November 19, 2024

Odia Express

Here, There and Everywhere

କେବେ ଧନୀ ଲୋକଙ୍କର ଘରେ କୁକୁର ବୁଲାଉଥିଲେ ତ କେବେ ଅଟୋ ଚଲାଉଥିଲେ , ଗାର୍ଲଫ୍ରେଣ୍ତର ସାହସ ମିଳିବାପରେ ଆଜି ଏଭଳି ହୋଇଗଲେ IPS ଅଫିସର୍..

ସବୁ ମଣିଷର ଜୀବନରେ କିଛି ନା କିଛି ପ୍ରେରଣା ଥାଏ , ଯାହା ଦ୍ୱାରା ସେହି ପ୍ରେରଣା ବଳରେ ସେ ଆଗକୁ ବଢିଥାଏ , ଏହା ଛଡା କରାଯାଇଥିବା ସଂଘର୍ଷ ବି ତାର ସାଥ୍ ଦେଇଥାଏ , ଓ ଏମିତି ଏକ କାହାଣୀ ମଧ୍ୟପ୍ରଦେଶର ଏକ ବ୍ୟକ୍ତିର ଅଟେ , ଯାହାକି ନିଜ ଜୀବନରେ ସବୁ ଛୋଟ ମୋଟ କାମକୁ କରିଥିଲେ,  ଯାହା ଦ୍ୱାରା ସେହି ପରିଶ୍ରମ ବଳରେ ସେ ପାଠ ପଢିପାରିବେ , ଏହି ବ୍ୟକ୍ତି କେବେ ଧନୀ ଲୋକଙ୍କ ଘରେ କୁକୁର ବୁଲାଇବା ସହ କେବେ କେବେ ଅଟୋ ବି ଚଲାଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ , ଏହା ପରେ ଗାର୍ଲଫ୍ରେଣ୍ତ କହିବା ଦ୍ୱାରା ଆଇପିଏସ୍ ପ୍ରସ୍ତୁତି କରିଥିଲେ , ଓ ପ୍ରଥମଥରରେ ସଫଳତା ପାଇଥିଲେ ।ବହୁତ ଲୋକ ଅଛନ୍ତି ଯିଏକି ଅସଫଳ ହେବା ପରେ ଏହା ମାନିନିଅନ୍ତି କି ଆଗକୁ ରାସ୍ତା ବନ୍ଦ ହୋଇଯାଇଛି କିନ୍ତୁ ଦିନରେ ସୋସିଆଲ୍ ମିଡିଆରେ ଏକ ଚର୍ଚ୍ଚିତ କାହାଣୀ ଅଛି ,

+୨ ଫେଲ୍ ବ୍ୟକ୍ତି ଆଇପିଏସ୍ ଅଫିସର୍ ହୋଇଗଲେ , ପରିସ୍ଥିତି ଏପରି ଥିଲା କି ଅଟୋ ଚଲାଇଲେ ଓ ବହୁତ ଜାଗାରେ ଚାକିରି ପାଇଁ ଖୋଜାଖୋଜି କଲେ , ଭିକାରୀଙ୍କ ସହ ଶୋଇଥିଲେ ବି ସେ , କିନ୍ତୁ ଗାର୍ଲଫ୍ରେଣ୍ତଙ୍କ ହୋସଲା ଦ୍ୱାରା ଆଜି ସେ ପୁରା ବଦଳିଗଲେ , ସେ ହେଲେ ମନୋଜ ଶର୍ମାଙ୍କ କାହାଣୀ ଯିଏକି ତାଙ୍କର ବନ୍ଧୁ ଅନୁରାଗ ପାଠକ ଲେଖିଛନ୍ତି , ୨୦୦୫ ରେ ମହାରାଷ୍ଟ୍ର କ୍ୟାଡରରେ ସେ ଅଧିକାରୀ ଅଛନ୍ତି , ଓ ମନୋଜଙ୍କ ସଂଘର୍ଷ ତାଙ୍କ ବନ୍ଧୁ ଏକ ବହି ଜରିଆରେ ଲେଖିଛନ୍ତି ,,

ଏହାପରେ ମନୋଜ ଶର୍ମା ଏକ ସାକ୍ଷାତକାରରେ ନିଜ ବିଷୟରେ କହିଥିଲେ,  ଗୋଟେ ସାକ୍ଷାତକାରରେ ମନୋଜ ଶର୍ମା କହିଲେ କିପରି ଇଂରାଜୀ କହିବାରେ ତାଙ୍କୁ ଅସୁବିଧା ହେଉଥିଲା , ୟୁପିଏସ୍ ସି ଇଣ୍ଟରଭ୍ୟୁ ସମୟରେ ତାଙ୍କୁ ପଚାରାଗଲା କି ଆପଣଙ୍କୁ ଇଂରାଜୀ ଆସୁନାହୀଁ କିପରି ଶାସନ ଭାର ନେବେ , ଏହା ସହ ମନୋଜଙ୍କ ଇଣ୍ଟରଭ୍ୟୁ ସମୟରେ ଏକ ଟ୍ରାନ୍ସଲେଟର ବି ଦିଆଗଲା , ମନୋଜ କହିଲେ କି ମୁଁ ଟେଷ୍ଟର ସମୟରେ ଟୁରିଜିମ୍ ସ୍ପେଲିଙ୍ଗ୍ ଟେରିରିଜମ୍ ଲେଖିଦେଇଥିଲି । ଯେବେ +୨ ରେଜଲ୍ଟ ଆସେ ତେବେ ଅଧିକାଂଶ ଲୋକେ ଆତ୍ମହତ୍ୟା କରିବସନ୍ତି , କାରଣ ସେମାନେ ଅସଫଳତା ଦେଖିପାରନ୍ତି ନାହିଁ,।

ମନୋଜ ନବମ ଦଶମ ଓ ଥାର୍ଡ ଡିଭିଜନ୍ ରେ ପାସ୍ କରିଥିଲେ,  ଓ +୨ ରେ ଫେଲ୍ ହୋଇଥିଲେ,  ଏହାପରେ ମନୋଜଙ୍କୁ ଲାଗିଲା କି ସେ ଆଗକୁ କଣ କରିବେ , ତାଙ୍କର ଘରର ସ୍ଥିତି ଠିକ୍ ନଥିଲା , ସେଥିପାଇଁ ସେ ଅଟୋ ଚଲାଇଲେ ନିଜ ଭାଇଙ୍କ ସହ , ତାଙ୍କ ଅଟୋକୁ ଦିନେ ଜଣେ ଏସ୍ ଡିଜିଏମ୍ ଧରିନେଲେ , ଓ ଏହାର ପ୍ରଭାବ ମନୋଜଙ୍କ ଉପରେ ପଡିଲା ଓ ସେ ଜାଣିବାକୁ ଚାହିଁଲେ କି କିପରି ଏହି ବ୍ୟକ୍ତି ପରି ହେବି , ମଧ୍ୟପ୍ରଦେଶରୁ ଆସିଲେ ମନୋଜ ଗ୍ୱାଲିୟର୍ ରେ ନିଜ ପ୍ରସ୍ତୁତି କରିଲେ , ଓ ଏହି ସମୟରେ ପଇସା ନଥିବା କାରଣରୁ ଭିକାରୀଙ୍କ ସହ ଶୋଉଥିଲେ,  ଓ ଧନୀ ଲୋକଙ୍କର କୁକୁରକୁ ବୁଲାଉଥିଲେ,  ଏହି ସମୟରେ ଲାଇବ୍ରେରୀ ଗାର୍ଡ ଚାକିରି ମିଳିଗଲା , ଓ ରାତିରେ ଡ୍ୟୁଟି ସମୟରେ ସେ ବହି ପଢୁଥିଲେ ।

ଦିଲ୍ଲୀ ରେ ରହୁଥିବା ବେଳେ ତାଙ୍କର ଗାର୍ଲଫ୍ରେଣ୍ତ ହେଲା , ଓ ମନୋଜ ଲଗାତାର୍ ୟୁପିଏସ୍ ସି ପରୀକ୍ଷାଦେଉଥିଲେ,  କିନ୍ତୁ ଇଂରାଜୀରେ ଦୁର୍ବଳ ଥିବା ଯୋଗୁଁ  ଯାଇପାରୁନଥିଲେ,  ସେ ନିଜ ଏକ ସାକ୍ଷାତକାରରେ କହିଲେ କି ସେ ଯେଉଁ ଝିଅକୁ ଭଲ ପାଉଥିଲେ , ସେ କହିଲେ କି ତୁମେ ସାଥିରେ ଅଛ ମାନେ ଦୁନିଆଁ ପଲଟିଦେବି , ଏହାପରେ ଗାର୍ଲଫ୍ରେଣ୍ତ ସାଥ୍ ଦେଲେ , ଓ ସାହାସ ଦେଉଥିଲେ,  ତାପରେ ଚତୁର୍ଥ ପର୍ଯ୍ୟାୟରେ ଆଇପିଏସ୍ ପରୀକ୍ଷା ପାସ୍ କରିନେଲେ , ଯେବେ ତାଙ୍କର ଫଳାଫଳ ଆସିଲା ସେ ବହୁତ କାନ୍ଦିଥିଲେ,  କାରଣ +୨ ଫେଲ୍ ହେଇଥିବା କାରଣରୁ ତାଙ୍କୁ ବହୁତ ଲଜ୍ଜିତ ହେବାକୁ ପଡିଥିଲା , କିନ୍ତୁ ଆଜି ତାଙ୍କର ଜୀବନ ବଦଳିଯାଇଛି ।

 

Leave a Reply

Your email address will not be published. Required fields are marked *