September 17, 2024

Odia Express

Here, There and Everywhere

ଭାରତ ବିରୋଧରେ ସିରିଜ ହାରିବା ପରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଏହି ୨ ଭାରତୀୟ ଖେଳାଳିଙ୍କର ପ୍ରଶଂସା କରିଛନ୍ତି – କହିଲେ ସେମାନଙ୍କ ପାଇଁ ଆମେ..

1 min read

ଭାରତ ଗସ୍ତରେ ଏକଦିବସୀୟ ସିରିଜ ଖେଳିବାକୁ ଆସିଥିବା ଅଷ୍ଟ୍ରେଲିଆ ଦଳ ସିରିଜକୁ 2-1ରେ ହାରିଯାଇଛି । ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ 10ୱିକେଟରେ ଶୋଚନୀୟ ଭାବରେ ପରାସ୍ତ କରିବା ପରେ ଦୁଇ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଫେରି ପାରିନଥିଲା ଓ ସିରିଜ ହାରିଯାଇଥିଲା । ସିରିଜ ହାରିବା ପରେ ଅଷ୍ଟ୍ରେଲିଆ ଅଧିନାଯକ ଆରୋନ ଫିଞ୍ଚ, ଭାରତୀୟ ଦଳ ଅଧିନାଯକବିରାଟ କୋହଲୀ ଓ ରୋହିତ ଶର୍ମାଙ୍କର ପ୍ରଶଂସା କରିଥିବାର ଦେଖାଯାଇଛି । ବିରାଟ କୋହଲୀ ଅଟନ୍ତି ସର୍ବକାଳିନ ମହାନ ଏକଦିବସୀୟ ଖେଳାଳି  | ବାଙ୍ଗାଲୋରର ଚିନ୍ନାସ୍ଵାମୀ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ସିରିଜ ନିର୍ଣ୍ଣାୟକ ମ୍ୟାଚକୁ 7ୱିକେଟରେ ହାରିବା ପରେ ଓ ସିରିଜ ହାରିବା ପରେ ଅଧିନାଯକ ବିରାଟ କୋହଲୀଙ୍କର ପ୍ରଶଂସା କରିବାକୁ ଯାଇ ଆରୋନ ଫିଞ୍ଚ କହିଲେ

ତାଙ୍କ ପାଖରେ ବିରାଟ ଅଛନ୍ତି ଯେ ବୋଧହୁଏ ସର୍ବକାଳିନ ମହାନ ଏକଦିବସୀୟ ଖେଳାଳି ଅଟନ୍ତି ଓ ରୋହିତ ଅଟନ୍ତି ଯେ କି ବୋଧହୁଏ ସର୍ବକାଳିନ ବ୍ୟାଟ୍ସମ୍ୟାନଙ୍କର ଶୀର୍ଷ5ଜଣଙ୍କ ମଧ୍ୟରେ ସାମିଲ ଅଟନ୍ତି  | ସେ ଶ୍ରେଷ୍ଠ ଅଟନ୍ତି ଓ ଏବେ ଭାରତୀୟ ଦଳର ବିଶେଷତା ଏହା ଯେ ତାଙ୍କ ଅନୁଭବି ଖେଳାଳି ବଡ ମ୍ୟାଚରେ ନିଜର ଭୂମିକା ଭଲ ରୂପେ ନିର୍ବାହ କରୁଛନ୍ତି ।  ରୋହିତ ଶତକ କରିଛନ୍ତି । ଶିକ୍ଷାରଙ୍କ ନଖେଳିବା କାରଣରୁ ତାଙ୍କୁ ପରିବର୍ତ୍ତନ କରିବାକୁ ହୋଇଥିଲା ଓ ସେମାନଙ୍କ ଦୁଇ ସବୁଠାରୁ ଅନୁଭବି ଖେଳାଳି ମାନେ ସର୍ବାଧିକ ଯୋଗଦାନ ଦେଇଥିଲେ ଥିରୁଯେଉଁଜଣାପଡୁଛି ଯେ ତାଙ୍କର ଶୀର୍ଷ କ୍ରମ କେତେ ଶକ୍ତିଶାଳୀ ଅଟେ ।

ଡେଥ ଓଭରରେ ଭାରତର ସୁନ୍ଦର ବୋଲିଂ  – ଦୁନିଆର ଏକ ନମ୍ବର ଏକଦିବସୀୟ ବୋଲର ଜସପ୍ରିତ ବୁମରାଙ୍କର ଦଳକୁ ଫେରିବା ଦ୍ଵାରା ଭାରତର ଦ୍ରୁତ ବୋଲିଂ ଶକ୍ତିଶାଳୀ ହୋଇପାରିଛି । ଆରୋନ ଫିଞ୍ଚ ମଧ୍ୟ ଭାରତୀୟ ଦ୍ରୁତ ବୋଲିଂର ପ୍ରଶଂସା କରିବାକୁ ଯାଇ କହିଛନ୍ତି , କିନ୍ତୁ ଶ୍ରେୟ ଭାରତକୁ ଯାଉଛି। ପୂର୍ବ କିଛି ମ୍ୟାଚରେ ଡେଥ ଓଭରରେ ତାଙ୍କର ବୋଲିଂ ଅଦ୍ଵିତୀୟ ରହିଛି । ମହମ୍ମଦ ଶାମି , ନବଦୀପ ସାଇନି ଓ ଜସପ୍ରିତ ବୁମରା ପୂର୍ବ ଦୁଇ ମ୍ୟାଚରେ ସୁନ୍ଦର ବୋଲିଂ କରିଛନ୍ତି ।

ଆପଣ ସେହି କ୍ଷେତ୍ରକୁ ଖୋଜି ପାରନ୍ତି ଯେଉଁଠାରେ ଆପଣଙ୍କୁ ସୁଧାର କରିବା ଆବଶ୍ୟକ କିନ୍ତୁ ଆପଣଙ୍କୁ ଭାରତକୁ ଶ୍ରେୟ ଦେବାକୁ ହେବ ।  ୱାର୍ନର ଓ ଫିଞ୍ଚ ପ୍ରଥମ ମ୍ୟାଚରେ କରିଥିଲେ ସୁନ୍ଦର ଯୋଡି ପ୍ରଦର୍ଶନ  ଭାରତୀୟ କ୍ରିକେଟ ଦଳ ବିରୁଦ୍ଧରେ ପ୍ରଥମ ଏକଦିବସୀୟ ମ୍ୟାଚରେ ଅଷ୍ଟ୍ରେଲିଆର ଅଧିନାଯକ ଆରୋନ ଫିଞ୍ଚ 114ବଲରେ 110ରନ, ଡେଭିଡ ୱାର୍ନର 112 ବଲରେ 128ରନର ତୋଫାନୀ ଖେଳ ଖେଳି, ବିନା ୱିକେଟ ହରେଈ ଭାରତୀୟ ଦଳ ବିରୋଧରେ ବିଜୟ ପ୍ରାପ୍ତ କରିଥିଲେ । ଏହା ସହିତ ୱାର୍ନର-ଫିଞ୍ଚ ଭାରତୀୟ ଦଳ ବିରୋଧରେ ଏକଦିବସୀୟ କ୍ରିକେଟରେ ସବୁଠାରୁ ବଡ ଭାଗୀଦାରୀର ରେକର୍ଡ ନିଜ ନାମରେ କରିନେଇଛନ୍ତି। ଏହି ମ୍ୟାଚରେ ଦୁଇ ଖେଳାଳିଙ୍କର 258ରନର ଭାଗୀଦାରୀ ଥିଲା ।

Leave a Reply

Your email address will not be published. Required fields are marked *