September 9, 2024

Odia Express

Here, There and Everywhere

ବାଇକ୍ ଦ୍ୱାରା ପମ୍ପରୁ ବାହାର କରୁଛନ୍ତି ପାଣି , ୨ ଏକର କ୍ଷେତରେ ପାଣି ଦେବାପାଇଁ ଖର୍ଚ୍ଚ ହେଉଛି ମାତ୍ର ୮୦ ଟଙ୍କା – ଦେଖନ୍ତୁ କିପରି…

ସିକର୍ , +୨ ଯାଏଁ ପଢିଥିବା ଚାଷି ପୁଅ ମହେନ୍ଦ୍ର ବିରଡା ପାଣି ଓ ବିଜୁଳି ବଞ୍ଚାଇବାପାଇଁ ନୁଆ ଟେକ୍ନୋଲୋଜିର ପମ୍ପ ବନାଇଛନ୍ତି , ଯାହା କେବଳ ୮୦ ଟଙ୍କାର ଖର୍ଚ୍ଚରେ ଦୁଇ ଗୁଣ୍ଠ ଜମିରେ ପାଣି ସପ୍ଲାଇ କରିପାରୁଛି , ଏଥିରେ ପାଣି ଓ ବିଜୁଳିର ବର୍ବାଦୀ ହେଉନାହିଁ । ମହେନ୍ଦ୍ର ବର୍ଷାଦିନରେ ପାଣିକୁ ଏକାଠି କରିନେଲେ , କିନ୍ତୁ ଗଛରେ ପାଣି ଦେବାପାଇଁ ବିଜୁଳୀର ସଙ୍କଟ ଆସିଗଲା , ଏଥିପାଇଁ ସେ ଦେଶୀ ଯୋଗାଡ ବାହାରକଲେ , ସେ ବାଇକ୍ ସହ ଏକ ପମ୍ପ୍ ଯୋଡିଲେ , ବାଇକ୍ ଷ୍ଟାର୍ଟ କରିବାପରେ ପମ୍ପ ତିନି ଏଚ୍ ପିର ପାୱାର୍ ଦେଇଥାଏ , ଓ ପାଣି ଟାଣିନେଇଥାଏ , ପାଦ ତଳେ ଏକ ଥଳି ବାନ୍ଧିଦେଲେ ଯାହା ଦ୍ୱାରା ପାଣି ଏପଟ ସେପଟ ବର୍ବାଦ ନହେଉ । ବାଇକ୍ ସହ ଯୋଡି ହୋଇଥିବା ପମ୍ପ୍ ମିନିଟ୍ ରେ ୪୦ ଲିଟର ପାଣି ଟାଣିଥାଏ

ଏକ ଲିଟର ପେଟ୍ରୋଲ୍ ରେ ୩୦ ଫୁଟ୍ ତଳୁ ୨୬ ହଜାର ଲିଟର ପାଣି ଟାଣିପାରିବ , ତାଙ୍କର ଏହି ଟେକ୍ନୋଲୋଜି ପାଇଁ ବିଜୁଳି କନେକ୍ସନ୍ ଦରକାର ନାହିଁ ,, ଯଦି ଏହି କାମ ପାଇଂ ବିଜୁଳି କନେକ୍ସନ୍ ଲାଗେ ତେବେ ୧୫୦୦ ଟଙ୍କା ଖର୍ଚ୍ଚ ଆସିଯିବ । ଟାୟାରରୁ ଏୟାର୍ ବାହାର କରି ଚେନ୍ ରେ ଚଲାନ୍ତି , ତାପରେ ପବନ ଦେଲେ ଚେନ୍ ଟାଇଟ୍ ହୋଇଯାଏ , ପମ୍ପ୍ ଲଗାଇ ପାଇପ୍ ବି ଲଗାଇଦିଅନ୍ତି , ଏକ ଆଡୁ ପାଣି ଟାଣନ୍ତି ଓ ଅନ୍ୟ ପଟେ ଗଛରେ ପାଣି ଛିଞ୍ଚନ ହୁଏ ॥ମହେନ୍ଦ୍ର କହିଲେ କି ମୋଟରରେ ଏକ ପ୍ରକାରର ଏମ୍ପୁଲର୍ ଲଗାଇଲେ , ଏହି ପରି ସେଟ୍ କରାଗଲା ଜେଉଁଥିରେ କାପାସିଟି ଡବଲ୍ ହୋଇଗଲା , ହେଡ୍ ବି ଅଲଗା ଡିଜାଇନ୍ କରାଗଲା , ଯାହା ଦ୍ୱାରା ହେଡ୍ ପାଇପ୍ ଫାଟିବ ନାହିଁ ,

ବାଇକ୍ ର ଚାରି ନମ୍ବର ଗିୟର୍ ପକାଇ ଦେଲେ ବିନା ରେସ୍ ଟାୟାର୍ ଚାଲିଥାଏ  ଏହା ପ୍ରତି ମିନିଟ୍ ୨୯୦୦ ରାଉଣ୍ତ ଆସେ , ଓ ପମ୍ପ ଚାଲିବାକୁ ଲାଗେ,  ୧୦୦ ଫୁଟ୍ ଗଭୀରରୁ ପାଣି ଟାଣିନେଇଥାଏ , ସବୁ ଦିନ ୫ ହଜାର ଲିଟର ପାଣୀ ବାହାରିଥାଏ , ଏଥିରେ ୨୦ ଟଙ୍କାର ପେଟ୍ରୋଲ୍ ଖର୍ଚ୍ଚ ହୋଇଥାଏ । ସବୁଠାରୁ ପ୍ରଥମେ ସୋଲାର୍ ପମ୍ପର ଆଇଡିଆ ଆସିଲା , ଯେଉଁଥିରେ ଦେଢ ଲକ୍ଷର ଖର୍ଚ୍ଚ ଥିଲା,  ଏଥିରେ ସବୁ ବର୍ଷ ବ୍ୟାଟେରି ବଦଳାଇବାପାଇଁ ୧୨ ହଜାର ଟଙ୍କା ଖର୍ଚ୍ଚ ଆସେ  ଇଞ୍ଜିନ୍ ର ବିଚାର ଆସିଲା , ଏଥିରେ ସବୁ ଦିନ ୨୫୦ ଟଙ୍କା ଖର୍ଚ୍ଚ ସହ ଜେନେରେଟର୍ ଉପରେ ୩୫ ହଜାର ଟଙ୍କା ଲାଗିଥାନ୍ତା , ଏହା ବି ମୁସକିଲ୍ ଥିଲା , ବିଜୁଳିର ବିଲ୍ ମାସକୁ ୧୫୦୦ ଟଙ୍କା ପଡିଥାନ୍ତା , ପରିଶେଷରେ ପମ୍ପ୍ ତିଆରି କରି ବାଈକ୍ ସହ ଯୋଡିବାର ଆଇଡିଆ ଆସିଲା , ଚାରି ମାସରୁ ଲାଗିଛି , ଓ ୪୬ ଥର ସଫଳ ହୋଇଛନ୍ତି ।

 

 

Leave a Reply

Your email address will not be published. Required fields are marked *