୧୯ ବର୍ଷ ପର୍ଯ୍ୟନ୍ତ ଏହି କଇଁଛ ଯେଉଁ କଷ୍ଟ ସହିଛି , ତାହା ଜାଣିଲେ ଆପଣଙ୍କର ମଧ୍ୟ ଆଖି ଓଦା ହୋଇଯିବ..
ଆମେ ମନୁଷ୍ୟମାନେ ପ୍ରତିଦିନ ନଜାଣେ କେତେ ପ୍ରକାରର ଉପକରଣ ବ୍ୟବହାର କରୁଚେ , ଏଥିମଧ୍ୟରେ ପ୍ଲାଷ୍ଟିକ ମଧ୍ୟ ଏକ ଏପରି ଜିନିଷ ଅଟେ ଯାହାର ବ୍ୟବହାର ବହୁତ ମାତ୍ରାରେ କରାଯାଏ । ଏହି କାରଣରୁ ପ୍ରତିଦିନ ପୁରୁଣା ପ୍ଲାଷ୍ଟିକ ଓ ଏହାସହ ଜଡିତ ସାମଗ୍ରୀର ଅଳିଆ ମଧ୍ୟ ବୃଦ୍ଧି ଘଟୁଛି । ଅନ୍ୟ ସାମଗ୍ରୀ ତ କିଛି ସମୟ ଅନ୍ତରାଳରେ ବାତାବରଣରେ ମିଶିଯାଏ କିନ୍ତୁ ପ୍ଲାଷ୍ଟିକ ଅନେକ ବର୍ଷ ପର୍ଯ୍ୟନ୍ତ ଯେମିତି କୁ ସେମିତି ରହିଥାଏ । ତାସହ ମନୁଷ୍ୟ ଏହ ପ୍ଲାଷ୍ଟି ଓ ଅନ୍ୟ ଅବର୍ଜ୍ଜନା ସଠିକ ସ୍ଥାନରେ ରଖନ୍ତି ନାହିଁ । ଯେଉଁଠି ଇଚ୍ଛା ସେଇଠି ପକେଇ ଦିଅନ୍ତି । କିଛି ମଧ୍ୟ ଚିନ୍ତା କରନ୍ତି ନାହିଁ ଯେ ଏହା ପରିବେଶ ଓ ସେଥିରେ ରହୁଥିବା ପ୍ରାଣୀ ମାନଙ୍କ ଉପରେ କଣ କ୍ଷତିକରିପାରେ । ଏହି ଶୃଙ୍ଖଳାରେ ସମୁଦ୍ରରେ ମଧ୍ୟ ନିକଟରେ ବହୁତ ଅବର୍ଜ୍ଜନା ଦେଖାଯାଇଛି ।
ସମୁଦ୍ର, ନଦୀରେ ଫିଙ୍ଗାଯାଇଥିବା ଏହି ଅଳିଆ ସବୁଠାରୁ ଅଧିକ କ୍ଷତି ଏଥିରେ ରହୁଥିବା ଜୀବ ଜନ୍ତୁ ମାନଙ୍କ ଉପରେ ପଡିଥାଏ । ଏମିତିରେ ଅନେକ ଥର ଆପଣଙ୍କ ଦ୍ଵାରା ଫିଙ୍ଗା ଯାଇଥିବା ଅବର୍ଜ୍ଜନା କାରଣରୁ ଏହି ଜୀବ ଜନ୍ତୁଙ୍କ ଜୀବନ ଉପରେ ବିପଦ ଆସେ । ଆଜି ଆମେ ଆପଣଙ୍କୁ ଏକ ଏପରି କାହାଣୀ ଶୁଣେଇବାକୁ ଯାଉଛୁ ଯେଉଁଥିରେ ମନୁଷ୍ୟଙ୍କର ଭୁଲ ଯୋଗୁ ଏକ କଇଁଛ 19ବର୍ଷ ପର୍ଯ୍ୟନ୍ତ ଅସହନୀୟ କଷ୍ଟ ପାଇଛି ।
ଯାହାକି ଆପଣ ଫଟୋରେ ଦେଖୁଛନ୍ତି ଏହି କଇଁଛର ଆକାର ବାକି ସମସ୍ତ କଇଁଛଙ୍କ ଠାରୁ କିଛି ଭିନ୍ନ ଅଟେ । ଏହି କଇଁଛର ମଝି ଅଂଶ ଦୁଇ ଭାଗରେ ବିଭକ୍ତ ଅଟେ । ଏହାହିଁ କାରଣଯେ ଏହାର ଶରୀରରେ ପ୍ଲାଷ୍ଟିକବୋତଲର ରିଙ୍ଗ ପ୍ରାୟ 19 ବର୍ଷ ପର୍ଯ୍ୟନ୍ତ ପଶି ରହିଥିଲା । ଏହି କାରଣରୁ କଇଁଛର ଭିତର ଅଂଶ ଦୁଇଭାଗ ହୋଇଯାଇଥିଲା । ଏବେ ଆପଣଙ୍କ ମଧ୍ୟରୁ ଅନେକ ଲୋକ ଭାବୁଥିବେ ଯେ ଏହି ଛୋଟ ରିଙ୍ଗ କଇଁଛ ମଝିରେ ପଶିଲା କିପରି? ପ୍ରକୃତରେ ଏପରି ଅନୁମାନ କରାଯାଉଛି ଯେ ଯେବେ ଏହି କଇଁଛ ଛୋଟ ଥିଲା ସେତେବେଳେ ମଣିଷ ମାନେ ଫିଙ୍ଗିଥିବା ଅବର୍ଜ୍ଜନା କାରଣରୁ ଏହି ପ୍ଲାଷ୍ଟିକ ରିଙ୍ଗ ତାର ଶରୀରରେ ଅଟକି ଯାଇଥିବ । ସେହି ସମୟରେ ନିଃସନ୍ଦେହ କଇଁଛ ନିଜ ଶରୀରରୁ ବାହାର କରିବାକୁ ଚେଷ୍ଟା କରିଥିବା କିନ୍ତୁ ଅସଫଳ ହୋଇଥିବ । ତାପରେ ସମୟ ବିତିବା ସହ କଇଁଛ 19ବର୍ଷର ହୋଇଯାଇଛି ତେବେ କିଛି ସାମୁଦ୍ରିକ ଜୀବବିଜ୍ଞାନୀଙ୍କ ଦୃଷ୍ଟିରେ ସେ ଆସିଛି ।
ସାମୁଦ୍ରିକ ବୈଜ୍ଞାନିକ ଏହି କଇଁଛକୁ ନିଜ ସହ ନେଇଆସିଲେ ଓ ସେମାନେ ଏହାର ଶରୀରରେ ପଶି ରହିଥିବା ରିଙ୍ଗକୁ କାଟି ଅଲଗା କରିଦେଲେ । କିନ୍ତୁ ରିଙ୍ଗ ବାହାରିଯିବା ପରେ ମଧ୍ୟ ତାହାର ଶରୀର ସେହି ପୂର୍ବଭଳି ରହିଲା କାରଣ ଏହାର ବିକାଶ ପ୍ଲାଷ୍ଟିକ ରିଙ୍ଗ ମଧ୍ୟରେ ଥାଇ ଏପରି ହୋଇଯାଇଥିଲା । ଏବେ ଟିକେ ଭାବନ୍ତୁ ଯଦି ଆମ ଆଙ୍ଗୁଠିରେ କୌଣସି ମୁଦି ଚାପି ହୋଇ ରାହିଜାଏ ତେବେ ଆମ ଜୀବନ ବାହାରି ଯାଏ ଓ ଏହି କଇଁଛର ସଂପୂର୍ଣ୍ଣ ଶରୀରରେ ଏହି ରିଙ୍ଗ 19ବର୍ଷ ପର୍ଯ୍ୟନ୍ତ ସେମିତି ପଶିକରି ରହିଥିଲା। ଏହି ବିଚରା ଏହି କାରଣରୁ କେତେ କଷ୍ଟ ସହିଥିବ। ବର୍ତ୍ତମାନ ଏହି କଇଁଛ ବୈଜ୍ଞାନିକ ମାନଙ୍କ ତତ୍ବାବଧାନ ମଧ୍ୟରେ ରହିଛି ଏବଂ ସୁସ୍ଥ ଅଛି ।
ଏବେ ସମୟ ଆସିଯାଇଛି ଯେ ଆମେ ସମସ୍ତେ ନିଜ ଦାୟିତ୍ଵ ପ୍ରତି ଯତ୍ନବାନ ହେବା ଓ ନିଜର ଆଖପାଖର ଅବର୍ଜ୍ଜନାକୁ ଏମିତି ଫିଙ୍ଗିବା ନାହିଁ । କାରଣ ସଂପୂର୍ଣ୍ଣ ଦୁନିଆରେ ଏହି ପ୍ରକାରର ଅନ୍ୟ ଅନେକ ପ୍ରକାର ଉଦାହରଣ ଦେଖିବାକୁ ମିଳିଥାଏ । ତାହା ପଛେ ସମୁଦ୍ର ହେଉ କିମ୍ବା ଭୂମି । ଅମଦ୍ଵାରା ଫିଙ୍ଗାଯାଇଥିବା ଆବର୍ଜ୍ଜନା କାରଣରୁ ଅନେକ ପଶୁ ନିଜର ଜୀବନ ହରେଈ ବସୁଛନ୍ତି । ଏଥିପାଇଁ ଆବର୍ଜ୍ଜନା ଠିକ ରୂପେ ଅଳିଆ ବାକ୍ସରେ ପକେଇବା ଉଚିତ ।