October 24, 2024

Odia Express

Here, There and Everywhere

କଣ ଆପଣଙ୍କ ପାଡ ଗ୍ୟାସ ଦ୍ଵାରା ବ୍ୟାପି ପାରେ କାରୋନା ଭାଇରସ ? ଜାଣନ୍ତୁ ଏହାର ସତ୍ୟତା ବିଷୟରେ…

1 min read

କୋରୋନା ଭାଇରସ ସହିତ ଲଢିବା ପାଇଁ ସାରା ଦୁନିଆରେ ଔଷଧ ଉପରେ ଭିନ୍ନ ଭିନ୍ନ ପ୍ରୟୋଗ ଚାଲିଅଛି । ଏଠି ସହିତ ଜଡିତ ଅନେକ ସନ୍ଦର୍ଭ ମଧ୍ୟ ଆଗକୁ ଆସିଛି। ଯେପରିକି ପ୍ରଥମେ କୁହାଯାଉଥିଲା ଯେ ଏହା ବାଦୁଡି ଦ୍ଵାରା ହୋଇଥାଏ, ତାପରେ କୁକୁଡା, ତାପରେ ପୁନ କୁହାଗଲା ଯେ ଏହା ଚୀନରେ ସୃଷ୍ଟି ହୋଇନାହିଁ। ଏହି ଘାତକ ଭାଇରସ ସହିତ ଜଡିତ ଆଉ ଏକ ଅଦ୍ଭୁତ ପ୍ରକାରର ଥିଓରି ସାମ୍ନାକୁ ଆସିଛି ।ନିକଟରେ ଆସିଥିବା ଏକ ଗବେଷଣା ଅନୁଯାୟୀ, କୋରୋନା ଭାଇରସ ବିସ୍ତାର ରେ ଆପଣଙ୍କ fart ମାନେ ଗ୍ୟାସ ମଧ୍ୟ ଦାୟୀ ହୋଇପାରେ।

ଇକୋନୋମିକ ଟାଇମସର ଏହି ରିପୋର୍ଟ ଅନୁଯାୟୀ, ଏକ ନୂଆ ରିସର୍ଚ୍ଚ କହୁଛି ଯେ ଆପଣ ଯେଉଁ ଗ୍ୟାସ ଛାଡୁଛନ୍ତି, ବୋଧହୁଏ ତାହା ମଧ୍ୟ ଭାଇରସ ଖେଳେଇବାରେ ସାହାଯ୍ୟ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଭାବୁଥିଲେ ଯେ କାହାର ଛାଡିଥିବା ଗ୍ୟାସ ରୁମ ର ମହୋଲ ଖରାପ କରିଥାଏ, କିନ୍ତୁ ଏହି ରିସର୍ଚ୍ଚ ହିଷବାରେ ତ ଏହା ବହୁତ ଅନ୍ୟ କିଛି ଖରାପ କରୁଛି ।

ଅଷ୍ଟ୍ରେଲିଆର ଜଣେ ଡାକ୍ତର AndyTanng ଏକ ପଡକାଷ୍ଟ ବନେଇଛନ୍ତି। ପଡକାଷ୍ଟ ମାନେ (ଯେଉଁଥିରେ ସ୍ଵର ଥାଏ ଭିଡିଓ ନୁହେଁ)। ସେ ଏହି ପଡକାଷ୍ଟରେ ଲୋକଙ୍କୁ କହିଛନ୍ତି ଯେ ଆମର ଗ୍ୟାସ ଓ କୋରୋନା ଭାଇରସ ମଧ୍ୟରେ ଏକ ସମ୍ବନ୍ଧ ହୋଇପାରେ। ତାଙ୍କ ହିସାବରେ ପୋଷାକ ନପିନ୍ଧି ଗ୍ୟାସ ଛାଡିବା ଦ୍ଵାରା ଏହି ସଂକ୍ରମଣ ବୃଦ୍ଧି ପାଇଥାଏ। ସେ ତ ଏହା ମଧ୍ୟ କହିଛନ୍ତି ଯେ ସୋସିଆଲ ଡିଷ୍ଟାନ୍ସ ସହିତ ଲୋକମାନେ ଗ୍ୟାସ ମଧ୍ୟ ଦୂରକୁ ଯାଇ ଛାଡନ୍ତୁ।

ଗବେଷକଙ୍କ କଥାରେ ଅଛି କେତେଦୂର ସତ୍ୟତା? – ଡାକ୍ତର ଆଣ୍ଡି କୁହନ୍ତି ଯେ ଯେଉଁ ଗବେଷଣା ସେ କରିଛନ୍ତି, ତାହାର ହିସାବରେ ମନୁଷ୍ୟର fart(ପାଡ, ବାୟୁ)ତାହାର ମଳ ର କିଛି ଅଂଶ ହୋଇଥାଏ। ସେ ଏକ ଗବେଷଣା ଆହୁରି କରିଛନ୍ତି କୋରୋନା ପଜେଟିଭ ଲୋକଙ୍କ ଉପରେ। ଏମାନଙ୍କ ମଧ୍ୟରୁ 55ପ୍ରତିଶତ ଲୋକଙ୍କ ମଳରେ ଭାଇରସ ଥିଲା। ମାନେ କେଉଁଠି ନା କେଉଁଠି ତାଙ୍କ କଥା ସତ ଅଟେ। ଏହାଦ୍ବାରା ପୂର୍ବରୁ ମଧ୍ୟ ଅନେକ ଗବେଷକ ମାନେ fart ଜରିଆରେ ଭାଇରସ ବିସ୍ତାର ହେଉଥିବାର କଥା କହୁଥିଲେ। ଯଦିଓ ଡାକ୍ତରଙ୍କ ରିସର୍ଚ୍ଚ ପ୍ରମାଣିତ କରିବା ନିମନ୍ତେ ଏବେ କୌଣସି ତଥ୍ୟ ଉପସ୍ଥିତ ନାହିଁ ।ତେବେ ଏ ନେଇ କୌଣସି ସ୍ପଷ୍ଟ ସନ୍ଦେଶ ବାହରିନାହିଁ

Leave a Reply

Your email address will not be published. Required fields are marked *