କୁକୁର ଅଟନ୍ତି ମଣିଷର ପ୍ରକୃତ ସାଥୀ – ଏହି କୁକୁର ମାଲିକ ପାଇଁ କରିଦେଲା ଏପରି କାମ ଯାହା ପଢିକରି ଆପଣଙ୍କ ଆଖିରେ ଆସିଯିବ ଲୁହ
ଆଜିକାଲିର ସମୟରେ ମଣିଷ ମଣିଷର ଶତ୍ରୁ ହେଇସାରିଲେଣି , ସମସ୍ତେ କିଛି ନା କିଛି ଲୋଭର ବଶବର୍ତ୍ତୀ ହୋଇରହିଛନ୍ତି ।ପଇସା ଓ ଲୋଭ ଏକ ଭଲ ମଣିଷକୁ ନୃଶଂସ ବନେଇ ଦେଇଛି । ଏବେ ମଣିଷ ନିଜର ମଣିଷତ୍ୱ ହରାଇ ବସୁଛନ୍ତି । ଓ ସଇତାନର ରୂପ ଧାରଣ କରୁଛନ୍ତି । ଯଦି ଆମେ ପଶୁଙ୍କ ବିଷୟରେ କହିବା ସେ ମଣିଷଠାରୁ ବହୁ ଗୁଣରେ ଭଲ ବୋଲି ଜଣାଯାଏ । କାରଣ ଯଦି ଆପଣ କେଉଁ ଭୋକିଲା ବ୍ୟକ୍ତିକୁ ୧୦୦ ଦିନ ଖାଇବା ଦେବେ ଆପଣଙ୍କ ଉପକାର କିଛି ବୁଝିବନି କିନ୍ତୁ ଯଦି କେଉଁ ଭୋକିଲା ପଶୁକୁ ଆପଣ ଖାଇବା ଦେବେ ତେବେ ସେମାନେ ନିଜ ଜୀବନ ଦେବାପାଇଁ ପ୍ରସ୍ତୁତ ହେଇଯିବେ । ପଶୁମାନେ ସେମିତି ହିଁ ମୁକ ଅଟନ୍ତି । ଓ କିଛି ବୁଝି ପାରନ୍ତି ନାହିଁ , କିନ୍ତୁ ତାଙ୍କ ଭିତରେ ବି ଭାବନା ଥାଏ । ସେ ଆମର ଭଲ ପାଇବା ମଣିଷଙ୍କ ଠାରୁ ଅଧିକା ଅନୁଭବ କରନ୍ତି ।
ଆପଣ ଦେଖିଥିବେ କେଉଁ ବିଲେଇକୁ ଆପଣ କିଛି ଦିନ କ୍ଷୀର ପିଆନ୍ତୁ ତାକୁ ଯଦି କିଛି କରିବେ ସେ କାମୁଡି ପାରେ । କିନ୍ତୁ ଗୋଟେ କୁକୁରକୁ ଆପଣ କ୍ଷୀର ଦିଅନ୍ତୁ ସେ ଜୀବନ ଥିଲା ପର୍ଯ୍ୟନ୍ତ ଆପଣ ପାଖରେ ରହିବ ଓ କଥା ମାନିବ । କୁକୁର ମାନଙ୍କର ବେଶୀ ଭାବନା ଥାଏ । ସେ କେଉଁ ଆସୁଥିବା ଖୁସିକୁ ଆଗରୁ ଅନୁଭବ କରିନିଅନ୍ତି । ଠିକ୍ ସେହିପରି ଯଦି ମାଲିକ ଉପରେ କିଛି ବିପଦ ଆସେ ତେବେ ତାଙ୍କୁ ତାହାର ଆଭାସ ମିଳିଯାଏ । ଓ ତାଙ୍କ ମାଲିକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତି । ଆଜି ଆମେ ସେହି ପରି କୁକୁରର କାହାଣୀ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଚାଲିଆସିବ ।
ଜଣାଯାଏ ଯେ ଉତ୍ତରପ୍ରଦେଶରେ ଏକ ମହିଳା ନିଜ ଘରେ ଏକ କୁକୁର ପାଳିଥିଲେ , ସେ ରାତି ଦିନ ସେ କୁକୁର ସହ ହସିଖୁସି କରି ଖେଳୁଥିଲେ । ଯାହାକୁ ନେଇ ସେଇ କୁକୁର ସେହି ମହିଳାର ବିଶ୍ୱସ୍ତ ହୋଇଯାଇଥିଲା । କିନ୍ତୁ ଏହି ଖୁସିରେ କାହାର ନଜର ଲାଗିଗଲା । ଓ କୁକୁରର ମାଲିକାଣୀ ମୃତ୍ୟୁ ବରଣ କରିଗଲେ । ନିଜ ମାଲିକାଣୀ ବିନା କୁକୁର ଟି ଅର୍ଦ୍ଧମରା ପରି ହୋଇଯାଇଥିଲା । ପାଖାପାଖି ଲୋକଙ୍କ କହିବା ଅନୁସାରେ ମାଲିକାଣି ଚାଲି ଗଲାପରେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ମାଲିକାଣୀଙ୍କ ଫଟୋକୁ ଚାହିଁ ରହୁଥିଲା ।
ଲୋକଙ୍କ ଅନୁସାରେ କୁକୁରକୁ ଖାଇବାକୁ ଦେବା ପାଇଁ ବହୁତ ଚେଷ୍ଟା କରାଗଲା । କିନ୍ତ୍ ଉସେ ମାଲିକାଣୀଙ୍କ ହାତରୁ ଖାଇବା ଛଡା ଅନ୍ୟ କାହା ହାତରୁ ଖାଇବାକୁ ଚାହୁଁନଥିଲା । ଓ ସବୁଦିନ ଭୋକିଲା ରହୁଥିଲା । ଓ ବହୁତ ଦିନ ନଖାଇବାରୁ ଦିନେ ସେ କୁକୁର ଟି ବି ମୃତ୍ୟୁ ବରଣ କଲା , ଓ ସେ ନିଜ ମାଲିକାଣୀ ପାଖକୁ ଚାଲିଗଲା । ଲୋକମାନେ ତାର ମାଲିକାଣୀ ପ୍ରତି ଭଲ ପାଇବା ଦେଖି ତା ମୃତ ଶରୀର ଉପରେ ମାଲିକାଣିର ଶାଢୀ ଘୋଡାଇ କରି ପୋତି ଦେଇଥିଲେ ।
ମଣିଷ ସହ କୁକୁର ଏପରି ଭଲ ପାଇବା ଦେଖି ସେଠାରେ ମହଜୁଦ ଥିବା ଲୋକ ନିଜ ଆଖିରୁ ଲୁହ କୁ ଅଟକାଇ ପାରିଲେ ନାହିଁ । ଲୋକମାନେ ତାର ମାଲିକାଣୀର କବର ପାଖରେ ହିଁ ପୋତିଦେଲେ । ଯେପରି ମରିବା ପରେ ବି ସେ ତା ମାଲିକାଣି ଠାରୁ ଦୂରରେ ନ ରହୁ । ଏହି କାହାଣୀ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।