October 17, 2024

Odia Express

Here, There and Everywhere

Photographer ବର ସାମ୍ନାରେ ଡିଲିଟ୍ କରିଦେଲା ବାହାଘରର ସବୁ ଫଟୋଗୁଡିକ,କାରଣ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ

ଭୋକ ଏକ ବହୁତ ବଡ ଜିନିଷ ହୋଇଥାଏ, ଯେବେ ମଣିଷ ଭୋକିଲା ହୋଇଥାଏ ତେବେ ସେ ଚିଡଚିଡା ହୋଇଯାଏ, ଓ ରାଗି ବି ଯାଇଥାଏ, ଏମିତିରେ ବହୁତଥର ଏମିତି ହରକତ୍ କରିଦିଏ ଯାହାର ଅନ୍ଦାଜା ଲଗାଇପାରିବେ ନାହିଁ  । ଏବେ ଏହି ଅଜବ ଘଟଣାକୁ ନେଇଯାଆନ୍ତୁ, ବିବାହର ଦିନ ଥିଲା ଫଟୋଗ୍ରାଫର୍ ପୁରା ଦିନ ଫଟୋ କ୍ଲିକ୍ କରିବାପାଇଁ ଲାଗିଥିଲା, ଏତେ ଘଣ୍ଟା ପରିଶ୍ରମ ପରେ ସେ ଥକି ଗଲା, ତାକୁ ଜୋର୍ ରେ ବହୁତ ଭୋକ ଲାଗିଲା, ଏମିତିରେ ସେ ବରକୁ ୨୦ ମିନିଟ୍ ବ୍ରେକ୍ ମାଗିଲା, ଯାହାଦ୍ୱାରା ସେ ଆରାମରେ ଖାଇଦେବ, କିନ୍ତୁ ବର ଫଟୋଗ୍ରାଫରକୁ ଖାଇବାର ବ୍ରେକ୍ ନେବାରେ ମନା କରିଦେଲା ଏତିକିରେ ଫଟୋଗ୍ରାଫର୍ ପୁରା ରାଗିଗଲା ଓ ସେ ବରର ସାମ୍ନାରେ ବାହାଘରର ସବୁ ଫଟୋଗୁଡିକ ଡୀଲିଟ୍ କରିଦେଲା ।

ଏହି ପୁରା ଘଟଣା ଫଟୋଗ୍ରାଫର୍ ସୋସିଆଲ୍ ମୀଡିଆର ପ୍ଲାଟଫର୍ମ ରେଡିଟ୍ ରେ ସେୟାର୍ କରିଥିଲେ, ଫଟୋଗ୍ରାଫର୍ କହିଲେ କି ଏକ ପ୍ରୋଫେସନାଲ୍ ଫଟୋଗ୍ରାଫର୍ ନୁହେଁ ମୁଁ, ମୁଁ ଖାଲି କୁକୁରଙ୍କୁ ବୁଲାଏ, ଓ ତାଙ୍କ ଫଟୋଗୁଡିକ ଉଠାଇ ଇନଷ୍ଟାଗ୍ରାମରେ ଓ ଫେସବୁକ୍ ରେ ପକାଇଦିଏ, ଏକ ପ୍ରକାର ଫଟୋଗ୍ରାଫି ମୋର ସଉକ ଅଟେ, କିନ୍ତୁ ଜଣେ ସାଙ୍ଗ ନିଜ ବାହାଘରର ପଇସା ବଞ୍ଚାଇବାପାଇଁ ମୋତେ ଫଟୋଗ୍ରାଫି କରିବାକୁ କହିଲା, ମୁଁ ତାକୁ କହିଲି କି ମୁଁ କେଉଁ ପ୍ରଫେସନାଲ୍ ଫଟୋଗ୍ରାଫର୍ ନୁହେଁ, ଏହା ମୋର କାମ ନୁହେଁ, କିନ୍ତୁ ସେ କହିଲା କି ଫଟୋ ଯେମିତି ଆସୁ ସେଥିରେ କୌଣସି ଅସୁବିଧା ତାକୁ ନାହିଁ।

ଫଟୋଗ୍ରାଫର୍ ଆଗକୁ କହିଲା କି ନିଜ ସାଙ୍ଗର ଜିଦ୍ ରେ ସେ ବାହାଘରର ସବୁ ଫଟୋ ଉଠାଇବା ଆରମ୍ଭ କରିଦେଲା, ଏହାବଦଳରେ ସେ ମୋତେ ୨୫୦ ଡଲାର୍ ଦେବାପାଇଁ କଥା ଦେଲା, ତାପରେ ବିବାହର ଦିନ ୱେଡିଙ୍ଗ୍ ଭେନ୍ୟୁ ହେଲା, ବିବାହର କାର୍ଯ୍ୟକ୍ରମ ସକାଳ ୧୧ ଟାରୁ ଆରମ୍ଭ ହେଲା, ଓ ରାତି ୭,୩୦ ଯାଏଁ ଚାଲିଲା, ସଂନ୍ଧ୍ୟାକୁ ୫ ଟା ବେଲେ ଅତିଥିଙ୍କ ପାଇଁ ଖାଇବା ଦିଆଗଲା, ମୋର ପାଇଁ ଟେବୁଲରେ କେଉଁ ବି ଜାଗା ନଥିଲା, ମୋତେ ଖାଇବାକୁ ମନା କରିଦିଆଗଲା, ସାଙ୍ଗ ଚାହୁଁଥିଲା କି ମୁଁ ଫଟୋ ଉଠାଏ, କିନ୍ତୁ ମୁଁ ବହୁତ ଥକିଯାଈଥିଲି, ମୋତେ ଏହି କାମ ପାଇଁ କହିବାରେ ମୁଁ ହଁ କରିଥିଲି ତାର ଅଫସୋସ୍ ମୋତେ ହେବାକୁ ଲାଗିଲା, ବାହାଘରରେ ବହୁତ ଗରମ ହେଉଥିଲା, ସେମିତି ସେଠାରେ କୌଣସି ଏସି ନଥିଲାଓ  ନା ହିଁ ପାଣିର ଭଲ ବ୍ୟବସ୍ଥା ।

ଫଟୋଗ୍ରାଫର୍ ଆଗକୁ କହିଲେ କି ଯେବେ ମୋର ସହିବାରୁ ଅଧିକା ସମୟ ଥକିଯାଇଥିଲି ତେବେ ମୁଁ ନିଜ ସାଙ୍ଗ(ବର)କୁ ୩୦ ମିନିଟ୍ ବ୍ରେକ୍ ମାଗିଲି, ଏଥିରେ ସେ କହିଲା କି ବିନା ବ୍ରେକ୍ ରେ ଲଗାତାର ଫଟୋ ଉଠା ବୋଲି, ନହେଲେ ସେ ମୋତେ ବିନା ପଇସା ଦେଇ ବିଦା କରିଦେବ, ବରର ଏହି କଥା ମୋ ଦେହରେ କଣ୍ଟାପରି ଲାଗିଗଲା, ଭୋକ,ଗରମ, ଥକାପଣରେ ପୁର୍ବରୁ ମୁଁ ବହୁତ ବ୍ୟତିବ୍ୟସ୍ତ ହୋଇଯାଇଥିଲି, ଉପରୁ ବର ମୋତେ ପଇସା ଦେବନି କହି ଧମକି ଦେଇଦେଲା, ଏମିତିରେ ମୁଁ ବରର ସାମ୍ନାରେ ବାହାଘରର ସବୁ ଫଟୋ ଡିଲିଟ୍ କରିଦେଲିଓ କହିଲି ଏବେ ମୁଁ ତାର ଫଟୋଗ୍ରାଫର୍ ନୁହେଁ ମୁଁ ।

ଫଟୋଗ୍ରାଫର୍ କହିଲେ କି ଯଦି ସେହି ସମୟରେ ତାକୁ ୨୫୦ ଡଲାର୍ ମିଳିଥାନ୍ତା ତେବେ ସେ କେବଳ ଏକ ଗିଲାସ ପାଣି କିଣିଥାନ୍ତା, ଏହି ପୁରା ଘଟଣା ସେୟାର୍ କରି ଫଟୋଗ୍ରାଫର୍ ଲୋକଙ୍କୁ ନିଜ ରାୟ ମାଗିଲା, ସେ ଜାଣିବାକୁ ଚାହୁଁଥିଲା କି ସେ ବର ସହ ଯାହା କଲା ସେ ଠିକ୍ ଥିଲା କି ଭୁଲ୍, ସେମିତି ଆପଣଙ୍କ ଏହି ବିଷୟରେ କଣ ରାୟ ଅଛି କମେଣ୍ଟ୍ ବକ୍ସରେ ଉତ୍ତର ଦେବେ ।

Leave a Reply

Your email address will not be published. Required fields are marked *