October 18, 2024

Odia Express

Here, There and Everywhere

ଲଗାତାର୍ ବିଗିଡିବାକୁ ଯାଉଛି ତାରକ୍ ମେହେଟ୍ଟାର Natu Kaka ଙ୍କ ସ୍ୱାସ୍ଥ୍ୟ , ନୁଆ ଫଟୋ ଦେଖିକରି ଭାଙ୍ଗିପଡିଥିଲା ଫ୍ୟାନ୍ସମାନଙ୍କର ହୃଦୟ

ତାରକ୍ ମେହେଟ୍ଟା କା ଉଲଟା ଚଷମା ଏହି ଧାରାବାହିକକୁ ସେମିତି କି ବା ନଜାଣେ, ଗତ ୧୩ ବର୍ଷରୁ ଏହି ଶୋ ଦେଶ ଦୁନିଆଁରେ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରୁଛି, ଏହାର ସବୁ ଭୁମିକା ଦର୍ଶକଙ୍କ ମନକୁ ଛୁଇଁଛି, ଶୋରେ ନଟୁ କାକାଙ୍କ ଭୁମିକା ନିଭାଇଥିବା ଅଭିନେତା ଘନଶ୍ୟାମ ନାୟକ ବି ବହୁତଥର ଚର୍ଚ୍ଚାରେ ରୁହନ୍ତି, ଏବେ କ୍ୟାନ୍ସର ପରି ଗଂମ୍ଭୀର ରୋଗରେ ସେ ପଡିଯାଇଛନ୍ତି । ନଟୁ କାକା ମାନେ ଘନଶ୍ୟାମ ନାୟକ ତାରକ୍ ମେହେଟ୍ଟା କା ଉଲଟା ଚଷମା ଶୋରେ ବହୁତ ପସନ୍ଦ କରାଯାଇଥିଲେ, ଗତ କିଛି ମାସରୁ ତାଙ୍କ ଦିନ ଅସୁବିଧାରେ ଚାଲିଛି, ଘନଶ୍ୟାମଙ୍କୁ କ୍ୟାନ୍ସର୍ ହୋଇଯାଇଛି, ଓ ତାଙ୍କ ହାଲତ୍ ପୁର୍ବ ଅପେକ୍ଷା ଖରାପ ହୋଇସାରିଛି, ଘନଶ୍ୟାମ ଏହି ବର୍ଷ ଅପ୍ରେଲକୁ କ୍ୟାନ୍ସର୍ ହେବାର ଜଣାପଡିଥିଲା, ଏହି ମଧ୍ୟରେ ସେ ଶୋରେ କାମ ବି କରିଥିଲେ ।

ନଟୁ କାକାଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ଯେଉଁଥିରେ ତାଙ୍କ ଲୁକ୍ ପୁର୍ବ ଅପେକ୍ଷା ବଦଳୁଥିବାର ନଜର ଆସିଛି, ୭୭ ବର୍ଷୀୟ ଘନଶ୍ୟାମ ନାୟକ ଏହି ରୋଗର କାରଣରୁ ଦୁର୍ବଳ ହୋଇସାରିଛନ୍ତି, ଫଟୋରେ ଏହା ସଫା ସଫା ଦେଖିବାକୁ ମିଳୁଛି, କହିଦେବୁ କି କିଛି ଦିନ ପୁର୍ବରୁ ତାରକ୍ ମେହେଟ୍ଟା କା ଉଲଟା ଚଷମା ର ନଟୁ କାକାଙ୍କ ଅପରେଶନ୍ ହୋଇଥିଲା, ଏବେ ତାଙ୍କ ନୁଆ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଘନଶ୍ୟାମ ନାୟକଙ୍କ ନୁଆ ଫଟୋ ଲୋକଙ୍କର୍ ହୋସ୍ ଉଡାଇଦେଇଛି, ତାଙ୍କୁ ଦେଖିକରି ଲାଗୁଛି କି କ୍ୟାନ୍ସର୍ ପରି ଘାତକ ରୋଗ ତାଙ୍କୁ କିପରି ଧରିନେଇଛି, ଭାଇରାଲ୍ ଫଟୋରେ ଅଭିନେତା ବହୁତ ଦୁର୍ବଳ ନଜର ଆସୁଛନ୍ତି, ତାଣ୍କୁ ଏକ ଧଳା କୁର୍ତ୍ତା ଓ ପାଇଜାମା ପିନ୍ଧାଯାଇଛି, ଓ ତାଙ୍କ ହାତ ପଛରେ ରଖାଯାଇଛି, ଯେବେ କି ଗୋଟେ ପଟେ ତାଙ୍କ ଚେହେରା ଫୁଲିଲାଭଲି ନଜର ଆସୁଛି, କିନ୍ତୁ ଏହି କଷ୍ଟ ମଧ୍ୟରେ ସେ ସ୍ମିତ ହାସ୍ୟ ଦେଇଥିବାର ନଜର ଆସୁଛନ୍ତି । ଘନଶ୍ୟାମ ଏହି ଫଟୋ ଭାଇରାଲ୍ ହେବାପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇକରି ଫ୍ୟାନ୍ସ ବହୁତ ଚିନ୍ତିତ ହେଉଛନ୍ତି

ଏକ ସାକ୍ଷାତକାର ସମୟରେ ତାଙ୍କ ପୁଅ କହିଲେ କି ପାଞ୍ଚ ମାସରୁ ଘନଶ୍ୟାମ ନାୟକଙ୍କୁ କିଛି ସ୍ପର୍ଟ ହୋଇଥିଲା, ଏହାପରେ ସେ ଆଗକୁ ଚିକିତ୍ସ୍ କରାଇଥିଲେ, ଅପ୍ରେଲ୍ ମାସରେ ଗଳାରେ ପଜିଟ୍ରନ୍ ଏମିଶନ୍ ଟୋମୋଗ୍ରାଫି ସ୍କାନିଙ୍ଗ୍ କରାଯାଇଥିଲା ଯାହାପରେ ଏହି ରୋଗ ବିଷୟରେ ଜଣାପଡିଲା, ସେ ଏହି ସ୍ପଟ୍ସ କାରଣରୁ ବହ୍ କିଛି ବି ପୀଡା ହୋଇନଥିଲା । ଘନଶ୍ୟାମ ନାୟକ ଗତ ବର୍ଷ ଗଳାର ଅପରେଶନ୍ ହୋଇଥିଲା, ଯେଉଁଥିରେ ୮ ଟି ଗଣ୍ଠି ବାହାରିଥିଲା, ଏହାପରେ ଡାକ୍ତର ତାଙ୍କୁ ଆରାମ କରିବାକୁ କହିଥିଲେ, ସେ ଲମ୍ବା ସମୟରୁ ରୋଗ ସହ ଲଢୁଛନ୍ତି, ଓ ଏହା ସହ ସେ ଲଗାତାର କାମ ବି କରୁଛନ୍ତି ।

ଘନଶ୍ୟାମ ନାୟକ ଏକ ଲମ୍ବା ସମୟରୁ ତାରକ ମେହେଟ୍ଟା କା ଉଲଟା ଚଷମାରେ ନଟୁ କାକାର ଭୁମିକାରେ ଦେଖିବାକୁ ମିଳୁଛନ୍ତି, ସେ ଶୋର ଲୋକପ୍ରିୟ କଳାକାରରୁ ଜଣେ ଅଟନ୍ତି, ଏହି ଶୋର ମାଧ୍ୟମରୁ ସେ ଭଲ ଆୟ କରୁଛନ୍ତି, କହିଦେବୁ କି ତାଙ୍କର ଜନ୍ମ ୧୨ ମେ ୧୯୪୪ କୁ ହୋଇଥିଲା, ନା କେବଳ ସେ ଟିଭି ଦୁନିଆଁରେ ନା କମାଇଛନ୍ତି, ବରଂ ସେ ବହୁତ ବଲିଉଡ୍ ଫିଲ୍ମରେ ବି ନଜର ଆସିଛନ୍ତି, ଏବେ ସମସ୍ତେ ଘନଶ୍ୟାମଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଆଶୁରୋଗ ସୁସ୍ଥ୍ୟ ହେବାର କାମନା କରୁଛନ୍ତି ।

Leave a Reply

Your email address will not be published. Required fields are marked *