October 18, 2024

Odia Express

Here, There and Everywhere

କଣ ଆପଣଙ୍କୁ ଜଣା ଅଛି ବାହାଘର ସାତ ବଚ୍ଚନର ଅର୍ଥ ଓ ମହତ୍ତ୍ୱ, Marriage କରିବା ଆଗରୁ ଜାଣନ୍ତୁ ବିସ୍ତାରରେ ଏହି କଥାର ମହତ୍ୱ ଗୁଡିକ

1 min read

ଭାରତୀୟ ସଂସ୍କୃତି ଅନୁସାରେ ବିବାହର ବନ୍ଧନକୁ ଏକ ପବିତ୍ର ବନ୍ଧନ ମାନାଯାଏ , ଯେଉଁଥିରେ ଦୁଇ ଜୀବନ ସାଥି ଜଣେ ଅନ୍ୟଙ୍କ ସହ ରହିବାରୁ ନେଇକରି ଏକ ପ୍ରେମ ଭରା ଜୀବନ ଆରମ୍ଭ କରନ୍ତି , ବିବାହକୁ ପବିତ୍ର ବନ୍ଧନ ଏଥିପାଇଁ ମାନାଯାଏ କାରଣ ସାତ ଫେରା ନିଜ ଜବାନ୍ ଆରମ୍ଭ କରି ସାତ ଜନ୍ମ ମଧ୍ୟରେ ସ୍ନେହ ବି ବଢିଥାଏ , ଅଗ୍ନିକୁ ସାକ୍ଷୀ ମାନିକରି ନିଜ ମଧ୍ୟରେ ବଧୁ ସାତ ଫେରା ସମୟରେ ଏକ ଦ୍ୱିତୀୟ ଜୀବନ ମଧ୍ୟରେ ନିଭାଇକରି ବହୁତ ବଚ୍ଚନ ନିଅନ୍ତି, ଓ ଏକ ନୁଆ ସଂମ୍ପର୍କର ଆରମ୍ଭ କରନ୍ତି, ସବୁ ଗୋଟେ ଫେରା ସହ ବର ବଧୁ ଜଣେ ଅନ୍ୟକୁ ନୁଆ ବଚନ ଦିଅନ୍ତି, ଯଦି ଏହାର ମହତ୍ତ୍ୱକୁ ବୁଝିପାରିଲେ ତେବେ ବୈବାହିକ ଜୀବନରେ ଆସୁଥିବା ସବୁ ସମସ୍ୟାରୁ ମୁକ୍ତି ମିଳିପାରିବ, ତେବେ ଆସନ୍ତୁ ଜାଣିବା ।

ପ୍ରଥମ ବଚନ- ଏଠାରେ କନ୍ୟା ବର କହେ କି ଯଦି ଆପଣ କେବେ ତୀର୍ଥ ଯାତ୍ରା କୁ ଯାଅ ତେବେ ମୋତେ ବି ନିଜ ସହ ନେଇକରି ଯିବ, କେଉଁ ବ୍ରତ ଉପବାସ ଅଥବା ଅନ୍ୟ ଧାର୍ମିକ କାର୍ଯ୍ୟ କରିବେ ତେବେ ଆଜି ମୋତେ ନିଜ ବାମ ଭାଗରେ ଅବଶ୍ୟ ସ୍ଥାନ ଦିଅନ୍ତୁ । ଯଦି ଆପଣ ଏହାକୁ ସ୍ୱିକାର କରିନିଅନ୍ତି ତେବେ ଆପଣଙ୍କ ବାମାଙ୍ଗ ଆସିବା ସ୍ୱିକାର କରୁଛି । କେଉଁ ବି ପ୍ରକାରର ଧାର୍ମିକ କାର୍ଯ୍ୟର ପୁର୍ଣ୍ଣତା ହେତୁ ସ୍ୱାମୀ ସହ ସ୍ତ୍ରୀ ହେବା ଅନିର୍ବାର୍ଯ୍ୟ ମାନାଯାଏ ,ସ୍ତ୍ରୀଦ୍ୱାରା ଏହି ବଚନର ମାଧ୍ୟମରେ ଧାର୍ମିକ କାର୍ଯ୍ୟରେ ସ୍ତ୍ରୀର ସହଭାଗିତା ମହତ୍ତ୍ୱକୁ ସ୍ପଷ୍ଟ କରାଯାଇଛି ।

ଦ୍ୱିତୀୟ ବଚ୍ଚନ- କନ୍ୟା ବରକୁ ଦ୍ୱିତୀୟ ବଚ୍ଚନ ମାଗେ ଯେଉଁ ପ୍ରକାର ଆପଣ ନିଜ ମା ବାପାଙ୍କର ସମ୍ମାନ କରନ୍ତି, ସେହି ପ୍ରକାର ମୋର ମା ବାପାଙ୍କ ବି ସମ୍ମାନ କରନ୍ତୁ, ତଥା କୁଟୁମ୍ବ ମର୍ଯ୍ୟାଦା ଅନୁସାରେ ଧର୍ମାନୁଷ୍ଠାନ କରି ଇଶ୍ୱର ଭକ୍ତ ହୁଅନ୍ତୁ, ତେବେ ବାମାଙ୍ଗ ଆସିବା ସ୍ୱିକାର୍ କରୁଛି । ଏଠାରେ ଏହି ବଚ୍ଚନ ଦ୍ୱାରା କନ୍ୟା ଦୁରଦୃଷ୍ଟି ଆଭାସ ହୋଇଥାଏ, ଏହି ବଚନକୁ ଧ୍ୟାନ ରଖି ବର ନିଜ ଶଶୁର ଘର ପକ୍ଷ ସହ ସଦବ୍ୟବହାରପାଇଁ ଅବଶ୍ୟ ବିଚାର କରିବା ଉଚିତ୍ ।

ତୃତୀୟ ବଚ୍ଚନ- ତୃତୀୟ  ବଚ୍ଚନରେ କନ୍ୟା କହେ କି ଆପଣ ମୋତେ ବଚନ ଦିଅନ୍ତୁ କି ଆପଣଙ୍କ ଜୀବନର ତିନୋଟି ଅବସ୍ଥାରେ ଯୁବାବସ୍ଥା, ପୋଢବସ୍ଥା, ବୃଦ୍ଧାବସ୍ଥା ମୋର ପାଳନ କରିବେ, ତେବେ ହିଁ ମୁଁ ବାମାଙ୍ଗ ଆସିବାକୁ ପ୍ରସ୍ତୁତ ଅଛି, ଏଠାରେ କେଉଁ ବି ମନୁଷ୍ୟକୁ ସବୁ ଅବସ୍ଥାର ସମାନ ରୁପରେ ଦେଖିବାର୍ ପ୍ରୟାସ କରାଯାଇଛି, କନ୍ୟା କହିବାର ଅର୍ଥ ଏହା କି ଆପଣଙ୍କ ଜୀବନରେ ସବୁ ଅବସ୍ଥାକୁ ସମାନ ରୁପରେ ଦେଖିବା ଉଚିତ୍ , କେଉଁ ପ୍ରକାର ଭେଦଭାବ ରଖିବା ଉଚିତ୍ ନୁହେଁ ।

ଚତୁର୍ଥ ବଚ୍ଚନ- କନ୍ୟା ଚତୁର୍ଥ ବଚ୍ଚନ ଏହା ମାଗେ କି ଏବେ ପର୍ଯ୍ୟନ୍ତ ଘର ପରିବାର ଚିନ୍ତା ଆଉଥରେ ମୁକ୍ତ ଥିଲେ, ଏବେ ଯେବେ ଆପଣ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ପରିବାରର ସମସ୍ତ ଆବଶ୍ୟକତା ର ପୁର୍ତି ଦାୟିତ୍ୱ ଆପଣଙ୍କ କାନ୍ଧରେ ଅଛି , ଯଦି ଆପଣ ଏହି ଭାରକୁ ବହନ କରିବାରେ ପ୍ରତିଜ୍ଞା କରିବେ ,ତେବେ ଆପଣଙ୍କ ବାମାଙ୍ଗରେ ଆସିପାରିବି । ଏହି ବଚନରେ କନ୍ୟା ବରକୁ ଭବିଷ୍ୟରେ ତାହାର ଉତ୍ତର ଦାୟିତ୍ୱକୁ ପ୍ରତି ଧ୍ୟାନ ଆକୃଷ୍ଟ କରେ, ଏହି ବଚନ ଦ୍ୱାରା ସ୍ପଷ୍ଟ୍ କରାଯାଏ କି ପୁତ୍ର ବିବାହ ତେବେ କରିବା ଉଚିତ୍ , ଯେବେ ସେ ପର୍ଯ୍ୟାପ୍ତ ମାତ୍ରାରେ ଧନ ଅର୍ଜନ କରୁ ।

ପଞ୍ଚମ ବଚନ- ଏହି ବଚନରେ କନ୍ୟା କହେ କି ଆଜିର ପରିପ୍ରେକ୍ଷ୍ୟ ରେ ଅତ୍ୟନ୍ତ ମହତ୍ତ୍ୱ ରଖିଥାଏ, ସେ କହେ କି ନିଜ ଘରର କାର୍ଯ୍ୟରେ ଲେଣଦେଣ ଅଥବା ଅନ୍ୟ କେଉଁ ହେତୁ ଖର୍ଚ୍ଚ କରିବା ସମୟରେ ଯଦି ମୋର ବି ମନ୍ତ୍ରଣା ନିଅନ୍ତୁ, ତେବେ ଆପଣଙ୍କ ବାମାଙ୍ଗ ଆସିବା ସ୍ୱିକାର କରିବି । ଏହି ବଚନ ପୁରା ଭାବେ ସ୍ତ୍ରୀର ଅଧିକାରକୁ ଜଣାଇଥାଏ, ଏବେ ଯଦି କେଉଁ ବି କାର୍ଯ୍ୟ କରିବା ପୁର୍ବରୁ ସ୍ତ୍ରୀ ମନ୍ତ୍ରଣା ନେଇକଇର୍ ଆସିଯାଏ , ତେବେ ଏଥିରେ ସ୍ତ୍ରୀର୍ ସମ୍ମାନ ବଢିଥାଏ, ତାହା ସହ ନିଜ ଅଧିକାର ପ୍ରତି ସନ୍ତୁଷ୍ଠି ଆଭାଷ ହୋଇଥାଏ।

ଷଷ୍ଠ ବଚନ- କନ୍ୟା କହେ କି ଯଦି ନିଜ ସଖିଙ୍କ ଅଥା ଅନ୍ୟ ସ୍ତ୍ରୀଙ୍କ ମଧ୍ୟରେ ବସିଛି, ତେବେ ଆପଣ ସେଠାରେ ସମସ୍ତଙ୍କ ସମୁଖରେ କେଉଁ ବି କାରଣରୁ ମୋର ଅପମାନ କରିବେ ନାହିଁ ଯଦି ଆପଣ ଜୁଆ ଅଥବା କେଉଁ ପ୍ରକାରର ଦୁର୍ବସନ ରୁ ନିଜକୁ ଦୁର ରଖିବେ ତେବେ ମୁଁ ଆପଣଙ୍କ ବାମାଙ୍ଗରେ ଆସିବା ସ୍ୱିକାର କରିବି ।  ଏହି ସମ୍ମାନକୁ ଦର୍ଶାଇଥାଏ ଯେଉଁ ପ୍ରକାରର ଆପଣ ପରିଯୋଜନା ଆଦର ସମ୍ମାନ କରନ୍ତି ତେବେ ଠିକ୍ ସେହିପରି ମୋର ଓ ମୋର ପ୍ରିୟଜନ ଆଦର ସତ୍କାର କରିବେ, କେଉଁ ଭୁଲ୍ କାର୍ଯ୍ୟରୁ ଦୁରେଇ ରହିବେ ।

ସପ୍ତମ ବଚନ- ଅନ୍ତିମ ବଚନରେ କନ୍ୟା ବରକୁ ମାଗେ କି ଆପଣ ପର ସ୍ତ୍ରୀ ଓ ମାଙ୍କୁ ସମ୍ମାନ କରିବେ , ଓ ସ୍ୱାମୀ ସ୍ତ୍ରୀଙ୍କ ଆପସି ପ୍ରେମ ମଧ୍ୟରେ ଅନ୍ୟ କାହାକୁ ଭାଗିଦାର କରାଇବେ ନାହିଁ, ଯଦି ଆପଣ ଏହି  ବଚନ ମୋତେ ଦେବେ ତେବେ ମୁଁ ଆପଣଙ୍କ ବାମାଙ୍ଗରେ ଆସିବା ସ୍ୱିକାର୍ କରିବି, ଏହା ଉପରେ କନ୍ୟା ସ୍ତ୍ରୀ ସ୍ୱାମୀଙ୍କ ମଧ୍ୟରେ ପବିତ୍ର ସଂମ୍ପର୍କକୁ ନେଇ କହେ  ଯେଉଁ ଭଳି ଆପଣଙ୍କ ଓ ମୋର ସଂମ୍ପର୍କ ଅଛି ଠିକ୍ ସେହିପରି ସଂମ୍ପର୍କ କେଉଁ ଅନ୍ୟ ସହ କରନ୍ତୁ ନାହୀଁ, ଯଦି ଆପଣ ଏମିତି କରନ୍ତି ତେବେ ନିଜ ସଂମ୍ପର୍କ ଅପମାନ ହେବ, ଏଥିପାଇଁ ଏହା କରିବାରୁ ନିବୃତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *