October 1, 2024

Odia Express

Here, There and Everywhere

ଜଣେ ସଚ୍ଚା ହନୁମାନ ଭକ୍ତର ହୋଇଥାଏ ଏହି ୫ ଟି ଭଲ ଅଭ୍ୟାସ , ଜାଣନ୍ତୁ ଆପଣ ଏଥିରେ ସାମିଲ୍ ଅଛନ୍ତି କି…

ମହାବୀର ହନୁମାନ ସେହି ବଛା ବଛା ଦେବି ଦେବତାଙ୍କ ମଧ୍ୟରୁ ଜଣେ ଅଟନ୍ତି ଯାହାକୁ ଅମର ବର ମିଳିଛି, ଏହି କାରଣରୁ ହନୁମାନ ଜୀ ଭକ୍ତଙ୍କ ସବୁ ପ୍ରାର୍ଥନା ଶୂଣିଥାନ୍ତି , ଏମିତି କୁହାଯାଏ କି ଯେଉଁ ବ୍ୟକ୍ତି ହନୁମାନଜୀଙ୍କୁ ପ୍ରସନ୍ନ କରିଦିଏ ତାର ସବୁ ସଙ୍କଟରୁ ମୁକ୍ତି ମିଳିଥାଏ , କିନ୍ତୁ କଣ ଆପଣ ଜାଣିଛନ୍ତି ପକ୍କା ହନୁମାନ ଭକ୍ତ କିଏ ହୋଇଥାଏ ଓ ତା ମଧ୍ୟରେ କେଉଁ କେଉଁ ପ୍ରତିଭା ଓ ଭକ୍ତିଭାବ ରହିବା ଜରୁରୀ , ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ ,

୧) ନିୟମିତ ହନୁମାନ ଚାଳିଶା ପାଠ : ସବୁ ହନୁମାନ ଭକ୍ତ ଜାଣନ୍ତି କି ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର କୁ ହନୁମାନ ଚାଳିଶା ପଢିବାର କଣ ମହତ୍ତ୍ୱ ଅଛି , ଏହା ଆପଣଙ୍କୁ ବଜରଙ୍ଗବାଲିଙ୍କ ପାଖରେ ତୁରନ୍ତ କଥା ପହଞ୍ଚାଇବାର ଏକ ମାଧ୍ୟମ ଅଟେ , ଏହା ଦ୍ୱାରା ହନୁମାନଜୀ ପ୍ରସନ୍ନ ହୋଇଥାନ୍ତି , ଓ ନିଜ ଭକ୍ତଙ୍କୁ ରକ୍ଷା କରନ୍ତି , ତାହା ସହ ହନୁମାନ ଭକ୍ତ ହନୁମାନ ଚାଳିଶା ପାଠ କଲେ ମନରେ ନକରାତ୍ମକ ଶକ୍ତି ଦୁର ହୁଏ ଓ ସକରାତ୍ମକ ଉର୍ଜା ଆସିଥାଏ ।

୨) ସକାଳ ଓ ସଂଞ୍ଜରେ ପୁଜା ପାଠ : ଯଦି ଆପଣ ସଚ୍ଚା ହନୁମାନ ଭକ୍ତ ଅଟନ୍ତି , ତେବେ ସବୁଦିନ ସକାଳ ଓ ସଞ୍ଜରେ ହନୁମାନଜୀଙ୍କ ସମ୍ମୁଖରେ ହାତ ଯୋଡି ଆଶିର୍ବାଦ ନେଉଥିବେ , ଓ ତାଙ୍କ ସାମ୍ନାରେ ତେଲର ଦୀପ ଲଗାଉଥିବେ , ଏକ ବଡ ଭକ୍ତ ସବୁବେଳେ ମଙ୍ଗଳବାର ଓ ଶନିବାରକୁ ଅପେକ୍ଷା କରିବା ଉଚିତ୍ ନୁହେଁ ସେଥିପାଇଁ ସବୁଦିନ ସକାଳ ସଂନ୍ଧ୍ୟାରେ ତାଙ୍କର ପୁଜା କରିବା ବିଧେୟ ।

୩) ମହିଳାଙ୍କୁ ସମ୍ମାନ ଦେବା : ଏକ ପକ୍କା ହନୁମାନ ଭକ୍ତ ମହିଳାଙ୍କ ସହ କିଛି ଅପମାନ କରେ ନାହିଁ , ଓ ତାଙ୍କ ଉପରେ କୌଣସି ହିଂସାକରେ ନାହିଁ , ସେ ସବୁବେଳେ ପର ମା ଭଉଣୀଙ୍କୁ ସମ୍ମାନ କରେ , ଓ ତାଙ୍କୁ ଭଲ ବ୍ୟବହାର କରେ , ହନୁମାନ ସ୍ୱୟଂ ସୀତା ମାତାଙ୍କୁ ବହୁତ ଆଦର ଓ ସମ୍ମାନ କରୁଥିଲେ ,

୪) ଦାନ ଧର୍ମ କରିବା : ଜଣେ ସଚ୍ଚା ହନୁମାନ ଭକ୍ତ କେବେ ଦାନ ଧର୍ମ କଲାବେଳେ ପଛଘୁଞ୍ଚା ଦିଏ ନାହିଁ , ଦାନ କରିବା ମତଲବ ନିଜର ଆର୍ଥିକ ପରିସ୍ଥିତିକୁ ଲକ୍ଷ୍ୟ କରି ଦାନ କରିବା ଉଚିତ୍ , ଦାନ କଲାବେଳେ ଖାଲି ଆପଣଙ୍କ ମନ ସଫା ରହିବା ଉଚିତ୍ , ଏମିତି ନୁହେଁ କି ମନ ମାରିକରି ଦାନ ଧର୍ମ କରନ୍ତୁ , ଏହା ଦ୍ୱାରା ଆପଣଙ୍କୁ କିଛି ବି ଲାଭ ହେବ ନାହିଁ ।

୫) ପରୋପକାରି କାର୍ଯ୍ୟ କରିବା : ଜଣେ ସଚ୍ଚା ହନୁମାନ ଭକ୍ତ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ତତ୍ପର ରହିଥାଏ , ଖାସ କରି ଯେବେ ମହିଳା ଓ ବୁଢା ବ୍ୟକ୍ତି ସାହାଯ୍ୟର ଆବଶ୍ୟକତା ହୋଇଥାଏ , ଦରକାର ଲୋକଙ୍କୁ ସହାୟତା କରିବା ଏକ ସଚ୍ଚା ହନୁମାନ ଭକ୍ତର ଚିହ୍ନଟ ହୋଇଥାଏ ।

ଅନ୍ୟମାନଙ୍କୁ ଦୂଃଖ ନ ଦେବା , ଧୋକା ନଦେବା , ଓ କିଏ ଭୁଲ୍ କାମ କଲେ ତାହାକୁ କ୍ଷମା କରିବା , ଏହା ସବୁ ଗୁଣ ହୋଇଥାଏ , ଯଦି ଆପଣ ହନୁମାନଜୀଙ୍କ ଭକ୍ତ ଅଟନ୍ତି , ତେବେ ଆପଣଙ୍କୁ ଏହି ସବୁ ଗୁଣ ଆପଣାଇବାକୁ ପଡିବ ।

Leave a Reply

Your email address will not be published. Required fields are marked *