ଚାଣକ୍ୟଙ୍କର ଏହି ପାଞ୍ଚଟି କଥା ଜାଣିନେବେ ତ ଆପଣ ଜୀବନରେ କେବେ ହାରିବେ ନାହିଁ , ସଫଳତା ପାଦ ଛୁଇଁବ ଆପଣଙ୍କର, ପରୀକ୍ଷା କରିନିଅନ୍ତୁ ..

ଚାଣକ୍ୟଙ୍କୁ ଆମେ ସବାସତେ କୌଟିଲ୍ୟଙ୍କ ନାମରେ ଜାଣିଛୁ । ସେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ମହାମନ୍ତ୍ରୀ ଥିଲେ । ବୁଦ୍ଧି ମାମଲାରେ ଚାଣକ୍ୟ ପ୍ରଥମ ଥିଲେ । ତାଙ୍କର ନିଜର ଭିନ୍ନ ବିଚାରଧାରା ଥିଲା । ସେ ଅନେକ ସମୟରେ ଲୋକଙ୍କୁ ସଠିକ ମାର୍ଗରେ ଚାଲିବ ନିମନ୍ତେ ଉପଦେଶ ଦେଉଥିଲେ। ଆଜିର ଏହି ଆଲେଖ୍ୟରେ ଆମେ ଆପଣଙ୍କୁ ଚାଣକ୍ୟ ନୀତିର କିଛି ଏପରି 5ଟି କଥା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଦ୍ଵାରା ସେ ମନୁଷ୍ୟକୁ କେବେ ହାର ନମାନିବାର ଉଦାହରଣ ଦେଇଛନ୍ତି । ମହାନ ଗୁରୁ ଚାଣକ୍ୟଙ୍କର କହିବା ଅଟେ ଯେ ଆମକୁ ସିଂହ ଠାରୁ 1, ବଗଠାରୁ 1, କୁକୁଡା ଠାରୁ 4 , କାଉଠାରୁ 5 ଏବଂ କୁକୁର ଠାରୁ ଏହି 6କଥା ଶିଖିବାର ଅଛି ।
ଏହା ହେଲା ଚାଣକ୍ୟଙ୍କର ଉପଦେଶ
ଚାଣକ୍ୟଙ୍କ ଅନୁସାରେ ପ୍ରତ୍ୟେକ ମନୁଷ୍ୟଙ୍କୁ କୌଣସି କାମକୁ ନିଜର ପୂର୍ଣ୍ଣ ଶକ୍ତି ଏବଂ ଧ୍ୟାନ ପୂର୍ବକ କରିବା ଉଚିତ । ଯେପରି ସିଂହ ନିଜର ଶିକାର ଧରିଥାଏ ସେହିପରି ମନୁଷ୍ୟକୁ ନିଜର ମାମ ପୁରା କରିବା ଉଚିତ ଏବଂ ହାର ମାନିବା ଉଚିତ ନୁହେଁ । କିନ୍ତୁ ଯଦି କୌଣସି ମନୁଷ୍ୟ ନିଜର ଶକ୍ତି ଲଗାଏ ନାହିଁ ତାହାକୁ ଏହା ବୁଝିଯିବା ଉଚିତ ଯେ ତାହାର ପ୍ରୟାସ ବିଫଳ ଅଟେ। ଚାଣକ୍ୟଙ୍କ ଅନୁସାରେ ଆମକୁ ଗୋଟିଏ ସିଂହଠାରୁ ଜୀବନ ବଞ୍ଚିବା ଶିଖିବା ଉଚିତ । ସିଂହ ହୁଏତ ବଡ ଶିକାରକୁ ଧରିବା ପାଇଁ ଲଢେ କିମ୍ବା ପୁଣି କୌଣସି ହରିଣର ପିଛା କରେ ସେ କୌଣସି ବି କାର୍ଯ୍ୟ କରିବାରେ ନିଜର ପୂର୍ଣ୍ଣ ଶକ୍ତି ଲଗେଇଦେଇଥାଏ । ଠିକ ସେହିପରି ଆମକୁ ମଧ୍ୟ ପ୍ରତ୍ୟେକ କାମ ପୂର୍ଣ୍ଣ କରିବା ନିମନ୍ତେ ନିଜର ପୂର୍ଣ୍ଣ ଶକ୍ତି ଉପଯୋଗ କରିବା ଉଚିତ ।
ଚାଣକ୍ୟଙ୍କ ଅନୁସାରେ ଏକ ବଗ ନିଜର ପୂର୍ଣ୍ଣ ସ୍ଥିରତା ସହିତ ଠିଆ ହୋଇଥାଏ ତ ସେ ସବୁଠାରୁ ପ୍ରଥମେ ସଂଯମ ସହିତ ସବୁକିଛି ଅନୁମାନ ଲଗାଏ । ଉଲ୍ଲେଖାଯୋଗ୍ୟ ଅଟେ ଯେ ବଗ ସେତେବେଳେ ଠିଆ ହୁଏ ଯେବେ ତାହାର ଆଖପାଖ ଅନେକ ଗୁଡିଏ ମାଛ ଆସିଥାନ୍ତି । ପରନ୍ତୁ ଯେଉଁ ସ୍ଥାନରେ କୁମ୍ଭୀର ଥାଏ ସେ ସେହି ସ୍ଥାନକୁ କେବେ ବ ଭୁଲରେ ମଧ୍ୟ ଠିଆ ହୁଏ ନାହିଁ । ବଗ ନିଜର ସୀମା ଭଲରୂପେ ଜାଣିଥଏ ଯେ ସେ କାହା ଉପରେ ଆକ୍ରମଣ କରି ତାହାକୁ ହାସିଲ କରିବ ଏଥିପାଇଁ ସେ କୁମ୍ଭୀରକୁ ଚଞ୍ଚୁ ମଧ୍ୟ ମାରେ ନାହିଁ । ବଗ ଠାରୁ ଆମକୁ ଏହି ଶିକ୍ଷା ନେବା ଉଚିତ ଯେ ଆମେ କେଉଁ ସ୍ଥାନରେ ଚଞ୍ଚୁ ମାରିବା ଉଚିତ ଏବଂ କେଉଁ ସ୍ଥାନରେ ନୁହେଁ ।
ଚାଣକ୍ୟଙ୍କର ତୃତୀୟ କଥା ଆମକୁ କୁକୁଡାର ଜୀବନର ଅନୁଭବ କରିଥାଏ । ଯେଉଁ ପ୍ରକାର କୁକୁଡା ସକାଳେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିଯାଏ ଏବଂ ନିଜର ସମସ୍ତ ଲଢେଇ ବିରତା ପୂର୍ବକ ଲଢିଥାଏ, ଠିକ ସେହିପ୍ରକାର ମନୁଷ୍ୟକୁ ସୁର୍ଜ୍ୟୋଦୟ ପୂର୍ବରୁ ଉଠି ନିଜର ଲଢେଇକୁ ପରିଶ୍ରମ ଏବଂ ବୀରତା ସହିତ ଲଢିବା ଉଚିତ ଏବଂ ନିଜର ପରିବାର ନିମନ୍ତେ ଭୋଜନ ଯୁଟେଇବା ଉଚିତ ।
ଚାଣକ୍ୟଙ୍କର ନୀତି ଅନୁଯାୟୀ ଆଗାମୀ ଶିକ୍ଷା ଆମକୁ କାଉ ଠାରୁ ଶିଖିବା ଉଚିତ ଏହି ପଥର ହୃଦୟ ଦୁନିଆରେ ଆଗକୁ ଯିବା ପାଇଁ କଠୋର ହୃଦୟର ହେବା ବହୁତ ଆବଶ୍ୟକ ଅଟେ। କିଏ ଆମକୁ ଲକ୍ଷେ ଖରାପ ଭାବୁ ଆମକୁ ତାହା କରିବା ଉଚିତ ଯାହା ଆମ ହୃଦୟ କହିବ। ବୀରତାର ସବୁଠାରୁ ଉତ୍ତମ ଉଦାହରଣ “ଦଶରଥ ମାଞ୍ଝି” ଅଟେ ଯାହାଙ୍କର ଦୃଢତା ଉପରେ ବଲିଉଡରେ ଫିଲ୍ମ ମଧ୍ୟ ନିର୍ମିତ ହୋଇଛି। କାଉର ଦ୍ଵିତୀୟ ଗୁଣ ଅଟେ ଲୁଚିକି ଲକ୍ଷ୍ୟ ରଖିବା । ତୃତୀୟ କଥା ଏହା ଯେ କାଉ ସବୁବେଳେ ଜିନିଷ ଏକତ୍ର କରିବାରେ ବିଶ୍ୱାସ ରଖେ। ଯାହା ଥାଉ ସେ ସବୁବେଳେ ସାବଧାନ ରହିଥାଏ ଏବଂ ପଞ୍ଚମ କଥା ଏହା ଯେ ଅନ୍ୟ କାହା ଉପରେ ଭରସା ନକରିବା ।
ଚାଣକ୍ୟଙ୍କ ଅନୁସାରେ କୁକୁର ସବୁଠାରୁ ବିଶ୍ଵାସୀ ପଶୁ ଅଟେ ଏବଂ ତା ମଧ୍ୟରେ ଏହି ଗୁଣ ଅଛି ଯାହାକୁ ଆମେ ନିଜର ଜୀବନରେ ପାଳନ କରିବା ଉଚିତ। କୁକୁର ଠାରେ ସର୍ବପ୍ରଥମ ଗୁଣ ଏହା ଯେ ସେ ସବୁଠାରୁ ଅଧିକ ଖାଇବାର କ୍ଷମତା ରଖେ ପରନ୍ତୁ ଦ୍ଵିତୀୟ ଗୁଣ ତାହାର ଏହା ଯେ ସେ ଅଳ୍ପ ଖାଇ ମଧ୍ୟ ଖୁସିରେ ରହିପାରେ । କୁକୁରର ତୃତୀୟ ଗୁଣ ଏହା ଯେ ସେ ଗଭୀର ନିଦରେ ଶୁଏ ଏବଂ ଚତୁର୍ଥ ଗୁଣ ଏହା ଯେ ସେ ହାଲୁକା ଶବ୍ଦରେ ମଧ୍ୟ ଜାଗ୍ରତ ହୋଇଉଠେ । ଏହା ବ୍ୟତିତ କୁକୁର ର ପଞ୍ଚମ ଗୁଣେ ଅଟେ ବିଶ୍ଵାସୀ ଏବଂ ଷଷ୍ଠ ଗୁଣ ଅଟେ ତାହାର ବାହାଦୁରି, ଏସବୁ କଥା ଆମକୁ ଏକ କୁକୁର ଠାରୁ ଅବଶ୍ୟ ଶିଖିବା ଉଚିତ ।