ଏହି ଦୋକାନୀ ୬ ବର୍ଷ ହେଲା ଦୋକାନରେ ଟଙ୍ଗାଇ ରଖିଥିଲା ଛିଡା ଫଟା କପଡା , ଭିତରକୁ ଯାଇ ଦେଖିଲା ବେଳକୁ ଉଡିଗଲା ହୋସ୍
1 min readଆଜି କାଲି ସୋସିଆଲ୍ ମିଡିଆର ଜମାନା ଅଟେ , ଯାହାର କାରଣରୁ ଆମ ଦେଶ ଓ ଦୁନିଆଁରେ ସବୁ ଖବର ସହଜରେ ମିଳିଯାଉଛି , ଆସିବା ଦିନରୁ ସୋସିଆଲ୍ ମିଡିଆରେ କିଛି ଏମିତି ଖବର ଜାଣିବାଉ ମିଳିଥାଏ ଯାହା ବିଷୟରେ କେବେ ବି ଭାବି ନଥିବେ , ଏହା ତ ସମସ୍ତେ ଜାଣିଛନ୍ତି କି ଏହି ଦୁନିଆଁରେ ଅଜବ ଲୋକଙ୍କ ସଂଖ୍ୟା କମି ନାହିଁ , ଓ ଏହି ମଣିଷ ଏତେ ଅଜବ ପ୍ରକୃତିର ହୋଇଥାନ୍ତି ତାହା କଳ୍ପନା କରିବା ଅସମ୍ଭବ , ଆଜି ଆମେ ଆପଣଙ୍କୁ ଏମିତି ଏକ ଅଜବ କାହାଣୀ କହିବାକୁ ଯାଉଛୁ ଯାହାକୁ ନେଇକରି ଆପଣ ଭାବିବାକୁ ବାଧ୍ୟ ହୋଇଯିବେ ।
ଯେମିତି କି ଆପଣ ଜାଣିଥିବେ କି କପଡା ପିନ୍ଧିବା ଓ କିଣିବା ଆମ ଜୀବନର ଆବଶ୍ୟକତା ଅଟେ , ଆମେ ଯେବେ କପଡା କିଣିବାକୁ ବଜାର ଯାଇଥାଉ , ଆମକୁ କପଡା ନୁହେଁ ଦୋକାନ ଦେଖିବାକୁ ମିଳେ , କିନ୍ତୁ ସେହି ଦୋକାନକୁ ଯାଆନ୍ତି ଯେଉଁଠି ଡିସପ୍ଲେ ଭଲ ଥିବ , ଯେଉଁଠି ଅଧିକା କପଡା ଥିବ ସେଠି ଭଲ ଡ୍ରେସ୍ ବାହାରେ ଟଙ୍ଗା ହୋଇଥିବାର ଦେଖାଯାଏ , ଯାହାକି ଗ୍ରାହକଙ୍କୁ ଦୋକାନକୁ ଆସିବା ପାଇଁ ଆକର୍ଷିତ କରିଥାଏ , ଓ କୁହାଯାଏ କି ଯାହା ଦେଖାଯାଏ ତାହା ବିକ୍ରି ହୁଏ ।
ଆଜି ଆମେ ଏପରି ଦୋକାନ ବିଷୟରେ କହିବାକୁ ଯାଉଛୁ ଯେ ଦୀର୍ଘ ୬ ବର୍ଷ ହେଲା ପୁରୁଣା କପଡାର ଦୋକାନ ଅଟେ ,କିନ୍ତୁ ଏହି ଦୋକାନର ଏକ ଖାସ୍ କଥା ଏହି କି ଯେ ଡିସପ୍ଲେ ଓ ଦୋକାନ ବିଲକୁଲ୍ ଅଲଗା ଅଟେ, ଯେଉଁଠି ଅନ୍ୟ ଦୋକାନର ବାହାରେ ଭଲ ଭଲ କପଡା ଟାଙ୍ଗୀ ଥାନ୍ତି , କିନ୍ତୁ ଏହି ଦୋକାନରେ ବିଲକୁଲ୍ ଓଲଟା ଓ ଛୋଟ ଚିରା ଫଟା କପଡା ଲଗାହୋଇଛି , କିନ୍ତୁ ଏହି ଦୋକାନରେ ସତ୍ୟତା ଆଉ କିଛି ଅଛି , ଆଜି ଆମେ ଆପଣଙ୍କୁ ତାର ସତ୍ୟତା ବିଷୟରେ କହିବାକୁ ଯାଉଛୁ ।ଏହି ଦୋକାନ ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାର ତହସିଲ ବାରାଶିବନୀ ରେ ଅଛି , ଯାହାର ନାଁ ହେଲା ମାନୀ ବାଇ ଗୋଲଛା ସାଢୀ ଓ ରେଡିମେଡ୍ ଓ ଏହି ଦୋକାନର ଆଗ ପାର୍ଶ୍ୱରେ ଚିରା ଫଟା କପଡା ଟଙ୍ଗା ହୋଇଛି , ଏହି ଦୋକାନର ସାମନାରେ ଦୋକାନୀର ଚେହେରା ଦେଖିଲେ ଲାଗିବ କି ଏହି ଦୋକାନୀ ବହୁତ ଅଳସୁଆ ଅଟେ ବୋଲି , ଯାହା କାରଣରୁ ସେ ତା ଦୋକାନର ଏମିତି ହାଲତ୍ କରିରଖିଛି , କିମ୍ବା ହୋଇପାରେ କି ସେ ଆଉ କିଛି ପ୍ଲାନ୍ କରିଛି ।
ଆପଣଙ୍କୁ କହିଦେବୁ କି ଏହି ଦୋକାନୀର ନାଁ ହେଲା ପିୟୁସ୍ ଗୋଛଲା ଯିଏ କି ଜାତିରେ ଜୈନ ଅଟେ , ଭାଇ ପକ୍କା ପୁଜାରୀ ଅଟନ୍ତି , ପିୟୁଶ୍ ସବୁଦିନ ସକାଳୁ ଉଠିକରି ପୁଜା ପାଠ କରିଥାନ୍ତି , ଓ ପୁଜା କରିବା ପରେ ନିଜ ଦୋକାନ ୮ ଟାରେ ଖୋଲିଥାନ୍ତି , ଏବେ ଆପଣ ଭାବୁଥିବେ କି ଏହି ଦୋକାନରେ ଏମିତି କଣ ଜିନିଷ ମିଳିଥାଏ , ତେବେ ଆମେ ଆପଣଙ୍କୁ କହିଦେବୁ କି ଏହି ଦୋକାନ ଅସଲରେ କଣ ଅଟେ , ବହୁତ ଲୋକ ଏହି ଦୋକାନକୁ ବାହାରେ ଦେଖି ହସିଥାନ୍ତି , କିନ୍ତୁ ଯେବେ ଭିତରକୁ ଯାଅନ୍ତି ତେବେ ସବୁ ହସ ବନ୍ଦ ହୋଇଯାଏ , କାରଣ ଏହି ଦୋକାନରେ ସବୁ କିଛି ମିଳିଥାଏ , ଯାହା ଆପଣ ଖୋଜିବେ ।
ପିୟୁଶ ଏହି ଦୋକାନରେ ଜନ୍ମରୁ ନେଇକରି ମୃତ୍ୟୁ ପର୍ଯ୍ୟନ୍ତ ସବୁ ଡ୍ରେସ୍ , ବିନା ପକେଟର ନ୍ୟାପି ରୁ ନେଇକରି ବିନା ପକେଟ୍ ଥିବା କଫନ୍ ସବୁ ରଖିଛି , ପୁରା ମାର୍କେଟରେ କପଡା ଦୋକାନ ୮୦-୯୦ ଦୋକାନ ଅଛି , କିନ୍ତୁ ଗ୍ରାହକ ଏହି ଦୋକାନକୁ ବେଶୀ ଆସିଥାନ୍ତି , ବାକି ଦୋକାନୀ ନିଜ ସାଜସଜ୍ଜାରେ ଅଧିକା ପଇସା ଖର୍ଚ୍ଚ କରିନିଅନ୍ତି , କିନ୍ତୁ ସେ ସମସ୍ତଙ୍କ ଠାରୁ ଭିନ୍ନ ଅଟନ୍ତି । ପିୟୁସ୍ କହିଲେ ତାଙ୍କର ଅଜବ ଦୋକାନରେ ୧୧୦ ନମ୍ବର ଚଡି ମିଳିଯାଇଥାଏ , ଓ ଅନ୍ୟ ଦୋକାନରେ ଏହା ମିଳିନଥାଏ , ଓ ୧୦୦୦ ଟଙ୍କାରେ ଚାରୋଟି ଶାଢୀ , ଓ ୧୦୦୦୦ ରେ ଗୋଟିଏ ଶାଢୀ ମିଳିଥାଏ , ପିୟୁସ୍ ଏହି ଦୋକାନରେ ବହୁତ ଦାମ୍ ବି କମାଇଛନ୍ତି , ଓ ଯାହା ଦେଖା ଯାଇଥାଏ ତାହା ବିକ୍ରି ହୋଇଥିବା ଲୋକକଥାକୁ ସେ ଓଲଟାଇ ଦେଇଛନ୍ତି , ପିୟୁଶଙ୍କ ଅନୁସାରେ ଯେଉଁ ଜିନିଷ ବିକ୍ରି ହୋଇଥାଏ , ତାହା ପିୟୁଶ ବିକ୍ରି କରିଥାନ୍ତି ।