October 16, 2024

Odia Express

Here, There and Everywhere

୪୮ ଘଣ୍ଟାରେ ବଡ଼ ବର୍ଷାର ସମ୍ଭାବନା, ୮ଟି ଜିଲ୍ଲାକୁ ଜାରିହେଲା ୟେଲୋ ୱାର୍ନି

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଆସନ୍ତା କିଛି ଦିନ ମାନଙ୍କରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷିବ ବର୍ଷା, ଏହାକୁ ନେଇ ଜାରି ହେଲା ଆଲର୍ଟ। ୮ ରୁ ୧୪ ଟି ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ଜାରି ହେଲା ୟେଲୋ ୱାରନିଂ। ସମୁଦ୍ର ଭିତରକୁ ଯିବାକୁ ବି ଲୋକମାନଙ୍କୁ ବାରଣ କରାଯାଇଛି।

ତେବେ ବିଶେଷ ରିପୋର୍ଟକୁ ଆଧାର କରି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ଯେ କିଛି ଜିଲ୍ଲାରେ ଆଗାମୀ କିଛି ଦିନମାନଙ୍କରେ ଘଡଘଡି ସହ ବର୍ଷା ହେବାର ରହିଛି ଯଥେଷ୍ଟ ସମ୍ଭାବନା। ତେବେ ଆସନ୍ତା କିଛି ଘଣ୍ଟାରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷିପାରେ ବର୍ଷା। ସେହି ଜିଲ୍ଲାମାନଙ୍କ ଭିତରେ ରାୟଗଡା, କେନ୍ଦ୍ରାପଡା ,ଭଦ୍ରକ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଗଂଜାମ ଓ ଜଗତସିଂହପୁର ପରି ଜିଲ୍ଲା ସାମିଲ ଅଛନ୍ତି, ଉପରୋକ୍ତ ଜିଲ୍ଲାମାନଙ୍କୁ ୟେଲୋ ଆଲର୍ଟ ଜାରି ହୋଇଛି।

ତେବେ ଆପଣଙ୍କୁ ଜଣାଇଦେବୁ କି ସମୁଦ୍ର ଭିତରୁ ଯିବାକୁ କିମ୍ଵା ବର୍ଷାକୁ ଲକ୍ଷ୍ୟ କରି ବାହାରକୁ ଯିବାକୁ ବାରଣ କରାଯାଇଛି, ଏଥିପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ଅଟେ। କିଛି ଦିନର ଶୁଖିଲା ପାଗ ପରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ତେବେ ଜଣାଇଦେବୁକି ୨୮ ତାରିଖରେ ଜଗତସିଂହପୁର ସମେତ କେତେକ ଜିଲ୍ଲା ପ୍ରବଳ ବର୍ଷାର ପରିମାଣ ଦେଖିବାକୁ ମିଳିଥିଲା।

ଜୁନ ୩୦ ପରଠୁ ବର୍ଷାର ସମ୍ଭାବନା ଏବେ ଅପେକ୍ଷା କମ ହେବାର ସମ୍ଭାବନା ରହିଛି କିନ୍ତୁ ଅନେକ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଚଳିତ ମୋୖସୁମୀ ଋତୁ ରେ ଏହା ହେଉଛି ପ୍ରଥମ ଲଘୁଚାପ ବଳୟ। ତେବେ ବିଶେଷ ରିପୋର୍ଟକୁ ଆଧାର କରି ଯାହା ପରିଲକ୍ଷିତ ହେଉଛି କି ଜୁଲାଇ ୧ ରୁ ୩ ତାରିଖ ଭିତରେ ରାଜ୍ୟରେ ଅନେକ ଜାଗାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହୁଛି। ଏଥିଲାଗି ପାଣିପାଗ ବିଭାଗ କେତେକ ଜିଲ୍ଲାକୁ ୱାର୍ନି ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *