February 6, 2025

Odia Express

Here, There and Everywhere

ଲୋକଙ୍କର ହୃଦୟରେ ବସିଥିବା ମହାତ୍ମା ଗାନ୍ଧୀ କିପରି ବ୍ୟାଙ୍କ୍ ନୋଟ୍ ରେ ଆସିଲେ , ଜାଣନ୍ତୁ ଏବେ…

୨ ଅକ୍ଟୋବର ୧୮୬୯ କୁ ଗୁଜୁରାଟର ପୋରବନ୍ଦରରେ ଜନ୍ମ ହୋଇଥିବା ମୋହନଦାସ୍ କରମଚାନ୍ଦ ଗାନ୍ଧୀଙ୍କୁ ପୁରା ଦେଶରେ ମହାତ୍ମା ଗାନ୍ଧୀ , ଓ ବାପୁଙ୍କ ନାଁରେ ଜାଣିଛନ୍ତି , ମହାତ୍ମା ଗାନ୍ଧୀ ସବୁବେଳେ ଅହିଂସାବାଦୀ ଓ ସତ୍ୟତା ସହ ନିଜ ଜୀବନ ଅତିବାହିତ କରିଛନ୍ତି , ଓ ତାଙ୍କର କଥାରୁ ପ୍ରଭାବିତ ହୋଇକରି ବହୁତ ଲୋକ ତାଙ୍କ ସାମ୍ନାରେ ଶିକାର ହୋଇଛନ୍ତି , ମହାତ୍ମାଗାନ୍ଧୀ ନିଜ ଜୀବନରେ ଦରକାରୀ ଦୁଃଖୀଦରିଦ୍ରଙ୍କୁ ସାହାଯ୍ୟ କରିଛନ୍ତି , ଓ ତାଙ୍କୁ ଶିଖାଇଛନ୍ତି କି ପରିଶ୍ରମ କର , ପରିଶ୍ରମ କରୁଥିବା ଲୋକ କେବେ ହାର୍ ମାନନ୍ତି ନାହିଁ । କିନ୍ତୁ ଏହି ସବୁ ମଧ୍ୟରେ ଆପଣ ଜାଣିଥିବେ କି ଲୋକଙ୍କର ହୃଦୟରେ ବସୁଥିବା ମହାତ୍ମା ଗାନ୍ଧି କିପରି ବ୍ୟାଙ୍କ୍ ନୋଟ୍ ରେ ଆସିଲେ , ଏହି ବିଷୟରେ ଆମେ ନିଶ୍ଚିତ କହିବୁ ।

୨ ଅକ୍ଟୋବର ୨୦୧୯ କୁ ଦେଶର ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତି ମନାଉଛନ୍ତି , ଏହି ମଉକାରେ ପିଏମ୍ ମୋଦୀ ସକାଳୁ ଟ୍ୱିଟରେ ବାପୁଙ୍କୁ ମନେ ପକାଇଥିଲେ , ଗାନ୍ଧୀଙ୍କ ବିଚାରଧାରା, ତାଙ୍କର ମାନବୀୟ ମୂଲ୍ୟ ଓ ସଦଭାବ ସହ ଅହିଂସାର ସନ୍ଦେଶକୁ ବି ଆମେ ସମସ୍ତେ ବହୁତ ପଢିଛେ , ଆଜି ଏହି ମଉକାରେ ଇତିହାସର ପୃଷ୍ଠାକୁ ପଲଟାଇବାକୁ ଯାଊଛୁ , ଓ ଜାଣିବାକୁ ଚାହିଁବା କି ଭାରତୀୟ କରେନ୍ସିରେ ମହାତ୍ମାଗାନ୍ଧୀ କିପରି ଆସିଲେ , ସେମିତି ଭାରତୀୟ କରେନ୍ସିରେ ବହୁତ ପରିବର୍ତ୍ତନ ହୋଇଛି କିନ୍ତୁ ଏତେ ସବୁ ପରିବର୍ତ୍ତନ ସତ୍ତ୍ୱେ ବି ମହାତ୍ମାଗାନ୍ଧୀଙ୍କ ଫଟୋ କେବେ ବଦଳିନାହିଁ ।

ଏହି ଫଟୋ କିଏ ଉଠାଇଥିଲେ ଓ ପ୍ରଥମଥର ଭାରତୀୟ ନୋଟ୍ ରେ ଏହାର ପ୍ରୟୋଗ କେବେ କରାଗଲା , ମହାତ୍ମାଗାନ୍ଧୀଙ୍କ ଏହି ଫଟୋ ପ୍ରଥମେ ୧୯୬୯ ରେ ଛପା ହୋଇଥିଲା,  ତାଙ୍କର ଜନ୍ମ ୧୮୬୯ ରେ ହୋଇଥିଲା,  ଏହି ଫଟୋ ତାଙ୍କର ୧୦୦ ତମ ବର୍ଷ ପରେ ୧୯୬୯ ରେ ଛପାହୋଇଥିଲା,  ସେଥିରେ ଗାନ୍ଧୀଜୀଙ୍କ ପଛରେ ସେବାଗ୍ରାମ ଆଶ୍ରମ ବି ଥିଲା ।

୧୯୬୯ ରେ ପ୍ରଥମଥର ମହାତ୍ମାଗାନ୍ଧୀଙ୍କ ଫଟୋ ଥିବା ନୋଟ୍ ଜାରି କରାଯାଇଥିଲା,  ବାପୁ ଏହି ଫଟୋ ଆମେ ଯାହା ଦେଖୁଛେ ତାହା ଭାଇସରାୟ ହାଉସ୍ ମାନେ ଏବେ ରାଷ୍ଟ୍ରପତି ଭବନ ବର୍ଷ ୧୯୪୬ ରେ ଉଠାଯାଇଥିଲା,  ରାଷ୍ଟ୍ରପିତା ମିଆଁମାର ତେବେକାର ବର୍ମା ଦେଶ ଓ ଭାରତରେ ବ୍ରିଟିଶ୍ ସେକ୍ରେଟାରୀ ରୁପରେ କାର୍ଯ୍ୟରତ ଫ୍ରେଡେରିକ୍ ପେଥିକ୍ ଲୋରେନ୍ସ ଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ,  ସେଠାରେ ଗାନ୍ଧୀଜୀଙ୍କ ଫଟୋ କୁ ପୋଟ୍ରେଟ୍ ରୁପରେ ଭାରତୀୟ ନୋଟ୍ ରେ ଅଙ୍କିତ କରାଯାଈଥିଲା,  ଫଟୋକୁ କେଉଁ ଫଟୋଗ୍ରାଫର୍ ନେଇଥିଲେ ଏହାର ସୁଚନା ନାହିଁ , ମହାତ୍ମାଗାନ୍ଧୀ ପୂର୍ବରୁ ଭାରତୀୟ ନୋଟ୍ ରେ ଅଶୋକ ସ୍ତମ୍ଭ ଜାଗାରେ ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ଫଟୋକୁ ସ୍ଥାନଦିଆଯାଇଥିଲା,  ଓ ଅଶୋକ ସ୍ତମ୍ଭ ନୋଟ୍ ତଳ ଭାଗରେ ବାମ କଡେ ରଖାଯାଇଥିଲା,  ଏହି ଅଶୋକ ସ୍ତମ୍ଭ ତଳ ଭାଗରେ ଡାହାଣ କଡରେ ଦେଖାଦେଉଛି ।

ଅଶୋକ ସ୍ତମ୍ଭ ଓ ମହାତ୍ମାଗାନ୍ଧୀଙ୍କ ଫଟୋ ପୂର୍ବରୁ ଭାରତୀୟ ଟଙ୍କା କିଙ୍ଗ୍ ଜର୍ଜଙ୍କ ଫଟୋ ରହୁଥିଲା,  କିଙ୍ଗ୍ ଜର୍ଜଙ୍କ ଫଟୋ ବାଲା ନୋଟ୍ ୧୯୪୯ ରେ ଚାଲୁଥିଲା,  ଓ ଏହାପରେ ଅଶୋକ ସ୍ତମ୍ଭ ନୋଟ୍ ଆସିଲା , ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ତିଆ ଅନୁସାରେ ସବୁ ନୋଟ୍ ରେ ୱାଟର୍ ମାର୍କ ଏରିଆରେ ମହାତ୍ମା ଗାନ୍ଧୀଙ୍କ ଫଟୋ ମୁଦ୍ରିତ କରିବାର ସୁଫାରିସ୍ ୧୫ ଜୁଲାଇ ୧୯୯୩ ରେ ହୋଇଥିଲା, ଯେବେ କି ନୋଟ୍ ର ଡାହାଣ କଡେ ଗାନ୍ଧୀଜୀଙ୍କ ଫଟୋ ମୁଦ୍ରିତ କରିବାର ସିଫାରିସ୍ ସେହି ସମୟରେ ସରକାର ୧୯୯୫ ରେ କରିଥିଲେ ।

Leave a Reply

Your email address will not be published. Required fields are marked *