November 22, 2024

Odia Express

Here, There and Everywhere

ଅସାମାଜିକ ଯୁବକ କମେଣ୍ଟ ମାରିବା ପରେ ମଜବୁତ୍ ଝେଲା ବସ୍ କଣ୍ତକ୍ଟର୍ ଙ୍କ ଝିଅ ଆକାଂକ୍ଷା , ଫଳସ୍ୱରୁପ ଆଜି ସେ IPS ହୋଇପାରିଛନ୍ତି ଶାଳିନୀ ଅଗ୍ନିହୋତ୍ରୀ – ପଢନ୍ତୁ ତାଙ୍କ ସଂଘର୍ଷ କାହାଣୀ…

ଯଦି ଜୀବନରେ ସଫଳତାର ସିଡି ଚଢିବାର ଅଛି ତେବେ ନିଜ ପରିଶ୍ରମ ଓ ଅଧବସାୟ ସ୍ୱପ୍ନ ଦେଖିବାକୁ ହେବ , ସ୍ୱପ୍ନ କିଛି ହେବାର ଆଶା ଦେଇଥାଏ । ଆଜି କାହାଣୀ ଏପରି ଏକ ଝିଅର ଅଟେ ଯିଏକି ଛୁଆ ବେଳରୁ ସ୍ୱପ୍ନ ଦେଖିଥିଲା କି ସେ ବଡ ହେବ ତ ପୋଲିସ୍ ରେ ଯାଇକରି ଦେଶର ସେବା କରିବ , ସ୍ୱପ୍ନ ପୁରା ହୋଇଗଲା , ଏହି ଝିଅ ଆଗକୁ ଯାଇକରି ଆଇପିଏସ୍ ଅଫିସର୍ ହୋଇଗଲା , ଏବେ ଶାଳିନୀ ସବୁଠାରୁ ବେଷ୍ଟ ଆଇପିଏସ୍ ଟ୍ରେନି ପାଇଁ ବଛା ହୋଇଛନ୍ତି ।ଏସ୍ ପି ଶାଳିନୀ ଅଗ୍ନିହୋତ୍ରି ହିମାଚଳ ପ୍ରଦେଶର ଜିଲ୍ଲା ଉନ୍ନାର ବାସିନ୍ଦା ଅଟନ୍ତି । ଶାଳିନୀଙ୍କ ଜନ୍ମ ୧୪ ଜାନୁୟାରୀ ୧୯୮୯ କୁ ଏକ ମଧ୍ୟମ ବର୍ଗୀୟ ଘରେ ହୋଇଥିଲା,  ଶାଳିନୀଙ୍କ ମା ଶୁଭଲତା ଓ ବାପା ରମେଶ ଗୋଟେ ବସ୍ ରେ କଣ୍ତକ୍ଟର ଥିଲେ,

ଶାଳିନୀ କହନ୍ତି କି ଛୁଆ ବେଳେ ଦିନେ ଶାଳିନୀ ଓ ତାଙ୍କ ମା ବସ୍ ରେ ଯାଉଥିଲେ , ଯେଉଁ ସିଟ୍ ରେ ବସିଥିଲେ,  ତେବେ ସେହି ସିଟ୍ ପଛରେ ଜଣେ ବ୍ୟକ୍ତି ଠିଆ ହୋଇଥିଲେ , ଓ ସେ ତାଙ୍କ ସିଟ୍ କୁ ହାତରେ ଧରିଥିଲା , ଶାଳିନୀଙ୍କ ମାଙ୍କୁ ଟିକିଏ ଅଖାଡୁଆ ଲାଗିଲା , ସେ ତାଙ୍କୁ ହାତ ଉଠାଇବାକୁ କହିଲେ , କିନ୍ତୁ ସେହି ବ୍ୟକ୍ତି ଗାଲେଇକରି ସେଠାରେ ହାତ ରଖିଥିଲା,  ଯେବେ ସେ ଆଉଥରେ କହିଲେ ତେବେ ସେ ବ୍ୟକ୍ତି ରାଗିଗଲା , କହିଲା ତୁମେ ଡିସି କି ଯାହା ତୁମ କଥା ଶୁଣିବି ।

ଏହି ପଦ ଟିଏ କଥା ଶାଳିନୀଙ୍କ ଜୀବନରେ ନୁଆ ମୋଡ୍ ଆଣିଲା , ଶାଳିନୀ କହନ୍ତି କି ସେହି ସମୟରେ ସେ ବହୁତ ଛୋଟ ଥିଲେ,  ତାଙ୍କୁ ଡିସିର ମତଲବ ଜଣା ନଥିଲା,  କିନ୍ତୁ ସେ ଭାବିନେଲେ କି ସେ କିଛି ଏମିତି କରିବେ ଯାହାକି ତାଙ୍କ ସେହି ସ୍ଥାନରେ ପହଞ୍ଚାଇପାରିବ , ବହୁତ କଡା ପରିଶ୍ରମ କରି ପରିଶେଷରେ ଶାଳିନୀ ୨୦୧୨ ରେ ନିଜ ଆଇପିଏସ୍ ଅଫିସର ହେବାର ସ୍ୱପ୍ନ ପୁରା କଲେ , ଯେଉଁଠି ଶାଳିନୀଙ୍କ ବେଷ୍ଟ ଟ୍ରେନୀ ଦ୍ୱାରା ସମ୍ମାନିତ କରାଗଲା । ହିମାଳନର ଉନାର ଥାଟହାଲ ଗାଁରେ ଆଇପିଏସ୍ ଅଧିକାରୀ ଶାଳିନି ଏକ ଏପରି ନାଁ ଅଟେ ,ଯାହା ସମସ୍ତଙ୍କ ପାଇଁ ମିଶାଲ୍ ଅଟେ, ବରଂ ଅପରାଧିଙ୍କୁ କାଳ ଅଟେ ,

ତାଙ୍କ କାମ କରିବାର ଢଙ୍ଗ ଏପରି କି ନିଶା କରୁଥିବା ଅପରାଧି ବି ଭୟଭୀତ ହୁଅନ୍ତି , କୁଲ୍ଲୁ ରେ ପୋଷ୍ଟିଙ୍ଗ୍ ସମୟରେ ସେ ନିଶାର ସୌଦାଗରଙ୍କୁ ଲଢିଥିଲେ , ଯାହା ଦ୍ୱାରା ସେ ସଫଳତା ପାଇଥିଲେ । ତାଙ୍କ ବାପା ରମେଶ କୁମାର ଧର୍ମଶାଳାରେ ଏଚ୍ ଆର୍ ଟିସି  ବସ୍ କଣ୍ତକ୍ଟର ଅଛନ୍ତି , ଯେବେ କି ମା ଶୁଭଲତା ଘର ସମ୍ଭାଳନ୍ତି , ଶାଳିନୀଙ୍କ ଛୁଆ ଭଡା ଘରେ ଚଳିଥିଲା , ଶାଳିନୀ ନିଜ ପରିଶ୍ରମ ବଳରେ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି , ସେ ସର୍ବଶ୍ରେଷ୍ଠ ଅଲରାଉଣ୍ତର ଟ୍ରେନି ଅଫିସର୍ ହେବା ଯୋଗୁଁ ସେ ଦେଶର ପୁର୍ବ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ,  ଓ ସେ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ପାସିଙ୍ଗ୍ ଆଉଟ୍ ପ୍ୟାରେଡ୍ ରେ ଆକର୍ଷଣର କେନ୍ଦ୍ର ହୋଇଥିଲେ ।

ଛୁଆବେଳରୁ ଶାଳିନୀଙ୍କୁ ଆଇପିଏସ୍ ଅଧିକାରୀ ହେବାର ସଉକ ଥିଲା , ଗୋଟେ ଅଧିକାରୀ ହେବା ପରେ ଶାଳିନୀ କହିଲେ କି ଝିଅମାନଙ୍କୁ ଅଧିକା ପଢିବାପାଇଁ , ଏବେ ଝିଅମାନେ କେଉଁ କ୍ଷେତ୍ରରେ କମ୍ ନାହାନ୍ତି , ଝିଅମାନେ ଆଗକୁ ବଢିଲେଣି , ଆମେ ଦୁଇ ଭଉଣୀ ଗୋଟେ ଭାଇ ଅଛୁ , ବଡ ଭଉଣୀ ଡାକ୍ତର ଅଛନ୍ତି , ଯେବେ କି ଛୋଟ ଭାଇ ଇଣ୍ତିଆନ୍ ଆର୍ମୀରେ ଅଛନ୍ତି , ବସ୍ତି ଜିଲ୍ଲାରେ ଏସ୍ ପି ସଂକଳ୍ପ ଶର୍ମା ଗତ ପାଞ୍ଚ ମାର୍ଚ୍ଚକୁ ଶାଳିନୀଙ୍କୁ ବିବାହ କରିଥିଲେ , ଶାଳିନୀ ଆଉଥରେ କହିଲେ କି ମୋର ବାପା ସେମିତି ବସ୍ କଣ୍ତକ୍ଟର ଥିଲେ , କିନ୍ତୁ ମୋର ମାମା ଘରର କାମ ସହିତ ଆମର ପୁରା ଧ୍ୟାନ ରଖିଥିଲେ ।

ଶାଳିନୀ ୧୮ ମାସର କଡା ପରିଶ୍ରମ ବଳରେ ୨୦୧୧ ରେ ୟୁପିଏସ୍ ସି ରେ ପରୀକ୍ଷା ଦେଇଥିଲେ , ଟ୍ରେନିଙ୍ଗ୍ ସମୟରେ ୧୪୮ ବ୍ୟାଚ୍ ରେ ଶାଳିନୀଙ୍କ ପ୍ରଥମ ହେଲେ , ସେମିତି ୟୁପିଏସ୍ ସି ସଫଳତା ହାସିଲ୍ କରିବାପାଇଁ ସେ ରାତିକୁ ତିନିଟା ପର୍ଯ୍ୟନ୍ତ ପଢୁଥିଲେ,  ଟ୍ରେନିଙ୍ଗ୍ ପୁରା ହେବାପରେ ସେ ବହୁତ ପୂର୍ବରୁ ପୋଷ୍ଟିଙ୍ଗ୍ ହିମାଚଳରେ ହୋଇଥିଲା , ଯେବେ ସେ କୁଲ୍ଲୁରେ ପୋଲିସ୍ ଅଧିକ୍ଷକ ପଦଭାର ସମ୍ଭାଳିଥିଲେ , ଅପରାଧୀଙ୍କର ମନରେ ସେତେବେଳେ ଭୟର ବାତାବରଣ୍ ଦେଖାଦେଇଥିଲା ॥

Leave a Reply

Your email address will not be published. Required fields are marked *