ଏହି ସ୍ଥାନରେ କାହାକୁ ମଧ୍ୟ ଡରନ୍ତି ନାହିଁ ସାପ, ମନୁଷ୍ୟ ଦେଖିବା ମାତ୍ରେ ବଦଳେଇ ଦିଅନ୍ତି ରାସ୍ତା, ଆଶ୍ଚର୍ଯ୍ୟ କରିଦେବ କାରଣ
1 min readଉତ୍ତରପ୍ରଦେଶର ଆଜମଗଡର ଅବନ୍ତିକାପୁରିର ଐତିହାସିକ ମହତ୍ଵ ରହିଛି , ଯାହା ହଜାର ବର୍ଷର ପୂର୍ବର ଅଟେ। ଏହା ଏକ ବଡ ତୀର୍ଥ ସ୍ଥଳ ଅଟେ, ଯେଉଁଠାରେ ସର୍ପ ବିନାଶ ନିମନ୍ତେ ତ୍ରେତୟା ଯୁଗରେ ରାଜା ଜନ୍ମେଜାୟ ଯଜ୍ଞ କରିଥିଲେ। ଏହି କ୍ଷେତ୍ରରେ କାହାକୁ ମଧ୍ୟ ସର୍ପ ଦଂଶନ କରେନାହିଁ, ଯଦି କାହାକୁ ଦଂଶନ କରେ ତ ସେ ବ୍ୟକ୍ତି ସେଠାରେ ଥିବା ସରୋବରରେ ସ୍ନାନ କରିବା ଦ୍ଵାରା ତାକୁ ବିଷ ଚଢେ ନାହିଁ । ଏତିକି ନୁହେ ଯଦି କୌଣସି ବିଷାକ୍ତ ସର୍ପ ରାସ୍ତାରେ ଆତଯାତ କରୁଥିବା କୌଣସି ବ୍ୟକ୍ତିଙ୍କୁ ଦୃଶ୍ୟ ହୋଇଥାଏ ତେବେ ସେ କେବଳ ରାଜା ଜନ୍ମେଜାୟଙ୍କ ନାମ ନିଅନ୍ତି ତ ସେହି ବିଷାକ୍ତ ସର୍ପ ରାସ୍ତା ବଦଳେଇ ଦେଇଥାଏ। ଏଥିପାଇଁ ଲୋକମାନେ ଏଠାରେ ବର୍ଷକୁ ଥରେ ଆସି ସରୋବରରେ ସ୍ନାନ କରିନିଅନ୍ତି। ଯାହାଦ୍ଵାରା ତାଙ୍କର ପୁରା ବର୍ଷ ସମସ୍ତ ପ୍ରକାର ଦୁଃଖ ଦୂର ହୋଇଯାଏ। ଜାଣିଥିବା ଲୋକମାନେ କୁହନ୍ତି ଯେ ସମସ୍ତ ତୀର୍ଥ କରିବା ପୂର୍ବରୁ ଏଠାକାର ତୀର୍ଥ କରିବା ଜରୁରୀ ହୋଇଥାଏ ଏବଂ ଲୋକମାନେ ବର୍ଷକୁ ଥରେ ଏହି ସ୍ଥାନକୁ ନିଶ୍ଚିତ ଆସନ୍ତି ।
ଏଠାକାର ସରୋବର 84ବିଘା ଜମି ଉପରେ ବିସ୍ତାର କରିଛି । ପୂର୍ବକାଳରେ ଏହି ଯଜ୍ଞ ଭୂମି ଥିଲା, ଯେଉଁଥିରେ ରାଜା ଜନ୍ମେଜାୟ ସର୍ପ ବିନାଶ ନିମନ୍ତେ ଏକ ବିଶାଳ ଯଜ୍ଞ କରେଇଥିଲେ । ଏଠାରେ ଆସିବା ମାତ୍ରେ ସମସ୍ତଙ୍କୁ ଶାନ୍ତିର ଅନୁଭୂତି ହୋଇଥାଏ ଏବଂ କିଛି ନୂଆ କରିବାର ଇଚ୍ଛା ଜାଗ୍ରତ ହୁଏ। ଏହାରେ କାର୍ତ୍ତିକ ପୂର୍ଣ୍ଣିମାରେ ମେଳା ହୋଇଥାଏ। ଯେଉଁଥିରେ ସହସ୍ରାଧିକ ଶ୍ରଦ୍ଧାଳୁ ସମଗ୍ର ଦେଶରୁ ଆସନ୍ତି ।ଏହି ଟିଲା ଯାହା ଉପରେ ମନ୍ଦିର ସ୍ଥାପିତ ହୋଇଛି ପୂର୍ବକାଳରେ ଏଠାରେ ରାଜା ଜନ୍ମେଜାୟଙ୍କର କିଲ୍ଲା ଥିଲା, ଯାହା ଧୀରେଧିରେ ଟିଲାର ରୂପ ଧାରଣ କରିନେଇଛି । ଏହି ଟିଲାର ଚତୁର୍ଦ୍ଦିଗରେ ଘନଘୋର ଜଙ୍ଗଲ ରହିଛି ।
ଏହି ସରୋବରରେ ସ୍ନାନ କରିବା ଦ୍ଵାରା ଆଜି ମଧ୍ୟ ଚର୍ମ ସମ୍ବନ୍ଧୀୟ ରୋଗ ଦୂର ହୋଇଯାଏ। ଯେବେ ଜନ୍ମେଜାୟ ଯଜ୍ଞର ଅନ୍ତିମ ଆହୁତି ଦେଲେ ତ ସେହି ସର୍ପ ମଧ୍ୟ ଇନ୍ଦ୍ରଙ୍କ ସହିତ ଯଜ୍ଞ କୁଣ୍ଡର ପାଖକୁ ଆସିଗଲା। ନିଜର ପୁତ୍ରର ପ୍ରାଣ ଯାଉଥିବା ଦେଖି ତାହାର ମାତା ଜରତକାରୁ ଯଜ୍ଞକର୍ତ୍ତାଙ୍କୁ ନିବେଦନ କଲେ ଯେ ଏବେ ମୋର ପୁତ୍ରଙ୍କ ମଧ୍ୟରୁ ସେ ଏହି ତକ୍ଷକ ଅଟେ ଯିଏ ଏକମାତ୍ର ଜୀବିତ ରହିଛି ଏହାର ବିନାଶ କରାନଯାଉ। ଯଜ୍ଞକର୍ତ୍ତା ମାନେ କହିଲେ ଯେ ତକ୍ଷକ ଏହି ବଚନ ଦେଉ ଯେ ଭବିଷ୍ୟରେ ରାଜା ଜନ୍ମେଜାୟଙ୍କ ନାମ ଶୁଣିବା ମାତ୍ରେ ସେ କୌଣସି ବ୍ୟକ୍ତିଙ୍କୁ କିମ୍ବା ଜୀବଙ୍କୁ ଦଂଶନ କରିବ ନାହିଁ ଏବଂ ଯଦି ଭୁଲବଶତଃ କାହାକୁ ମଧ୍ୟ ଦଂଶନ କରିନିଏ ତେବେ ତାହାକୁ ବିଷର ପ୍ରଭାବ ହେବ ନାହିଁ ଏବଂ ନା ହି ତାହାର ମୃତ୍ୟୁ ହେବ ।
ପ୍ରାଣ ଯାଉଥିବା ଦେଖି ତକ୍ଷକ ରାଜା ଜନ୍ମେଜାୟଙ୍କୁ ଏହି ବଚନ ଦେଲା ଯେ ଯେଉଁ ବ୍ୟକ୍ତି ଜନ୍ମେଜାୟଙ୍କ ନାମ ନେବ ସେମାନଙ୍କୁ ଦେଖି ସର୍ପ ରାସ୍ତା ବଦଳେଇ ଦେବେ ଏବଂ ଯେକୌଣସି ପରିସ୍ଥିତିରେ ଦଂଶନ କରିବେ ନାହିଁ , ଯଦି ଦଂଶନ କରିବେ ତେବେ ସରୋବରରେ ସ୍ନାନ କରିବା ଉପରାନ୍ତେ ବିଷର ପ୍ରଭାବ ତାଙ୍କ ଉପରେ ହେବ ନାହିଁ । ସର୍ପ ଦ୍ଵାରା ଏହି ବଚନ ଦେବା ପରେ ରାଜା ତକ୍ଷକ ନାଗକୁ ମୁକ୍ତ କରିଦେଲେ। ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ପୂର୍ଣ୍ଣିମା ତିଥିରେ ଏଠାରେ ବିଶାଳ ମେଳା ଲାଗେ। ଲୋକମାନେ ଏହତରେ ଦେବିଦେବତାଙ୍କ ଦର୍ଶନ ଏବଂ ପୂଜାପାଠ କରନ୍ତି । ଏଠାରେ 84ବିଘାରେ ରାଜା ଜନ୍ମେଜାୟଙ୍କର ଯଜ୍ଞକୁଣ୍ଡ ଥିଲା ଯାହା ଏବେ ସରୋବରର ରୂପ ନେଇସାରିଛି ।
ଏହା ବିଶ୍ଵର ପ୍ରାଚୀନତମ ତୀର୍ଥାସ୍ଥଳ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ – କଣ କଥା ଅଟେ? ଜନ୍ମେଜାୟ ଅର୍ଜୁନଙ୍କ ପୌତ୍ର ରାଜା ପରୀକ୍ଷିତଙ୍କର ପୁତ୍ର ଥିଲେ। ଜନ୍ମେଜାୟଙ୍କର ପତ୍ନୀ ବପୁଷ୍ଟମା ଥିଲେ, ଯିଏ କାଶିରାଜଙ୍କର ପୁତ୍ରୀ ଥିଲେ। ବଡ ହେବା ପରେ ଯେବେ ଜନ୍ମେଜାୟ ପିତା ପରୀକ୍ଷିତଙ୍କର ମୃତ୍ୟୁର କାରଣ ସର୍ପଦଂଶନ ଜାଣିଲେ ତ ସେ ତକ୍ଷକଙ୍କ ଠାରୁ ପ୍ରତିଶୋଧ ନେବାକୁ ଚାହିଁଲେ। ଜନ୍ମେଜାୟ ସର୍ପଙ୍କ ସଂହାର ନିମନ୍ତେ ସର୍ପସ୍ତ୍ର ନାମକ ମହାନ ଯଜ୍ଞର ଆୟୋଜନ କଲେ। ନାଗଙ୍କୁ ଏହି ଯଜ୍ଞରେ ଭସ୍ମ ହେବାର ଶାପ ତାଙ୍କର ମା କଦ୍ରୁ ଦେଇଥିଲେ।
ସମୁଦ୍ର ମନ୍ଥନରେ ଦଉଡି ରୂପରେ କାର୍ଯ୍ୟ କରିବା ପରେ ନାଗ ବାସୁକୀ ସୁଅବସର ପାଇ ନିଜର ତ୍ରାସର ଗାଥା ବ୍ରହ୍ମାଙ୍କୁ କହିଲେ । ସେ କହିଲେ ଯେ ରୁଷି ଜରତ୍କାରୁଙ୍କର ପୁତ୍ର ଧର୍ମାତ୍ମା ଆସ୍ତିକ ସର୍ପଙ୍କର ରକ୍ଷା କରିବେ, ଦୁରାତ୍ମା ସର୍ପଙ୍କର ନାଶ ସେହି ଯଜ୍ଞରେ ଅବଶ୍ୟମ୍ଭାବୀ ଅଟେ। ରାଜା ପରୀକ୍ଷିତ ଥରେ ଶିକାର ଖେଳିବା ସମୟରେ ଜଣେ ରୁଷିଙ୍କ ବେକରେ ମରିଥିବା ସର୍ପ ପକେଇବାର ଅପରାଧ କରିଥିଲେ। ଏହାର ଫଳ ସ୍ୱରୂପ ତାଙ୍କୁ ସର୍ପ ଦ୍ଵାରା ଦଂଶନ ପୂର୍ବକ ମୃତ୍ୟୁର ଅଭିଶାପ ମିଳିଥିଲା। ଏହି ଅପରାଧରୁ ବିରକ୍ତ ହୋଇ ଜନ୍ମେଜାୟ ସମସ୍ତ ସର୍ପଜାତିକୁ ନଷ୍ଟ କରିଦେବା ନିମନ୍ତେ ସର୍ପଯଜ୍ଞ ଅନୁଷ୍ଠାନ କରିବାର ନିଷ୍ପତ୍ତି କଲେ । ଏବେ କଣ ଥିଲା, ଲଗାତାର ସର୍ପ ଆସି ଯଜ୍ଞକୁଣ୍ଡରେ ପଡିବାକୁ ଲାଗିଲେ। ଅପରାଧୀ ତକ୍ଷକ ଭୟରେ ଇନ୍ଦ୍ରଦେବଙ୍କ ଶରଣ ପଶିଲା ।
ଏଠାରେ ବାସୁକୀ ଯେବେ ନିଜର ଭଣଜା, ଜରତ୍କାରୁ ମୁନିଙ୍କ ପୁତ୍ର, ଆସ୍ତିକଙ୍କୁ ଅଜାଙ୍କ ବଂଶ ରକ୍ଷା କରିବାର ଅନୁରୋଧ କଲେ ତେବେ ସେ ଜନ୍ମେଜୟଙ୍କର ଯଜ୍ଞସ୍ଥଳକୁ ଆସି ଯଜ୍ଞର ବହୁତ ପ୍ରଶଂସା କରିବାରେ ଲାଗିଲେ। ଏଥିରେ ପ୍ରସନ୍ନ ହୋଇ ରାଜା ତାଙ୍କୁ ଇଚ୍ଛାବର ଦେବାର ପ୍ରତିଶ୍ରୁତି ଦେଲେ। ଏହା ଉପରେ ଆସ୍ତିକ ପ୍ରାର୍ଥନା କଲେ ଯେ ଏବେ ଆପଣ ଏହି ଯଜ୍ଞକୁ ଏହିଠାରେ ସମାପ୍ତ କରିଦିଅନ୍ତୁ। ଏହା ହେବା ଦ୍ଵାରା ସର୍ପଙ୍କର ରକ୍ଷା ହେଲା । ରାଜା ଜନ୍ମେଜୟଙ୍କର ରାଣୀଙ୍କ ନାମ ବସୁଷ୍ଟମା ଥିଲା। ସେ କାଶିରାଜ ସୁବର୍ଣ୍ଣବର୍ମାଙ୍କର ରାଜକୁମାରୀ ଥିଲେ । ବାସ୍ତବରେ ଅପରାଧୀ ତକ୍ଷକ ନାଗ ଥିଲା, ତାକୁ ଦଣ୍ଡ ଦେବା ରାଜା ଜନ୍ମେଜୟଙ୍କର କର୍ତ୍ତବ୍ୟ ଥିଲା ।
କିନ୍ତୁ କ୍ରୋଧବଶତଃ ସେ ସମସ୍ତ ସର୍ପଜାତିକୁ ନଷ୍ଟ କରିବାର ଦାୟିତ୍ଵ ଉଠେଇଲେ ଯାହା ଅନୁଚିତ ଥିଲା। ଜଣକର ଅପରାଧ ନିମନ୍ତେ ବହୁତଙ୍କୁ ଦଣ୍ଡ ଦେବା ଠିକ ନୁହେଁ । ଯିଏ ଅପରାଧ କରିଛି ଏବଂ ଯେଉଁ ଯାହାକୁ ଦେବା ନିମନ୍ତେ ଏତେ ପ୍ରସ୍ତୁତି କରାଗଲା ସେହି ତକ୍ଷକ ଶେଷରେ ରକ୍ଷା ପାଇଗଲା । ଏହା ଆଶ୍ଚର୍ଯ୍ୟର କଥା ଅଟେ. ଜଣେମ୍ଜୟ ସର୍ପସ୍ତ୍ର ପ୍ରାରମ୍ଭ କରିଥିଲେ। ତାଙ୍କର ସର୍ପ ଆବାହନ କରିବା ଦ୍ଵାରା ଅଗ୍ନିରେ ପତିତ ହେଲେ ସେତେବେଳେ ଭୟଭୀତ ତକ୍ଷକ ଇନ୍ଦ୍ରଙ୍କ ଶରଣରେ ଇନ୍ଦ୍ରପୁରୀରେ ରହିବାକୁ ଲାଗିଲା। ବାସୁକୀଙ୍କ ପ୍ରେରଣା ଯୋଗୁ ଆସ୍ତିକ ପରୀକ୍ଷିତଙ୍କ ଯଜ୍ଞସ୍ଥଳ ମଧ୍ୟ ପହଞ୍ଚିଲେ ତଥା ପ୍ରକାର ପ୍ରକାରରେ ଯଜମାନ ତଥା ରୁତ୍ୱିଜ ମାନଙ୍କର ସ୍ତୁତି ଗାନ କରିବାରେ ଲାଗିଲେ। ଏଠାରେ ରୁତ୍ୱିଜ ମାନେ ତକ୍ଷକର ନାମ ନେଇ ଆହୁତି ଦେବା ପ୍ରାରମ୍ଭ କଲେ। ଇନ୍ଦ୍ର ତକ୍ଷକକୁ ନିଜ ଉତ୍ତରୀୟରେ ଲୁଚେଇକି ସେଠାକୁ ଆସିଲେ ।
ଯଜ୍ଞର ବିରାଟ ରୂପ ଦେଖି ସେ ତକ୍ଷକକୁ ଏକୁଟିଆ ଛାଡି ନିଜ ମହଲକୁ ଚାଲିଗଲେ । ବିଦ୍ଵାନ ବ୍ରାହ୍ମଣ ବାଳକ, ଆସ୍ତିକଙ୍କ ଦ୍ଵାରା ପ୍ରସନ୍ନ ହୋଇ ଜନ୍ମେଜୟଙ୍କୁ ତାକୁ ଏକ ବରଦାନ ଦେବା ନିମନ୍ତେ ଇଚ୍ଛା ପ୍ରକଟ କଲେ ତ ସେ ଯଜ୍ଞର ତୁରନ୍ତ ସମାପ୍ତିର ବର ମାଗିଲେ, ଅତଃ ତକ୍ଷକ ବଞ୍ଚିଗଲା କାରଣ ସେ ଏବେ ଅଗ୍ନିରେ ପ୍ରବେଶ କରିନଥିଲା। ନାଗମାନେ ପ୍ରସନ୍ନ ହୋଇ ଆସ୍ତିକଙ୍କୁ ବର ଦେଲେ ଯେ ଯିଏ ମଧ୍ୟ ଏହି କଥାର ସ୍ମରଣ କରିବ, ସର୍ପ କେବେ ମଧ୍ୟ ତାହାର ଦଂଶନ କରିବ ନାହିଁ ।
ପରୀକ୍ଷିତ-ପୁତ୍ର ଜନ୍ମେଜୟ ସୁଯୋଗ୍ୟ ଶାସକ ମଧ୍ୟ ଥିଲେ । ବଡ ହେବା ପରେ ତାଙ୍କୁ ଉତ୍ତକ ମୁନିଙ୍କ ଠାରୁ ଜ୍ଞାନ ପ୍ରାପ୍ତ ହେଲା ଯେ ତକ୍ଷକ କେଉଁ ପ୍ରକାର ପରୀକ୍ଷିତଙ୍କୁ ମାରିଥିଲା ଯେଉଁ ପ୍ରକାର ରୁରୁ ନିଜର ଭାବି ପତ୍ନୀଙ୍କୁ ଅଧା ଆୟୁ ଦେଇଥିଲେ ସେହିପରି ପରୀକ୍ଷିତଙ୍କୁ ମଧ୍ୟ ବଞ୍ଚାଯାଇ ପାରିଥାନ୍ତା । ମନ୍ତ୍ର ଜ୍ଞାତା କଶ୍ୟପ ସର୍ପଦଂଶନର ନିରାକରଣ କରିପାରିଥାନ୍ତେ କିନ୍ତୁ ତକ୍ଷକ ରାଜାଙ୍କୁ ବଞ୍ଚେଇବାକୁ ଯାଉଥିବା ମୁନିଙ୍କୁ ଅଟକେଇ ତାଙ୍କର ପରିଚୟ ପଚାରିଲା। ତାଙ୍କୁ ଯିବା ନିମିତ୍ତ ଜାଣିକି ତକ୍ଷକ ନିଜର ପରିଚୟ ଦେଇ ତାଙ୍କୁ ପରୀକ୍ଷା ଦେବାପାଇଁ କହିଲା। ତକ୍ଷକ ନ୍ୟାଗ୍ରୋଧ(ବର) ବୃକ୍ଷକୁ ଦଂଶନ କରିଦେଲା ।