ।

ଏହି ଗ୍ରାମରେ ହୋଇଥିଲା ରାକ୍ଷସରାଜ ରାବଣର ଜନ୍ମ : କୁହାଯାଉଛି ଯେ ଏହି ଗ୍ରାମରେ ନାହିଁ କେବେ ରାମଳୀଳା ହୁଏ ଏବଂ ନା ହିଁ କେବେ ଦଶହରାର ପର୍ବ ପାଳନ କରାଯାଏ ଏବଂ ରାବଣର ଦହନ କରାଯାଏ। ରହସ୍ୟ ଭରା ଏହି ଗ୍ରାମର ନାମ ବିସରଖ  ଅଟେ ଏବଂ ଏହା କୁହାଯାଏ ଯେ ଏହା ରାବଣର ପୈତୃକ ଗ୍ରାମ ଅଟେ। ଏପରି କୁହାଯାଏ ଯେ ଏଠାରେ ରାକ୍ଷସଙ୍କ ରାଜା ରାବଣର ଜନ୍ମ ହୋଇଥିଲା। ଏଥିପାଇଁ ଯେଉଁ ଦିନ ସାରା ଦେଶରେ ଦଶହରାକୁ ଧୂମଧାମରେ ପାଳନ କରାଯାଏ, ସେଠାରେ ଏହି ଗ୍ରାମରେ ଶୋକ ଖେଳିଯାଇଥାଏ ।

Leave a Reply

Your email address will not be published. Required fields are marked *