କଣ ପାଇଁ ରିଷଭ ପନ୍ଥଙ୍କୁ ଭାରତୀୟ ଦଳରେ ଏତେ ଥର ଖେଳିବାର ସୁଯୋଗ ମିଳୁଛି , ଜାଣନ୍ତୁ ୩ ଟି ମୁଖ୍ୟ କାରଣ…
ଏହି ସମୟରେ ଭାରତୀୟ କ୍ରିକେଟ୍ ଟିମ୍ କେଉଁ ଖେଳାଳୀଙ୍କ କଥା ହେଉଛି ତାହା ହେଲା ରିଷଭ ପନ୍ଥ , ପନ୍ଥଙ୍କ କଥା ଏଥିପାଇଁ ଆଲୋଚନା ହେଉଛି କାରଣ ସେ ଟିମ୍ ରେ ଲଗାତାର ଟିମ୍ ସିଲେକ୍ଟର୍ସଙ୍କ ଦ୍ୱାରା ବ୍ରେକ୍ ମିଳୁଛି , ୱେଷ୍ଟଇଣ୍ତିଜ୍ ବିପକ୍ଷରେ ହେବାକୁ ଥିବା ୱାନ୍ ଡେ ଓ ଟି ଟ୍ୱେଣ୍ଟି ସିରିଜ୍ ରେ ତାଙ୍କୁ ଖେଳିବାର ମଉକା ଦିଆଯାଇଛି , ପନ୍ଥ ଟିମ୍ ରେ ଜଣେ ୱିକେଟ୍ କିପର୍ ଓ ବ୍ୟାଟ୍ସମ୍ୟାନ୍ ଅଛନ୍ତି ତାଙ୍କ ଟିମ୍ ରେ ସିଲେକ୍ସନ୍ ବହୁତ ଫ୍ୟାନ୍ସ ଆଶ୍ଚର୍ଯ୍ୟ ଓ ରାଗ ହେଲେ କାରଣ ସେ ଏବେ କିଛି ଦିନ ହେବ ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିଲେ ନାହିଁ । ରିଷଭ ପଥ ଙ୍କୁ ମହେନ୍ଦ୍ର ସିଂ ଧୋନୀଙ୍କ ଉତ୍ତରଅଧିକାରୀ କୁହାଯାଇଛି , ପନ୍ଥ ସେମିତି ବ୍ୟାଟ୍ସମ୍ୟାନ୍ ଭଲ ଅଟନ୍ତି , କିନ୍ତୁ ୱିକେଟ୍ କିପିଙ୍ଗ୍ ରେ ଧୋନୀଙ୍କ ଠାରୁ ପଛୁଆ ରହିଯାଉଛନ୍ତି , ଲୋକେ ପନ୍ଥ ଙ୍କ କିପିଙ୍ଗ୍ ଧୋନୀଙ୍କ ତୁଳନା କରୁଛନ୍ତି , ଏହି ତୁଳନା ପନ୍ଥଙ୍କୁ ପ୍ରେସରରେ ପକାଉଛି ଓ ସେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି , କିନ୍ତୁ ତାଙ୍କୁ ସିଲେକ୍ସନ୍ କମିଟି ତରଫରୁ ପୁରା ସହଯୋଗ ମିଳୁଛି , ଚିଫ୍ ସିଲେକ୍ଟର୍ ଏମ୍ ଏସ୍ କେ ପ୍ରସାଦ କହିଲେ କି ପନ୍ଥ ଙ୍କୁ ଟାଇମ୍ ଦରକାର ସେ ଆଗକୁ ଯାଇକରି ସିଖିବେ ।
ସେମିତି ଏମ୍ ଏସ୍ କେ ପ୍ରସାଦ ପନ୍ଥଙ୍କୁ ଏଇପରି ବହୁତ ମଉକା ଦେବାରୁ ଫ୍ୟାନ୍ସଙ୍କୁ ଭଲ ଲାଗିଲା ନାହିଁ , ଲୋକେ ପନ୍ଥଙ୍କ ଜାଗାରେ ସଞ୍ଜୁ ସାମସନ୍ ଓ ଇଶାନ୍ କିଶନ୍ ଙ୍କୁ ଟିମ୍ ରେ ଆଣିବାକୁ କହିଛନ୍ତି , ଯେବେ ସଞ୍ଜୁ ସାମସନ୍ ବାଙ୍ଗଲାଦେଶ ବିପକ୍ଷରେ ବିନା ଖେଳାଇ ଟିମ୍ ରୁ ବାହାର କରିଦେଲେ , ଓ ପନ୍ଥଙ୍କ ଖରାପ ପ୍ରଦର୍ଶନ୍ ପରେ ବି ଟିମ୍ ରେ ମନୋନିତ କରାଗଲା ତେବେ ଏମ୍ ଏସ୍ କେ ଙ୍କ ବିପକ୍ଷରେ ସୋସିଆଲ୍ ମିଡିଆରେ ନାନାଦି କଟୁ ମନ୍ତବ୍ୟ ଦିଆଯାଇଥିଲା , ଏବେ ଶିଖର ଧବନ ଆଘାତ ପାଇଥିବା ଯୋଗୁଁ ସଞ୍ଜୁ ସାମସନ୍ ଟିମ୍ ରେ ସାମିଲ୍ କରାଯାଇଛି , ଆସନ୍ତୁ ଆଜି ଆମେ ଜାଣିବା ଟୀମ୍ ମ୍ୟାନେଜମେଣ୍ଟ ରିଷଭ ପନ୍ଥଙ୍କୁ ଏତେ କାହିଁକି ବିଶ୍ୱାସ କରୁଛନ୍ତି , କଣ ପାଇଁ ଦିଆଯାଇଛି ଏତେ ଥରଲଗାତାର ମଉକା ।
୧) ମହେନ୍ଦ୍ର ସିଂ ଧୋନୀଙ୍କ ଉତ୍ତରାଧିକାରୀ : ଯେବେ ରିଷଭ ପନ୍ଥ ଇଣ୍ଟରନ୍ୟାଶାନାଲ୍ କ୍ରିକେଟ୍ ଖେଲିବା ଆରମ୍ଭ କଲେ ତେବେ ଧୋନୀଙ୍କ ରିପ୍ଲେସମେଣ୍ଟ ବୋଲି ଜଣାଗଲା , ଏହି କାରାଣରୁ ଟୀମ୍ ମ୍ୟାନେଜମେଣ୍ଟ ଏକ ଖେଳାଳୀଙ୍କୁ ଫୋକସ୍ କରୁଛନ୍ତି , ଯେପରିକି ସମସ୍ତେ ଜାଣିଛନ୍ତି କି ପନ୍ଥ ଆକ୍ରାତ୍ମକ ବ୍ୟାଟିଙ୍ଗ୍ କରନ୍ତି , ଓ ନମ୍ବର ୫ କିମ୍ବା ୬ ରେ ଆସିକରି ଧମାକାଦାର୍ ପାରି ଖେଳିଯାଆନ୍ତି , ଓ ସେ ଧୋନୀଙ୍କ ପରି ଫିନିସର୍ ଭୁମିକା ନିଭାଇପାରନ୍ତି । ସେମିତି ଯଦି ଦେଖାଯାଏ , ପନ୍ଥ ଧୋନୀଙ୍କ ଉତ୍ତରାଧିକାରୀ ହେବାର କୌଣସି ପ୍ରେସର୍ ଦେଇପାରୁନାହାନ୍ତି , ଏହାକୁ ନେଇ ସେ ନିଜ ଶତପ୍ରତିଶତ ପ୍ରଦର୍ଶନ କରିପାରୁନାହାନ୍ତି ,
ପନ୍ଥ ଯେବେ ଧୋନୀଙ୍କ ସହ ଖେଳୁଥିଲେ ତେବେ ସେ ଖୋଲିକରି ଖେଳୁଥିଲେ , ତାଙ୍କ ଉପରେ କୌଣସି ପ୍ରେସର୍ ରହୁନଥିଲା , ଧୋନୀଙ୍କ ଅନୁପସ୍ଥିତିରେ ସେ ବେଶି ଭଲ ଖେଳିପାରୁନାହାନ୍ତି । ଯଦି ସେମିତି ଦେଖାଯାଏ ତେବେ ଧୋନୀଙ୍କ ରିପ୍ଲେସ୍ ମେଣ୍ଟ ରେ ପନ୍ଥ ଭଲ ବିକଳ୍ପ ଅଛନ୍ତି , ଏଥିପାଇଁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ମଉକା ଉପରେ ମଉକା ଦେଉଛନ୍ତି , ସଞ୍ଜୁ ସାମସନ୍ ଓ ଇଶାନ୍ କିଶାନ୍ ଘରୋଇ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରୁଛନ୍ତି , ଟେଷ୍ଟ ୱିକେଟ୍ କିପର ରିଦ୍ଧିମାନ୍ ଶାହା କଥା କହିଲେ ସେ ସିମିତ ଓଭର କ୍ରିକେଟ୍ ରେ ଫିଟ୍ ବସନ୍ତି ନାହିଁ , କାରଣ ତାଙ୍କ ବ୍ୟାଟିଙ୍ଗ୍ ଏତେ ଖାସ୍ ନାହିଁ । ଏହା କାରାଣ ଯୋଗୁଁ ସିଲେକ୍ସନ୍ କମିଟୀ ତାଙ୍କୁ ଏତେ ବିଶ୍ୱାସ କରୁଛନ୍ତି ।
୨) ଯଦି ପନ୍ଥ ଙ୍କ କଥା କହିବା ତେବେ ଇଶାନ୍ କିଶନ୍ ଓ ସାମସନ୍ ଙ୍କ ମୁକାବଳାରେ ଘରୋଇ କ୍ରିକେଟ୍ ରେ ଭଲ ପ୍ରଦର୍ଶନ୍ କରିଆସିଛନ୍ତି , ସେ ଆଇପିଏଲ୍ ହେଉ କିମ୍ବା ଇଣ୍ତିଆ ଏ ତରଫରୁ ଖେଳିବାର ହେଉ , ପନ୍ଥ ଲଗାତାର ଭଲ ପ୍ରଦର୍ଶନ କରିଛନ୍ତି , ଏହା ଛଡା ପନ୍ଥ ଘରୋଇ ରେକର୍ଡ ବି ଭଲ କରିଛନ୍ତି , ପନ୍ଥ ଇଂଲଣ୍ତ ଓ ଅଷ୍ଟ୍ରେଲିଆ ରେ ଶତକ ଲଗାଇସାରିଛନ୍ତି , ପୁରା ଦେଶ ତାଙ୍କର ଏହି ପ୍ରଦର୍ଶନ ଦେଖିସାରିଛନ୍ତି ।
୩) ରିଷଭ ପନ୍ଥଙ୍କୁ ଟିମ୍ ମ୍ୟାନେଜମେଣ୍ଟ ଙ୍କ ଦ୍ୱାରା ବହୁତ ପସନ୍ଦ୍ କରାଯାଏ , ସେ ଅଧିନାୟକ ହୁଅନ୍ତୁ କି ଉପଅଧିନାୟକ ତାଙ୍କ ପଟୁ ସପୋର୍ଟ ଦିଅନ୍ତି , ପନ୍ଥ କୋହଲିଙ୍କ ବହୁତ ପାଖାପାଖି ଜଣାଯାଆନ୍ତି , ରୋହିତ୍ ଶର୍ମା ବି ପନ୍ଥଙ୍କୁ ବଞ୍ଚାଇ ଆସିଛନ୍ତି , କୋଚ୍ ରବି ଶାସ୍ତ୍ରୀ ବି ପନ୍ଥଙ୍କୁ ଭଲ ଖେଳାଳୀ ମାନନ୍ତି , ସୌରଭା ଗାଙ୍ଗୁଲି ବି ରିଷଭ ପନ୍ଥଙ୍କୁ ଭଲ ପାଆନ୍ତି । ସେମିତି ଚିଫ୍ ସିଲେକ୍ସନ୍ କମିଟି ଏମ୍ ଏସ୍ କେ ପ୍ରସାଦ ବିଶ୍ୱକପ୍ ପରେ ସଫା କରିଦେଲେ କି ଧୋନୀଙ୍କ ପରେ ପନ୍ଥ ତାଙ୍କ ସ୍ଥାନରେ ଫିଟ୍ ବସିବେ ଓ ପନ୍ଥଙ୍କୁ ମଉକା ଦେଇକରି ଆଗାମୀ ମ୍ୟାଚ୍ ଗୁଡୀକ ପାଇଁ ପ୍ରସ୍ତତ କରାଯିବ , ଟିମ୍ ମ୍ୟାନେଜମେଣ୍ଟଙ୍କୁ ଲାଗେ କି ରିଷଭ ପନ୍ଥ ନିଜ ଅସଫଳତାରୁ ଗ୍ରୋ କରୁଛନ୍ତି । ଓ ଦିନେ ଏମିତି ସମୟ ଆସିବ ଯାହାକି ଟିମ୍ କୁ ଏକ ଭଲ ଫଳାଫଳ ଦେଇପାରିବ ।