October 18, 2024

Odia Express

Here, There and Everywhere

ପିଲା ଜନ୍ମ କରିବାର ମାମଲାରେ ଏହି ଅଭିନେତା ମାନେ ଅଟନ୍ତି ବହୁତ୍ ଆଗରେ, କିଏ ତ ୪ ତ ଆଉ କିଏ ୬ ଟି ,Sanjay dutta ଙ୍କ ଆରମ୍ଭ କରି Aamir Khan ଙ୍କ ଯାଏ

1 min read

ବଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରି ଏକ ଏମିତି ଫିଲ୍ମ ଇଣ୍ତଷ୍ଟ୍ରି ଯିଏ ସବୁ ସମୟରେ ଚର୍ଚ୍ଚାରେ ଅଛନ୍ତି, ଏହି ଇଣ୍ତଷ୍ଟ୍ରିରେ ପ୍ରାୟ ସବୁ କଳାକାର ନିଜ କାମକୁ ବହୁତ ମାହିର୍ ହୋଇଥାନ୍ତି, ଓ ତାଙ୍କୁ ସବୁ ଫିଲଡରେ ଭାରତର୍ ନାଁ ଉଜ୍ଜଳ କରିଛନ୍ତି, ଆଜି ଆମେ ଏହି ଆର୍ଟିକିଲ୍ ରେ ସେହି ଫିଲ୍ମର କଳାକାରଙ୍କ ବିଷୟରେ କଥା ହେବୁ ଯିଏକି ବିବାହ ପରେ ୨ କିମ୍ବା ଅଧିକା ଛୁଆ କରିଛନ୍ତି ।

୧) ସଞ୍ଜୟ ଦତ୍ତ- ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ନିଜ ଜୀବନରେ ବହୁତ ଉତଥାନ ପତନ ଦେଇ ଗତି କରିଛନ୍ତି, ଏବେ ସଞ୍ଜୟ ଦତ୍ତ ନିଜ ତିନି ଛୁଆ ଓ ତୃତୀୟ ସ୍ତ୍ରୀ ମାନ୍ୟତାଙ୍କ ସହ ନିଜଜୀବନ ଅତିବାହିତ କରୁଛନ୍ତି ଓ ନିଜ ଫିଲ୍ମର ସୁଟିଙ୍ଗ୍ କରୁଛନ୍ତି, ସଞ୍ଜୟ୍ ଦତ୍ତ ଓ ମାନ୍ୟତାଙ୍କ ଦୁଇଟି ଜାଆଁଳା ଛୁଆ ଅଛନ୍ତି,  ସଞ୍ଜୟ ଦତ୍ତ ପ୍ରଥମ ବିବାହ ସ୍ତ୍ରୀ ରିଚାଶର୍ମାଙ୍କସହ ହୋଇଥିଲା ତାଙ୍କ ମୃତ୍ୟୁ ୧୯୯୬ ରେ ହୋଇଗଲା ଓ ଯେଉଁଠି ସଞ୍ଜୟ ଦତ୍ତଙ୍କ ଗୋଟେ ଝିଅ ଅଛି, ଯାହାର ନାଁ ତ୍ରିଶଳା ଦତ୍ତ ଅଟେ, ରିଚା ଶର୍ମାଙ୍କ ମୃତ୍ୟୁ ପରେ ସେ ଦ୍ୱିତୀୟ ବିବାହ କରିଥିଲେ କିନ୍ତୁ ଅଧିକା ଦିନ ଯାଏଁ ସେହି ବିବାହ ରହିପାରିଲା ନାହିଁ , ଓ ୨୦୦୫ ରେ ସେ ଦୁହେଁ ଅଲଗା ହୋଇଗଲେ । ସଞ୍ଜୟ ଦତ୍ତଙ୍କ ଠାରୁ ଛାଡପତ୍ର ହେବାପରେ ରିୟା ପିଲ୍ଲାଇ ଟେନିସ୍ ପ୍ଲେୟାର୍ ଲିଆଣ୍ତର ପେସ୍ ଙ୍କ ସହ ବିବାହ କରିନେଲେ, ଏହି ଦୁହେଁଙ୍କର ଗୋଟିଏ ଝିଅ ଅଛି, ପରେ ଏହି ଦୁହେଁ ଛାଡପତ୍ର ନେଇଯାଇଥିଲେ, ଓ ୨୦୦୮ କୁ ସଞ୍ଜୟ ମାନ୍ୟତାଙ୍କ ସହ ତୃତୀୟ ବିବାହ କରିଥିଲେ ।

୨) ଶତ୍ରୁଘ୍ନ ସିହ୍ନା – ୧୯୬୯ ରେ ଫିଲ୍ମ ସାଜନ୍ ରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ ଏହା ଛଡା ସେ କାଳିଚରଣ, ବିଶ୍ୱନାଥ, ଦୋସ୍ତାନା, ଶାନ, କ୍ରାନ୍ତି, ଓ ନସିବ ଓ କଳାପଥର ପରି ଫିଲ୍ମରେ ଅଭିନୟ କରିସାରିଛନ୍ତି, ଶତ୍ରୁଘ୍ନ ସିହ୍ନା ଓ ରୀନା ରୟଙ୍କ ଆଫେୟାର୍ ଖବର ବହୁତ ଅଧିକା ପ୍ରଚଳିତ ହୋଇଥିଲା, କିନ୍ତୁ ସେ କେବେ ଏକା ହୋଇପାରିଲେ ନାହୀଁ, ଶତ୍ରୁଘ୍ନଙ୍କ ଦୁଇଟି ପୁଅ ଅଛନ୍ତି ଲବ୍ ଓ କୁଶ୍, ଓ ତାଙ୍କର ଗୋଟେ ଝିଅ ବି ଅଛି ସୋନାକ୍ଷୀ ସିହ୍ନା ।

୩) ଅନିଲ୍ କାପୁର- ସୁନିତାଙ୍କ ସହ ଅନିଲ୍ କାପୁରଙ୍କ ବିବାହ ୧୯ ମଇ ୧୯୮୪ କୁ ହୋଇଥିଲା । ଅନିଲ୍ କାପୁର ସୁନିତାଣ୍କୁ ସେହି ସମୟରେ ବିବାହ କରିଥିଲେ ଯେବେ ତାଙ୍କ କ୍ୟାରିୟର୍ ଆରମ୍ଭ ହୋଇଥିଲା, ଏତେ ଲମ୍ବା ସମୟ ପରେ ସୁନିତା ଓ ଅନିଲ୍ ଭଲ ବଣ୍ତିଙ୍ଗ୍ ରଖିଥିଲେ, ତାଙ୍କ ତିନୋଟି ଛୁଆ ଅଛନ୍ତି ସୋନମ୍ କାପୁର, ରିୟା କାପୁର ଓ ପୁଅ ହର୍ଷବର୍ଦ୍ଧନ କାପୁର

୪) ଧର୍ମେନ୍ଦ୍ର- ଧର୍ମେନ୍ଦ୍ର ବଲିଉଡ୍ ର ଏମିତି ଷ୍ଟାର୍ ଅଟନ୍ତି ଯାହାଙ୍କ ପାଖରେ ଦୁଇଟି ଅଲଗା ଅଲଗା ପରିବାର ଅଛି, ଧର୍ମେନ୍ଦ୍ର ହେମା ମାଳିନୀଙ୍କୁ ବିବାହ କରିବା ପୁର୍ବରୁ ପ୍ରକାଶ କୌରଙ୍କୁ ବିବାହ କରିଥିଲେ, ଏହି ସମୟରେ ଧର୍ମେନ୍ଦ୍ରଙ୍କର ସମୁଦାୟ ୪ ଟି ଛୁଆ ହୋଇଥିଲେ, ସନିଦେଓଲ, ବବି ଦେଓଲ, ବିଜେତା ଓ ଲଲ୍ଲୀ ଅଜେତା ।ଧର୍ମେନ୍ଦ୍ର ହେମାମାଳିନୀଙ୍କୁ ବିବାହ କରିବା ସମୟରେ ହେମା ଓ ଧର୍ମେନ୍ଦ୍ରଙ୍କ ଦୁଇଟି ଝିଅ ହୋଇଥିଲେ ଯାହାଙ୍କ ନାଁ ଇଶା ଓ ଆହାନା ଅଟେ ।

୫) ସାହାରୁଖ୍ ଖାନ୍- ସାହାରୁଖ୍ ଖାନ୍ ଙ୍କ ପରିବାରରେ ତିନୋଟି ଛୁଆ ଆର୍ୟନ, ସୁହାନା, ଓ ଅବରାମ ଅଛନ୍ତି, ଶାହାରୁଖ୍ ଖାନ୍ ନିଜ ପରିବାରକୁ ବହୁତ ଭଲ ପାଆନ୍ତି, ଏକ ଇଣ୍ଟରଭ୍ୟୁରେ କହିଲେ କି ତାଙ୍କ କ୍ୟାରିୟରରେ ସ୍ତ୍ରୀ ମଧ୍ୟରେ କେଉଁ ଗୋଟେ ବାଛିଲେ ସେ ଫିଲ୍ମ ଛାଡିକରି ଗୌରିଙ୍କୁ ବାଛିବାକୁ ପସନ୍ଦ କରିବେ, ସାହାରୁଖ୍ ଓ ଗୌରୀ ୧୯୯୧ ରେ ବିବାହ କରିଥିଲେ ।

୬) ସୈଫ୍ ଅଲ୍ଲୀ ଖାନ୍- ସୈଫ୍ ଅଲ୍ଲୀ ଖାନ୍ ନିଜ ପ୍ରଥମ ସ୍ତ୍ରୀ ଅମୃତା ସିଂ ଯିଏକି ତାଙ୍କ ଠାରୁ ୧୨ ବର୍ଷ ବଡ ଥିଲେ, ସେ ଛାଡପତ୍ର ନେବାପରେ ଦ୍ୱିତୀୟ ସ୍ତ୍ରି କରିନା କାପୁରଙ୍କୁ ବିବାହ କରିନେଇଥିଲେ, ଯିଏକି ସୈଫଙ୍କ ଠାରୁ ୧୦ ବର୍ଷ ସାନ ଅଟନ୍ତି ସୈଫ୍ ଅମୃତା ୧୯୯୧ ରେ ବିବାହ କରିଥିଲେ, ଓ ୧୩ ବର୍ଷ ପରେ ୨୦୦୪ ରେ ସେ ଦୁହେଁ ଅଲଗା ହୋଇଗଲେ, ଅମୃତା ଓ ସୈଫଙ୍କ ଦୁଇଟି ଛୁଆ ହେଲେ, ଯାହାଙ୍କ ନାଁ ସାରା ଅଲ୍ଲୀ ଖାନ୍ ଓ ଇବ୍ରାହିମ୍ କରିନାଙ୍କ କଥା କହିଲେ ଯିଏ ବିବାହପରେ ୨ ଟି ଛୁଆ ହେଲେ ଜଣେ ହେଲେ ତୈମୁର ଓ ଦ୍ୱିତୀୟ ଜଣଙ୍କ ନାଁ ଜାହାଙ୍ଗୀର ଅଟେ ।

୭) ଅମୀର୍ ଖାନ୍- ଅମୀର୍ ଖାନ୍ ଙ୍କ ପ୍ରଥମ ସ୍ତ୍ରୀଙ୍କ ନାଁ ରୀନା ଅଟେ, ତାଙ୍କର୍ ୨୦୦୨ ରେ ଛାଡପତ୍ର ହୋଇଯାଇଥିଲା, ତାଙ୍କର ଦୁଇଟିଛୁଆ ଥିଲେ ଜଣଙ୍କ ନାଁ ଜୁନେଦ୍ ଓ ଇରା , ରୀନାଙ୍କୁ ଛାଡପତ୍ର ଦେବାପରେ ଅମିର୍ କିରନ୍ ରାଓଙ୍କୁ ବିବାହ କରିଥିଲେ ୨୦୦୫ ରେ ତାଙ୍କ ବିବାହ ହୋଇଥିଲା, କିରନ୍ ଓ ଅମିର୍ ଙ୍କ ଠାରୁ ଗୋଟେ ପୁଅ ହୋଇଛି ଯାହାର ନାଁ ଆଜାଦ୍ ରାଓ ଖାନ୍ ଅଟେ ।

Leave a Reply

Your email address will not be published. Required fields are marked *