ଭାରତ ନିଉଜଲ୍ୟାଣ୍ଡ ଠାରୁ ସମସ୍ତ ମଞ୍ଚହ ହାରିବା ପରେ ସତ୍ୟ ସମ୍ମୁଖକୁ ଆସିଲା, ଭାରତୀୟ ଦଳକୁ ଏହି ଦୁଇ ଖେଳାଳିଙ୍କ ଅଭାବ ଅନୁଭବ ହେଉଛି …
1 min read
ବର୍ତ୍ତମାନରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି । ଯେଉଁଠାରେ ଭାରତୀୟ ଦଳ ପାଞ୍ଚଟି ଟି20 ମ୍ୟାଚର ସିରିଜରେ କ୍ଳିନସୁଇପ କଲା। କିନ୍ତୁ ଏକଦିବସୀୟ ସିରିଜରେ କିୱି ଦଳ ହାତରେ ଲଜ୍ଜାଜନକ ପରାଜୟ ର ସାମ୍ନା କରିବାକୁ ପଡିଲା । ଭାରତୀୟ ଦଳକୁ ତିନି ଏକଦିବସୀୟ ମ୍ୟାଚର ସିରିଜକୁ 3-0ରେ ଶୋଚନୀୟ ଭାବରେ ପରାସ୍ତ ହେବାକୁ ପଡିଛି । ଏହାସହିତ ଭାରତୀୟ ଦଳର ସତ୍ୟତା ଆଗକୁ ଆସିଛି ।ପ୍ରକୃତରେ ଭାରତୀୟ ଦଳର କିଛି କିଛି ଖେଳାଳିଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ନିର୍ଭରଶୀଳ ହେବାକୁ ପଡିଛି । ଆଗକୁ ଆସୁଥିବା ବିଶ୍ଵକପରେ ଟିମ ଇଣ୍ଡିଆ ନିମନ୍ତେ ଚିନ୍ତାର ବିଷୟ ହୋଇପାରେ। ସ୍ପଷ୍ଟ ଭାବରେ ଏହି ସଂବେଦନଶୀଳ ସମସ୍ୟାକୁ ବିଚାର କରି ଦେଖାଯାଇପାରିବ । ରୋହିତ ଶର୍ମାଙ୍କୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ତଥା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଫିନିଶର ଭୂମିକାରେ ଓ ଉପଯୋଗୀ ବୋଲର ରୂପରେ ନିଶ୍ଚିତ ଅଭାବ ଅନୁଭବ କରାଯାଇଛି ।
ଆଗକୁ ଆସିଲା ରୋହିତ ଶର୍ମାଙ୍କ ମହତ୍ଵତା – ଏକଦିବସୀୟ ସିରିଜରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଅଭାବ ସ୍ପଷ୍ଟ ଭାବରେ ଅନୁଭୂତ ହେଉଥିଲା । ଭାରତୀୟ ଦଳ ଲଗାତାର ତିନି ମ୍ୟାଚରେ ମଜବୁତ ପ୍ରାରମ୍ଭ ଦେବାରେ ଅସଫଳ ହୋଇଥିଲା। ଯେଉଁ କାରଣରୁ ପରେ ବ୍ୟାଟ୍ସମ୍ୟାନ ଚାପ ରେ ରହିଲେ। ଆପଣଙ୍କୁ ଜଣେଇଦେବୁ ଯେ ରୋହିତ ଶର୍ମା ଭାରତ ଓ ନିୟୁଜିଲାଣ୍ଡ ମଧ୍ୟରେ ଖେଲାଯାଇଥିବା 5ମ୍ୟାଚର ଟି-20 ସିରିଜରେ ଆଘାତପ୍ରାପ୍ତ ହୋଇଥିଲେ । ଏହାପରେ ସେ ଏକଦିବସୀୟ ଓ ଟେଷ୍ଟ ସିରିଜରୁ ବାହାରିଗଲେ ।
ନିର୍ଣ୍ଣାୟକ ମ୍ୟାଚରେ ମ୍ୟାଚ ବିଜେତା ହୋଇଥାନ୍ତି ରୋହିତ ଶର୍ମା – ଏହି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କର ଉପସ୍ଥିତିରେ ଭାରତୀୟ ଦଳ ଯେବେ ମଧ୍ୟ ଚାପରେ ରହେ ତେବେ ରୋହିତ ଶର୍ମା ବଡ ପାଳି ଖେଳି ଦଳକୁ ବିଜୟୀ କରୁଥିଲେ। ସିରିଜର ନିର୍ଣ୍ଣାୟକ ମ୍ୟାଚରେ ରୋହିତ ଶର୍ମା ସବୁବେଳେ ଉନ୍ନତ ପ୍ରଦର୍ଶନ କରୁଥିଲେ। ବିଗତ ମାସରେ ଯେବେ ଅଷ୍ଟ୍ରେଲିଆର ଦଳ ଭାରତ ଗସ୍ତରେ ଆସିଥିଲା ତ ଟିମ ଇଣ୍ଡିଆ ତିନି ଏକଦିବସୀୟ ସିରିଜରେ ପ୍ରଥମ ମ୍ୟାଚ ହାରି ଅସୁବିଧା ସ୍ଥିତିରେ ଥିଲା । କିନ୍ତୁ ରୋହିତ ଶର୍ମା ନିର୍ଣ୍ଣାୟକ ଏକଦିବସୀୟରେ ଶତକୀୟ ଇନିଂସ ଖେଳି ଭାରତୀୟ ଦଳକୁ ସିରିଜ ଜିତେଇ ଦେଇଥିଲେ । ଯଦି ରୋହିତ ଶର୍ମା ନିଉଜିଲାଣ୍ଡ ବିପକ୍ଷରେ ଏକଦିବସୀୟ ସିରିଜରେ ଖେଳିଥାନ୍ତେ ତେବେ ବୋଧହୁଏ ଭାରତୀୟ ଦଳକୁ ଏହି ସିରିଜର ଫଳାଫଳ କିଛି ଭିନ୍ନ ହୋଇଥାନ୍ତା ।
ଭାରତୀୟ ଦଳ ନିମନ୍ତେ କେତେ ଆବଶ୍ୟକ ହାର୍ଦିକ ପାଣ୍ଡ୍ୟା – ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ପିଠି ସର୍ଜରୀ କାରଣରୁ ଦୀର୍ଘ ସମୟ ହେବ କ୍ରିକେଟରୁ ଦୂରେଇ ରହିଛନ୍ତି। ଯାହାର ଅଭାବ ଭାରତୀୟ ଦଳରେ ସ୍ପଷ୍ଟ ଦେଖାଯାଉଛି । ଏହି ମ୍ୟାଚରେ ଏକ ସମୟରେ ଯେଉଁଠାରେ ଭାରତୀୟ ଦଳ 300ରୁ ଅଧିକ ରନ କରିବାର ଦେଖାଯାଉଥିଲା , ସେଠାରେ ଭାରତୀୟ ଦଳ ମାତ୍ର 296ରନ କରିପାରିଥିଲା ।
ଏହି କାରଣ ଯେ ଶେଷ ଓଭର ମାନଙ୍କରେ ହାର୍ଦିକଙ୍କ ମହତ୍ଵତା ଅଧିକ ଦରକାରୀ ହୋଇଯାଏ। ସମସ୍ତ ଭାରତୀୟ ପ୍ରଶଂସକ ଆଶା କରିବେ ଯେ ଘରୋଇ ମଇଦାନରେ ହାର୍ଦିକ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକଦିବସୀୟ ସିରିଜରେ ପ୍ରତ୍ୟାବର୍ତ୍ତନ କରିବେ ଓ ତାସହ ବ୍ୟାଟ ଓ ବଲ ଉଭୟରେ ଉଚ୍ଚକୋଟିର ପ୍ରଦର୍ଶନ କରିବେ ।