June 21, 2025

Odia Express

Here, There and Everywhere

ଆଜି ମଧ୍ୟ ଗଙ୍ଗା କାହିଁକି ପବିତ୍ର ମାନ୍ୟତା ପାଇଛି? ଜାଣନ୍ତୁ ଏହାର କାରଣ..

1 min read

ସାରା ଦେଶରେ ଏଭଳି ବହୁତ ପବିତ୍ର ନଦୀ ରହିଛି ଯାହାର ନିଜର କୌଣସି ନା କୌଣସି ମହତ୍ଵ ମାନ୍ୟ ଅଛି। ଏହି ପବିତ୍ର ନଦୀ ମାନଙ୍କ ମଧ୍ୟରୁ ଗୋଟିଏ ଗଙ୍ଗା ନଦୀ ଅଟେ। ହିନ୍ଦୁ ଧର୍ମରେ ଗଙ୍ଗାକୁ ବହୁତ ପବିତ୍ର କୁହାଯାଏ। ଏହା କୁହାଯାଏ ଯେ ଗଙ୍ଗାର ଜଳ କେବେ ମଧ୍ୟ ଖରାପ ହୁଏ ନାହିଁ , ଗଙ୍ଗାକୁ ପୂଜନୀୟ ମାନ୍ୟତା ରହିଛି। ଏହି ପୁରା ଦୁନିଆରେ ଗଙ୍ଗା ନଦୀ ନିଜର ପବିତ୍ରତା କାରଣରୁ ହିଁ ପ୍ରସିଦ୍ଧ ଅଟେ। ଗଙ୍ଗା ନଦୀର ପାଣି ଅମୃତ ସମାନ ହୋଇଥାଏ। ହିନ୍ଦୁ ଧର୍ମରେ ଗଙ୍ଗା ନଦୀର ଜଳ ଅନେକ କାର୍ଯ୍ୟରେ ପ୍ରୟୋଗ କରାଯାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଗଙ୍ଗା ପାପର ନାଶ କରି ମୋକ୍ଷ ପ୍ରଦାନ କରୁଥିବା ନଦୀ ଅଟେ। ଏହା କେବଳ ଧାର୍ମିକ ଦ୍ରୁଷ୍ଟିରେ ହିଁ ନୁହେଁ ପରନ୍ତୁ ବିଜ୍ଞାନର ଦୃଷ୍ଟିରେ ମଧ୍ୟ ଗଙ୍ଗା ବହୁତ ପବିତ୍ର ଅଟେ।

ଯଦି ଆମେ ବର୍ତ୍ତମାନ ସମୟରେ ଗଙ୍ଗାନଦୀର ସ୍ଥିତିର କଥା କହିବୁ ତ ଗଙ୍ଗା ନଦୀର ପାଣି ଦିନକୁଦିନ ଅପରିଷ୍କାର ହେବାରେ ଲାଗିଛି, ଏପରି ଲାଗୁଛି ଯେ ଭବିଷ୍ୟରେ ଗଙ୍ଗା ନଦୀ ପୂର୍ଣ୍ଣ ରୂପେ ଲୁପ୍ତ ହୋଇଯିବ। ଲୋକମାନେ ଗଙ୍ଗାରେ ଅସ୍ଥି ବିସର୍ଜନ କରୁଛନ୍ତି, ଏଥିରେ ଅଳିଆ ଆବର୍ଜ୍ଜନା ପକାଉଛନ୍ତି, ଏତିକି ନୁହେଁ ପରନ୍ତୁ ଗଙ୍ଗା ନଦୀରେ ଦୀପ ଛାଡୁଛନ୍ତି, ଓ ସହର ଏବଂ ଫ୍ୟାକ୍ଟରୀର ଦୂଷିତ ଜଳ ମଧ୍ୟ ଏଥିରେ ଯାଉଛି, କିନ୍ତୁ ଏତେ ସବୁ କିଛି ହେବା ପରେ ଆଜି ମଧ୍ୟ ଗଙ୍ଗା ନଦୀକୁ ବହୁତ ପବିତ୍ର କୁହାଯାଉଛି।

ଜାଣନ୍ତୁ ଗଙ୍ଗା ନଦୀ କାହିଁକି ପବିତ୍ର ଅଟେ – ଗଙ୍ଗା ନଦୀର ଜଳରେ ଔଷଧୀୟ ଗୁଣ ରହିଥାଏ, ବୈଜ୍ଞାନିକ ଦୃଷ୍ଟିରେ ଦେଖାଯାଏ ତ ଗଙ୍ଗାର ପାଣିରେ ବ୍ୟାକ୍ଟେରିଆକୁ ଖାଉଥିବ ବ୍ୟାକ୍ଟେରୀୟୋଫେଜ ଭାଇରସ ମିଳିଥାଏ, ଏହି ଭାଇରସ ବ୍ୟାକ୍ଟେରିଆର ସଂଖ୍ୟା ବଢିବା ମାତ୍ରେ ତୁରନ୍ତ ସକ୍ରିୟ ହୋଇଯାଏ ଓ ବ୍ୟାକ୍ଟେରିଆକୁ ନଷ୍ଟ କରିବା ପରେ ଏହା ପୁନଃ ସୁପ୍ତ ହୋଇଯାଏ। ଏହି କାରଣରୁ ଗଙ୍ଗାର ପାଣି ଦୀର୍ଘ ସମୟ ହେବ ଖରାପ ହୁଏ ନାହିଁ, ଗଙ୍ଗା ନଦୀର ପାଣିରେ ଯେଉଁ ଗୁଣ ଅଛି ତାହା କୌଣସି ନଦୀର ଜଳରେ ମିଳିନଥାଏ । ଗଙ୍ଗାର ମହିମାର ବର୍ଣ୍ଣନ ବେଦ-ପୁରାଣରେ କରାଯାଇଛି, ପ୍ରାୟ ଦେଢଶହ ବର୍ଷ ପୂର୍ବେ ଆଗ୍ରାରେ ବ୍ରିଟିଶ ଡାକ୍ତର ମାନେ ବୈଜ୍ଞାନିକ ପରିକ୍ଷଣରୁ ସିଦ୍ଧ କରିଥିଲେ ଯେ ହଇଜା ବ୍ୟାକ୍ଟେରିଆ ଗଙ୍ଗାର ଜଳରେ ପକେଇବାର କିଛି ସମୟ ପରେ ମରିଯାଉଛି , ବୈଜ୍ଞାନିକ ମଧ୍ୟ ମାନୁଛନ୍ତି ଯେ ଗଙ୍ଗାରେ ବ୍ୟାକ୍ଟେରିଆକୁ ମାରିବାର ଶକ୍ତି ରହିଛି ।

ଯଦି ଆପଣ ଗଙ୍ଗା ନଦୀର ପାଣିକୁ ଅନେକ ବର୍ଷ ପର୍ଯ୍ୟନ୍ତ ମଧ୍ୟ ପ୍ରୟୋଗ କରିବେ କିମ୍ବା ରଖିବେ ତେବେ ଏହି ପାଣି ଖରାପ ହେବ ନାହିଁ। ଯଦି ଗଙ୍ଗା ନଦୀର ଜଳର ନିୟମିତ ବ୍ୟବହାର କରାଯାଏ ତେବେ ଏହାଦ୍ବାରା ବହୁତ ଗୁଡିଏ ରୋଗ ଦୂର ହୋଇଯାଏ । କିଛି ଲୋକ ଏହାକୁ ଚମତ୍କାର କୁହନ୍ତି ତ କିଛି ଲୋକ ଏହାକୁ ଜଡିବୁଟି ଓ ଆୟୁର୍ବେଦ ସହିତ ଜଡିତ କରନ୍ତି। ବିଜ୍ଞାନ ମଧ୍ୟ ଏହାର ଦୈବୀୟ ଗୁଣକୁ ସ୍ଵୀକାର କରେ, ଗଙ୍ଗା ଜଳ ର ବୈଜ୍ଞାନିକ ଗବେଷଣା ଏହା ସିଦ୍ଧ କରିଦେଇଛି ଯେ ଗଙ୍ଗା ଗୋମୁଖରୁ ବାହାରି ସମତଳକୁ ଆସିବା ପର୍ଯ୍ୟନ୍ତ ଅନେକ ପ୍ରାକୃତିକ ସ୍ଥଳ ବନଷ୍ପତ୍ତି କୁ ଅତିକ୍ରମ କରି ପ୍ରବାହିତ ହୋଇଛି, ଯେଉଁ କାରଣରୁ ଏଥିରେ ବହୁତ ପ୍ରକାରର ଔଷଧୀୟ ଗୁଣ ଉପସ୍ଥିତ ଅଛି। ଯାହା ମନୁଷ୍ୟଙ୍କୁ ଶକ୍ତି ପ୍ରଦାନ କରିଥାଏ, ଓ ଗଙ୍ଗା ନାଧିର ପାଣିରେ ଅନେକ ପ୍ରକାରର ରୋଗକୁ ନଷ୍ଟ କରିବାର କ୍ଷମତା ଅଛି, ଗଙ୍ଗା ନଦୀର ପାଣି ଏକ ଔଷଧ ଭଳି କାର୍ଯ୍ୟ କରେ ଯାହା ଅନେକ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ ।

Leave a Reply

Your email address will not be published. Required fields are marked *