October 17, 2024

Odia Express

Here, There and Everywhere

ଭିକ ନୁହେଁ ପରିଶ୍ରମରୁ କମାଇବା ଉଚିତ୍, ଏହି ବୟସ୍କ (Elderly) ମହିଳାଙ୍କ Pen ବିକ୍ରି କରି ପଇସା ରୋଜଗାର କରିବା ଶୈଳୀ ସମସ୍ତଙ୍କୁ କରିଦେଲା ଆଶ୍ଚର୍ଯ୍ୟ

ଆପଣ ଟ୍ରାଫିକ୍ ସିଗନାଲ୍ ଓ ରାସ୍ତାରେ ବହୁତ ସୁସ୍ଥ୍ୟ ସବଳ ଲୋକ ଭିକ ମାଗୁଥିବାର ଦେଖିଥିବେ, ଏହି ଅଳସୁଆ ଲୋକଙ୍କୁ ଭିକ ମାଗିକରି ପଇସା କମାଇବା ଭଲ ଭାବରେ ଜଣା ଓ ସହଜ ମଧ୍ୟ, କିନ୍ତୁ କିଛି ଏମିତି ଲୋକ ଥାନ୍ତି ଯିଏ ଅସୁବିଧାରେ ପଡିଲେ ବି ଭିକ ମାଗିବାକୁ ପସନ୍ଦ କରନ୍ତି ନାହିଁ, ତାଙ୍କ ବିବେକ ତାଙ୍କୁ ଏପରି କାର୍ଯ୍ୟ କରିବାକୁ ଦିଏ ନାହିଁ, ସେ ପରିଶ୍ରମ କରି ଦୁଇ ସମୟର ଖାଦ୍ୟ ଖାଇବା ପସନ୍ଦ କରନ୍ତି, ମହାରାଷ୍ଟ୍ରର ପୁଣେରେ ରହୁଥିବା ରତନ ନାମକ ଏକ ବୟସ୍କ ମହିଳାଙ୍କ ଏକ ଜଳନ୍ତ ଉଦାହରଣ ଆଜି ଆମ ସାମ୍ନାରେ ।

ରତନ ପୁଣେର ଏମଜି ରୋଡରେ ପେନ୍ ବିକ୍ରି କରିବାର କାମ କରନ୍ତି, ସବୁବେଳେ ହସୁଥିବା ରତନ ନିଜ ପେନ୍ ବକ୍ସରେ ଏକ ଖାସ୍ ଲାଇନ୍ ଲେଖିଛନ୍ତି ମୁଁ କାହାକୁ ଭିକ ମାଗିବାକୁ ଚାହେଁନି, ଦୟାକରି ୧୦ ଟଙ୍କାରେ ନୀଳ ପେନ୍ କିଣିନିଅନ୍ତୁ ଧନ୍ୟବାଦ, ଏହା କହିକରି ରାସ୍ତାରେ ଯାଉଥିବା ଲୋକଙ୍କର ହୃଦୟ ଜିତିଦିଅନ୍ତି, ତାପରେ ସେ ତାଙ୍କ ଠାରୁ ପେନ୍ ନକିଣି ସେ ବ୍ୟକ୍ତି ଯାଇପାରେନି।

ରତନ ଙ୍କ ଏହି କାହାଣୀରୁ ଶିକ୍ଷା ପାଇଁ ରାଠି ନାମକ ଏକ ଝିଅ ନିଜ ଇନଷ୍ଟାଗ୍ରାମରେ ଏହାକୁ ସେୟାର୍ କରିଥିଲେ, ସେ ରତନଙ୍କ ସ୍ମାଇଲ୍ କରି ବହୁତ ଭଲ ଫଟୋ ସେୟାର୍ କରିଥିଲେ, ତାହାସହ କ୍ୟାପସନ୍ ରେ ଲେଖିଥିଲେ କି ରତନଙ୍କ କାହାଣୀ କଣ ଥିଲା, ଓ ଏଥିରୁ କଣ ଶିକ୍ଷା ମିଳିଥାଏ, ରତନଙ୍କ ଏହି ଷ୍ଟୋରୀ ଲୋକଙ୍କୁ ବହୁତ ପସନ୍ଦ ଆସିଲା, ସେ କାହାଣିକୁ ସାଂସଦ ବିଜୟ ସାଇ ରେଡି ବି ନିଜ ଟ୍ୱିଟର୍ ଏକାଉଣ୍ଟରେ ସେୟାର୍ କଲେ

ସେ ଲେଖିଲେ କି ରତନ ପୁଣେର ଏକ ସାନଦାର୍ ସିନିୟର୍ ସିଟିଜେନ୍ ଅଟନ୍ତି, ସେ ଭିକ ମାଗିବା ଠିକ୍ ଭାବିଲେ ନାହିଁ, ଓ ରାସ୍ତାରେ ପେନ୍ ବିକ୍ରି କରିବା ଠିକ୍ ଭାବିଲେ, ସେ ନିଜ ପରିଶ୍ରମ ଓ ଗର୍ବର ଆୟ କରିବାକୁ ପସନ୍ଦ କରନ୍ତି, ଏକ ଇମାନଦାର୍ ଲାଇଫ୍ ବଞ୍ଚିବାର ତାଙ୍କର ଯାହା ନିଷ୍ଠା ଅଛି ସେ ସମସ୍ତଙ୍କୁ ଏହି ପ୍ରେରଣାର ବାର୍ତ୍ତା ଜଣାଇଛନ୍ତି ।

ସାଂସଦ ବିଜୟ ସାଇ ରେଡି ବିଙ୍କ ଏହି ଟ୍ୱିଟ୍ ପରେ ରତନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଗଲା, ଲୋକେ ତାଙ୍କୁ ପ୍ରଶଂସା କରିବାକୁ ଲାଗିଲେ, ସମସ୍ତେ ତାଙ୍କ ଇମାନଦାରୀ ଓ ପରିଶ୍ରମରୁ ପ୍ରେରିତ ହେଲା ।

Leave a Reply

Your email address will not be published. Required fields are marked *