ଜାଣନ୍ତୁ ଖବରକାଗଜରେ ସବୁଠାରୁ ତଳେ ଥିବା ଚାରୋଟି ରଙ୍ଗୀନ ବିନ୍ଦୁର ଅର୍ଥ କଣ ହୋଇଥାଏ – ୯୯ ପ୍ରତିଶତ ଲୋକ ଜାଣି ନାହାନ୍ତି ଏହାର କାରଣ..
1 min readଯଦି ଆମେ ଖବର କାଗଜ ବିଷୟରେ ଏପରି କହିବା ଯେ ଏହା ଆମର ସକାଳର ସବୁଠାରୁ ପ୍ରଥମ ଆବଶ୍ୟକତା ଅଟେ ତେବେ ଏହା ଭୁଲ ହେବ ନାହିଁ। ଆମ ଭିତରେ କିଛି ଲୋକମାନେ ତ ଏମିତି ବି ଅଛନ୍ତି ଯେଉଁମାନେ ବିନାଖବର କାଗଜରେ ଚା ମଧ୍ୟ ପିଆନ୍ତି ନାହିଁ । ଯେଉଁ ଖବର କାଗଜ ଆମେ ସବୁଦିନ ପଢୁଚେ ଯେଉଁ ଥିରୁ ଆମେ ଦେଶ ବିଦେଶର ଖବର ବିଷୟରେ ଜାଣୁଛେ ସେହି ଖବର କାଗଜର ସବୁଠାରୁ ତଳେ ଚାରୋଟି ରଙ୍ଗୀନ ବିନ୍ଦୁ ଥାଏ ଯଦି ଆପଣ ଲକ୍ଷ କରିଥିବେ ତେବେ ନିଶ୍ଚିତ ଦେଖିଥିବେ କିନ୍ତୁ ଆପଣଙ୍କୁ ବୋଧହୁଏ ଏହି ବିନ୍ଦୁ ଥିବାର କାରଣ ବିଷୟରେ ଜଣାନଥିବ ।
କଣ ହୋଇଥାଏ ଖବର କାଗଜ ତଳେ ଥିବା ଏହି ଭଳି ବିନ୍ଦୁ
ଆପଣ ସମସ୍ତେ ଜାଣନ୍ତି ଯେ ଖବର କାଗଜରେ ଛପା ହୋଇଥିବା କୌଣସି ଶବ୍ଦ ବିନା କାମର ହୋଇନଥାଏ କାରଣ ଖବର କାଗଜ ବାଲା ଗୋଟିଏ ଗୋଟିଏ ଶବ୍ଦ ଛପିବା ପାଇଁ ପଇସା ନିଅନ୍ତି ଓ ଏଥିପାଇଁ ଏହି ଚାରି ରଙ୍ଗୀନ ବିନ୍ଦୁ ଯାହା ଛପା ହୋଇଛି ଏହାର ଅର୍ଥ ଇଏ ମଧ୍ୟ ଖବର କାଗଜର ଏକ ମହତ୍ଵପୂର୍ଣ୍ଣ ଅଂଶ ଅଟେ । ତେବେ ଆଶାନୁତ ଜାଣିବା ଯେ ଖବର କାଗଜରେ ସବୁଠାରୁ ତଳେ ଛପିଥିବା ଏହି ରଙ୍ଗୀନ ବିନ୍ଦୁ ର କଣ ଅର୍ଥ ଅଟେ ।
ଯାହାକି ଆମେ ସମସ୍ତେ ଜାଣିଛେ ଯେ ପ୍ରଥମେ ଖବର କାଗଜ ଗୁଡିକ କଳାଧଳାର ମୁଦ୍ରିତ ହେଉଥିଲା କିନ୍ତୁ ସମୟର ଅଗ୍ରଗତି ସହ ଏହାର ବିକାଶ ହେଲା ଓ ବର୍ତ୍ତମାନ ଖବର କାଗଜରେ ଆକର୍ଷକ ବିଜ୍ଞାପନ ଓ ରଙ୍ଗୀନ ଫଟୋ ସବୁ ଛପାହେଲାଣି । ଆମେ ସମସ୍ତେ ଜାଣିଛେ ଯେ ରଙ୍ଗରେ ତୋନୋଟି ପ୍ରମୁଖ ରଂଗ ଥାଏ ଲାଲ ହଳଦୀ ଓ ନୀଳ । ଏହିପରକର ଏହି ପ୍ୟାଟର୍ନ ପ୍ରିଣ୍ଟରରେ ମଧ୍ୟ ଥାଏ କିନ୍ତୁ ଏଥିରେ ଏକ ରଂଗ ଆଉ ମିଶିଠାଏ ଓ ତାହା ହେଲା କଳା ରଂଗ । ଏହି ଚାରି ବିନ୍ଦୁ CMYK କ୍ରମରେ ନିର୍ମିତ ହୋଇଥାଏ । CMYKକୁ ପଞ୍ଜୀକରଣ ମାର୍କ୍ସ କିମ୍ବା ପ୍ରିଣ୍ଟର ମାର୍କର କୁହାଯାଏ ।
C=CYAN (ପ୍ରିନ୍ଟିଂରେ ଏହାର ଅର୍ଥ ନୀଳ)
M=MAGENTA (ଗୋଲାପି)
Y=YELLOW (ହଳଦିଆ)
K=BLACK (କଳା)
ଏହି ଚାରି ରଂଗ ସବୁ ଠିକ ଅନୁପାତରେ ମିଶେଇ ଯେକୌଣସି ରଂଗ ତିଆରି ହୋଇପାରିବ । ଗୋଟିଏ ଇମେଜ ପ୍ରିଣ୍ଟ କରିବାନିମନ୍ତେ ଏହି ସବୁ ରଂଗର ପ୍ଳେଟ ଗୋଟିଏ ପେପର ଉପରେ ଅଲଗା ଅଲଗା ରଖାଯାଏ ଓ ଛାପିବା ସମୟରେ ଗୋଟିଏ ଲାଇନରେ ରହେ ଓ ଯଦି ଏହି ଚାରି ରଂଗର ପ୍ଳେଟ ଓଭରଲ୍ୟାପ ହୋଇଯାଏ ତେବେ ଖବର କାଗଜରେ ଛବି ଝାପସା ଦିଶେ ।