February 7, 2025

Odia Express

Here, There and Everywhere

ଦହି ସହିତ ଏହି ୭ଟି ଜିନିଷ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ , ନହେଲେ ପଶ୍ଚାତାପ କରିବେ…

ଦହି ଖାଇବା ସ୍ୱାସ୍ଥ୍ୟ ନିମନ୍ତେ ବହୁତ ଲାଭଦାୟକ ହୋଇଥାଏ କାରଣ ଦହିରେ ଏପରି ବହୁତ ଗୁଣ ଥାଏ ଯାହା ଆମ ସ୍ୱାସ୍ଥ୍ୟ ନିମନ୍ତେ ଆବଶ୍ୟକ ହୋଇଥାଏ । ପ୍ରକୃତରେ ଆଜି ଆମେ ଆପଣଙ୍କୁ ଦହି ର ଲାଭ ବିଷୟରେ ନୁହେ ବରଂ କିଛି ଏପରି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦହି ସହିତ ଖାଇବା ଉଚିତ ନୁହେଁ କାରଣ ଯଦି ଆପଣ ଦହି ସହିତ ସେହି ଜିନିଷ ଗୁଡିକ ଖାଇବେ ତେବେ ଆପଣଙ୍କୁ ଧଳା ଦାଗ, ଶରୀରର କିଛି ଅଂଶ ଫୁଲିବା, ଏସିଡିଟି କିମ୍ବା ଶର୍କରା ସ୍ତର ବଢିବାର ସମସ୍ୟାର ସମ୍ମୁଖୀନ ହେବକୁ ପଡିଥାଏ । ଜଣେଇ ଦେଉଛୁ ଯେ ଏ ସମସ୍ତ ଜିନିଷ ଆୟୁର୍ବେଦ ଅନୁଯାୟୀ ଦହି ସହ ଖାଇବା ଉଚିତ ନୁହେ କାରଣ ଏପରି କରିବା ଦ୍ଵାରା ଶରୀରରେ ବିକାର ଉତ୍ପନ୍ନ ହୋଇଥାଏ ।

 

ଦହି ସହିତ ଏହି ସାତଟି ଜିନିଷ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ

(୧) କେବେ ମଧ୍ୟ ଦହି ସହିତ ତରଭୁଜ ଖାଆନ୍ତୁ ନାହିଁ କାରଣ ଦହି ଖାଇବା ପରେ ଯଦି ଆପଣ ତରଭୁଜ ଖାଉଛନ୍ତି ତେବେ ଏହା ପଣଙ୍କ ଶରୀରର ଯେକୌଣସି ଅଂଶ ଫୁଲି ଯାଇପାରେ । ଏଥିପାଇଁ ଦହି ଖାଇବାର ଅତି କମରେ ତିନି ଘଣ୍ଟା ପରେ ତରଭୁଜ ଖାଆନ୍ତୁ ।

(୨) ଦହି ଖାଇବା ପରେ ମାଛ ବିଲକୁଲ ଖାଆନ୍ତୁ ନାହିଁ । କାରଣ କ୍ଷୀର ଓ ଦହି ସହ ମାଛ ଖାଇବା ଦ୍ଵାରା ଶରୀରରେ ଧଳା ଦାଗ ହୋଇପାରେ ।

(୩) ଯେଉଁ ଲୋକମାନଙ୍କୁ ସୁଗାର କିମ୍ବା ମେଦବହୁଳତା ସମସ୍ୟା ଅଛି ସେମାନେ କେବେ ମଧ୍ୟ ସକଳ ଦହି ସହ ଚିନୀ ଖାଇବା ଉଚିତ ନୁହେଁ କାରଣ ଚିନୀରେ ବହୁତ ଅଧିକ କ୍ୟାଲୋରି ଥାଏ ଓ ଏହା ଆପଣଙ୍କ ସୁଗାର ବଢେଇ ଦେଇପାରେ ।

 

(୪) ଦହି ସହିତ ଲେମ୍ବୁରସ ବିଲକୁଲ ଖାଆନ୍ତୁ ନାହିଁ , ଏହାଦ୍ଵାରା ଆପଣଙ୍କୁ ଏସିଡିଟି ହେବାର ସମ୍ଭାବନା ରହିଥାଏ ।

(୫)ଥଣ୍ଡା ପାନୀୟ ସହ ଦହି ଖାଆନ୍ତୁ ନାହିଁ କାରଣ ଏପରି କରିବା ଦ୍ଵାରା ଆପଣଙ୍କୁ ବାନ୍ତି ହୋଇପାରେ

(୬) ଦହି ସହିତ ଲବଙ୍ଗ ଖାଆନ୍ତୁ ନାହିଁ , ଲବଙ୍ଗ ଏକ ପ୍ରକାର ମସଲା ଅଟେ ।

(୭) କ୍ଷୀର ଓ ଦହି ଏକାସାଙ୍ଗରେ କେବେ ଖାଆନ୍ତୁ ନାହିଁ କାରଣ ଯଦି ଆପଣ ଦହି ଖାଇବା ପରେ କ୍ଷୀର ପିଇବେ ତେବେ ଏହା ଆପଣଙ୍କ କ୍ଷୀରକୁ ପେଟକୁ ଗଲାପରେ ଦହିରେ ପରିଣତ ହୋଇଯିବ ଓ ଏହା ଆପଣଙ୍କ ପାଇଁ ସମସ୍ୟା ଉତ୍ପନ୍ନ କରିପାରେ ।

Leave a Reply

Your email address will not be published. Required fields are marked *