October 21, 2024

Odia Express

Here, There and Everywhere

ନୀତା ଅମ୍ବାନୀଙ୍କର ଲିପଷ୍ଟିକର ମୂଲ୍ୟ ଜାଣିଲେ ଆପଣ ଚମକି ପଡିବେ – କହିବେ କାହିଁକି ଏତେ ଟଙ୍କା ଖର୍ଚ କରୁଛନ୍ତି..

ବନ୍ଧୁଗଣ ଦେଶର ସବୁଠାରୁ ଧନୀ ପରିବାର ଅମ୍ବାନୀଙ୍କ ବିଷୟରେ ପ୍ରତ୍ୟେକ ଜାଣନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କର ଗଣତି ବିଶ୍ଵର ସବୁଠାରୁ ଅଧିକ ଧନୀ ବ୍ୟକ୍ତି ମାନଙ୍କ ମଧ୍ୟରେ ହୋଇଥାଏ। ଏମାନଙ୍କ ପାଖରେ ଏତେ ଧନଦୌଲତ ଅଛି ଯେ ଆମେ ଓ ଆପଣ କଲ୍ପନା ମଧ୍ୟ କରିପାରିବା ନାହିଁ। ଯେବେ କାହା ପାଖରେ ଢେର ସାରା ଧନ ଆସେ ତ ସେ ତାଙ୍କର ଲାଇଫଷ୍ଟାଇଲ ମଧ୍ୟ ବହୁତ ବଦଳି ଯାଇଥାଏ। ଅମ୍ବାନୀ ପରିବାର ସବୁବେଳେ ନିଜର ଭବ୍ୟ ଲାଇଫଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହନ୍ତି। ମହଙ୍ଗା ଗାଡିରେ ବୁଲିବା, ବଡ ବଡ ହୋଟେଲରେ ରହିବା ଓ ନିଜର ପ୍ରାଇଭେଟ ପ୍ଳେନରେ ବିଶ୍ଵ ଭ୍ରମଣ କରିବା ଏମାନଙ୍କ ନିମନ୍ତେ ସାଧାରଣ କଥା ଅଟେ।

ଯଦି ଷ୍ଟାଇଲ ଓ ଫେସନ କଥା କୁହଜେ ତେବେ ଏହି କଥାକୁ ନେଇ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଶିରୋନାମାରେ ରୁହନ୍ତି। ସବୁ ମହିଳାଙ୍କ ଭଳି ନୀତା ଅମ୍ବାନୀଙ୍କୁ ମଧ୍ୟ ସଜେଇହେବାର ବହୁତ ସଉକ ରହିଛି। କିନ୍ତୁ ଏହାଙ୍କର ଶୃଙ୍ଗାର ଓ ଫେସନର ଉପକରଣ ଆମ ସାଧାରଣ ଲୋକଙ୍କ ଭଳି ଛୋଟ ମୋଟ ହୋଇନଥାଏ। ଏହାର ମୂଲ୍ୟ ଏତେ ଅଧିକ ହୋଇଥାଏ ଯେ ସେହି ମୂଲ୍ୟରେ ଆମେ ସାଧାରଣ ମଣିଷ ଗୋଟିଏ ବଙ୍ଗଳା ମଧ୍ୟ କ୍ରୟ କରିପାରିବା। ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ନୀତା ଅମ୍ବାନୀଙ୍କର ଫେସନ ସହିତ ଜଡିତ କିଛି ଏପରି ଜିନିଷ ବିଷୟରେ ଜଣେଇବୁ ଯାହାର ମୂଲ୍ୟ ଜାଣିଲେ ଆପଣଙ୍କ ହୋଶ ଉଡିଯିବ।

ନୀତାଙ୍କ ଧନବାନ ହେବାର ଅନୁମାନ ଆପଣ ଏହି କଥାରୁ ଲଗେଇ ପାରିବେ ଯେ ଏହାଙ୍କର 44ତମ ଜନ୍ମଦିବସରେ ସ୍ଵାମୀ ମୁକେଶ ଅମ୍ବାନୀ ତାଙ୍କୁ ଏକ ପ୍ରାଇଭେଟ ଜେଟ ଉପହାର ଦେଇଥିଲେ। ଏହି ଜେଟର ମୂଲ୍ୟ 394କୋଟି ଟଙ୍କା ବୋଲି କୁହାଯାଉଛି। ରାଣୀଙ୍କ ଭଳି ଲାଇଫଷ୍ଟାଇଲ ଜିଉଁଥିବା ନୀତା ଅମ୍ବାନୀଙ୍କର ପ୍ରତ୍ୟେକ ଜିନିଷ ଲକ୍ଷ କୋଟି ପର୍ଯ୍ୟନ୍ତ ହୋଇଥାଏ। ଏପରି କୁହାଯାଏ ଯେ ନୀତା ଅମ୍ବାନୀ ଯେଉଁ ଚା ପିଆନ୍ତି ତାହାର ମୂଲ୍ୟ ଲକ୍ଷରେ ହୋଇଥାଏ ଓ ଯଦି ତାଙ୍କର ପୋଷାକ କଥା କହିବା ତେବେ ଏହି ମୂଲ୍ୟ କୋଟି ପର୍ଯ୍ୟନ୍ତ ପହଞ୍ଚି ଯାଏ ।

40ଲକ୍ଷର ଶାଢୀ ପିନ୍ଧନ୍ତି ନୀତା ଅମ୍ବାନୀ – ଫେସନ ଲେଡି ନାମକ ଏକ ୱେବସାଇଟ ଅନୁଯାୟୀ ନୀତା ଅମ୍ବାନୀଙ୍କ ପାଖରେ ଗୋଟିଏ ଶାଢୀ ଅଛି ଯାହାର ମୂଲ୍ୟ ପ୍ରାୟ 40ଲକ୍ଷ ଟଙ୍କା ଅଟେ। ଏହି ଶାଢୀର ନାମ ବିଭାପାତୁ ଅଟେ। ଏହି ଶାଢୀକୁ ଭାରତର ପ୍ରସିଦ୍ଧ ଚିତ୍ରକର ରବି ବର୍ମାଙ୍କ ଏକ ପ୍ରସିଦ୍ଧ ଚିତ୍ର ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ଏହି ଶାଢୀ ମୁଖ୍ୟତଃ 36ନିପୁଣ କଳାକାରଙ୍କ ଦ୍ଵାରା ତିଆରି କରଯାଇଥିଲା। ଏହି ଶାଢୀର ଓଜନ ପ୍ରାୟ 8କିଲୋ ଅଟେ। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ଶାଢୀକୁ ପ୍ରସ୍ତୁତ କରିବାରେ ପୁରା ଏକ ବର୍ଷର ସମୟ ଲାଗିଯାଇଥିଲା। ଏହି ଶାଢୀର ଅତ୍ୟଧିକ ମୂଲ୍ୟ କାରଣରୁ ନୀତା ଅମ୍ବାନୀଙ୍କ ନାମ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ୍ସରେ ମଧ୍ୟ ଲେଖାଯାଇଛି।

ଲଗାନ୍ତି ଏତେ ମହଙ୍ଗା ଲିପଷ୍ଟିକ – ପ୍ରତ୍ୟେକ ମହିଳାଙ୍କୁ ଲିପଷ୍ଟିକ ଲଗେଇବାର ବହୁତ ସଉକ ଥାଏ । ଆପଣ ମଧ୍ୟ ବଜାରରୁ ଆଣି ଅନେକଥର ଲିପଷ୍ଟିକ ଲଗେଇଥିବେ। ଆପଣ ଯେବେ ମଧ୍ୟ ବଜାରରୁ ଲିପଷ୍ଟିକ ଆଣନ୍ତି ଏହାର ମୂଲ୍ୟ କିଛି ଶହ ଟଙ୍କାରୁ ନେଇ ଅଧିକ ରୁ ଅଧିକ ହଜାରେ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। କିନ୍ତୁ ଯେବେ ଆପଣ ନୀତା ଅମ୍ବାନୀଙ୍କର ଲିପଷ୍ଟିକର ମୂଲ୍ୟ ଶୁଣିବେ ତ ଆପଣଙ୍କ ପାଦତଳୁ ମାଟି ଖସିଯିବ ।

ନୀତା ଅମ୍ବାନୀଙ୍କର ଲିପଷ୍ଟିକ ଏତେ ମହଙ୍ଗା ଅଟେ ଯେ ଆମେ ସେହି ମୂଲ୍ୟର ଟଙ୍କାରେ ନିଜ ପାଇଁ ଏକ ଭଲ ବଙ୍ଗଳା କିଣିପାରିବା। ପ୍ରକୃତରେ ନୀତା ଅମ୍ବାନୀ ପୁରା 39ଲକ୍ଷ ଟଙ୍କାର ଲିପଷ୍ଟିକ ଲଗାନ୍ତି। ଏହି ଲିପଷ୍ଟିକକୁ ସ୍ଵତନ୍ତ୍ର ଭାବରେ ଅର୍ଡର ଦେଇ ପ୍ରସ୍ତୁତ କରାଯାଏ। ଏହି ଲିପଷ୍ଟିକ ଉପରେ ସୁନାର ପ୍ରଲେପ ଓ ହୀରା ଜଡିତ ହୋଇଥାଏ। ଏହି କାରଣ ଅଟେ ଯେ ଏହା ଏତେ ମହଙ୍ଗା ହୋଇଥାଏ।

Leave a Reply

Your email address will not be published. Required fields are marked *