October 8, 2024

Odia Express

Here, There and Everywhere

୭୦୦ ବର୍ଷର ପୁରାତନ ଏହି ଗଛକୁ ମନୁଷ୍ୟଙ୍କ ଭଳି ଚିକିତ୍ସା କରାଯାଉଛି , ଡାକ୍ତରମନେ ଲଗେଇଲେ ଗ୍ଲୁକୋଜର ବୋତଲ – ଦେଖନ୍ତୁ କଣ ଏହାର କାରଣ…

ଭାରତ ଏକ ବହୁତ ବଡ ଦେଶ ଏବଂ ବିବିଧତା ପୂର୍ଣ୍ଣ ଦେଶ ଅଟେ। ଏହି ଦେଶରେ ଅନେକ ଧର୍ମ, ସମୁଦାୟ ଏବଂ ଜାତିର ଲୋକମାନେ ମିଶିକରି ରହୁଛନ୍ତି । ଭାରତରେ ଅନେକ ରାଜ୍ୟ ଅଛି ଏବଂ ପ୍ରତ୍ୟେକ ରାଜ୍ୟର ନିଜର ଅଲଗା ସଂସ୍କୃତି ରହିଛି । ଭାରତରେ ଏମିତିରେ ତ ଅନେକ ଧର୍ମକୁ ମାନୁଥିବା ଲୋକମାନେ ଅଛନ୍ତି, କିନ୍ତୁ ସବୁଠାରୁ ଅଧିକ ଲୋକ ହିନ୍ଦୁ ଧର୍ମକୁ ମାନନ୍ତି। ଆପଣଙ୍କୁ  ଜଣେଇଦେବୁ ଯେ ହିନ୍ଦୁ ଧର୍ମରେ ପରମ୍ପରାକୁ ବହୁତ ମହତ୍ଵ ଦିଆଯାଇଥାଏ । ହିନ୍ଦୁ ଧର୍ମରେ ଅନେକ ପ୍ରକାର ର ପରମ୍ପରାର ପାଳନ କରାଯାଏ। ହିନ୍ଦୁ ଧର୍ମରେ ଦେବୀଦେବତାଙ୍କ ସହିତ ନଦୀ, ଜଙ୍ଗଲ ଏବଂ ପାହାଡର ମଧ୍ୟ ପୂଜା କରାଯାଏ।

ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ଲାଗିବ ଯେ ହିନ୍ଦୁ ଧର୍ମ ଅନୁସାରେ ପ୍ରକୃତି ଏହି ଜିନିଷକୁ ମଧ୍ୟ ମନୁଷ୍ୟ ବରାବର ମହତ୍ଵ ଦିଆଯାଇଛି । ଯେଉଁଠାରେ ଏହି ଆଧୁନିକ ଯୂଈଗରେ ଲୋକମାନେ ଦ୍ରୁତ ଗତିରେ ଜଙ୍ଗଲ ସବୁ ଧ୍ଵଂସକରିବାରେ ଲାଗିଛନ୍ତି, ସେଠାରେ କିଛି ଲୋକ ଜଙ୍ଗଲ ବଞ୍ଚେଇବା ନିମନ୍ତେ ନିଜକୁ ମଧ୍ୟ ବଳି ଦେବାକୁ ଦ୍ଵିଧା କରୁନାହାନ୍ତି। ଅନେକ ସ୍ଥାନରେ ଗଛର ଧ୍ୟାନ ଲୋକଙ୍କ ଠାରୁ ଅଧିକ ରଖାଯାଉଛି । ନିକଟରେ ତେଲେଙ୍ଗନାର ମହବୁବ ନଗରଜିଲ୍ଲାରେ ଏକ ପୁରାତନ ବରଗଛର ଚିକିତ୍ସା ଠିକ ସେହି ପ୍ରକାରରେ କରାଯାଉଛିଯେଉଁ ପ୍ରକାର ମନୁଷ୍ୟଙ୍କର ଚିକିତ୍ସା କରାଯାଏ ।

ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେବୁ ଯେ ଏହି ପୁରାତନ ବରଗଛକୁ ଦୁନିଆର ଦ୍ଵିତୀୟ ସବୁଠାରୁ ପୁରୁଣା ବୃକ୍ଷ କୁହାଯାଉଛି । ପ୍ରାପ୍ତ ସୂଚନା ଅନୁଯାୟୀ 700ବର୍ଷର ପୁରାତନ ଏହି ବୃକ୍ଷର ଅବସ୍ଥା ଖରାପ ଅଟେ ଏବଂ ଏହାକୁ ବଞ୍ଚେଇବା ପାଇଁ ସଂଘର୍ଷ ଜାରି ରହିଛି। ଗଛକୁ ଜୀବିତ ରଖିବା ନିମନ୍ତେ ସାଲାଇନ ବୋତଲ ଦିଆଯାଉଛି। ବନାସପତ୍ତି ବିଜ୍ଞାନର ବିଶେଷଜ୍ଞ ମନେ ଏହି ବୃକ୍ଷକୁ କେମିକାଲ ଚଢାଉଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ଏହି ବୃକ୍ଷରେ ଉଈ ଆକ୍ରମଣ କରି ଦେଇଛନ୍ତି ଏବଂ ଉଈ ମନେ ଏହି ଗଛକୁ ଫମ୍ପା କରିଦେଇଛନ୍ତି ।

ବରଗଛର ବୃକ୍ଷରେ କୀଟନାଶକର ଶତାଧିକ ବୋତଲ ଏହି ଆଶାରେ ଲଟକେଇ ଦିଆଯାଇଛି ଯେ ହୁଏତ ଗଛ ପୁଣି ଠିକ ହେଇଯାଇପାରେ । ଇଂଜେକସନ ର ସାହାଯ୍ୟରେ କୀଟନାଶକ ସବୁ ବୃକ୍ଷର ଶାଖା ଏମ ଚେରକୁ ପହଞ୍ଚେଇ ଦିଆଯାଉଛି । ଆପଣଙ୍କୁ ଜଣେଇଦେବୁ ଯେ 700ବର୍ଷ ପୁରାତନ ଏହି ବୃକ୍ଷ ମହବୁବନଗରର ପିଲ୍ଲମରି ଇଲାକାରେ ଅବସ୍ଥିତ ଅଟେ । ଏହି ବୃକ୍ଷ ତିନି ଏକର ଭୂମି ଉପରେ ବିସ୍ତାର କରିଛି। ଏହି ବୃକ୍ଷକୁ ଦୁନିଆର ସବୁଠାରୁ ବିଶାଳକାୟ ବୃକ୍ଷ ବୋଲି କୁହାଯାଉଛି । ଏହି କାରଣ ଅଟେ ଯେ ଏହି ବୃକ୍ଷ କୁ ଦେଖିବା ପାଇଁ ଅନେକ ଦୂରରୁ ଯାତ୍ରୀ ମନେ ଆସୁଛନ୍ତି । ବୃକ୍ଷର ଅବସ୍ଥା କୁ ଧ୍ୟାନରେ ରାଖୀ ଏବେ ଏଠାରେ ଲୋକଙ୍କୁ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ବୃକ୍ଷର ଅବସ୍ଥାକୁ ସୁଧାରିବା ପାଇଁ ବନ ବିଭାଗର ଅଧିକାରୀ ମନେ ସାଲାଇନ ଡ୍ରିପରେ ଇଂଜେକସନ ଅନେକ କେମିକାଲ ମଧ୍ୟ ମିଶଯାଇଛି । ଏହି ପ୍ରକାରରେ ଶତାଧିକ ବୋତଲ ମଧ୍ୟ ପ୍ରସ୍ତୁତ କରାଯାଇଛି । ବୃକ୍ଷର ଚିକିତ୍ସା ନିମନ୍ତେ ବୋତଲକୁ ଦୁଇ ମିଟରରେ ଇଂଜେକସନ ଲଗାଯାଇ ଲଟକେଇ ଦିଆଯାଇଛି । ଏହାସହିତ ବୃକ୍ଷର ଚିକିତ୍ସା  ଅନେକ ଅନ୍ୟ ଉପାୟରେ ମଧ୍ୟ କରାଯାଉଛି । ବୃକ୍ଷକୁ ସାହାରା ଦେବା ପାଇଁ ବୃକ୍ଷର ଆଖପାଖ କଂକ୍ରିଟର ଷ୍ଟ୍ରକଚର ମଧ୍ୟ ତିଆରି କରାଯାଇଛି । ଜିଲ୍ଲାର ଜିଲ୍ଲାଧିକାରୀ ରୋନାଲ୍ଡ ରସ ବ୍ୟକ୍ତିଗତ ରୂପରେ ଭୁଖିର ଚିକିତ୍ସାର ଦେଖାଶୁଣା କରୁଛନ୍ତି। ଏବେ ତ ଏହାକୁ ଦେଖିବାର କଥା ଯେ ଏତେ ଚିକିତ୍ସା ପରେ ବୃକ୍ଷକୁ ଜୀବତ ରଖାଯାଇ ପାରିବ କି ନାହିଁ ।

Leave a Reply

Your email address will not be published. Required fields are marked *