ବହୁତ କ୍ରୋଧୀ ହୋଇଥାନ୍ତି ଏହି ୪ ନାମର ଶାଶୁ ମା ମାନେ, ଜାଣନ୍ତୁ ଆପଣଙ୍କ ଶାଶୁଙ୍କ ନାମ ଏଥିରେ ନାହିଁ ତ…
1 min readଶାଶୁ ବୋହୁଙ୍କ ସମ୍ପର୍କ ସବୁକାଳରେ ବଡ ବଦନାମ ରହି ଆସିଛି । ଯେଉଁଠାରେ ଗୋଟିଏ ତରଫରେ ବୋହୂଙ୍କୁ ଅଭିଯୋଗ ରହେ ଯେ ତାଙ୍କର ଶାଶୁ କେବେ ମାଆ ହୋଇପାରିବେ ନାହିଁ ତ ସେଠାରେ ଶାଶୁଙ୍କର କହିବା ହେଲା ଯେ ତାଙ୍କ ବୋହୁ କେବେ ଝିଅ ହୋଇପାରିବ ନାହିଁ । ଶାଶୁବୋହୁ ଙ୍କର ‘ତୁ ତୁ ମୁଁ ମୁଁ’ ର ପରମ୍ପରା ବହୁତ ପୁରାତନ ଅଟେ । ଏମାନଙ୍କ ମଧ୍ୟରେ ପ୍ରାୟ ଦିନ କିଛି ନା କିଛି କଥାକୁ ନେଇ ମହାଭାରତ ହୋଇଥାଏ । ଯଦି ବୋହୁ ଘରେ ବାଘ ହୁଏ ତ ଶାଶୁ ସିଂହ ହୋଇଥାଏ । କୌଣସି ଘରେ ଶାଶୁଙ୍କର ବେଶୀ ଚାଲେ ତ କୌଣସି ଘରେ ବୋହୁଙ୍କର ଅଧିକ ଭାଉ ଥାଏ ।ଏମିତିରେ ଯେଉଁ ଘରେ ଶାଶୁଙ୍କର କ୍ରୋଧ ଅଧିକ ଭୟଙ୍କର ହୋଇଥାଏ ସେଠାରେ ସବୁବେଳେ ତାଙ୍କର ହୁକୁମ ଚାଲେ । ଅନେକଥର ତ ଏହି ଶାଶୁଙ୍କ କ୍ରୋଧ ଆଗରେ କେବଳ ତାଙ୍କ ବୋହୁ ନୁହେଁ ପରନ୍ତୁ ପୁରା ପରିବାର ଭୟ ପାଇଯାଏ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଏଭଳି ନାମ କହିବାକୁ ଯାଉଛୁ ଯେଉଁ ଜାତକର ମହିଳା (ଶାଶୁ)ମାନେ ବହୁତ କ୍ରୋଧୀ ହୋଇଥାନ୍ତି ।
H ନାମର ଶାଶୁ: ଏହି ନାମର ଶାଶୁଙ୍କର କ୍ରୋଧ ଖୁବ ଶୀଘ୍ର ଆସିଥାଏ । ଏମାନଙ୍କ ଭିତରେ ଧୌର୍ଯ୍ୟ ନାମକ ଗୁଣ ନଥାଏ । ଏମାନଙ୍କୁ ଘର ଭିତରେ ସବୁ କାମ ପରଫେକ୍ଟ ଦରକାର। ଯଦି କୌଣସି କାମ କରିବାରେ ଟିକିଏ ଅଭାବ ରାହିଜାଏ ତ ଏମାନଙ୍କ କ୍ରୋଧ ଫାଟି ପଡେ । ଏମାନେ ନିଜ ବୋହୁ ଠାରୁ ଆଶା ରଖନ୍ତି ଯେ ସେ ଘରର ସମସ୍ତ କାମ ଶୀଘ୍ର ଓ ସଠିକ ଢଙ୍ଗରେ କରିବେ। ଅଧିକତର ଘଟଣାରେ ଏମାନଙ୍କର ନିଜ ବୋହୁ ସହ କେବଳ କାମକୁ ନେଇ ଲଢେଇ ହୋଇଥାଏ । ପରନ୍ତୁ ଏମାନେ ଯେବେ କ୍ରୋଧ କରନ୍ତି ତ କିଛି ସମୟ ପରେ ଶାନ୍ତ ମଧ୍ୟ ହୋଇଯାନ୍ତି ।
K ନାମର ଶାଶୁ: ଏହି ନାମର ଶାଶୁଙ୍କର କ୍ରୋଧ ବହୁତ ଭୟଙ୍କର ହୋଇଥାଏ । ଏମାନେ କ୍ରୋଧରେ ଆସିଲେ ଏଭଳି ସବୁ କଡା କଥା ଶୁଣାନ୍ତି ଯାହା ସିଧା ଯାଇ ଆପଣଙ୍କ ହୃଦୟ ଭେଦ କରିଥାଏ । ଏମାନେ ଯେବେ କ୍ରୋଧ କରନ୍ତି ତ ପୁରା ଘର ତ ଚଡନ୍ତୁ, ପୁରା ସାହି କୁ ଜଣାପଡିଯାଏ । ଏହି ନାମର ଶାଶୁଙ୍କୁ ବୋହୁମାନେ ଭୟକରନ୍ତି । ଏଥିପାଇଁ ଏମାନଙ୍କୁ ଯେତେ ଦୂର ସମ୍ଭବ କ୍ରୋଧ ନାକରେଇବା ଭଲ ।
N ନାମର ଶାଶୁ: ଏହି ନାମର ଶାଶୁଙ୍କର କ୍ରୋଧ ସବୁବେଳେ ତାଙ୍କର ନାକ ଆଗରେ ବସିଥାଏ । ଏମାନଙ୍କୁ ଦେଖି ଏପରି ଲାଗେ ଯେ ଏମାନେ ସବୁବେଳେ କ୍ରୋଧ କରିବାର କିଛି ନା କିଛି ବାହାନା ଖୋଜୁଥାନ୍ତି । ଯଦି କେହି ଏମାନଙ୍କୁ ଟିକେ ଉସୁକେଇ ଦିଏ ତ ଏମାନଙ୍କ କ୍ରୋଧ ଜ୍ଵଳାମୁଖୀ ଭଳି ଉଦଗୀରଣ ହୋଇଥାଏ । ଏଥିପାଇଁ ଆପଣ ଯେବେ ମଧ୍ୟ ଏମାନଙ୍କ ସହ ବାର୍ତ୍ତାଳାପ କରିବେ ତ ବହୁତ ଭାବିଚିନ୍ତି କଥା ହେବେ । ଏମାନେ ଅନ୍ୟମାନଙ୍କ କଥାରେ ଖୁବ ଶୀଘ୍ର ଖରାପ ଭାବନ୍ତି ।
P ନାମର ଶାଶୁ: ଏହି ନାମର ଶାଶୁଙ୍କର ଦୁଇପ୍ରକାର ବ୍ୟକ୍ତିତ୍ଵ ହୋଇଥାଏ । ଯେବେ ଏମାନେ ନିଜର ବୋହୁକୁ ସ୍ନେହ କରନ୍ତି ତ ସୀମା ବାହାର ସ୍ନେହ ଅଜାଡି ଦିଅନ୍ତି ଓ ତାଙ୍କର ଧ୍ୟାନ ମଧ୍ୟ ବହୁତ ରଖନ୍ତି । କିନ୍ତୁ ଯେବେ ଏମାନଙ୍କୁ କ୍ରୋଧ ଆସେ ତ ଏମାନଙ୍କ ଠାରୁ ଖରାପ ଆଉ କେହି ନଥାନ୍ତି । ଗୋଟିଏ ପଟେ ଏମାନେ ଆପଣଙ୍କର ମା ଭଳି ହୋଇଥାନ୍ତି ଯିଏ କି ସମୟ ସମୟରେ ଆପଣଙ୍କୁ ବହୁତ ସ୍ନେହ ତ କରନ୍ତି କିନ୍ତୁ ଯଦି ଆପଣ କୌଣସି ଭୁଲ କାମ କରନ୍ତି ତ ଆପଣଙ୍କୁ ବାଡେଇ ପିଟି ସୁଧାରୀ ନିଅନ୍ତି ।