ଏହି ଫଟୋ ଶିଖେଇଥାଏ ଜୀବନର 3 ମୁଖ୍ୟ ଶିକ୍ଷା, ଏହାକୁ ଜାଣିଦେଲେ ଜୀବନ ସାର୍ଥକ ହେଇଯିବ..

ବନ୍ଧୁଗଣ ଏହି ଜୀବନ ବି ବଡ ଅଦ୍ଭୁତ ଜିନିଷ ଅଟେ। ଏଠାରେ ଜୀବନରେ ଖୁସି ରହିବା ନିମନ୍ତେ ଏବଂ ସଫଳତା ହାସିଲ କରିବା ନିମନ୍ତେ ଅନେକ ପ୍ରକାର ଉପାୟ ପ୍ରୟୋଗ କରିବାକୁ ପଡେ। ଯଦି ଆପଣ ନିଜର ଲାଇଫକୁ ସଠିକ ଢଂଗରେ ବଞ୍ଚିବାକୁ ଚାହାନ୍ତି ତ ଆପଣଙ୍କୁ ପ୍ରକୃତି ଦ୍ଵାରା ନିର୍ମିତ କିଛି ନିୟମ କାଇଦାର ପାଳନ କରିବାକୁ ହେବ । ଜୀବନକୁ ସହଜ କରିବା ନିମନ୍ତେ ଆମକୁ ସମୟ ସମୟରେ ଭିନ୍ନ ଭିନ୍ନ ପରାମର୍ଶ ମିଳୁଥାଏ । ଯଦି ପ୍ରାଚୀନ ସମୟରେ କଥା କହିବୁ ତ ଅନେକ ଏପରି ମହାପୁରୁଷ ଥିଲେ ଯେଉଁମାନେ ଏହି ଦୁନିଆରୁ ବିଦାୟ ନେବା ପୂର୍ବରୁ କିଛି ଏପରି କଥା କହିଯାଇଛନ୍ତି ଯାହା ଜୀବନ ବଞ୍ଚିବା ନିମନ୍ତେ ଅନେକ ଶିକ୍ଷା ଦେଇଥାଏ । ଉଦାହରଣ ନିମନ୍ତେ ମହାତ୍ମା ଗାନ୍ଧୀ,ସ୍ଵାମୀ ବିବେକାନନ୍ଦ ଏବଂ ଚାଣକ୍ୟ ପ୍ରଭୁତି କିଛି ଏପରି ମହାନ ବ୍ୟକ୍ତି ଅଟନ୍ତି ଯେଉଁ ମାନଙ୍କ ଦ୍ଵାରା କୁହାଯାଇଥିବା ବଚନ ଏବଂ ଶିକ୍ଷା ଆଜି ମଧ୍ୟ କାମରେ ଆସେ।
କିନ୍ତୁ ଆଜି ଆମେ ଆପଣଙ୍କ ଜୀବନର 3ଏପରି ଶିକ୍ଷା ଶିଖେଇବାକୁ ଯାଉଛୁ ଯାହାକୁ କୌଣସି ମହାପପୁରୁଷ କହିନାହାନ୍ତି ପରନ୍ତୁ ନିଜେ ପ୍ରକୃତି କହିଛି । ବନ୍ଧୁଗଣ ଅନେକ ସମୟରେ ଆମେ ନିଜର ଆଖପାଖର ଜିନିଷରୁ ବହୁତ କିଛି ଶିକ୍ଷା ପାଇଥାଉ। ଭଗବାନ ଏହି ସଂସାରକୁ କିଛି ଏହି ପ୍ରକାର ବନେଇଛନ୍ତି ଯେ ଆମର ଆଖପାଖର ଜିନିଷ ହିଁ ଆମକୁ ଜୀବନର ଅନେକ ଗୁଣ ଶିକ୍ଷା ଦେଇଥାଏ । ଜୀବନର ମହତ୍ଵପୂର୍ଣ୍ଣ ଶିକ୍ଷା ଶିଖେଇଥିବା ଏକ ଫଟୋ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି । ଏହି ଫୋଟୋ କେଉଁଠାରୁ ଆସିଛି, କିଏ ବନେଇଛି ଏକଥାର ଠିକଣା ଜଣା ନାହିଁ । କିନ୍ତୁ ଏହି ଫଟୋ ରୁ ମିଳୁଥିବା ଶିକ୍ଷା ନିଶ୍ଚିତ ବୁଝି ହେଉଛି । ଟିକେ ଥରେ ଆପଣ ମଧ୍ୟ ଏହି ଫଟୋକୁ ଧ୍ୟାନ ପୂର୍ବକ ଦେଖନ୍ତୁ ଏବଂ ଆମକୁ କୁହନ୍ତୁ ଯେ ଆପଣଙ୍କୁ ଏହି ଫଟୋରୁ କଣ ଶିକ୍ଷା ମିଳିଲା ।
ଯଦି ଆପଣ ଏବେ ମଧ୍ୟ ନିଜର ମୁଣ୍ଡ କୁଣ୍ଡାଉଛନ୍ତି ତେବେ କୌଣସି କଥା ନାହିଁ । ଆସନ୍ତୁ ଆମେ ନିଜେ ଏହି ଫଟୋର ତିନି ମୁଖ୍ୟ ଶିକ୍ଷା ବିଷୟରେ ଜଣେଇ ଦେଉଛୁ । ଯେପରିକି ଆପଣ ଫଟୋରେ ଦେଖି ପାରୁଛନ୍ତି ଯେ ଏଥିରେ ଆପଣଙ୍କୁ ଏକ ଶୃଗାଳ ଓ ଏକ ପକ୍ଷୀ ଦେଖାଯାଉଛି । ଏହି ସଂପୂର୍ଣ୍ଣ ଦୃଶ୍ୟ ଏକ ପାର୍ବତୀୟ ଅଞ୍ଚଳର ଅଟେ। ଯେଉଁଠାରେ ଏକ ଶୃଗାଳ ପକ୍ଷୀକୁ ଧରିବା ଚକ୍କରରେ ଚଟାଣର ଶୀର୍ଷରୁ ମଧ୍ୟ ଆଗକୁ ବାହାରି ଯାଉଛି। ଏବେ ଫଟୋକୁ ଦେଖି ଆମେ ସମସ୍ତେ ଜାଣିଲେ ଯେ ଶୃଗାଳର କଣ ହେବାକୁ ଯାଉଛି। ଏମିତିରେ ଏହି ଫଟୋ ଆମକୁ ଜୀବନ ବଞ୍ଚିବାର 3ମୁଖ୍ୟ ଶିକ୍ଷା ଶିଖେଇ ସାବଧାନ କରୁଛି ।
ପ୍ରଥମ ଶିକ୍ଷା: ଯେବେ ମଧ୍ୟ ଆପଣଙ୍କୁ କେହି ଉସୁକେଇଥାଏ କିମ୍ବା କ୍ରୋଧ ଜଗାଏ ତ ତାହାର ପ୍ରତିକ୍ରିୟା ରୂପରେ ଯୁଦ୍ଧ କରିବା ଉତ୍ତମ ନିଷ୍କର୍ଷ ହୋଇନଥାଏ । ଆପଣଙ୍କୁ ଜୀବନରେ ନିଜର ଆଖପାଖର ଜିନିଷ ଏବଂ ଲୋକଙ୍କ ଠାରୁ ସବୁବେଳେ ସତର୍କ ରହିବା ଉଚିତ । ଯଦି ଆପଣ ଶୀଘ୍ରତା ରେ କୌଣସି କାର୍ଯ୍ୟ କରିବେ ତ ତାହାର କୁଫଳ ଆପଣଙ୍କୁ ପରେ ଭୋଗିବାକୁ ହେବ ।
ଦ୍ଵିତୀୟ ଶିକ୍ଷା: ଜୀବନରେ ଆମକୁ ଅନେକ ଗୁଡିଏ ଅବସର ମିଳିଥାଏ। କିନ୍ତୁ ଏହାର ଏହା ଅର୍ଥ ନୁହେଁ ଯେ ଆପଣ ବିନା ବୁଝିବିଚାରି ପ୍ରତ୍ୟେକ ଅବସର ପଛରେ ଦଉଡିବେ। କିଛି ଅବସର ଆପଣଙ୍କୁ ବରବାଦି ଆଡକୁ ମଧ୍ୟ ନେଇପାରେ । ଏଥିପାଇଁ ଜୀବନରେ କୌଣସି ବି ରାସ୍ତା ଚୟନ କରିବା ଆଗରୁ ତାହାର ଲାଭ ଏବଂ କ୍ଷତି ନିଶ୍ଚିତ ଜାଣନ୍ତୁ।
ତୃତୀୟ ଶିକ୍ଷା: କେବେ ମଧ୍ୟ ଉତ୍ସାହ କିମ୍ବା କ୍ରୋଧରେ ଆସି କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଖାସ କରି ଯେବେ ଆପଣ କୌଣସି ବ୍ୟକ୍ତିଙ୍କୁ ତଳିତଳାନ୍ତର ଉଦ୍ଦେଶ୍ୟ ନିଜ ଉପରେ ସବାର କରିନିଅନ୍ତି ତ ଏତେ ଅନ୍ଧ ହୋଇ ଯାଆନ୍ତୁ ନାହିଁ ଯେ ନିଜେ ନିଜର ବରବାଦିକୁ ଅଣଦେଖା କରିବେ । ଏଥିପାଇଁ ଜୀବନରେ ସବୁବେଳେ ଶାନ୍ତ ରହନ୍ତୁ ଏବଂ ଶତ୍ରୁତା ଚକ୍କର ରେ ନିଜକୁ ବରବାଦ କରନ୍ତୁ ନାହିଁ ।