୨୧ ନଭେମ୍ବର ୨୦୧୯ ଗୁରୁବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାଲକ୍ଷ୍ମୀଙ୍କ କୃପା ରହିବ ଏହି ୩ଟି ରାଶି ଉପରେ
1 min readମେଷ : ଆଜି ଆପଣ ନିଜର ବନ୍ଧୁମାନଙ୍କ କଥା ନଶୁଣି ,ନିଜର ହୃଦୟ କଥା ଶୁଣନ୍ତୁ ।ଆପଣଙ୍କ ଅନ୍ତରର ବାଣି ହିଁ ଆପଣଙ୍କୁ ନୂତନ ଦିଗଦର୍ଶନ ଦେବ ।ଆପଣ ନିଜେ ହିଁ ନିଜକୁ ଆଗେଇ ନେବାରେ ସାହାୟକ ହୋଇଛନ୍ତି ଏବଂ ଏବେ ଆପଣଙ୍କୁ ସଠିକ୍ ନିର୍ଣ୍ଣୟ ନେବା ଉଚ଼ିତ୍ । ସ୍ଵାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ମାନସିକ ସୁସ୍ଥତା କମ ରହିପାରେ। କୋର୍ଟ-କଚେରୀର ଝିନଝଟରେ ପଡ଼ନ୍ତୁନାହିଁ। ଅନୁଚିତ ସ୍ଥାନରେ ପୁଞ୍ଜି ନିବେଶ ନ ହେଉ, ଏହାର ଧ୍ୟାନ ରଖିବେ। ପରିବାରର ସଦସ୍ୟ ବିରୋଧୀ ବ୍ୟବହାର କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ସ୍ଵାସ୍ଥ୍ୟ ବିଗିଡ଼ିବାର ଆଶଂକା ରହିବ, ଆବେଶପୂର୍ଣ୍ଣ ମନକୁ ନିୟନ୍ତ୍ରଣରେ ରଖିବେ। ଧନ ଅଧିକ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ।ପ୍ରତିକାର– କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ
ବୃଷ : ଆଜି ଆପଣ ନିଜର ଅତିତକଥା ମନେ ପକାଇ ଖୁସି ରହିବେ । ସପ୍ତାହଶେଷରେ ବନ୍ଧୁ ଏବଂ ସମ୍ପର୍କିୟଙ୍କୁ ଭେଟିବାକୁ ଇଛା କରିବେ । ଏହା ଆପଣଙ୍କୁ ବିଗତ ଦିନର ସ୍ମୃତି ଚାରଣ କରିବାରେ ସାହାଯ୍ୟ କରିବ । ଆଜିର ଦିନ କୌଣସି ଭାବରେ କଲହ ଏବଂ ଚର୍ଚ୍ଚାରୁ ଦୂରରେ ରୁହନ୍ତୁ। ଆକସ୍ମିକ ଖର୍ଚ୍ଚର ଆଶଂକା ଅଛି। ବିଦ୍ୟାର୍ଥିମାନଙ୍କପାଇଁ ପଢାରେ ବାଧା ଆସିବ। ପ୍ରିୟଜନମାନଙ୍କ ସହିତ ହୋଇଥିବା ସାକ୍ଷାତରେ ମନ ଆନନ୍ଦିତ ହେବ। ପେଟ ସମ୍ବନ୍ଧିତ ଯନ୍ତ୍ରଣା ହୋଇପାରେ। ଶେୟାର-ସଟ୍ଟାରେ ନିବେଶ କରିବାବେଳେ ସାବଧାନ ରହିବେ।ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ
ମିଥୁନ : ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି । ଆପଣଙ୍କପାଇଁ ସମୟ ଶୁଭ ଅଟେ। ମନରେ ସମ୍ବେଦନଶୀଳତାର ମାତ୍ରା ଅଧିକ ରହିବ। ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ହୋଇପାରେ। ସମ୍ବନ୍ଧିମାନଙ୍କ ସହିତ ଝଗଡ଼ା କିମ୍ବା ବିବାଦ କାରଣରୁ ମାନସିକ ଯନ୍ତ୍ରଣା ହୋଇପାରେ।ପ୍ରତିକାର– କୁକୁରକୁ ଖାଇବାକୁ ଦିଅନ୍ତୁ
କର୍କଟ : ଆପଣଙ୍କ ସୁଖ ସଂବଳ ଆପଣଙ୍କୁ ବହୁତ ସାହାଯ୍ୟ କରିବ । ଆପଣ ଯାହା କିଛି ଆଜି କରନ୍ତୁ ନା କାହିଁକି ଆପଣଙ୍କ ଅନ୍ତରଆତ୍ମା ଇଚ୍ଛାନୁଯାଇ କାମକରନ୍ତୁ । ଆପଣ କୌଣସି ବିପଦକୁ ଡ଼ରିବେ ନାହିଁ । ଆଜି ପୂରା ଦିନ ଆପଣ ପ୍ରସନ୍ନ ରହିବେ। କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ। ସାଥିମାନଙ୍କଠାରୁ ସୁଖ ଏବଂ ଆନନ୍ଦର ପ୍ରାପ୍ତି ହେବ। ମିତ୍ର ଏବଂ ସ୍ଵଜନମାନଙ୍କର ଭେଟ ହୋଇପାରେ। ଯେ କୌଣସି କାମରେ ଆଜି ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ଲାଭ ଏବଂ ଭାଗ୍ୟବୃଦ୍ଧିର ଯୋଗ ଅଛି। ଭାଇ-ଭଉଣୀମାନଙ୍କର ଲାଭ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ବିଜୟ ମିଳିବ।ପ୍ରତିକାର– ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ
ସିଂହ : ଆଜି ଆପଣ ଦାୟୀତ୍ତ୍ୱର ସହ କିଛି କାମ କରିବାରେ ଅସୁବିଧା ହେବ । ଆପଣ ନିଜ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରନ୍ତୁ କିନ୍ତୁ ଧୀର ମସ୍ତିଷ୍କରେ ଯୋଜନା କରନ୍ତୁ । ଶେଷରେ ଦେଖିବେ ଆପଣ ସମସ୍ତ କାର୍ଯ୍ୟ ସୁରୁଖୁରରେ କରିପାରିବେ । ଆପଣଙ୍କ ଦିନ ମିଶ୍ରିତ ଫଳଦାୟୀ ଅଟେ। ଅସାମଞ୍ଜସ୍ୟ କାରଣରୁ ନିର୍ଣ୍ଣୟ ନେବା କଠିନ ହେବ। ପରିଜନମାନଙ୍କ ସାଥିରେ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ। ନିର୍ଦ୍ଧାରିତ କାର୍ଯ୍ୟ ସଂପନ୍ନ ନ ହେବା କାରଣରୁ ହତାସା ଅନୁଭବ କରିପାରନ୍ତି। କାର୍ଯ୍ୟଭାର ମଧ୍ୟ ବଢ଼ିପାରେ। ନିରର୍ଥକ ଖର୍ଚ୍ଚ ହୋଇପାରେ। ମଧ୍ୟାହ୍ନ ପରେ ଫୁର୍ତ୍ତି ଏବଂ ଉଲ୍ଲାସ ଅନୁଭବ କରିବେ। ପାରିବାରିକ ବାତାବରଣ ଆନନ୍ଦପ୍ରଦ ଏବଂ ଶାନ୍ତ ରହିବ।ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ
କନ୍ୟା : ଆଜି ଦିନରେ ଆପଣ ଅତି ସାବଧାନରେ ସମସ୍ତ କଥା ଚିନ୍ତା କରିବେ । ଏଭଳି ଅବସ୍ଥାରେ ପହଞ୍ଚିବା ପାଇଁ କେତେ କଠିନ ପରିଶ୍ରମ କରିଛନ୍ତି ତାହା ଚିନ୍ତା କରି ଆନନ୍ଦିତ ହେବେ ଏବଂ ଭବିଷ୍ୟତ ଆପଣଙ୍କ କିପରି ହେବ ତାହା ମଧ୍ୟ ଚିନ୍ତା କରିବେ । ଆପଣଙ୍କ ଦିନ ଆଜି ମିଶ୍ର ଫଳଦାୟୀ ରହିବ। ପରିଜନମାନଙ୍କ ସହିତ ବସିକରି ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା କରିବେ। ଅଫିସ୍ କିମ୍ବା ବ୍ୟବସାୟ କ୍ଷେତ୍ରରେ ଅଧିକାରୀମାନଙ୍କ ସହିତ ମଧ୍ୟ ମହତ୍ଵପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ। ସରକାରୀ ଲାଭ ମିଳିବାର ସମ୍ଭାବନା ଅଛି। ଅଫିସ୍ ସମ୍ବନ୍ଧିତ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡ଼ିବ। କାର୍ଯ୍ୟଭାର ବଢ଼ି ପାରେ। ମାତାଙ୍କଠାରୁ ଲାଭ ହେବାର ସମ୍ଭାବନା ଅଛି।ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ
ତୁଳା : ଆଜି ଆପଣଙ୍କ ଆତ୍ମବିଶ୍ୱାସ ଖୁବ୍ ଉଚ୍ଚରେ ରହିବ । ଆପଣଙ୍କର ଖୁବ୍ କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାଭାଜନ ହୋଇଛନ୍ତି । ଏହି ପ୍ରକାର କାର୍ଯ୍ୟ ଦକ୍ଷତାକୁ ଚ଼ିନ୍ତା କରି ଆପଣ ସମାଧାନ କରିପାରିନଥିବା ସମସ୍ୟାର ସମାଧାନ ପନ୍ଥା ବାହାର କରନ୍ତୁ । ନୂଆ କାର୍ଯ୍ୟ କରିବାକୁ ପ୍ରେରଣା ମିଳିବ ଏବଂ ଆପଣ ତାକୁ ପ୍ରାରମ୍ଭ କରି ପାରିବେ। କୌଣସି ଧାର୍ମିକ ସ୍ଥଳକୁ ଯାଇ ଆପଣଙ୍କ ମନ ଭକ୍ତିମୟ ହୋଇଯିବ। ଲମ୍ବା ଯାତ୍ରାର ଯୋଗ ଅଛି। ସ୍ନେହୀଜନ କିମ୍ବା ମିତ୍ରମାନଙ୍କଠାରୁ ଶୁଭ ସମାଚାର ମିଳିବ। ବିଦେଶ ଯିବାର ସମ୍ଭାବନା ଅଛି। ବ୍ୟାପାରରେ ଆର୍ଥିକ ଲାଭ ହୋଇପାରେ। ସ୍ଵାସ୍ଥ୍ୟ ମଧ୍ୟମ ଧରଣର ରହିବ।ପ୍ରତିକାର– ମୁଗଡାଲି ଧର୍ମସ୍ଥାନରେ ଦେବେ
ବିଚ୍ଛା : ଆପଣଙ୍କ ମନ ଆଜି ଖୁସି ରହିବ । ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ ।ଏହା ଆପଣଙ୍କୁ କାର୍ଯ୍ୟ ସମ୍ପାଦନରେ ଏକ ସକାରାତ୍ମକ ମନଭାବ ସୃଷ୍ଟି କରିବ । ଏହି ପ୍ରକାର ମନଭାବ ନେଇ ଆଗେଇ ଚାଲନ୍ତୁ ଓ ବାକି ରହିଥିବା କାମଗୁଡିକ ଶେଷ କରନ୍ତୁ । ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ଆଜି ଯଦି ସମ୍ଭବ ତେବେ ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ। ଉଚ୍ଚ ଅଧିକାରୀମାନଙ୍କ ସହିତ ଯୁକ୍ତି କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବାରେ ବିଳମ୍ବ ହୋଇପାରେ। ଖର୍ଚ୍ଚ ଅଧିକ ହୋଇପାରେ। ଖାଇବା ପିଇବା ଉପରେ ଧ୍ୟାନ ରଖିବେ। ବ୍ୟବସାୟ କ୍ଷେତ୍ରରେ ବିଘ୍ନ ଉପସ୍ଥିତ ହୋଇପାରେ।ପ୍ରତିକାର– ଆରାଧ୍ୟାଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।
ଧନୁ : ଅନ୍ୟମାନଙ୍କର ଅଭିଯୋଗ ସମାଲୋଚନାକୁ ଖାତିର ନ କରି ଦିନ କଟାଇବେ ଏବଂ ଅନ୍ୟମାନଙ୍କ ସମାଲୋଚନା ଦ୍ୱାରା ନିଜେ ପ୍ରଭାବିତ ହେବେ ନାହିଁ । ପରିଶେଷରେ ଅନ୍ୟମାନେ ଆପଣଙ୍କୁ ଗ୍ରହଣ କରିବେ । ଆଜି ଆମୋଦ-ପ୍ରମୋଦରେ ନିଜକୁ ଆପଣ ଭୁଲାଇ ଦେବାର ଦିନ। ମନୋରଂଜନ ପ୍ରବୃତ୍ତିରେ ଆପଣ ବୁଡ଼ି ରହିବେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ଯାତ୍ରାର ଆୟୋଜନ କରିବେ। ସାମାଜିକ ରୂପରେ ସମ୍ମାନ ପ୍ରାପ୍ତି ହେବ। ଭାଗିଦାରୀରେ ଲାଭ ହେବ।ପ୍ରତିକାର– ମସୁରଡାଲି ଧର୍ମସ୍ଥାନରେ ଦେବେ
ମକର : ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ । ଆପଣଙ୍କ ଆଜିର ଦିନ ମଧ୍ୟମ ଫଳଦାୟୀ ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ ବାଣୀରେ ନିୟନ୍ତ୍ରଣ ରଖିବେ। ଦୈନିକ କାର୍ଯ୍ୟରେ ବିଘ୍ନ ଆସିପାରେ। ସେଥିପାଇଁ କାର୍ଯ୍ୟ ସଂପନ୍ନ ହେବାରେ ସହାୟତା ମିଳିବ। ଅଧିକ ପରିଶ୍ରମ ପରେ ମଧ୍ୟ ସଫଳତା ପ୍ରାପ୍ତି କମ ହେବାରୁ ହତାସା ଅନୁଭବ ହୋଇପାରେ। ମାତାଙ୍କର ସ୍ଵାସ୍ଥ୍ୟକୁ ନେଇ କରି ଚିନ୍ତା ହୋଇପାରେ।ପ୍ରତିକାର:- ଅସହାୟା ମାନଙ୍କୁ ସାହାଜ୍ୟ କରନ୍ତୁ।
କୁମ୍ଭ : ଆଜି ଆପଣ ଆତ୍ମବିଶ୍ଳେଷଣରେ ସମୟ ବିତାଇବେ । ଆପଣ କେତେ କଠିନ ପରିଶ୍ରମ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି , ସେ ବିଷୟରେ ଚ଼ିନ୍ତା କରିବେ ଏବଂ ଭବିଷ୍ୟତରେ କଣ କରିବେ ମଧ୍ୟ ଯୋଜନା କରିବେ । ଆପଣ ଭବିଷ୍ୟତରେ ଉପଯୁକ୍ତ ପାଇବା ପାଇଁ ଏହା ସାହାଯ୍ୟ କରିବ । ଆଜି ଆପଣ ପାରିବାରିକ ତଥା ସାମାଜିକ କଥାଗୁଡ଼ିକରେ ବିଶେଷ ଲିପ୍ତ ରହିବେ। ମିତ୍ରମାନଙ୍କ ସହ ଭେଟ ହେବ ଏବଂ ତାଙ୍କ ପଛରେ ଖର୍ଚ୍ଚ କରିବାକୁ ପଡ଼ିପାରେ। ରମଣୀୟ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ। ଜୀବନସାଥୀ ଇଚ୍ଛୁକଙ୍କୁ ଭଲ ଜୀବନସାଥୀ ମିଳିବାର ଯୋଗ ଅଛି।ପ୍ରତିକାର–ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ
ମୀନ : ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଏହାର ପୂର୍ଣ୍ଣ ଫାଇଦା ଉଠାନ୍ତୁ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ । ଆଜି ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତାରେ ପୂର୍ଣ୍ଣ ହେବ। କାର୍ଯ୍ୟାଳୟ ତଥା ବ୍ୟବସାୟ ସ୍ଥଳ ଉପରେ ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ହେବ। ପ୍ରମୋସନର ଯୋଗ ଅଛି। ଗୃହସ୍ଥଜୀବନରେ ଆନନ୍ଦର ବାତାବରଣ ରହିବ। ଶରୀର ହାନୀର ଯୋଗ ଅଛି ସମ୍ଭାଳି କରି ରୁହନ୍ତୁ ତଥା ତଳେ ପଡ଼ିଯାଇପାରନ୍ତି ନିଜକୁ ରକ୍ଷା କରନ୍ତୁ। ମିତ୍ର, ସ୍ନେହୀଜନମାନଙ୍କ ସହିତ ଭେଟ ହେବ। ମାନସିକ ରୂପରେ ଶାନ୍ତି ମିଳିବ।ପ୍ରତିକାର– ଶଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ