October 25, 2024

Odia Express

Here, There and Everywhere

ମୋଦି ଓ ଅମିତ ସାହା ଆଜି ଅଟଳ ବିହାରୀ ବାଜପେୟୀ ଓ ବାଲସାହେବ ଠାକରେ ଙ୍କ ସ୍ବପ୍ନ ପୁରାଣ କଲେ – ସାରା ଦେଶରେ ଖୁସିର ମାହୋଲ..

1 min read

କେନ୍ଦ୍ର ସରକାର ଆଜି ଧାରା ୩୭୦ ହଟେଇବା କୁ ଶିବସେନା ଖୁବ ପ୍ରଶଂସା କରିଛନ୍ତି |ଶିବସେନା ର ପ୍ରମୁଖ କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଙ୍କୁ ସ୍ୱାଗତ କରୁଛି | ତାଙ୍କର ଏଭଳି ପଦକ୍ଷେପ ସାରା ଭାରତରେ ନିଶ୍ଚୟ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ | ଆଜି ଲାଗୁଚି ସାରା ଭାରତ ସମ୍ପୂର୍ଣ୍ଣ ସ୍ୱାଧୀନ ହେଲା | ସେ ଏକଥା ମଧ୍ୟ କହିଲେ ଯେ ଆଜି ଅଟଳ ବିହାରୀ ବାଜପେୟୀ ଓ ବାଲସାହେବ ଠାକରେ ଙ୍କ ସ୍ବପ୍ନ ପୂରଣ ହେଲା ସେ ଏକଥା ମଧ୍ୟ କହିଲେ ଯେ ଯେଉଁମାନେ ଏହାର ବିରୋଧ କରୁଛନ୍ତି ସେ ବୁଝିବା ଦରକାର ଯେ ସାରା ଦେଶ ଏକ ହେଇ ରହିବା ନିହାତି ଦରକାର | ଆଜି ଯଦି ବାଜପେୟୀ ଓ ବାଲସାହେବ ଥାନ୍ତେ ତେବେ ନିଶ୍ଚୟ ଖୁସି ହେଇଥାଏ | ସେ ଏକଥା ମଧ୍ୟ କହିଲେ ସେ ସ୍ଵର୍ଗରେ ନିଶ୍ଚୟ ଏହା ଦେଖି ଖୁସି ହୋଉଥିବେ |

 

ଆପଣାକୁ କହିରଖିବୁ ଆଜି ଅର୍ଥାତ ୫ ଅଗଷ୍ଟ ରେ କେନ୍ଦ୍ରସରକାର ଧାରା ୩୭୦ କୁ ହଟେଇବା ପାଇଁ ପ୍ରସ୍ତାବ ଦେଇଥିଲେ |ଏହି ଧାରା ଜାମ୍ମୁ କାଶ୍ମୀର ଅନ୍ତର୍ଗତ ଅଟେ |ପ୍ରସ୍ତାବ ଅନୁସାରେ ଜାମ୍ମୁ କାଶ୍ମୀର କୁ ଦୁଇ ଭାଗରେ ବାଣ୍ଟିଦିଆଯିବ |ଓ ଏହା କେନ୍ଦ୍ରଶାସିତ ଅଂଚଳ ହେଇଯିବ ଓ ଲାଦଖ ମଧ୍ୟ କେନ୍ଦ୍ର ଶାସିତ ଅଂଚଳ ର ଅନ୍ତର୍ଭୁକ୍ତ ହେବ |ଅମିତ ସହ କହିଥିଲେ କି ଏହି ଧାରା ୩୭୦ ବିଗତ ୭୦ ବର୍ଷ ହେଲା କାଶ୍ମୀର କୁ ନଷ୍ଟ କରି ଆସୁଛି |ଏହାକୁ ହଟେଇବାରେ ଡେରି କରିବା ଉଚିତ ନୁହଁ |ସେ କହିଥିଲେ କି ଏହାକୁ ସମାଧାନ କଲେ ଭାରତ ଅଧିକ ସୁଦୃଢ ହେଇ ପାରିବ | ତେବେ ସେ ଏକଥା ମଧ୍ୟ କହିଥିଲେ କି ଲଦାଖର ଲୋକମାନେ ଅନେକ ଦିନ ହେଲା ଏହାକୁ କେନ୍ଦ୍ରଶାସିତ ଅଂଚଳ ର ମାନ୍ୟତା ଦେବା ପାଇଁ ଦାବି କରି ଆସୁଥିଲେ ଓ ଆଜି ସେମାନଙ୍କ ସ୍ଵପ୍ନ ପୂରଣ ହେଇଚି | ସେମାନେ ଏବେ ନିଜର ଲକ୍ଷ ହାସଲ କରିପାରିବେ

 

ରାଷ୍ଟ୍ରପତି ଜାମ୍ମୁ କାଶ୍ମୀରରୁ ୩୭୦ ହଟାଇବା ବିଲ୍ ମଞ୍ଜୁରୀ ଦେଇଛନ୍ତି , ଏଥିର ପୂର୍ବରୁ ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ୍ ଶାହ ଜାମ୍ମୁ କାଶ୍ମୀରର ଧାରା ୩୭୦ କୁ ହଟାଇବାକୁ ସଂକଳ୍ପ ପେଶ କରିଥିଲେ, ଏହା ସହ ଅମିତ୍ ଶାହ ଜାମ୍ମୁ କାଶ୍ମୀରର ପୁନଃଗଠନ ଓ ସଂକଳ୍ପ ବି ପେଶ କରିଥିଲେ ,ଅମିତ୍ ଶାହା ଘୋଷଣା ପରେ ବିପକ୍ଷ ମାନେ ସଦନରେ ବହୁତ ହଙ୍ଗାମା କଲେ ,ରାଜ୍ୟସଭାରେ ଅମିତ୍ ଶାହା ବୟାନ୍ ର ପୂର୍ବରୁ କଂଗ୍ରେସ ନେତା ଗୁଲାମ ନବି ଆଜାଦ୍ କାଶ୍ମୀରର ସ୍ଥିତି କଥା ଉଠିଲେ , ସେ କହିଲେ କି ଜାମ୍ମୁ କାଶ୍ନୀରରେ ଦୁଇଟି ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ନିବାସରୁ ଆରେଷ୍ଟ କରିଥିଲେ , ଏମିତିରେ ଗୃହ ମନ୍ତ୍ରୀ ଘାଟିର୍ ସ୍ଥିତି ବୟାନ୍ ଦେବା ଉଚିତ୍ । ଏହା ପରେ ଗୃହ ମନ୍ତ୍ରୀ ଅମିତ୍ ଶାହ୍ କହିଲେ ପ୍ରଶ୍ନର ଉତ୍ତର ଦେବାପାଇଁ ସେ ପ୍ରସ୍ତୁତ ଅଛନ୍ତି , କିନ୍ତୁ ତାଙ୍କୁ ତାଙ୍କ କଥା କହିବାକୁ ଅନୁମତି ମିଳୁ ।

 

କଣ ଅଟେ ୩୭୦ ଧାରା :

୧) ଜାମ୍ମୁ-କାଶ୍ମୀରର ନାଗରିକଙ୍କ ପାଖରେ ଦୁଇଟି ନାଗରିକତାର ଅଧିକାର , ଜାତୀୟ ପତାକା ବି ଅଲଗା ।

୨) ଜାମ୍ମୁ କାଶ୍ମୀରରେ ରାଷ୍ଟ୍ର ଧ୍ୱଜ ରାଷ୍ଟ୍ରିୟ ପ୍ରତୀକ ଅପମାନ ହୋଇନଥାଏ ,

୩) ଦେଶର ସୁପ୍ରୀମକୋର୍ଟରେ ବି ସବୁ ଆଦେଶ ଜାମ୍ମୁ କାଶ୍ମୀର ମାନ୍ୟ ହୋଇନଥାଏ ।

୪) ସଂସଦରେ ଜାମ୍ମୁ କାଶ୍ମୀରକୁ ନେଇକରି ସିମିତ କ୍ଷେତ୍ର ରି ହିଁ ଆଇନ୍ ଲାଗୁ ହୋଇପାରିବ ।

୫) ରକ୍ଷା,ବିଦେଶ, ସଂଚାର ଛାଡିକରି କେନ୍ଦ୍ରରେ ଆଇନ୍ ଜାମ୍ମୁ କାଶ୍ମୀର ଉପରେ ଲାଗୁ ହୋଇନଥାଏ ।

 

୬) କେନ୍ଦ୍ରରେ ଆଇନ୍ ଲାଗୁ କରିବାପାଇଁ ଜାମ୍ମୁ କାଶ୍ମୀରର ବିଧାନସଭାର ସହମତି ଜରୁରୀ ହୋଇଥାଏ ।

୭) ବିତ୍ତିୟ ଆପତ୍ତକାଳ ପାଇଁ ସଂବିଧାନ ଧାରା ୩୬୦ ଜାମ୍ମୁ କାଶ୍ମୀରରେ ଲାଗୁ ହୋଇନଥାଏ ।

୮) ଧାରା ୩୫୬ ଲାଗୁ ହୁଏ ନାହିଁ , ରାଷ୍ଟ୍ରପତି ରାଜ୍ୟର ସଂବିଧାନ ବରଖାସ୍ତ କରିପାରିବେ ନାହିଁ ।

୯) କାଶ୍ମୀରରେ ହିନ୍ଦୁ-ସିଖ ଅଳ୍ପସଂଖ୍ୟକ କୁ ୧୬ ପ୍ରତିଶତ ଆରକ୍ଷଣ ମିଳେ ନାହିଁ ,

୧୦) ଜାମ୍ମୁ କାଶ୍ମୀରରେ ୧୯୭୬ ସହରି ଭୁମି ଅଧିକରଣ ଆଇନ୍ ଲାଗୁ ହୁଏ ନାହିଁ ।

୧୧) ଧାରା ୩୭୦ କାରଣରୁ କାଶ୍ମୀରରେ RTI RTE ଲାଗୁ ହୁଏ ନାହିଁ , ଜାମ୍ମୁ କାଶ୍ମୀରରେ ବିଧାନସଭା କାର୍ଯ୍ୟକାଳ ୫ ବର୍ଷ ନୁହେଁ ୬ ବର୍ଷ ହୋଇଥାଏ ।

Leave a Reply

Your email address will not be published. Required fields are marked *