October 24, 2024

Odia Express

Here, There and Everywhere

ପ୍ରତିଦିନ ଖାଦ୍ୟରେ ଏହି ପାଞ୍ଚଟି ଜିନିଷ ସାମିଲ କରନ୍ତୁ, କ୍ୟାନ୍ସର ଭଳି ବଡ ବେମାର ଆପଣଙ୍କ ଠାରୁ କୋଶେ ଦୂରରେ ରହିବେ…

1 min read

କ୍ୟାନ୍ସର ଏକ ପ୍ରାଣଘାତକ ରୋଗ ଅଟେ । ଆଜି ଆମେ ସଂପୂର୍ଣ୍ଣ ରୂପେ ରୋଗମୁକ୍ତ କହିପାରିବୁ ନାହିଁ , କିନ୍ତୁ ସାରାବିଶ୍ଵରେ କ୍ୟାନ୍ସର ଯୋଗୁ ହେଉଥିବା ମୃତ୍ୟୁ ସଂଖ୍ୟା ବହୁତ ଅଧିକ ଓ ଏହା ଲଗାତାର ବଢିଚାଲିଛି । କ୍ୟାନ୍ସରରେ କେମୋଥେରାପି ଭଳି ମହଙ୍ଗା ଚିକିତ୍ସା ଅନେକ ଦୂର ପର୍ଯ୍ୟନ୍ତ ସଫଳ ତ ହୁଏ କିନ୍ତୁ ଆଜିପର୍ଯ୍ୟନ୍ତ ମେଡିକାଲ ବିଜ୍ଞାନ କ୍ୟାନ୍ସରରୁ ଉପଷମ ନିମନ୍ତେ ଥିବା ଔଷଧ ଉପରେ ମୋହର ଲଗେଇନି । କ୍ୟାନ୍ସର ଏକ ଏଭଳି ରୋଗ ଅଟେ ଯାହା ଯେକୌଣସି ଲୋକଙ୍କୁ ଓ କେତେବେଳେ ମଧ୍ୟ ହୋଇପାରେ । ଯେଉନଭଳି କ୍ୟାନ୍ସର ଔଷଧ ଉପରେ ଏପର୍ଯ୍ୟନ୍ତ ମୋହର ବସିନି, ଠିକ ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଏହା କୁହାଯାଇ ପାରିନାହିଁ ଯେ ଏହା ହେବାର କାରଣ କଣ ।

 

ଲୋକମାନେ ଭାବନ୍ତି ଯେ କ୍ୟାନ୍ସର ତମାଖୁ, ସିଗାରେଟ ଓ ମଦ ପିଇବା ଦ୍ଵାରା ହୋଇଥାଏ, କିନ୍ତୁ ଏହା ବିଲକୁଲ ଠିକ ନୁହେଁ । ଯେଉଁ ଲୋକମାନେ ଏହି ଜିନିଷ ଗୁଡିକୁ ଖାଆନ୍ତି ନାହିଁ , ଆଜି ସେମାନଙ୍କୁ ମଧ୍ୟ କ୍ୟାନ୍ସର ବନ୍ଦୀ କରିସାରିଛି । ତେଣୁ ଏମିତିରେ କୁହାଯାଏ ଯେ କିଛି ଏଭଳି ଜିନିଷ ଅଛି , ଯାହାକୁ ଯଦି ଆମେ ନିଜର ନିତିଦିନିଆ ଜୀବନରେ ଖାଇବାରେ ସାମିଲ କରୁ ତେବେ କ୍ୟାନ୍ସର ଭଳି ରୋଗଠାରୁ ଦୂରେଇ ରହିପାରିବ । ତେଣୁ ଆସନ୍ତୁ ଆପଣଙ୍କୁ ଜଣେଇଦେଉଛୁ ଯେ ସେହି ପାଞ୍ଚଟି ଜିନିଷ କଣ କଣ ଯାହାକୁ ଖାଇଲେ ଆପଣ କ୍ୟାନ୍ସର ଭଳି ରୋଗଠାରୁ ଦୂରେଇ ରହିବେ ।

 

1- ହଳଦୀ – ଭାରତରେ ହଳଦୀ ର ପ୍ରୟୋଗ ପ୍ରତି ଘରେ କରାଯାଉଛି । ହଳଦୀରେ ଅନେକ ଗୁଣ ବିଦ୍ୟମାନ ରହିଥାଏ । ନିକଟରେ ବ୍ରିଟିଶ ବୈଜ୍ଞାନିକ ମନେ ମଧ୍ୟ ହଳଦୀର ଗୁଣକାରୀ ତତ୍ଵ କୁ ମାନିଛନ୍ତି । ତାଙ୍କର ଏକ ଗବେଷଣାରେ ପ୍ରମାଣିତ ହୋଇଛି ଯେ ହଳଦୀରେ ଥିବା କୁର୍କୁମିନ ନାମକ ତତ୍ଵ କ୍ୟାନ୍ସରକୁ ମୂଳରୁ ଶେଷକରିବାରେ ସକ୍ଷମ । ହଳଦୀର ଚମତ୍କାରୀ ଗୁଣ ସେତେବେଳେ ଜଣାପଡିଲା ଯେବେ ଶେଷ ଷ୍ଟେଜର କ୍ୟାନ୍ସରସହ ଲଢୁଥିବା ଜଣେ ମହିଳା କେବଳ ହଳଦୀ ଗୁଲା ଖାଇ ଗୋଟିଏ ବର୍ଷରେ ଏହି ରୋଗରୁ ମୁକ୍ତି ପାଇଗଲେ ।

 

2- ଅଦା – ଅଦା ମଧ୍ୟ ପ୍ରତିଘରେ ସହଜରେ ମିଳିଥାଏ । ଅଦା ବହୁତ ଗୁଣକାରୀ ହୋଇଥାଏ । ତାଜା ଅଦା ରେ କ୍ୟାନ୍ସରର କୋଷିକାଙ୍କ ସହ ଲଢିବାର କିଛି ଗୁରୁତ୍ୱପୂର୍ଣ୍ଣ ଗୁଣ ରହିଛି । ଓ ଟ୍ୟୁମରର କୋଷିକା ମାନଙ୍କୁ ରୋକିବାରେ ସାହାଯ୍ୟ କରିଥାଏ । ଅଦାର ଅର୍କ କେମୋଥେରାପି କିମ୍ବା ରେଡିଓଥେରାପିରୁ ହେଉଥିବା ଅସୁବିଧା କମ କରିଥାଏ ।

 

3- ରସୁଣ – ଗବେଷଣାରୁ ପ୍ରମାଣିତ ହୋଇଛି ଯେ ଯଦି ଆପଣ ପ୍ରତିଦିନ କିଛି ମାତ୍ରାରେ ରସୁଣ ଖାଆନ୍ତି , ତେବେ ଆପଣଙ୍କୁ କ୍ୟାନ୍ସର ହେବାର ସମ୍ଭାବନା ପ୍ରାୟ 80% ପର୍ଯ୍ୟନ୍ତ କମ ହୋଇଯାଏ । ରସୁଣ ଓ ପିଆଜରେ ଥିବା ସଲଫର କମ୍ପାଉଣ୍ଡ ବୃହଦନ୍ତ୍ର, ସ୍ତନ, ହୃତପିଣ୍ଡ ଓ ପ୍ରୋଷ୍ଟେଟ କ୍ୟାନ୍ସରର କୋଷିକା ଙ୍କୁ ମାରିଦେଇଥାଏ । ଏହାକୁ ଖାଇବାରୁ ଶରୀରର ରୋଗପ୍ରତିଷେଧକ କ୍ଷମତା ବଢିଥାଏ । ରସୁଣରେ ଥିବା ଆଲିସିନ ନାମକ ତତ୍ଵ ହୃତପିଣ୍ଡର କ୍ୟାନ୍ସର ରୋକିବାରେ ସଫଳ ହୋଇଥାଏ ।

5- ଅଁଳା ଏଥିରେ ଆଣ୍ଟିଅକସିଡାଣ୍ଟ ପ୍ରଚୁର ମାତ୍ରାରେ ଥାଏ । ଏହା ଶରୀର ରେ କାର୍ସିନୋଜେନିକ କୋଷିକା ମାନଙ୍କ ବୃଦ୍ଧିକୁ ରୋକିଦେଇଥାଏ ଯାହାଦ୍ଵାରା କ୍ୟାନ୍ସରକୁ ରୋକିବାରେ ସହାୟତା ମିଳେ । ଭିଟାମିନ-cରେ ଭରପୁର ଅଁଳା ଚମତ୍କାରୀ ଗୁଣ ଦ୍ଵାରା ଭରପୁର ହୋଇଥାଏ ।

Leave a Reply

Your email address will not be published. Required fields are marked *