February 2, 2025

Odia Express

Here, There and Everywhere

ମହାନ ମଣିଷ – ନିଜ ଝିଅ ବାହାଘର ଧୁମଧାମରେ କରିବା ବଦଳରେ ୯୦ ଗରିବ ଲୋକଙ୍କୁ ଦେଲେ ଘର ଆଉ କହିଲେ…

1 min read

ମନୋଜ ମୁନୋଟ ଔରଙ୍ଗାବାଦ, ମହାରାଷ୍ଟ୍ରର ଜଣେ ବ୍ୟବସାୟୀ। କିଛିଦିନ ପୂର୍ବେ ତାଙ୍କର ବ୍ୟକ୍ତିଗତ ଜୀବନର ଏକ ନିଷ୍ପତ୍ତି ତାଙ୍କୁ ଅନ୍ୟମାନଙ୍କ ପାଇଁ ଏକ ଦୃଷ୍ଟାନ୍ତରେ ପରିଣତ କରାଇଛି। ନିଜ ଝିଅର ବାହାଘର ଧୁମଧାମରେ ଆୟୋଜନ ନକରି ତା’ବଦଳରେ ସେ ସହରର ବାସହୀନ ଗରୀବଙ୍କୁ ୯୦ଟି ଘର ଉପହାର ସ୍ୱରୂପରେ ଦେଇଛନ୍ତି।ଏହି ନିର୍ମାଣ ବ୍ୟବସାୟୀ ଜଣକ କୁହନ୍ତି ସେ ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ପ୍ରେରିତ ହେଇଥିଲେ। ବିଧାୟକ ଜଣକ ତାଙ୍କୁ ଏପରି ଏକ ମାନବୀୟ ବିଚାର ଦେଇଥିଲେ। ଆଗରୁ ମନୋଜ ନିଜ ଝିଅ ବାହାଘରରେ ପ୍ରାୟ ୭୦-୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ଅଟକଳ କରିଥିଲେ। କିନ୍ତୁ ପରେ ଏହି ଅର୍ଥକୁ ସେ ଏକ ମହତ୍ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବାର ନିଷ୍ପତ୍ତି ନେଲେ।

 

ମୁଁ କେତୋଟି ଘରେ ଘରୁଆ କାମ କରେ। ଏବେ ମୋତେ ଆଉ ପାଣି ଓ ବିଜୁଳି ବିଲ୍ ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ। ମାସକୁ ମାସ ଘରଭଡ଼ାର ବୋଝ ମଧ୍ୟ ମୋ ମୁଣ୍ଡରୁ ଚାଲିଗଲା,

-ସାବ ଅଲି ଶେଖ ନାମରେ ଜଣେ ହିତାଧିକାରୀ କୁହନ୍ତି

 

ମନୋଜ ଦେଇଥିବା ଘରମାନଙ୍କରେ ପ୍ରାୟ ୪୦ଟି ପରିବାର ରହିବା ଆରମ୍ଭ କଲେଣି ଏବଂ ଅନ୍ୟମାନେ ଧୀରେ ଧୀରେ ଆସିବାରେ ଲାଗିଛନ୍ତି। ମନୋଜଙ୍କର ଏହି ପଦକ୍ଷେପ ପାଇଁ ସବୁଦିଗରୁ ପ୍ରଶଂସାର ସୁଅ ଛୁଟିଛି। ତାଙ୍କର ଝିଅ ଶ୍ରେୟା ପିତାଙ୍କର ଏହି ନିଷ୍ପତ୍ତିରେ ବହୁତ ଖୁସି ଓ ଏହାକୁ ନିଜ ବିବାହର ସବୁଠାରୁ ବଡ଼ ଉପହାର ବୋଲି ଭାବନ୍ତି।

 

ଗତମାସ ବିମୁଦ୍ରାକରଣ ଓ ମୁଦ୍ରାମରୁଡ଼ି ସମୟରେ ଗଲି ଜନାର୍ଦ୍ଧନ ରେଡ୍ଡିଙ୍କର ଝିଅ ବାହାଘର ଯେଉଁଥିରେ ଖର୍ଚ୍ଚ ହେଇଥିଲା ପ୍ରାୟ ୧୦୦ କୋଟି ଟଙ୍କା, ଏହାକୁ ନେଇ ଅନେକ ବିତର୍କ ଓ ତୀବ୍ର ସମାଲୋଚନା ହେଇଥିଲା। ଦେଶର ଏପରି ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ ପୂର୍ବତନ ଖଣି ସମ୍ରାଟ ଏବଂ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ରେଡ୍ଡୀ ବେଙ୍ଗାଲୁରୁର ସବୁଠାରୁ ଖର୍ଚ୍ଚବହୁଳ ବାହାଘର ଆୟୋଜନ କରିଥିଲେ। ଚଳିତ ମାସ ଆରମ୍ଭରେ ହେଇଥିବା କେନ୍ଦ୍ରମନ୍ତ୍ରୀ ନିତିନ ଗଡକାରୀଙ୍କ ଝିଅ ବାହାଘର ମଧ୍ୟ ବେଶ୍ ଭବ୍ୟ ଏବଂ ଭିଆଇପି ଭର୍ତ୍ତି ହେଇଥିଲା। ଏହା ଯୋଗୁ ମଧ୍ୟ ଅନେକ ପ୍ରଶ୍ନବାଚୀ ଉଠିଥିଲା

Leave a Reply

Your email address will not be published. Required fields are marked *