ଆଜି ୧୬ ଜୁଲାଇରେ ଗୁରୁପୂର୍ଣ୍ଣିମା ରେ ଚନ୍ଦ୍ରଗ୍ରହଣ ହେବ , ଏହି ରାଶିମାନଙ୍କ ଉପରେ ଏପ୍ରକାର ପ୍ରଭାବ ପଡିବ – ଦେଖନ୍ତୁ କେଉଁ ରାଶି ସାବଧାନ ରହିବେ..

ନିକଟ ଅତୀତରେ ସୂର୍ଯ୍ୟଗ୍ରହଣ ହୋଇଥିଲା ଯାହା କି ପଛେ ଭାରତରେ ଦୃଶ୍ୟ ହୋଇନଥିଲା କିନ୍ତୁ ଏହାର ପ୍ରଭାବ ଅନେକ ରାଶି ଉପରେ ପଡିଥିଲା । ନିକଟ ଭବିଷ୍ୟରେ ୧୬ଜୁଲାଇରେ ଗୁରୁପୂର୍ଣ୍ଣିମା ଦିନ ଅର୍ଦ୍ଧରାତ୍ରିରେ ପୃଥିବୀରେ ଚନ୍ଦ୍ରଗ୍ରହଣ ଲାଗିବ । ଆପଣଙ୍କୁ ଜଣେଇଦେଉଛୁ ଯେ ପୂର୍ବଭାରତରେ ଦେଖା ଯିବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ଏହି ବର୍ଷର ପ୍ରଥମ ଗ୍ରହଣ ହେବ । ଗୁରୁପୂର୍ଣ୍ଣିମାରେ ଅଶୁଦ୍ଧିକାଳ ଆରମ୍ଭ ପୂର୍ବରୁ ସମସ୍ତ ଆୟୋଜନ ହେବ । ଅପରାହ୍ନ ୪ଟା ପୂର୍ବରୁ ଗୁରୁଙ୍କ ପୂଜା ସମାପ୍ତ ହେବ । ଗୁରୁପୂର୍ଣ୍ଣିମା ପର୍ବ ୧୬ଜୁଲାଇରେ ପାଳିତ ହେବ ।
ଜ୍ୟୋତିଷଙ୍କ ଅନୁଯାୟୀ ଏହି ଗ୍ରହଣ ଉତ୍ତରଷାଢା ନକ୍ଷତ୍ର ଏବଂ ଧନୁ ତଥା ମକର ଦୁଇ ରାଶି ମଣ୍ଡଲ ଉପରେ ସଂଯୁକ୍ତ ରୂପରେ ପଡିବ । ଗ୍ରହଣ ୧୬ଜୁଲାଇ ଦିନ ଅର୍ଦ୍ଧ ରାତ୍ର ୧.୩୨ରୁ ଆରମ୍ଭ ୨.୫୮ରେ ମଧ୍ୟମ ଓ ୪.୩୦ରେ ମୋକ୍ଷ ହେବ । ଅଶୁଦ୍ଧିକାଳ ମଙ୍ଗଳବାର ଅପରାହ୍ନ ୪.୩୦ରୁ ଆରମ୍ଭ ହେବ । ଏହାର ଅର୍ଥ ଲୋକମାନେ ଦିନରେ ଗୁରୁପୂଜନ କରିବେ । ଗ୍ରହଣ ମଧ୍ୟରେ କରାଯାଇଥିବା ଜପ, ଅନୁଷ୍ଠାନ, ଦାନର ବିଶେଷ ଫଳ ପ୍ରାପ୍ତ ହୁଏ। ଚନ୍ଦ୍ରଗ୍ରହଣ ଅଶୁଦ୍ଧିକାଳ ଲାଗିବାର ଠିକ ୯ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥାଏ ।
ଯଦି ଆପଣଙ୍କର ମନେଥିବ ତେବେ ସ୍ମରଣ କରେଇଦେଉଛୁ ଯେ ଗତବର୍ଷ ମଧ୍ୟ ଗୁରୁପୂର୍ଣ୍ଣିମାରେ ଗ୍ରହଣର ପ୍ରକୋପ ପଡିଥିଲା , ସେତେବେଳେ ଗୁରୁପୂଜନ ଗ୍ରହଣ ଲାଗିବାର ପୂର୍ବରୁ ଅର୍ଥାତ ଅପରାହ୍ନ ୪.୩୧ପୂର୍ବରୁ କରିବା ଭଲ । ଏତିକି ନୁହେଁ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଉତ୍ତରଷାଢା ନକ୍ଷତ୍ର ଓ ଧନୁ ଏବଂ ମକର ଦୁଇ ରାଶି ଉପରେ ସଂଯୁକ୍ତ ରୂପରେ ପଡୁଛି । ଏହାବ୍ୟତୀତ ଏହି ରାଶିମାନଙ୍କ ଉପରେ ବିଶେଷ ପ୍ରଭାବ ରହିବ
ବିଭିନ୍ନ ରାଶି ମାନଙ୍କ ଉପରେ ପ୍ରଭାବ
ଶୁଭ – ବୃଷଭ, କନ୍ୟା, ତୁଳା, କୁମ୍ଭ, ମିଥୁନ , ବୃଶ୍ଚିକ , ମୀନ
ଅଶୁଭ – ମେଷ, କର୍କଟ , ସିଂହ , ଧନୁ , ମକର