ଏହା ଅଟେ ଦୁନିଆର ସବୁଠାରୁ ଧନୀ ଗାଁ – ଯେଉଁଠାର ନିବାସୀ ପ୍ରତ୍ୟେକ ବ୍ୟକ୍ତି ଅଟନ୍ତି କୋଟିପତି… ଆପଣ ଏବେ ଦେଖି ନିଅନ୍ତୁ …
1 min readଯେବେ କେବେ ଆମେ ଗ୍ରାମର ନାମ ଶୁଣୁ ତ ଆମର ମନରେ ଭଙ୍ଗା ଫଟା ରାସ୍ତା, ବିଜୁଳି ପାଣି ଭଳି ସୁବିଧା ବିହୀନ ଗ୍ରାମୀଣ ଅଞ୍ଚଳର ଚିତ୍ର ଭାସିଯାଏ। ତାସହ ସାଧାରଣତଃ ଗ୍ରାମରେ ରହୁଥିବା ଲୋକଙ୍କୁ ଅଶିକ୍ଷିତ-ଗାଉଁଲି ଏବଂ ଗରିବ କୁହାଯାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏପରି ଗ୍ରାମ ବିଷୟରେ ଜଣେଇବାକୁ ଯାଉଛୁ ଯାହା ବିଷୟରେ ଜାଣିବା ପରେ ଏହି ଧାରଣା ପୂରାପୂରି ବଦଳି ଯିବ। ହଁ ଆଜ୍ଞା , ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ଧନୀ ଗ୍ରାମ ସହିତ ପରିଚିତ କରେଇବାକୁ ଯାଉଛୁ ଯେଉଁଠାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି କୋଟିପତି ଅଟନ୍ତି। ପ୍ରକୃତରେ ଯେଉଁ ଗ୍ରାମର କଥା ଆମେ କହୁଛୁ ତାହା ଅନ୍ୟ କେଉଁଠାରେ ନୁହେଁ ପରନ୍ତୁ ଆମର ପଡୋଶୀ ଦେଖ ଚୀନରେ ଅବସ୍ଥିତ ଯେଉଁଠାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ବହୁତ ଧନୀ ଅଟନ୍ତି। ତାସହ ଏହି ଗ୍ରାମରେ ଅନ୍ୟ ଅନେକ ସ୍ଵାତନ୍ତ୍ର୍ୟ ଅଛି ଯାହା ଏଠାକାର ଧନାଢ୍ୟକୁ ସୂଚିତ କରେ।
ଚୀନ ପୂର୍ବ ପ୍ରାନ୍ତ ଜିଆଙ୍ଗସୁ ରେ ଥିବା ଏହି ଆଧୁନିକ ଗ୍ରାମର ନାମ ହୁଆକ୍ସି ଅଟେ। ଦୁନିଆର ସବୁଠାରୁ ଆକର୍ଷକ ଗ୍ରାମ ପର୍ଯ୍ୟନ୍ତ ଆପଣ ଚୀନର ସବୁଠାରୁ ମୁଖ୍ୟ ଶାର ସାଙ୍ଘାଇ ରୁ ଦୁଇଘଣ୍ଟା ଡ୍ରାଇଭ କରି ସହଜରେ ପହଞ୍ଚି ପାରିବେ। ଏଠାରେ ରହୁଥିବା ଲୋକଙ୍କ ପାଖରେ ନିଜର ଭଲ ଘର ତ ଅଛି ତାସହ ଗ୍ରାମରେ ଉଚ୍ଚକୋଟିର ଶପିଙ୍ଗମଲ ଏବଂ ହୋଟେଲ ବ୍ୟତିତ 72ମହଲା ର ସ୍କାଇସ୍କ୍ରାପର ମଧ୍ୟ ରହିଛି ଯାହାକି ପ୍ରାୟ 328ମିଟର ଉଚ୍ଚ ଅଟେ ।
ଏହା ବିଷୟରେ କୁହାଯାଉଛି ଯେ ଏହା ଆଇଫେଲ ଟାୱାର ଠାରୁ ମଧ୍ୟ ଉଚ୍ଚ ଅଟେ। ଏହି ଗ୍ରାମରେ ହେଇକପତର , ଟ୍ୟାକ୍ସି ଏବଂ ଥିମ ପାର୍କ ମଧ୍ୟ ରହିଛି। ଏହି ଗ୍ରାମରେ ଆଲୋକ ଦ୍ଵାରା ଚକମକ ସଡକ ଏବଂ ଆକାଶରେ ଉଡିବା ପାଇଁ ହେଲିକପ୍ଟର ଦେଖାଯିବା ସାଧାରଣ କଥା ଅଟେ ।ଏମିତିରେ ଆପଣ ନିଜେ ହିଁ ଚିନ୍ତା କରିପାରିବେ ଯେ ଏହି ଗ୍ରାମ କେବଟେ ଉଚ୍ଚକୋଟିର ଏବଂ ଆଧୁନିକ ହୋଇଥିବ ଏବଂ ଏହି କାରଣ ଅଟେ ଯେ ଚୀନର ଏହି ଗ୍ରାମକୁ ଦୁନିଆର ସବୁଠାରୁ ଭବ୍ୟ ଏବଂ ଧନୀ ଗ୍ରାମର ଆଖ୍ୟା ମିଳିଛି।
ଏମିତିରେ ଏହି ଗ୍ରାମରେ କେବଳ 2000ନିବାସୀ ରହନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କର ବ୍ୟାଙ୍କ ଖାତାରେ 85ଲକ୍ଷ ଟଙ୍କାର ଜମାରାଶି ରହିଛି । ତାସହ ଏଠାକାର ପ୍ରତ୍ୟେକ ନିବାସୀଙ୍କ ପାଖରେ ଏକ କାର ଏବଂ ବିଳାସମୟ ବଙ୍ଗଳା ରହିଛି। ଯେବେକି ଏଠାରେ ଚାକିରି କରୁଥିବା ଲୋକଙ୍କର ଦରମା ଲକ୍ଷାଧିକ ହୋଇଥାଏ। ଏହି କାରଣ ଅଟେ ଯେ ଏହି ଗ୍ରାମ ଦୁନିଆର ବଡ ବଡ ଆଧୁନିକ ଏବଂ ମେଟ୍ରୋ ସହରକୁ ମଧ୍ୟ ପଛରେ ପକେଇଦିଏ । କିନ୍ତୁ ଯଦି ଏଠାରେ ରହୁଥିବା କୌଣସି ବ୍ୟକ୍ତି ଏହି ଗ୍ରାମକୁ ଛାଡିକି ଯାଏ ତ ପୁଣି ସେ ଗରିବ ହୋଇଯାଏ। କାରଣ ଏହି ଗ୍ରାମରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ବିଶେଷ ସୁବିଧା ଦିଆଯାଇଥାଏ ଏମିତିରେ ଯେବେ ସେ ଗ୍ରାମ ଛାଡନ୍ତି ତ ତାଙ୍କଠାରୁ ଏସବୁ ସୁବିଧା ଫେରେଇ ନିଆଯାଏ ଏବଂ ଏଥିଇପାଇଁ ସେହି ବ୍ୟକ୍ତି ପୁଣି ଗରିବ ହୋଇଯାଇଥାନ୍ତି ।
ଏମିତି ଆପଣଙ୍କୁ ଜଣେଇଦେବୁ ଯେ ଗ୍ରାମ କମ୍ୟୁନିଷ୍ଟ ସରକାରଙ୍କର ଅନେକ ବର୍ଷର ପରିଶ୍ରମ ପରେ ଏହି ସ୍ଥିତି ରେ ପହଞ୍ଚେଇ ପାରିଛି । ପ୍ରକୃତରେ ଏହି ଗ୍ରାମ ପୂର୍ବେ ବହୁତ ଗରିବ ଥିଲା କିନ୍ତୁ ପୁଣି ସରକାର ଏବଂ ସାମାଜିକ ସଂସ୍ଥା ମାନଙ୍କର ବହୁତ ପରିଶ୍ରମ ଯୋଗୁ ଏହା ଦୁନିଆର ଧନୀ ଗ୍ରାମ ହୋଇପଡ଼ିଛି । ପ୍ରକୃତରେ 2003ରେ ଏହି ଗ୍ରାମ ଦୁନିଆର ଧ୍ୟାନ ସେତେବେଳେ ଆକର୍ଷଣ କଲା ଯେବେ ଏହି ଗ୍ରାମର ଅର୍ଥନୀତି 100ବିଲିଅନ ୟୁଆନ ପାଖାପାଖି ପହଞ୍ଚିଗଲା । ତାସହ ଏଥିରେ ସମୟ ସହିତ ଆହୁରି ସୁଧାର ଆସିଲା। କୁହାଯାଉଛି ଯେ ଏଠାରେ ରହୁଥିବା ଲୋକମାନେ ନିଜର ବେତନର ବ୍ୟବହାର କମ୍ପାନୀର ନିବେଶରେ କରନ୍ତି ।