October 25, 2024

Odia Express

Here, There and Everywhere

ଗୁଗଲ ରେ ଏହି ପାଞ୍ଚଟି ଜିନିଷ କେବେ ସର୍ଚ୍ଚ କରନ୍ତୁ ନାହିଁ, ନହେଲେ 7ବର୍ଷ ପର୍ଯ୍ୟନ୍ତ ଜେଲ ହେଇପାରେ ଆପଣଙ୍କୁ..

1 min read

ଗୁଗୁଲ ନାମ ଶୁଣିବାମାତ୍ରେ ଆମ ମୁଣ୍ଡରେ ଗୋଟିଏ ଜିନିଷ ଆସେ ଯେ ଏକ ଏପରି ମାଧ୍ୟମ ଯେଉଁଠାରେ ଆମକୁ ସମସ୍ତ ସୂଚନା ପ୍ରାପ୍ତ ହୋଇପାରିବ । ଗୁଗୁଲରେ ଲୋକମାନେ ସବୁଠାରୁ ଅଧିକ ସର୍ଚ କରନ୍ତି ଏଇ ବିଶ୍ଵାସରେ ଯେ ଏଠାରେ ସବୁକିଛି ର ଉତ୍ତର ମିଳିଯିବ । ବଦଲୁଥିବା ସମୟ ସହ ଇଣ୍ଟର୍ନେଟ ଆଜି ଆମ ଜୀବନର ଅଭିନ୍ନ ଅଂଗ ହୋଇସାରିଛି ।ଆମେ ପ୍ରତିଦିନ ନିଜର ଆବଶ୍ୟକତା ପୂରଣ ନିମନ୍ତେ ଇଣ୍ଟର୍ନେଟ ବ୍ୟବହାର କରୁଛୁ, କିନ୍ତୁ କଣ ଆପଣ ସର୍ଚ କରୁଥିବା ସମୟରେ ଚିନ୍ତା କରନ୍ତି ଯେ ଆମେ କଣ ସର୍ଚ କରୁଛୁ । ଯଦି ନୁହେ ତେବେ ଆଜିଠାରୁ ଚିନ୍ତା କରିବା ଆରମ୍ଭ କରିଦିଅନ୍ତୁ କାରଣ ଆମେ ଆପଣଙ୍କୁ କିଛି ଏପରି କଥା କହିବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ ଗୁଗୁଲରେ ସର୍ଚ କରିବା ପୂର୍ବରୁ ଆପଣ ଦଶଥର ଭାବିବେ ।

କିଛି ଏଭଳି ଜିନିଷ ଅଛି ଯାହାକୁ ଆମେ ଗୁଗୁଲରେ ସର୍ଚ କରିବା ଉଚିତ ନୁହେଁ ଏଥିପାଇଁ ନୁହେଁ ଯେ ତାହା ଖରାପ କିନ୍ତୁ ଏହା ଏଥିପାଇଁ ଯେ ଆପଣଙ୍କୁ ଏହି ପାଞ୍ଚଟି ଜିନିଷ ସର୍ଚ କରିବାପାଇଁ ଜେଲ ଯିବାକୁ ପଡିପାରେ । ଆସନ୍ତୁ ଆପଣଙ୍କୁ ସୂଚିତ କରୁଛୁ

ସାହିତ୍ୟ କିମ୍ବା ଭିଡିଓ – ଯଦି ଆପଣ ପିଲାଙ୍କ ସମ୍ବନ୍ଧୀୟ କୌଣସି ଖରାପ ସାହିତ୍ୟ କିମ୍ବା ଭିଡିଓ ସର୍ଚ କରିବେ ତେବେ ଆପଣ ବିପଦରେ ପଡ଼ିପାରନ୍ତି , ଏପରିକି ଆପଣଙ୍କୁ ଜେଲ ଯିବାକୁ ପଡିପାରେ । କାରଣ ଏପରି କରିବା ଭାରତୀୟ ଦଣ୍ଡ ସଂହିତା ଓ ଆନ୍ତର୍ଜାତୀୟ ନିୟମର ବିରୁଦ୍ଧ ଅଟେ । ଏହାସହ ଯଦି ଆପଣ କୌଣସି ଖରାପ ଭିଡିଓ କିମ୍ବା ସାହିତ୍ୟ ବିଷୟରେ ଖୋଲାଖୋଲି ଚର୍ଚା କରନ୍ତି କିମ୍ବା ତାହା ଶେୟାର କରନ୍ତି ତେବେ ଆପଣଙ୍କ ଉପରେ ମକଦ୍ଦମା ହୋଇପାରେ

ବମ ପ୍ରସ୍ତୁତି କୌଶଳ – ଯଦି ଆପଣ ବମ ତିଆରି ହେବାର କୌଶଳ ସର୍ଚ କରନ୍ତି ତେବେ ମଧ୍ୟ ଆପଣଙ୍କୁ ଆଇନଗତ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡିବ ।

ପରିଚୟ – ଗୁଗୁଲରେ ସର୍ଚ କରିବା ସମୟରେ ଭୁଲରେ ମଧ୍ୟ କେବେ ନିଜର ପରିଚୟ ଜାଣିବାର ପ୍ରଚେଷ୍ଟା କରନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କୁ ଜେଲ ହେବନାହିଁ କିନ୍ତୁ ଆପଣ ବିପଦରେ ପଡ଼ିପାରନ୍ତି କାରଣ ଗୁଗୁଲପାଖରେ ଆପଣଙ୍କ ସର୍ଚ ହିଷ୍ଟ୍ରିର ସଂପୂର୍ଣ୍ଣ ଡାଟାବେସ ରହିଥାଏ ଓ ବାରମ୍ବାର ସର୍ଚ କରିବା ଦ୍ଵାରା ଏହାର ଲିକ ହେବାର ବିପଦ ଥାଏ । ହ୍ୟାକର୍ସ ଏହି ପ୍ରତୀକ୍ଷାରେ ରହିଥାନ୍ତି ଯେ କେଉଁ ଜିନିଷ ତାଙ୍କୁ ସହଜରେ ହ୍ୟାକ କରିବାକୁ ମିଳିଯିବ ।

ଇ-ମେଲ – ପର୍ଶନାଲ ଇମେଲ ଲଗଇନକୁ ଗୁଗୁଲରେ ସର୍ଚ କରିବାରୁ ନିବୃତ୍ତ ରୁହନ୍ତୁ । ଏପରି ନକରିବା ଦ୍ଵାରା ଆପଣଙ୍କ ଆକାଉଣ୍ଟ ହ୍ୟାକ ଓ ପାସୱାର୍ଡ ଲିକ ହୋଇପାରେ । ଏକ ଗବେଷଣା ଅନୁଯାୟୀ ବିଶ୍ବରେ ସ୍ବାଉଠାରୁ ଅଧିକ ହ୍ୟାକିଙ୍ଗ ମାମଲା ଇମେଲ ହ୍ୟାକ ହେବାର ଅଟେ । ଏହାର ଅନେକ ଅଭିଯୋଗ ସାଇବର ସେଲରେ ମଧ୍ୟ ଦରଜ ହୋଇଛି ।

ବିଜ୍ଞାପନ – ଗୁଗୁଲରେ କେବେ ମଧ୍ୟ ସୁରକ୍ଷା ସମ୍ବନ୍ଧିତ କୌଣସି ସୂଚନା ସର୍ଚ କରନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣଙ୍କୁ ସେସମ୍ବନ୍ଧିତ ବିଜ୍ଞାପନ ଆସିବାରେ ଲାଗିବ । ଯାହା ଯୋଗୁ ଆପଣ ଏହା ଜାଣିପାରିବେ ଯେ କେହି ଆପଣଙ୍କୁ ଇଣ୍ଟର୍ନେଟରେ ପିଛା କରୁଛି । ଯଦି ଆପଣ ଚାହାନ୍ତି ଯେ ଅସୁରକ୍ଷା ସହ ଜଡିତ ବିଜ୍ଞାପନ ଆପଣଙ୍କୁ ବିବ୍ରତ ନକରୁ ତେବେ ଆପଣ ଏହି ସର୍ଚ କରିବାରୁ ନିବୃତ୍ତ ରୁହନ୍ତୁ ।

ଏସବୁ ବ୍ୟତୀତ ଆପଣ ଅନ୍ୟ କେତେକ ସନ୍ଦିଗ୍ଧ ଜିନିଷ ସର୍ଚ କରିବାରୁ ନିବୃତ୍ତ ରୁହନ୍ତୁ । କାରଣ ସାଇବର ସେଲର ସେହି ଲୋକମାନଙ୍କ ଉପରେ ଦ୍ରୁଷ୍ଟି ଥାଏ ଯେଉଁମାନେ ସନ୍ଦିଗ୍ଧ ଜିନିଷ ସର୍ଚ କରନ୍ତି । ଏଥିପାଇଁ କିଛି ମଧ୍ୟ ସର୍ଚ କରିବା ପୂର୍ବରୁ ଚିନ୍ତା କରନ୍ତୁ । ସାଧାରଣତଃ ଏଭଳି ସର୍ଚ କିୱାର୍ଡ ଗୁଗୁଲ ଭଳି ସର୍ଚ ଇଞ୍ଜିନ ସଂବେଦନଶୀଳ ବିଭାଗରେ ରଖନ୍ତି ମାନେ ଏହି ଶବ୍ଦକୁ ସର୍ଚ କରୁଥିବା ଲୋକର ସୂଚନା ଗୁପ୍ତ ଏଜେନ୍ସି ସହ ତୁରନ୍ତ ପ୍ରଦାନ କରିଦିଆଯାଏ ଯାହାପରେ ପ୍ରକ୍ରିୟା ଆରମ୍ଭ ହୋଇଯାଏ ।

Leave a Reply

Your email address will not be published. Required fields are marked *