December 14, 2024

Odia Express

Here, There and Everywhere

ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ

1 min read

ସକାଳେ ଅଲ୍ଲୁ ଅର୍ଜୁନଙ୍କୁ ତାଙ୍କ ବାସଭବନରୁ ନାଟକୀୟ ଭାବେ ଗିରଫ କରାଯିବା ପରେ ନିମ୍ନ ଅଦାଲତ ପୁଷ୍ପା-୨ ତାରକାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବା ପରେ ଆରମ୍ଭ ହୋଇଥିବା ଦ୍ରୁତ ଗତିରେ ଚାଲିଥିବା ଘଟଣାକୁ ଏହି ରାୟରେ ସୀମିତ ରଖାଯାଇଛି ! ତେବେ ଅଲ୍ଲୁ ଅର୍ଜୁନ ଗିରଫ୍ ହେବାର ୫ ଘଣ୍ଟା ନପୁରୁଣୁ ମୃତ ମହିଳାଙ୍କ ସ୍ୱାମୀ ଭାସ୍କର କହିଛନ୍ତି, “ମୋ ପତ୍ନୀଙ୍କ ମୃତ୍ୟୁ ପାଇଁ ଅଲୁ ଅର୍ଜୁନ ଦାୟୀ ନୁହଁନ୍ତି। ମୋତେ ଏହି ଗିରଫଦାରୀ ସମ୍ପର୍କରେ ଅବଗତ କରାଯାଇ ନାହିଁ ।

ଏନେଇ ଭାସ୍କର କହିଛନ୍ତି ଯେ ସେ ଏହି ମାମଲା ଡିସେମ୍ବର ୫ ରେ ଚିକ୍କାପାଲି ପୋଲିସ ଷ୍ଟେସନରେ ପଞ୍ଜୀକୃତ କରିଥିଲେ । ସେ ଥିଏଟର ମାଲିକ ନାଁରେ ସେ ଅଭିଯୋଗ କରିଥିଲେ । ଆଉ ପରବର୍ତ୍ତି ସମୟରେ ଥିଏଟର ମାଲିକ ଏମ ସନ୍ଦୀପ, ସିଜିୟର ମ୍ୟାନେଜର ଏମ ନାଗରାଜୁ ଏବଂ ଲୋୟର ବାଲକୋନି ଦାୟିତ୍ବରେ ଥିବା ଗାନ୍ଧକମ ବିଜୟ ଚାନ୍ଦଙ୍କ ସମେତ ଅନ୍ୟ ଚିନିଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ପୁଷ୍ପା-୨ର ସ୍କ୍ରିନିଂ ବେଳେ ଦଳାଚକଟା ହୋଇଥିଲା । ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତେବେ ପୁଷ୍ପା ଟୁ ଅଭିନେତା ଅଲ୍ଲୁ ଅର୍ଜୁନ ଏଥିପାଇଁ ପରେ ଗଭୀର ସମବେଦନା ମଧ୍ୟ ଜଣାଇଥିଲେ । ହାଇଦ୍ରାବଦର ଏକ ସିନେମା ହଲରେ ପୁଷ୍ପା-ଟୁ ଦେଖିବାକୁ ଯାଇଥିବା ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିଲେ ଅଲ୍ଲୁ । ସେ ତାଙ୍କ ସୋସିଆଲ ମିଡିଆ ହାଣ୍ଡେଲରେ ଏକ ସମବେଦନାପୂର୍ଣ୍ଣ ବାର୍ତ୍ତା ରଖିବା ସହ ମୃତକଙ୍କ ପରିବାର ସହିତ ଏହି ଅସମୟରେ ଛିଡା ହେବେ ବୋଲି କହିଥିଲେ

ଏହି ଘଟଣା ପରେ ମହିଳାଙ୍କ ପରିବାର ଅଭିନେତା ଏବଂ ଥିଏଟର ପରିଚାଳନା ବିରୋଧରେ ମାମଲା ରୁଜୁ କରିଥିଲେ। ଅଲ୍ଲୁ ଅର୍ଜୁନଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ପୋଲିସକୁ ସୂଚନା ନ ଦେଇ ଥିଏଟରରେ ପହଞ୍ଚିଥିଲେ। ଯାହା ପାଇଁ ସୁରକ୍ଷାର ସଠିକ୍ ବ୍ୟବସ୍ଥା ହୋଇପାରିନଥିଲା। ତେବେ ଏହି ସମୟରେ ଯେତେବେଳେ ଲୋକଙ୍କୁ ଜଣାପଡିଥିଲା ଅଲ୍ଲୁ ଏହି ଥିଏଟରକୁ ଆସୁଛନ୍ତି, ସେହି ସମୟରେ ଲୋକେ ଅଲ୍ଲୁଙ୍କୁ ଦେଖିବା ପାଇଁ ସେହି ଥିଏଟରରେ ଦଳଚକଟା ହୋଇଥିଲେ। ଏହି ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଅଭିନେତାଙ୍କ ବିରୋଧରେ ନ୍ୟାୟ ସଂହିତାର ଧାରା ୧୦୮(୧) ଅନୁଯାୟୀ ମାମଲା ରୁଜୁ କରାଯାଇଛି।

Leave a Reply

Your email address will not be published. Required fields are marked *