ପାଣି ପିଇବାର ସଠିକ ତରିକା ଏବେ ଜାଣି ରଖନ୍ତୁ – ୨୧ ଦିନ ଆପଣ ଏପରି ପାଣି ପିୟନ୍ତୁ ଆପଣଙ୍କ ସହ ଏପରି ହେବ ଯେ..

ପ୍ରକୃତିରେ ଅବଶ୍ୟକୀୟ ଜିନିଷ ଗୁଡ଼ିକ ମଧ୍ୟରୁ ପାଣି ହେଉଛି ଏକ ଅମୂଲ୍ୟ ଜିନିଷ। ଏହା ସହଜରେ ଏବଂ ଅଧିକ ପରିମାଣରେ ପୃଥିବୀ ରେ ମିଳିଥାଏ ତେଣୁ ପୃଥିବୀରେ ଯିବା ଜଗତ ତିଷ୍ଠିବା ସମ୍ଭବ ହୋଇ ପାରିଛି। ପାଣି ପିଇବା ଦ୍ୱାରା ଶୋଷ ମେଣ୍ଟା ଯାଏ ଏବଂ ଶରୀର କୁ ଶକ୍ତି ମିଳେ ଏକଥା ତ ଆମେ ସମସ୍ତେ ଜାଣିଛନ୍ତି କିନ୍ତୁ ଏହି ପାଣି କୁ ଯଦି ଅଧିକ ପରିମାଣ ର ପିଆ ଯାଏ ତେବେ ବ୍ୟକ୍ତି ଙ୍କ ମୃତ୍ୟ ମଧ୍ୟ ହୋଇପାରେ। ପାଣି କୁ ଆମେ ଯେପରି ସାଧାରଣ ଭାବେ ପିଉଛୁ ସେଥିପାଇଁ ଆମ ର ଅନେକ କ୍ଷତି ହେଉଛି। ଯଥା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ପକ୍ଷପାତ, କିଡିନ୍ ଷ୍ଟୋନ,ପେଟ ସମସ୍ୟା ଇତ୍ୟାଦି। ଜଳ ପିଇବା ର ସ୍ୱତନ୍ତ୍ର ବିଧି ରହିଛି। ଏବଂ ଏହାକୁ କେଉଁ ସମୟରେ ପିଇବା ଉଚିତ ଏବଂ କେଉଁ ସମୟରେ ପିଇବା ଉଚିତ ନୁହଁ ତାହା ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ଙ୍କ ଜାଣିବା ଉଚିତ। ନଚେତ ଭବିଷ୍ୟ ରେ ଅସୁବିଧା ରେ ପଡ଼ି ପାରନ୍ତି। ତେବେ ଆସନ୍ତୁ ସେଗୁଡିକ ଜାଣିବା।
1 – ପାଣି କୁ କିପରି ସେବନ କରିବା ଉଚିତ?
ପାଣି ଏକ ରଂଗହୀନ, ସ୍ଵାଦହୀନ ପଦାର୍ଥ ଅଟେ ଏହା ପ୍ରତ୍ୟକ ଜୀଵ ପାଇଁ ଅତ୍ୟାବଶ୍ୟକ ଅଟେ। ମନୁଷ୍ୟ ଭଳି ପ୍ରାଣୀ ଖାଦ୍ୟ ବିନା କିଛି ଦିନ ଜୀବିତ ତ ରହି ପାରିବ କିନ୍ତୁ ଜଳ ବିନା ନୁହଁ। ଆମ ଶରୀର ରେ ପ୍ରାୟ 70 ଭାଗ ଜଳ ଅଟେ। ଜଳ କୁ ଆମେ ଯେପରି ସାଧାରଣତଃ ସିଧାସଳଖ ପିଉ ତାହା କରିବା ଅନୁଚିତ ଅଟେ। କାରଣ ଏହା ଦ୍ୱାରା ବାୟୁରେ ଥିବା ହାନିକାରକ ଗ୍ୟାସ ଶରୀର ମଧ୍ୟ କୁ ପ୍ରବେଶ କରି ପାରେ। ପାଣି ପ୍ଲାଷ୍ଟିକ ବୋତଲ ରେ ନପିଇ ତମ୍ବା ପାତ୍ର କିମ୍ବା ଷ୍ଟିଲ , କାଚ ଗ୍ଲାସ ରେ ପିଇବା ଉଚିତ। ମୁହଁ ଲଗାଇ ଧୀରେ ଧୀରେ ଚାକୁ ଚାକୁ କରି ପାଟିରେ ରଖି ଢ଼ୋକିବା ଉଚିତ। ଏହା ଦ୍ୱାରା ଆମ ପାଟିରେ ଥିବା ଆଲକାଲି ଲାଳ ପେଟ ମଧ୍ୟ କୁ ଯିବ । ଏହା ପେଟ କୁ ନୁଟ୍ରଲାଇଜ ଏବଂ କିଡ୍ନୀ କୁ ସଫା କରିବାରେ ସହାୟକ ହେବ। ଏହାଦ୍ୱାରା କିଡ଼ିନ୍ ଷ୍ଟୋନ୍ ର ସମ୍ଭାବନା କମ ହୋଇଥାଏ। ପେଟ ଜନିତ ସମସ୍ୟା ରୁ ମଧ୍ୟ ମୁକ୍ତି ମିଳିଥାଏ।
2 – କେଉଁ ସମୟରେ ପାଣି ପିଇବା ଅନୁଚିତ?
– ଖେଳି ସାରି , ଦୌଡ଼ି ସାରି ବା ଏକ୍ସରସାଇଜ କରିବା ପରେ ପାଣି ପିଇବା ଅନୁଚିତ। ଯଦି ଏହି ହାଲିଆ ଅବସ୍ଥା ରେ ଜଳ କୁ ପିଅନ୍ତି ତେବେ ଏହା ଆମ ଛାତି ବା ଫୁସଫୁସ ରେ ପ୍ରବେଶ କରି ଯାଇ ପାରେ।
ଫଳ ମୂଳ ଖାଇ ସାରିବା ପରେ ପାଣି ପିଅନ୍ତୁ ନାହିଁ। 10 ରୁ 15 ମିନିଟ ପରେ ପିଅନ୍ତୁ କାରଣ ଏହା ସେଲ୍ୟୁଲୋଜ ଓ ଏସିଡ୍ ଯୁକ୍ତ ଖାଦ୍ୟ ହୋଇଥିବାରୁ ଶୀଘ୍ର ହଜମ ହୁଏ ନାହିଁ।
ଖାଦ୍ୟ ଗ୍ରହଣ ପରେ ହଟାତ ପାଣି ପିଅନ୍ତୁ ନାହିଁ। ଏହା ଦ୍ୱାରା ଖାଦ୍ୟ ହଜମ ରେ ବାଧା ପ୍ରାପ୍ତ ହୁଏ।
3 – କେଉଁ ସମୟରେ ପାଣି ପିଇବା ଉଚିତ?
ସକାଳ ଆରମ୍ଭ ରୁ ଅଧିକ ପାଣି ପିଇବା ଉଚିତ। କାରଣ ରାତିରେ ଶୋଇବା ସମୟରେ ଆମ ଜଳିଆନ୍ସ ସର୍ବନିମ୍ନ ହୋଇଯାଏ। ଏହା ର ଭରଣ ପାଇଁ ପ୍ରଚୁର ପାଣି ପିଇବା ଉଚିତ।
ଖାଦ୍ୟ ଗ୍ରହଣ 15 ମିନିଟ ପୂର୍ବରୁ ଅଧା ଗ୍ଲାସ ପାଣି ପିଇବା ଉଚିତ।
ଶାରୀରିକ ପରିଶ୍ରମ କରିବାର ଅଧଘଣ୍ଟା ପୂର୍ବରୁ ପ୍ରଚୁର ଜଳ ପିଇବା ଉଚିତ।
ରାତିରେ ଶୋଇବା ପୂର୍ବରୁ ଅଳ୍ପ ବହୁତ ଅଳ୍ପ ପାଣି ପିଇବା ଉଚିତ।