October 17, 2024

Odia Express

Here, There and Everywhere

ଏବେ ଭାରତୀୟ ଦଳ ପିନ୍ଧିବ କେଶରୀ ରଙ୍ଗର ଜର୍ସି , ପ୍ରଥମ ଥର କେଶରୀ ଜର୍ସିରେ ଟିମ ଇଣ୍ଡିଆ ବିଶ୍ଵକପ ରେ ମ୍ୟାଚ ଖେଳିବ – କାରଣ ଏଭଳି ଯେ ଆପଣ ମଧ୍ୟ ଖୁସି ହେଇଯିବେ..

ବିଶ୍ଵକପ ୨୦୧୯ର ଜ୍ଵର ସମସ୍ତଙ୍କୁ ମାଡି ବସିଛି । ଏଥିମଧ୍ୟରେ ଆଇସିସି ଘୋଷଣା କରିଛି ଯେ କେଉଁ ଦଳ ଅନ୍ୟ ଦଳ ସହ ଖେଳିବା ସମୟରେ କେଉଁ ରଙ୍ଗର ଜର୍ସି ପିନ୍ଧିବ । ଏହା ସହ ଏହି କଥା ମଧ୍ୟ ଉନ୍ମୋଚିତ ହୋଇଯାଇଛି ଯେ ଇଂଲଣ୍ଡ ବିରୋଧ ମ୍ୟାଚରେ ଭାରତୀୟ ଦଳ କେଶରୀ ରଂଗ ଜର୍ସି ପିନ୍ଧି ପଡିଆକୁ ଓଲ୍ହେଇବ । ଆଇସିସି ଘୋଷଣା ଅନୁଯାୟୀ କେବଳ ଇଂଲଣ୍ଡ ସହ ମ୍ୟାଚ ସମୟରେ ଦଳ କେଶରୀ ରଂଗ ଜର୍ସି ପିନ୍ଧିବ। ବାକି ସମସ୍ତ ମ୍ୟାଚ ରେ ନିଜର ପୁରାତନ ରଙ୍ଗ ଜର୍ସିରେ ମ୍ୟାଚ ଖେଳିବ ।

 

ଜଣେଇ ଦେଉଛୁ ଯେ ୩୦ଜୁନରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ବର୍ମିଂହାମ ଠାରେ ବିଶ୍ଵକପ ୨୦୧୯ର ମ୍ୟାଚ ଖେଳାଯିବ। ବିରାଟ କୋହଲି ନିଜ ସାଥି ଖେଳାଳିଙ୍କ ସହ କେଶରୀ ରଙ୍ଗ ଜର୍ସି ପିନ୍ଧି ପଡିଆକୁ ଓଲ୍ହେଇବେ । ଏହାପୂର୍ବରୁ କୁହାଯାଉଥିଲା ଯେ ଟିମ ଇଣ୍ଡିଆ ଆଫଗାନିସ୍ଥାନ ବିପକ୍ଷ ମ୍ୟାଚରେ କେଶରୀ ରଙ୍ଗ ଜର୍ସି ପିନ୍ଧିବ । କିନ୍ତୁ ଏବେ ଏହି ନିଷ୍ପତ୍ତି ହୋଇଛି କି କେବଳ ଇଂଲଣ୍ଡ ବିରୋଧ ମ୍ୟାଚ ରେ ଭାରତୀୟ ଦଳ କେଶରୀ ରଙ୍ଗ ଜର୍ସି ପିନ୍ଧି ଖେଳିବ ।

 

ଆଫଗାନିସ୍ଥାନ ଦଳ ଶ୍ରୀନଙ୍କ, ଇଂଲଣ୍ଡ ଓ ଭରତ ବିରୋଧ ରେ ଲାଲ ରଙ୍ଗ ଜର୍ସି ପିନ୍ଧି ଖେଳିବେ । ବଙ୍ଗଳାଦେଶ ଦଳ କେବଳ ପାକିସ୍ଥାନ ବିରୋଧ ମ୍ୟାଚ ରେ ସୁନେଲି ଜର୍ସି ପିନ୍ଧିବେ । ଶ୍ରୀଲଙ୍କା ଭାରତ ଓ ଇଂଲଣ୍ଡ ବିରୋଧ ମ୍ୟାଚ ରେ ହଳଦୀ ରଙ୍ଗ ଜର୍ସି ପିନ୍ଧି ଖେଳିବେ ।

୧୬ଜୁନ ଭରତ ଓ ପାକିସ୍ଥାନ ମଧ୍ୟରେ ହୋଇଥିବା ମ୍ୟାଚକୁ ଲୋକେ ବହୁପୂର୍ବରୁ ପ୍ରତୀକ୍ଷା କରିଥିଲେ କିନ୍ତୁ ପ୍ରତିଥର ଭଳି ଏଥର ମଧ୍ୟ ଭାରତ ଜିତି ଯାଇଥିଲା । ଭାରତ ପାକିସ୍ଥାନ କୁ ୮୯ରନର ବଡ ବ୍ୟବଧାନରେ ହରେଇଥିଲା । ଭାରତର ଆସନ୍ତା ମ୍ୟାଚ ୨୨ଜୁନ ରେ ଆଫଗାନିସ୍ଥାନ ସହ ଖେଳ ହେବ ।

Leave a Reply

Your email address will not be published. Required fields are marked *