ମାତା ସୀତା ଙ୍କର ଅଭିଶାପ ଏବେ ମଧ୍ୟ ଏହି ୪ ଜଣ ଭୋଗୁଛନ୍ତି – ଏବେ ଏ ବିଷୟରେ ଜାଣିରଖନ୍ତୁ…

ତ୍ରେତୟା ଯୁଗରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଙ୍କର ଅବତାର ରାମ ଏବଂ ସୀତା ରାଜା ଦଶରଥ ଙ୍କର ମୃତ୍ୟୁ ପରେ ପିଣ୍ଡଦାନ ପାଇଁ ବୋଧଗୟା ପଂହଁଚିଲେ। ସେହି ସମୟରେ କିଛି ଏମିତି ଘଟଣା ହେଲା ଯାହା ପାଇଁ ମାତା ସୀତା ୪ଜଣ ଙ୍କୁ ଏମିତି ଅଭିଶାପ ଦେଲେ ଯାହାର ଭାବ ଆଜି ପର୍ଯ୍ୟନ୍ତ ଅଟେ। ଆଜି ଆମେ ଏହି ଆର୍ଟିକିଲ ମାଧ୍ୟମରେ ଜାଣିବା ଯେ କେଉଁ କେଉଁ ଅଟନ୍ତି ସେହିମାନେ ଯେଉଁମାନେ ଏବେବି ମାତା ସୀତା ଙ୍କର ଅଭିଶାପ ଭୋଗୁଛନ୍ତି।ବୋଧଗୟା ପଂହଁଚିବା ପରେ ଭଗବାନ ରାମ ଏବଂ ଲକ୍ଷ୍ମଣ ପିଣ୍ଡ ଦାନର ସାମଗ୍ରୀ ନେବାକୁ ଗଲେ ହେଲା ଦୁଇ ଭାଇ ଙ୍କର ଆସିବାରେ ବିଳମ୍ବ ହେବା କାରଣରୁ ପିଣ୍ଡଦାନର ସମୟ ସରି ଆସୁଥିଲା।
ତେବେ ହଠାତ ରାଜା ଦଶରଥ ନିଜେ ଦର୍ଶନ ଦେଲେ ଏବଂ ପିଣ୍ଡଦାନ ଦେବା ପାଇଁ କହିଲେ ସେ କହିଲେ ତାଙ୍କୁ ଭୋକ ଲାଗୁଛି ତେବେ ସେତେବେଳେ ମାତା ସୀତା କହିଲେ ଯେ ତାଙ୍କୁ ନିଜର ପୁଅ ଙ୍କ ଆସିବା ବେଳକୁ ଅପେକ୍ଷା କରିବାକୁ ହେବ ଯାହା ଫଳରେ ସେ ପିଣ୍ଡ ଦାନ କରପାରିବେ ହେଲେ ରାଜା ଦଶରଥ ଅପେକ୍ଷା କରିବା ପାଇଁ ମନା କରିଦେଲେ ଏବଂ ମାତା ସୀତା ଙ୍କୁ ଫଲ୍ଗୁ ନଦୀର କୂଳରେ ପିଣ୍ଡ ଦାନ କରିବା ପାଇଁ କହିଲେ। ତାହା ପରେ ପ୍ରଭୁ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ଆସିବା ପୂର୍ବରୁ ମାତା ସୀତା ପୁରା ବିଧି ବିଧାନ ସହିତ ପିଣ୍ଡ ଦାନ କରିଦେଲେ। ସେହି ସମୟରେ ଯେଉଁ ୫ଟି ସାକ୍ଷୀ ଥିଲେ ଅର୍ଥାତ ମାତା ସୀତାଙ୍କୁ ପିଣ୍ଡ ଦାନ କରୁଥିବାର ଦେଖିଥିଲେ ସେ ବଟ ବୃକ୍ଷ, ଫଲ୍ଗୁ ନଦୀ, ଏକ ଗାଈ ,ଏକ ତୁଳସୀ ଗଛ ଏବଂ ଏକ ବ୍ରାହ୍ମଣ ଥିଲେ ।
ଯେବେ ରାମ ଏବଂ ଲକ୍ଷ୍ମଣ ଆସିଲେ ଏବଂ ପିଣ୍ଡ ଦାନ ବିଷୟରେ କହିଲେ ସେତେବେଳେ ମାତା ସୀତା ସମୟର ମହତ୍ତ୍ୱ ବୁଝେଇ କହିଲେ ଯେ ସେ ପିଣ୍ଡ ଦାନ କରିଦେଇଛନ୍ତି। ମାତା ସୀତା ସେହି ୫ଜଣଙ୍କୁ ସତ୍ୟ କହିବାକୁ କହିଲେ ହେଲେ ବଟ ବୃକ୍ଷ ଛଡା ଆଉ ସମସ୍ତେ ମିଛ କହିଲେ। ନଦୀ ,ଗାଈ,ତୁଳସୀ ଏବଂ ବ୍ରାହ୍ମଣ କହିଲେ ମାତା ସୀତା ପିଣ୍ଡ ଦାନ କରି ନାହାନ୍ତି। ତେବେ ସ୍ୱୟଂ ଭଗବାନ ଦଶରଥ ଙ୍କର ଆତ୍ମା ଏହା ସ୍ୱୀକାର କଲେ ଯେ ମାତା ସୀତା ବିଧି ବିଧାନ ଅନୁସାରେ ପିଣ୍ଡ ଦାନ କରିଛନ୍ତି ସେତେବେଳେ ସୀତା ମାଆ ଙ୍କର ସତ୍ୟ ପ୍ରମାଣିତ ହେଲା। ହେଲେ ଏହି କଥା ଏଠି ସରିଲା ନାହିଁ । ମାତା ସୀତା ସେହି ୪ଜଣ ଙ୍କୁ ଅଭିଶାପ ଦେଲେ ।
ଫଲ୍ଗୁ ନଦୀ କୁ କହିଲେ ଯେ ସେ ଉପରୁ ସର୍ବଦା ସୁଖା ହିଁ ରହିବ,ଗାଈ କୁ ଅଭିଶାପ ଦେଲେ ଯେ ଗାଈର ପ୍ରତି ଘରେ ପୂଜା ତ ହେବ ହେଲେ ତା ପରେ ମଧ୍ୟ ତାକୁ ଅଇଁଠା ଭୋଜନ ଖାଇବାକୁ ପଡିବ , ତୁଳସୀ କୁ ଅଭିଶାପ ଦେଲେ ଯେ ଗୟା ରେ କେବେ ବି ତୁଳସୀ ଗଛ ହେବ ନାହିଁ, ବ୍ରାହ୍ମଣ କୁ ଅଭିଶାପ ଦେଲେ ଯେ ଗୟା ର ବ୍ରାହ୍ମଣ କେବେ ଜୀବନରେ ସନ୍ତୁଷ୍ଟ ହେବେ ନାହିଁ ଏବଂ ସବୁବେଳେ ଦରିଦ୍ର୍ୟତା ହିଁ ରହିବେ। ଶେଷରେ ମାତା ସୀତା ବଟ ବୃକ୍ଷ କୁ ବରଦାନ ଦେଲେ ଯେ ଯିଏ ବି ଗୟା ରେ ପିଣ୍ଡ ଦାନ କରିବାକୁ ଆସିବେ ସେ ବଟବୃକ୍ଷ କୁ ମଧ୍ୟ ପିଣ୍ଡ ଦାନ କରିବେ।
ତେବେ ବନ୍ଧୁଗଣ ମାତା ସୀତା ଙ୍କର ସେହି ଅଭିଶାପ ରେ ସେହି ୪ ଜଣ ଏବେ ମଧ୍ୟ ଭୋଗୁଛନ୍ତି।