ଏହି କାରଣରୁ Hanuman ସଭା ମଧ୍ୟରେ ଚିରି ଦେଖାଇ ଥିଲେ ନିଜ ଛାତି, ଦେଖାଇଥିଲେ ପ୍ରଭୁ ଶ୍ରୀରାମ ଓ ସୀତା ମାଙ୍କୁ,ଅସଲ କାରଣ ଜାଣିରଖନ୍ତୁ….
ହନୁମାନଜୀଙ୍କୁ ପ୍ରଭୁ ଶ୍ରୀରାମଙ୍କର ପରମ ଭକ୍ତ ବୋଲି ଜଣାଯାଏ । ସେ ନିଜ ରାମ ଭକ୍ତିକୁ ନେଇକରି ପୁରା ସଂସାରରେ ଜଣାଯାଆନ୍ତି, କହନ୍ତି କି ଆପଣ ବଜରଙ୍ଗବାଲିଙ୍କୁ ପ୍ରସନ୍ନକରିବାକୁ ଚାହୁଁଥିଲେ ତେବେ ରାମ ନାମ ଜପ କରନ୍ତୁ, ଯଦି ପ୍ରଭୁ ଶ୍ରୀରାମ ପ୍ରସନ୍ନ ହୋଇଯାଆନ୍ତି ତେବେ ହନୁମାନଜୀ ନିଜେ ପ୍ରସନ୍ନ ହୋଇଯିବେ । ଆପଣ ଏହି ଭଜନ ତ ଶୁଣିଥିବେ କି “ଦୁନିଆଁ ଚଲେ ନା ଶ୍ରୀରାମ କେ ବିନା, ରାମଜୀ ଚଲେ ନା ହନୁମାନ୍ କେ ବିନା”, ଏଥିରେ ଶ୍ରୀରାମଙ୍କୁ ସର୍ବଶକ୍ତିମାନ ଓ ସର୍ବଜ୍ଞ ବୋଲି ସମ୍ବୋଧିତ କରାଯାଇଛି, ହନୁମାନଜୀ ନିସ୍ୱାର୍ଥ ଭକ୍ତି ଓ ଅନନ୍ୟ ପ୍ରେମ ତାଙ୍କ ହୃଦୟରେ ଏମିତି ଜାଗା ବନାଇଦେଇଛି, ଯାହା ରାମ ଭଗବାନଙ୍କୁ ସବୁଠାରୁ ବଡ ଭକ୍ତ ବୋଲି ଜଣାଯାଆନ୍ତି ।
ଥରେ ହନୁମାନଜୀ ନିଜ ଛାତି ଚିରିକରି ଭଗବାନ ରାମଙ୍କ ପରମଭକ୍ତ ହେବାର ପ୍ରମାଣ ଦେଇଥିଲେ, ପୌରାଣିକ କଥା ମୁତାବିକ ଥରେ ଭଗବାନ ରାମଙ୍କୁ ରାଜାଅଭିଷେକ ପରେ ଦରବାରରେ ସବୁ ଲୋକଙ୍କୁ ଉପହାର ଦିଆଯାଉଥିଲା, ସେହି ସମୟରେ ମା ସୀତା ହନୁମାନଜୀଙ୍କୁ ରତ୍ନ ସହ ଯୋଡି ହୋଇଥିବା ଏକ ଦାମିକା ମାଳା ଉପହାର ସ୍ୱରୁପ ଦେଇଥିଲେ । ଏହି ମାଳାକୁ ନେଇକରି ହନୁମାନଜୀ କିଛି ଦୁରକୁ ଚାଲିଗଲେ ଓ ନିଜ ଦାନ୍ତରେ ଭାଙ୍ଗିକରି ଧ୍ୟାନରେ ଦେଖିବାକୁ ଲାଗିଲେ
ସେ ଗୋଟେ ଗୋଟେ କରି ସବୁ ମୋତି ପକାଇଦେଲେ, ଏହା ଦେଖି ଦରବାରର ସବୁ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ, ଖାସକରି ଲକ୍ଷ୍ମଣଙ୍କୁ ଦେଖିକରି ବହୁତ କ୍ରୋଧ ଆସିଥିଲା । ସେ ଶ୍ରୀରାମଙ୍କୁ କହିଲ୍ ହେ ଭଗବାନ, ହନୁମାନ ମାତା ସୀତାଙ୍କ ଦ୍ୱାରା ଦିଆଯାଇଥିବା ରତ୍ନ ଓ ମାଣିକକୁ ଛିଡାଇଦେଲେ, କଣ ତାଙ୍କୁ ରତ୍ନରେ ତିଆରି ମାଳାର କିଛି ଦାମ୍ ବିଷୟରେ ଜଣାଅଛି କି ?
ଏହା ଉପରେ ଶ୍ରୀରାମ କହିଲେ ହେ ଅନୁଜ ତୁମେ ମୋତେ ମୋର ଜୀବନରେ ଅଧିକା ପ୍ରିୟ ଅଟ, କିନ୍ତୁ ଯେଉଁ କାରଣରୁ ହନୁମାନ ସେହି ରତ୍ନକୁ ଛିଡାଇଛନ୍ତି କଣ ତୁମେ ତାର କାରଣ ଜାଣିଛ ? ତୁମର ଏହି ଜିଜ୍ଞାସା ଉତ୍ତର୍ ହନୁମାନଜୀ ଦେଇପାରିବେ ।
ତେବେ ହନୁମାନଜୀ ଏହାର ଉତ୍ତରରେ କହିଲେ କି ମୋର ପାଈଁ ସବୁ ଜିନିଷ ବ୍ୟର୍ଥ ଅଟେ, ଯେଉଁଥିରେ ମୋର ପ୍ରଭୁ ରାଂଅ ନାମ ନଥିବ, ପୁର୍ବରୁ ମୋତେ ଲାଗିଥିଲା କି ଏହି ହାର ଅମୁଲ୍ୟ ଅଟେ, ଯେବେ ମୁଁ ଏହା ଭିତରେ ରାମନାମ ଦେଖିପାରିଲି ନାହିଁ ମୁଁ ଏହାକୁ ଅମୁଲ୍ୟ ବୋଲି ମାନିନଥିଲି, ମୋର ପାଇଁ ସବୁ ବସ୍ତୁ ରାମ ନାମର ଅମୁଲ୍ୟ ଅଟେ, ଏଥିପାଇଁ ମୁଁ ହାରକୁ ତ୍ୟାଗ କରିଦେଲି ।
ଏହା ଶୁଣିକରି ଲକ୍ଷ୍ମଣ କହିଲେ ରାମ ନାମ ତ ଆପଣଙ୍କ ଶରୀରରେ ନାହିଁ ତ ? ତାକୁ କଣପାଇଁ ରଖିଛନ୍ତି ? ନିଜ ଶରୀର ତ୍ୟାଗ କରିଦିଅ, ଲକ୍ଷ୍ମଣଙ୍କ ଏହି କଥା ଶୁଣିକରି ହନୁମାନଜୀ ନିଜ ନଖରେ ନିଜ ବକ୍ଷସ୍ଥଳକୁ ଚିରିଦେଲେ ଓ ଲକ୍ଷ୍ମଣଙ୍କୁ ଦେଖାଇଲେ, ସେଥିରେ ପ୍ରଭୁ ଶ୍ରୀରାମ ଓ ମା ସୀତା ଦେଖାଯାଇଥିଲେ, ଏହି ନଜାରା ଦେଖିକରି ଲକ୍ଷ୍ମଣଜୀ ଆଶ୍ଚର୍ଯ୍ୟ ହୋଇଗଲେ, ତାପରେ ସେ ନିଜ ଭୁଲ୍ ବୁଝିପାରିଥିଲେ ।