June 24, 2025

Odia Express

Here, There and Everywhere

ଏହି ସଫାଇକର୍ମଚାରୀ ନିଜ ଜୀବନ ସହ ଖେଳି ଝିଅଟିର ଜୀବନ ବଞ୍ଚାଇଥିଲା,ଏବେ ୧୦ ବର୍ଷ ପରେ ଏପରି ଝିଅଟି ନିଜ କର୍ତ୍ତବ୍ୟ କଲା ଯେ…

ସାଙ୍ଗମାନେ ଯେଉଁଦିନ ଏହି ଦୁନିଆରୁ ମଣିଷ ପଣିଆ ମରିଯିବ ମଣିଷ ବି ସେଦିନ ମରିଯିବ। ଆଜି ଆମେ ଆପଣଙ୍କୁ ଏହି ପରି ଏକ କଥା କହିବୁ ଯାହା ଶୁଣି ଆପଣଙ୍କ ଆଖିରେ ଲୁହ ଆସିଯିବ। ରାତି ପ୍ରାୟ ୧୧ ବାଜୁଥିବା ରମେଶ ନିଜ ଅଫିସ ରୁ ଘରକୁ ଯାଉଥିଲା । ଅଚନାକ ତାକୁ ଏକ ଝିଅର କାନ୍ଦିବାର ସ୍ୱର ଶୁଭିଲା। ସେ ଯେଉଁ ସ୍ଥାନ ରେ ଥିଲା ସେ ସ୍ଥାନ ପୁରା ଜଙ୍ଗଲ ଥିଲା।ସେ ପ୍ରଥମେ ଯାଉ ନଥିଲା କିନ୍ତୁ ଯେବେ ବାରମ୍ବାର ତା କାନରେ ସେହି ସ୍ୱର ବାଜିଲା ସେ ସେହି ସ୍ୱର ପଛେ ପଛେ ଯାଇ ଦେଖିଲା ଏକ ଝିଅ ପଛରେ ୪ ଜଣ ଦୁଷ୍ଟ ଲୋକ ପଡିଛନ୍ତି। ସେ ପ୍ରଥମେ ଡରୁଥିଲା କିନ୍ତୁ ସେ ଏହି ଝିଅ ର ଦୁଃଖ ଦେଖିପାରିଲା ନାହିଁ ଓ ସେହି ୪ ଜଣ ଙ୍କ ସାଙ୍ଗେ ଲଢ଼େଇକଲା ଜଣଙ୍କ ମୁଣ୍ଡକୁ ବାଡେ଼ଇଦେଲା ସିନା ବାକି ୩ ରମେଶ କୁ ମାରିବା ଆରମ୍ଭ କଲେ ରମେଶ ହାର ମାନିଲା ନାହିଁ ଲଢ଼ିବାରେ ଲାଗିଲା ଶେଷରେ ସେ ଦୁଷ୍ଟ ମାନେ ନିଜ ସାଥୀଙ୍କୁ ଧରି ପଳାଇଲେ।

ସେ ଝିଅର ଅବସ୍ଥା ଖରାପ ହୋଇଯାଇଥିଲା ରମେଶ ତାକୁ କାନ୍ଧରେ ଧରି ବହୁ କଷ୍ଟ ରେ ଦେଢ଼ କିଲୋମିଟର ଚାଲିଲା।କିଛି ସମୟ ପରେ ସେ ଏକ ଅଟୋ ବାଲ କୁ ଦେଖିଲା ଓ ତାକୁ ଡାକିଲା ତା ପରେ ସେ ସେହି ଝିଅ କୁ ଧରି ଅଟୋରେ ସୁଦ୍ଧାର୍ଥ ନଗର ରେ ପହଁଚିଲା ଝିଅ ଟି ସେପର୍ଯ୍ୟନ୍ତ ବେହୋସ ଥିଲା ଯେବେ ଝିଅ ର ମା ବାପା ଙ୍କୁ ଫୋନ କରାଗଲା ସେ ଝିଅ ର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହେଲେ। ସମସ୍ତେ ପଚାରିଥିଲେ କଣ ହେଇଥିଲା କିନ୍ତୁ କେହି କହିବା ଲୋକ ବି ନଥିଲା କାରଣ ରମେଶ ବି ବେହୋସ ଥିଲା। ପର ଦିନ ଯେବେ ଦୁଇଜଣଙ୍କର ହୋସ ଆସିଲା ଏହାପରେ ସମସ୍ତେ ସେହି ଭୟାନକ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ ଓ ରମେଶ କୁ ଧନ୍ୟବାଦ ଜଣାଇଲେ ଏବଂ ସେହି ଝିଅ ଟି ରମେଶ କୁ ଧନ୍ୟବାଦ ଜଣାଇଲା କହିଲା ଆପଣ ନଥିଲେ ଆଜି ମୁଁ ବି ନଥାନ୍ତି।

ସେହି ଝିଅ ର ନାମ ସୁମନ ଶର୍ମା ଥିଲା ଓ ସେ ଏକ କମ୍ପାନୀରେ ମ୍ୟାନେଜର ରୂପେ କାମ କରୁଥିଲା।ସେଥିପାଇଁ ତାକୁ ଘରକୁ ଯିବା ରେ ରାତି ୧୦ ବା ୧୧ ହୋଇଯାଏ।ସେଦିନ ତା ପାଖରେ ତା ଗାଡି ବି ନଥିଲା ଯାହା ଦ୍ବାରା ସେ ଚାଲି ଚାଲି ଯିବା ଦ୍ବାରା ଏହି ଅଘଟଣ ଘଟିଥିଲା।ରମେଶ ର ବୟସ ୪୦ ଥିଲା ଓ ତାର ପତ୍ନୀ ଙ୍କର ବି ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା କୁ ୧୦ ବର୍ଷ ବିତିଗଲାଣି ରମେଶ କୁ ଏବେ କିଡ଼ିନ କ୍ୟାନ୍ସର ହେଇଯାଇଛି ଓ ତାକୁ ମେଡିକାଲ ରେ ଭର୍ତି କରାଯାଇଛି। ତାହା ପାଖରେ ପଇସା ନଥିଲା କି ସେ ନିଜ ଚିକିତ୍ସା କରିପାରିବ। ଦିନେ ସେ ଦେଖିଲା ମେଡିକାଲ ରେ ସଫା କରାଯାଉଛି ସେ ଜଣେ ନର୍ସ କୁ ପଚାରିଲା ନର୍ସ କହିଲା ଆଜି କୌଣସି ବଡ ମ୍ୟାଡମ ଆସିବାର ଅଛି।

କିଛି ସମୟ ପରେ ସେହି ମ୍ୟାଡାମ ପୁରା ମେଡ଼ିକାଲ ବୁଲି ଦେଖିଲେ ଓ ତାଙ୍କ ନଜର ରମେଶ ଉପରେ ପଡିଲା ସେ ରମେଶ କୁ ତା ନାମ ଓ କଣ କରନ୍ତି ପଚାରିଲେ ରମେଶ ବି ସବୁ କହିଲେ ସେ ରମେଶ କୁ ଚିନ୍ହି ପାରି ନିଜ ପରିଚୟ ଦେଲେ ଓ ରାମେଶଙ୍କର ସବୁ ଚିକିତ୍ସା ନିଜେ କରିଲେ। ରମେଶ ଙ୍କ ଅପରେସନ କରି ତାଙ୍କୁ ଏକ ଭଲ ଡାକ୍ତରଖାନାରେ ଭର୍ତ୍ତି କଲେ। ଏହା ଦେଖି ସମସ୍ତଙ୍କ ଆଖିରେ ଲୁହ ଆସିଗଲା। ଏହା ପରେ ଯେବେ ରମେଶ ଯିବାକୁ ବାହାରିଲା ସୁମନ କହିଲା ଚାଚା ଏବେ ଆପଣ ମୋ ସହ ମୋ ଦୁଇ ପିଲାଙ୍କ ସହ ରହିବେ। ଆପଣଙ୍କୁ ଏହି କଥା କିପରି ଲାଗିଲା।ଯଦି ଭଲ ଲାଗିଛି ଲାଇକ ଓ ସେୟାର କରନ୍ତୁ।

Leave a Reply

Your email address will not be published. Required fields are marked *