October 18, 2024

Odia Express

Here, There and Everywhere

ତାରକ ମେହେଟ୍ଟା କା ଉଲଟା ଚଷମାରେ ଏବେ ହେବ ନୁଆ ଏଣ୍ଟ୍ରି, କଣ Babita ଓ ଦୟାବେନ୍ କମିକୁ କରିପାରିବ ପୁରା ?

ଟିଭି ଜଗତର ଲୋକପ୍ରିୟ ଶୋ ତାରକ ମେହେଟ୍ଟା କା ଉଲଟାଚଷମା କୁ ପ୍ରସାରଣ ହେବାର ଆଜି ବହୁତ୍ ବର୍ଷ ହୋଇସାରିଛି, କିନ୍ତୁ ଏହାପରେ ଏହି ସିରିଆଲ୍ ର୍ କ୍ରେଜ୍ ଲଗାତାର ରହିଛି, ଗତ କିଛି ଦିନରୁ ଶୋର ଟିଆର୍ ପି ବହୁତ କମ୍ ଦେଖିବାକୁ ମିଳିଥିଲା, କିନ୍ତୁ ଶୋ ମେକର୍ସ ଏବେ ହାର୍ ମାନିନାହାନ୍ତି, ଓ ଫେରିକରି ଆଉଥରେ ଲୋକଙ୍କୁ ମନୋରଞ୍ଜନ୍ କରିବାର ପ୍ଲାନ୍ କରୁଛନ୍ତି, କହିଦେବୁ କି ସିରିଆଲ୍ ରେ ଆସିବା ଦିନରୁ ପୁରୁଣା କାଷ୍ଟ ଚେଞ୍ଜ କରାଯାଉଛି, ଦୟାବେନ୍ ଶୋ ଛାଡିବାପରେ ତାଙ୍କର କିଛି ପତ୍ତା ନାହିଁ , ସେମିତି ଏବେ ନଟୁ କାକା  ଓ ବବିତା ଜୀ ଶୋରୁ ଗାୟବ ହୋଇଯାଇଛନ୍ତି, ଏମିତିରେ ଶୋ କୁ ଅଧିକା ଦିନ ଯାଏଁ ଚଲାଇବା ବହୁତ ବଡ ଚୁନୋତିପୁର୍ଣ୍ଣ ବିଷୟ ହୋଇଯାଇଛି ।

ସେମିତି ଲାଟେଷ୍ଟ ଖବରରୁ ଏବେ ଶୋକୁ ଫେରିବାକୁ ଆଶା ମିଳୀଛି , ଏଥିରେ ଏକ ନୁଆ ଏଣ୍ଟ୍ରି କରାଯାଇଛି, ଧାରାବାହିକ ତାରକ ମେହେଟ୍ଟା ଙ୍କ ବସ୍ ଙ୍କ ସେକ୍ରେଟାରୀ ଙ୍କୁ ଏଣ୍ଟ୍ରି କରାଯାଈଛି, ଯେଉଁଥିରେ ଶୋରେ ଆଉଥରେ ହାସ୍ୟରସ ଦେଖିବାକୁ ମିଳୀଛି, କୁହାଯାଉଛି କି ଧାରାବାହିକରେ ବବିତାଜୀ ଗାୟବ ହେବାପରେ ଟିଆରପି ବହୁତ ହ୍ରାସ ହୋଇଥିଲା, ଏମିତିରେ ଏକ ନୁଆ ଏଣ୍ଟ୍ରି ଶୋ କୁ ବଞ୍ଚାଇପାରିବ ।

ଏବେକାର ଏପିସୋଡ୍ କଥା କହିଲେ ତାରକ ମେହେଟ୍ଟା ଅଫିସ୍ ଲେଟ୍ ପହଞ୍ଚନ୍ତି, ଯାହା ପରେ ତାଙ୍କ ବସ୍ ତାଙ୍କ ଉପରେ ରାଗିଯାଆନ୍ତି, ତାହା ସହ ବସଙ୍କ ସେକ୍ରେଟାରି ଦେଖାଯାଆନ୍ତି, ସୁଚନାପାଇଁ କହିଦେବୁ କି ତାରକ୍ ମେହେଟ୍ଟାଙ୍କ ଶୋରେ ସେକ୍ରେଟାରୀ ଭୁମିକା ଏବେ ଅର୍ଶୀ ଭାରତୀ ନିଭାଉଛନ୍ତି, ଦେଖିବାକୁ ଅର୍ଶୀ ବବିତାଜୀ ଙ୍କୁ ପୁରା ଟକ୍କର୍ ଦେଉଛନ୍ତି, ସେମିତି ଲୁକସ୍ କଥା କହିଲେ ଅର୍ଶୀ ବହୁତ ସୁନ୍ଦର ଅଟନ୍ତି ଯାହାର କାରଣରୁ ଲୋକେ ତାଙ୍କ ନଟଖଟ ଅନ୍ଦାଜକୁ ବହୁତ ପସନ୍ଦ କରୁଛନ୍ତି । ଯେବେ ଆର୍ଶୀଙ୍କୁ ଶୋରେ କାଷ୍ଟକୁ ନେଇ ପ୍ରଶ୍ନ କରାଗଲା ତେବେ ସେ ମିଡିଆ ସହ କଥାବାର୍ତ୍ତାରେ କହିଲେ କି ତାଙ୍କ ସିଲେକ୍ସନ୍ ବି ବାକି ଲୋକଙ୍କର ପରି ଅଡିସନ୍ ଦେବାପରେ ହୋଇଛି, ସେ କହିଲେ କି ଅଡିସନ୍ ରେ ବହୁତ ସପ୍ତାହପରେ ତାଙ୍କୁ ଡାଇରେକ୍ଟରଙ୍କ କଲ୍ ଆସିଲା ଓ ସୁଟ୍ ରେ ଡକା ହେଲା, ତେବେ ସେ ଭୁଲିଯାଈଥିଲେ କି ତାଙ୍କୁ କେଉଁ ଶୋ ପାଇଁ ଡକା ହୋଇଛି, ଏମିତିରେ ଯେବେ କୁହାଗଲା କି ତାରକ୍ ମେହେଟ୍ଟା ଶୋ ପାଇଁ ଆପଣଙ୍କୁ କାଷ୍ଟ କରାଯାଉଛି, ତେବେ ସେ ଖୁସିରେ ବିଭୋର୍ ହୋଇଯାଇଥିଲେ ।

ଅର୍ଶୀଙ୍କ ଅନୁସାରେ ତାଙ୍କୁ ବିଶ୍ୱାସ ନଥିଲା କି ତାଙ୍କୁ ସତରେ ଶୋରେ କାମ କରିବାକୁ ମଉକା ମିଳିଯିବ, ଅଚାନକ ତାଙ୍କୁ ରାତିରେ ସୁଟିଙ୍ଗ୍ କରିବାକୁ କଲ୍ ଆସିଲା ସେ ବହୁତ ଖୁସିଥିଲେ, ୱାର୍କଫ୍ରଣ୍ତ କଥା କହିଲେ ଏହାର ପୁର୍ବରୁ ଅର୍ଶୀ କୃତ୍ତି ସେନନ ଙ୍କ ଫିଲ୍ମ ପାଣିପଥରେ ନଜର ଆସିସାରିଛନ୍ତି, ଶୋରେ ସେ ବବିତାଙ୍କ ପରି ଅଭିନୟର ଯାଦୁ ଦେଖାଇ ପାରିବେ କି ନାହିଁ ଏହା ଆସୁଥିବା ସମୟ କହିବ ।

Leave a Reply

Your email address will not be published. Required fields are marked *